19ରେ ଆଉ ଏକ ଲଘୁଚାପ ଆଶଙ୍କା : 7ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

Published: Jun 16, 2020, 11:35 am IST

ଭୁବନେଶ୍ବର : ରାଜ୍ୟରେ ମୌସୁମୀ କାରଣରୁ ବର୍ଷା ଜାରି ରହିଥିବା ବେଳେ 19 ତାରିଖ ସୁଦ୍ଧା ଏକ ଲଘୁଚାପର ଆଶଙ୍କା କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ 3/4 ଦିନ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ବର୍ଷା ସ୍ବାଭାବିକ ରହିଛି । ସେହିପରି ମଙ୍ଗଳବାର 7ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି ।

Related posts