Categories
ଆଜିର ଖବର ରାଜ୍ୟ ଖବର

19ରେ ଆଉ ଏକ ଲଘୁଚାପ ଆଶଙ୍କା : 7ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ରାଜ୍ୟରେ ମୌସୁମୀ କାରଣରୁ ବର୍ଷା ଜାରି ରହିଥିବା ବେଳେ 19 ତାରିଖ ସୁଦ୍ଧା ଏକ ଲଘୁଚାପର ଆଶଙ୍କା କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ 3/4 ଦିନ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ବର୍ଷା ସ୍ବାଭାବିକ ରହିଛି । ସେହିପରି ମଙ୍ଗଳବାର 7ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

6ଟି ଜିଲ୍ଲାକୁ ଭୀଷଣ ବର୍ଷା ଓ ବଜ୍ରପାତ ସତର୍କ ସୂଚନା : 19 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଆଜି ଭୀଷଣ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କସୂଚନା ଜାରି କରାଯାଇଛି । ଏହା ସହ 30 ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ବେଳ 6ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । 6ଟି ଜିଲ୍ଲା ମଧ୍ୟରେ ନୂଆପଡା, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗିର ରହିଛି । ଏହା ସହିତ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ 19ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ସୋନପୁର,କଳାହାଣ୍ଡି ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଅନୁଗୁଳ, କଟକ, ଢେଙ୍କାନାଳ ଏବଂ ନୟାଗଡ଼କୁ ଏହି ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ତତଲା କଡେଇରେ ରାଜ୍ୟ : 5ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଆମ୍ପାନର ପ୍ରକୋପ ଶେଷ ହେବା ପରେ ରାଜ୍ୟ ବର୍ତ୍ତମାନ ତତଲା କଡେଇରେ ରହିଛି । ଉପରକୁ ଉଠିଛି ପାରଦ । ଏ ନେଇ 5 ଟି ସହରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ସୂର‌୍ୟ୍ୟଙ୍କ ପ୍ରକୋପ ଅଧିକ ରହିଛି । ଆଜି ଟିଟିଲାଗଡ଼ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା ସହର ପାଇଁ ଏହି ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ଦିନ ଧରି ଟିଟିଲାଗଡ ରାଜ୍ୟର ଉତ୍ତପ୍ତ ସହର ରହିଛି । ଗତକାଲି ଟିଟିଲାଗଡର ତାପମାତ୍ରା 45.5 ଡିଗ୍ରୀ ରହିଥିଲା । ଆସନ୍ତା 10 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।