ନିର୍ବାଚନ ଯେତିକି ପାଖଉଛି, ଟିକେଟକୁ ନେଇ ଅସନ୍ତୋଷ ସେତିକି ବଢିବାର ଲାଗିଛି। ଏପରିକି ଟିକେଟ ନ ପାଇ ଅନେକ ନେତା ଦଳ ଛାଡ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକଟ ତାତି। ଆଜି ରାଜ୍ୟ କଂଗ୍ରେସର କିଛି ମହିଳା କର୍ମୀ ରାଜ୍ୟ କଂଗ୍ରେସ ଭବନ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହିଳାଙ୍କୁ ଟିକଟ ଦେବାକୁ ଦାବି କରି ଫାଟକରେ ତାଲା ପକାଇ ଧାରଣାରେ ବସଛନ୍ତି ମହିଳାମାନେ। ଟିକଟ ଦାବି କରୁଥିବା ମହିଳା କଂଗ୍ରେସ କର୍ମୀ , ପିସିସି ସଭାପତିଙ୍କୁ ଚେତାବନୀ ଦେଇ ଟିକେଟ ନ ମିଳିଲେ, ଭୋଟ୍ ବର୍ଜନ କରିବାର ଚେତାବନୀ ଦେଇଛନ୍ତି। ବିଶେଷ କରି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେବା ପରେ ମହିଳାଙ୍କ ମଧ୍ୟରେ ଟିକେଟ ପାଇବାକୁ ନେଇ ଉତ୍କଣ୍ଠା ବଢିଥିବା ପରିଲକ୍ଷିତ ହୋଇଛି। ଚଳିତ ଥର ବିଜୁ ଜନତା ଦଳ ପକ୍ଷରୁ ଲୋକସଭା ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି।