Categories
ଆଜିର ଖବର ଜାତୀୟ ଖବର

ଜମାତୀଙ୍କୁ ସମାଲୋଚନା କରି ପୁଣି ଏକ ଭିଡିଓ ପୋଷ୍ଟ କଲେ ବବିତା : ଜବାବ୍‌ ଦେଲେ ଜାଇରା ଓ୍ବାସିମ୍‌

ନୂଆଦିଲ୍ଲୀ : ଗତକାଲି ଜମାତୀଙ୍କ ବିପକ୍ଷରେ ଏକ ଟ୍ବିଟ୍ କରିବା ପରେ ଆଜି ପୁଣି ଏକ ବିବାଦୀୟ ଭିଡିଓ ଟ୍ବିଟ୍‌ କରିଛନ୍ତି । ଏହି ଭିଡିଓରେ ବଲିଉଡ୍‌ର ସିକ୍ରେଟ୍‌ ସୁପରଷ୍ଟାର ଜାଇରା ଓ୍ବାସିମ୍‌ଙ୍କୁ ଇଙ୍ଗିତ କରିଥିଲେ ବବିତା । ଏହାପରେ ଏହି ଭିଡିଓର ଜବାବରେ ଜାଇରା ଏକ ଟ୍ବିଟ୍‌ କରିଥିଲେ । କରୋନା ଭାଇରସ ନୁହେଁ ମୁସଲିମ୍‌ ମାନେ ଦେଶର ବଡ ସମସ୍ୟା ବୋଲି ବବିତା ଟ୍ବିଟ୍‌ କରିଥିଲେ । ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ଗାଳି ଏବଂ ଧମକ ମିଳିଥିଲା । ଏହାପରେ ଭିଡିଓ ପୋଷ୍ଟ କରି ସେ ଜାଇରା ଓ୍ବାସିମ୍‌ ନୁହନ୍ତି ଯିଏକି ଧମକରେ ନିଜର ମତ ପରିବର୍ତ୍ତନ କରିଦେବେ । ଦେଶରେ ଜମାତୀଙ୍କ କାରଣରୁ କରୋନା ଅଧିକ ବ୍ୟାପିବାରେ ଲାଗିଛି । ଗତବର୍ଷ ଅଭିନୟ ଛାଡିଥିବା ଜାଇରାଙ୍କୁ ଟାର୍ଗେଟ କରିବାରୁ ଜାଇରା ଏହାର ଜବାବ ଦେଇ ଟ୍ବିଟ୍‌ କରିଥିଲେ ।

ବବିତାଙ୍କ ନାଁ ନନେଇ ପରୋକ୍ଷ ଭାବରେ ସମାଲୋଚନା କରିଥିଲେ । ଘୃଣାର ବାର୍ତ୍ତା ପାଇଁ ମୋ ନାମର ବ୍ୟବହାର ଆଦୌ ସଠିକ୍‌ ନୁହେଁ । ଏପରି ଅନାବଶ୍ୟକ ମନ୍ତବ୍ୟ କାରଣରୁ ଜନସାଧାରଣଙ୍କ ମଧ୍ୟରେ ଏକ ଭୟର ବାତାବରଣ ଦେଖାଦେଉଛି ତେଣୁ ଏପରି ବ୍ୟବହାର ବନ୍ଦ କରାଯିବା ଉଚିତ୍‌ ବୋଲି ଜାଇରା ମତ ଦେଇଥିଲେ ।