Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବୁହାନକୁ ପୁଣି ଫେରିଲା କରୋନା: 37 ଦିନ ପରେ 14 ନୂଆ କରୋନା ରୋଗୀ ଚିହ୍ନଟ

ଚୀନ୍‌ : ଚୀନ୍‌ର ବୁହାନ ସହରରୁ କରୋନା ସାରା ବିଶ୍ବରେ ତାଣ୍ଡବ ରଚୁଥିବାବେଳେ ପୁଣି ଥିରେ ବୁହାନରେ ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳିଛି। ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୁହାନରେ ପୁଣି 14 ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି। 2019 ମସିହାରେ ସର୍ବପ୍ରଥମେ ଏଠାରୁ ହିଁ ଏହି ଭାଇରସ୍‌ ଦେଖିବାକୁ ମିଳିଥିବା ପରେ ଚଳିତ ବର୍ଷ ଏପ୍ରିଲ୍‌ 3 ତାରିଖ ପରଠାରୁ ଏଠାରେ କରୋନା  ସଂକ୍ରମଣର ମାମଲା ଆଉ ଆସିନଥିଲା। ସ୍ବାଭାବିକ ଅବସ୍ଥାକୁ ବୁହାନ୍‌ ଫେରିଆସିଥିବାବେଳ ସାରା ବିଶ୍ବ କିନ୍ତୁ କରୋନା କବଳରେ ଛଟପଟ ହେଉଛି। କିନ୍ତୁ 37 ଦିନ ପରେ ବୁହାନରେ ପୁର୍ନବାର କରୋନାର ପ୍ରଭାବ ଅନୁଭୂତ ହୋଇଛି।

2019 ମସିହାରେ ୱୁହାନରୁ ଏହି ଭାଇରସ୍ ଆରମ୍ଭ ହେବା ପରେ, ଚଳିତ ବର୍ଷ ଏପ୍ରିଲ୍ 3 ତାରିଖ ପରଠାରୁ ସେଠାରେ କୌଣସି ସଂକ୍ରମଣର ଘଟଣା ଦେଖିବାକୁ ମିଳି ନଥିଲା। କିନ୍ତୁ ବର୍ତ୍ତମାନ କରୋନା ପୁନର୍ବାର ବୁହାନରେ ବିସ୍ତାର କରିବା ଆରମ୍ଭ କରିଛି। ଗୋଟିଏ ଦିନ ପୂର୍ବରୁ ଜଣେ ମହିଳା ପଜିଟିଭ୍ ମିଳିବା ପରେ ରବିବାର ଦିନ 11 ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା 82,901ରେ ପହଞ୍ଚିଥିବାବେଳେ ଏହି ମହାମାରୀ ଯୋଗୁଁ ଚୀନ୍‌ରେ 4,633 ଲୋକ ପ୍ରାଣ ହରାଇଛନ୍ତି। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

76ଦିନ ପରେ ଉହାନରୁ ହଟିଲା ଲକ୍‌ଡାଉନ୍, ଲୋକ ଛାଡୁଛନ୍ତି ସହର

ଉହାନ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନା ଦେଶର ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରିରୁ ଲକ୍‌ଡାଉନ୍ ହଟିଛି। ଦୀର୍ଘ 76 ଦିନ ପରେ ଚାଇନା ସରକାର ଲକ୍‌ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ 23ରେ ଲକ୍‌ଡାଉନ୍ ଘୋଷଣା କରିଥିଲେ।

କରୋନା ଭାଇରସ ପାଇଁ ଚାଇନାରେ 3300ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। 82 ହଜାରରୁ ଅଧିକ ଲୋକ କେବଳ ଉହାନରୁ ସଂକ୍ରମିତ ହୋଇଥିଲେ। ନିକଟରେ ସପ୍ତାହେ ହେବ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି କି ଏହି ମହାମାରୀରେ କେହି ମୃତ୍ୟୁ ବରଣ କରିନଥିବା ଦେଖିବାକୁ ମିଳିଛି। ତେବେ ଲକ୍‌ଡାଉନ୍‌ ଉଠିବା ପରେ ସେଠାକାର ଲୋକମାନେ ସେହି ସହର ଛାଡୁଥିବାର ଦେଖାଯାଉଛି । ସେଠାରେ ଟ୍ରେନ୍‌ ଓ ବିମାନ ବନ୍ଦରର, ବସଷ୍ଟାଣ୍ଡରେ ଭାରୀ ପରିମାଣର ଭିଡ ଦେଖିବାକୁ ପରିଲକ୍ଷିତ ହେଉଥିଲା । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଚୀନ୍‌ରେ କୋରୋନା ତାଣ୍ଡବ : ମୃତ୍ୟୁ ସଂଖ୍ୟା 563କୁ ବୃଦ୍ଧି

ବେଜିଂ : ଚୀନ୍‌ର କୋରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 563କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 28018ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 73 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ହୁବେଇ ପ୍ରଦେଶରେ ମୃତ୍ୟୁ ସଂଖ୍ୟା 269ରେ ପହଞ୍ଚିଥିବା ବେଳେ ବାକି ସମସ୍ତ ମୃତକ ଉହାନ୍‌ ପ୍ରଦେଶର ବୋଲି ଜଣାପଡିଛି । 3859 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । 1153 ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 132କୁ ବୃଦ୍ଧି

ବେଜିଂ : କୋରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ କୋରୋନା ଭାଇରସ୍‌ର ଆତଙ୍କରେ ମୃତ୍ୟକୁ ସଂଖ୍ୟା 132ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 6 ହଜାରରେ ପହଞ୍ଚିଛି । ଚୀନ୍‌ର 31 ପ୍ରଦେଶରେ ସମୁଦାୟ 5974 ଜଣ ନୋଭେଲ୍‌ କୋରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ବୋଲି ଚୀନ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବୁଧବାର ଦିନ 25 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 840 ଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସେହିପରି ଚୀନ୍‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 6000ରେ ପହଞ୍ଚିଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରୁ 1239ଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।