Categories
ଆଜିର ଖବର

ପୁଣି ଦାମ-ବିଷ୍ଣୁଙ୍କ ବାକ୍‌ ଯୁଦ୍ଧ ଆରମ୍ଭ

ପୁଣି ତୁତୁ ମେଁମେଁ ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦାମୋଦର ରାଉତ ଓ ବିଷ୍ଣୁ ଦାସ। ଦାମ ବିଜେପିକୁ ଯିବା ପରେ ପୁଣି ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ ହୋଇଛି। ଆଜି ଦାମ କହିଛନ୍ତି – ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର ରାଜନୈତିକ ଚରିତ୍ର ନାହିଁ। ସେ ଜଣେ ଅବାଞ୍ଛିତ ବ୍ୟକ୍ତି। ବିଷ୍ଣୁ ବଞ୍ଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିବେ ନାହିଁ। ଅନ୍ୟପକ୍ଷରେ ଦାମଙ୍କୁ ବି କଟାକ୍ଷ କରିଛନ୍ତି ବିଜେଡି ନେତା ବିଷ୍ଣୁ ଦାସ। ଦାମଙ୍କୁ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଭାବିନାହାନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦାମଙ୍କର ସେତିକି ସକ୍ଷମତା ନାହିଁ। ଦାମ ବର୍ତ୍ତମାନ ପାରାଦୀପରୁ ଏବେ ବାଲିକୁଦା-ଏରସମା ଆଡ଼କୁ ମୁହାଁଇଲେଣି। ପଦ୍ମ ଧରି ଧୀରେ ଧୀରେ ବଙ୍ଗୋପସାଗର ଯିବେ ଓ ଉବୁଟୁବୁ ହେବେ ବୋଲି ବିଷ୍ଣୁ କହିଛନ୍ତି।