76ଦିନ ପରେ ଉହାନରୁ ହଟିଲା ଲକ୍‌ଡାଉନ୍, ଲୋକ ଛାଡୁଛନ୍ତି ସହର

Published: Apr 8, 2020, 10:38 am IST

ଉହାନ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନା ଦେଶର ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରିରୁ ଲକ୍‌ଡାଉନ୍ ହଟିଛି। ଦୀର୍ଘ 76 ଦିନ ପରେ ଚାଇନା ସରକାର ଲକ୍‌ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ 23ରେ ଲକ୍‌ଡାଉନ୍ ଘୋଷଣା କରିଥିଲେ।

କରୋନା ଭାଇରସ ପାଇଁ ଚାଇନାରେ 3300ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। 82 ହଜାରରୁ ଅଧିକ ଲୋକ କେବଳ ଉହାନରୁ ସଂକ୍ରମିତ ହୋଇଥିଲେ। ନିକଟରେ ସପ୍ତାହେ ହେବ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି କି ଏହି ମହାମାରୀରେ କେହି ମୃତ୍ୟୁ ବରଣ କରିନଥିବା ଦେଖିବାକୁ ମିଳିଛି। ତେବେ ଲକ୍‌ଡାଉନ୍‌ ଉଠିବା ପରେ ସେଠାକାର ଲୋକମାନେ ସେହି ସହର ଛାଡୁଥିବାର ଦେଖାଯାଉଛି । ସେଠାରେ ଟ୍ରେନ୍‌ ଓ ବିମାନ ବନ୍ଦରର, ବସଷ୍ଟାଣ୍ଡରେ ଭାରୀ ପରିମାଣର ଭିଡ ଦେଖିବାକୁ ପରିଲକ୍ଷିତ ହେଉଥିଲା । (ଏଜେନ୍ସି)

Related posts