Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ବରିଷ୍ଠ ସାମ୍ବାଦିକ ସୁଧୀର ଚୈଧୁରୀ ‘ଜୀ ନ୍ୟୁଜ’ ଛାଡିବା ପଛରେ ରହିଛି ଏକ ବଡ କାରଣ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ନ୍ୟୁଜ ସୋ ‘ଡିଏନଏ’ ର ସଂଚାଳକ ସୁଧୀର ଚୈଧୁରୀ ‘ଜୀ ନ୍ୟୁଜ’ ଛାଡିଛନ୍ତି। ସେ ନିଜେ କିଛି କରିବେ ବୋଲି କହି ଇସ୍ତଫା ଦେଇଛନ୍ତି। ସେ ଜୀ ମିଡିଆ ସହିତ ଦୀର୍ଘ 12 ବର୍ଷର ସଂପର୍କକୁ ଛିନ୍ନ କରିଛନ୍ତି। ହେଲେ ଏହି ଇସ୍ତଫାକୁ ଦିଲ୍ଲୀ ଗଣମାଧ୍ୟମ ସହଜରେ ଗ୍ରହଣ କରୁ ନାହିଁ । ଏହା ପଛରେ କିଛି ବଡ କାରଣ ରହିଛି ବୋଲି ବର୍ତ୍ତମାନ ଏକ ବଡ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ଚର୍ଚ୍ଚା ଅନୁସାରେ ସୁଧୀରଙ୍କୁ କୁଆଡେ ଦୀର୍ଘ ଦୁଇ ମାସ ଧରି କଣଠୋସା କରାଯାଉଥିଲା। ଜୀ ନ୍ୟୁଜ ର ଉପର ସ୍ତରରେ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇ ଥିଲା ବୋଲି ସେଠାକାର କର୍ମଚାରୀମାନେ ଅନୁଭବ କରିସାରିଥିଲେ। ଏଥିରେ କୁଆଡେ ଖୋଦ ଜୀ ମାଲିକ ସୁବାଷ ଚନ୍ଦ୍ରାଙ୍କ ଭିତିରି ସମର୍ଥନ ଥିଲା ବୋଲି କୁହାଯାଉଛି। କାରଣ ସୁଧୀରଙ୍କ ନାମରେ ଜୀ ନ୍ୟୁଜ ପରିଚାଳିତ ହେଉଛି ବୋଲି ଚନ୍ଦ୍ରା ଚାରିଆଡୁ ଶୁଣିବାକୁ ପାଇଲେ। ଚନ୍ଦ୍ରାଙ୍କ ବହୁ ପରିଚିତ ଲୋକ ମଧ୍ୟ ତାଙ୍କୁ ଜଣାଇ ଦେଲେ ଯେ, ଜୀ ନ୍ୟୁଜ ଅର୍ଥ ସୁଧୀର ଚୈଧୁରୀ। ଏହାକୁ ନେଇ ଚନ୍ଦ୍ରା କୁଆଡେ ଅସନ୍ତୁଷ୍ଠ ଥିଲେ।

ସୁଧୀରଙ୍କୁ ଚେକ ଦେବା ପାଇଁ ସେ ଗତ ବର୍ଷ ଏବିପି ନ୍ୟୁଜର ବରିଷ୍ଠ ସାମ୍ବାଦିକ ରଜନୀଶ ଆହୁଜାଙ୍କୁ ଜୀ ନ୍ୟୁଜ ଏଡିଟର କରି ଆଣିଲେ। ଯାହାକୁ ସୁଧୀର ଚାହୁଁ ନ ଥିଲେ। ଏହାପରେ ରଜନୀଶ ଜୀ ନ୍ୟୁଜରେ ଏବିପିରେ ଥିବା ତାଙ୍କ ସମର୍ଥକଙ୍କୁ ନିଯୁକ୍ତି ଦେବା ପାଇଁ ପକ୍ରିୟା ଆରମ୍ଭ କଲେ। ଯାହାକୁ ସୁଧୀର ବନ୍ଦ କରାଇବାରେ ସଫଳ ହେଲେ। ଏହାପରେ ରଜନୀଶ ଏବଂ ସୁଧୀରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶୀତଳ ଯୁଦ୍ଧ।

