Categories
ଆଜିର ଖବର

ବରଯାତ୍ରୀ ବସ୍‌ରେ ଲାଗିଗଲା ନିଆଁ : ଯୁବକ ଜୀବନ୍ତ ଦଗ୍ଧ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଏକ ବରଯାତ୍ରୀ ବସ୍‌ ଜଳି ଯାଇଛି। ବସ୍‌ରେ ଶୋଇଥିବା ଜଣେ ଯୁବକର ନିଆଁରେ ପୋଡି ହୋଇ  ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୁସୁରିପଶି ଗାଁର ରାଜେଶ ଗିରି। ସୂଚନା ଅନୁସାରେ, ଗତକାଲି ରାତିରେ ବସ୍‌ଟି ବରଯାତ୍ରୀଙ୍କୁ ଧରି କେନ୍ଦେଇପଶି ଯାଇଥିଲା। ବିଳମ୍ବିତ ରାତିରେ କନ୍ୟା ଘରୁ ଫେରି ବସ୍‌ଟି ସାମନ୍ତରାପୁର ଗାଁରେ  ବରଘର ନିକଟରେ ଛିଡା ହୋଇଥିଲା। ସମସ୍ତ ବରଯାତ୍ରୀ ବସ୍‌ରୁ ଓହ୍ଲାଇଥିବା ବେଳେ ରାଜେଶ ବସ୍‌ ଭିତରେ ଶୋଇ ପଡ଼ିଥିଲେ। କୌଣସି କାରଣରୁ ହଠାତ ନିଆଁ ଲାଗି ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ତେବେ କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଘଟଗାଁ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।