ଆହୁଜା ଜୀ ନ୍ୟୁଜରେ ଯୋଗ ଦେବା ପରେ ସୁବାଷ ଚନ୍ଦ୍ରା ଏକ ଅଫିସଆଲ ଘୋଷଣା ପତ୍ର ଜାରୀ କରିଥିଲେ। ଯାହାର ଓଡିଆ ହେଲା ଯେ, ‘ଅଫିସରେ କାହାର ପଦବୀ କେତେ ବଡ ତାହା ବଡ କଥା ନୁହେଁ। ଏଠି ସଂସ୍ଥା ବା କଂପାନୀ ହେଉଛି ସବୁଠାରୁ ବଡ। ଏଠି କେହି କାହାକୁ ନାମରେ କୌଣସି ଅଫିସଆଲ ଯୋଗାଯୋଗ କରିପାରିବେ ନାହିଁ। ଯେପରି ସୁଧୀର ଚୌଧୁରୀଙ୍କୁ କୌଣସି ମେଲ ଦେଲେ ତାଙ୍କୁ ସିଇଓ କ୍ଲଷ୍ଟର-01 ବୋଲି ଉଲ୍ଲେଖ କରିବେ, ତାଙ୍କ ନାମରେ ନୁହେଁ।’ ଏହାକୁ ନେଇ କର୍ମଚାରୀମାନେ ବେଶ ଚର୍ଚ୍ଚା କରିବାକୁ ଲାଗିଲା।

ତେବେ ସୁଧୀରଙ୍କୁ ବହୁତ ବଡ ଧକ୍କା ହେଲା ଯେତେବେଳେ ତାଙ୍କର ଲୋକପ୍ରିୟ ସୋ ଡିଏନଏ କୁ ରୋହିତ ରଂଜନଙ୍କୁ ସଂଚାଳନ କରିବା ପାଇଁ ଦିଆଗଲା। ସୁଧୀର ଦିଲ୍ଲୀ ବାହାରେ ଥିବା ବେଳେ ଏହି କାର୍ଯ୍ୟ କରାଯାଇଥିଲା। ଏହାକୁ ନେଇ ସୁଧୀର ପୁରା ଖପ୍ପା ହୋଇ ପଡିଥିଲେ। ନିଜର ଭିନ୍ନ ଶୈଳୀର ସାମ୍ବାଦିକତା ନେଇ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିବା ସୁଧୀର, ଏହାକୁ ଆଉ ସହି ପାରିଲେ ନାହିଁ। ଶେଷରେ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ ବୋଲି ଦିଲ୍ଲୀ ମିଡିଆରେ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର

ଚାଷୀ ଆନ୍ଦୋଳନକାରୀଙ୍କୁ ଖଲିସ୍ଥାନୀ କହିବା ପଡିଲା ମହଙ୍ଗା, ଭିଡିଓ ହଟାଇବାକୁ ନ୍ୟୁଜ ଚ୍ୟାନେଲକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଖଲିସ୍ଥାନୀ କହି ସମାଲୋଚନା କରିଥିବା ନ୍ୟୁଜ ଚ୍ୟାନେଲକୁ ଏବେ ମହଙ୍ଗା ପଡିଛି। କାରଣ ହେଲା ଏହା ଜର୍ଣ୍ଣାଲିଜିମ ଏଥିକ୍ସ ଉଲ୍ଲଘଂନ କରିଛି ବୋଲି କହିଛି ଏନବିଡିଏସଏ । NBDSA ସଂସ୍ଥା ହେଉଛି ନ୍ୟୁଜ୍ ବ୍ରୋଡକାଷ୍ଟିଂ ଏବଂ ଡିଜିଟାଲ୍ ଷ୍ଟାଣ୍ଡାର୍ଡ ଅଥରିଟି।

ଯେଉଁ ଚ୍ୟାନେଲ ଏହି ନ୍ୟୁଜ ପ୍ରସାରଣ କରିଛି ସେ ହେଉଛି Zee News। ଖଲିସ୍ତାନ ସହି ଏହି ଚ୍ୟାନେଲ ଲାଲକିଲ୍ଲାରେ ହୋଇଥିବା ଆନ୍ଦୋଳନ ବେଳେ ଜାତୀୟ ପତାକା ହଟାଯାଇଛି ବୋଲି ଏକ ଭିଡିଓ ପ୍ରସାରଣ କରିଥିଲା। ଯାହା ଭୁଲ ଭିଡିଓ ଥିଲା ବୋଲି NBDSA କହଛି। ଏହି ଦୁଇଟି ଭିଡିଓ ତୁରନ୍ତ ହଟାଅ ବୋଲି ଏନବିଡିଏସଏ ଏକ ନିର୍ଦ୍ଦେଶ ଜାରୀ କରିଛି।

NBDSA ର ସଭାପତି ଅବସରପ୍ରାପ୍ତ ବିଚାରପତି, ଜଷ୍ଟିସ୍ ଏ.କେ ସିକ୍ରିଙ୍କ ଦସ୍ତଖତରେ ଏହି ନୋଟିସ ଜୀ ମିଡିଆ କରପୋରେସନକୁ ପଠାଯାଇଛି। ଏଥିରେ କୁହାଯାଇଛି ଯେ, ଆବେଦନକାରୀ ଇନ୍ଦ୍ରଜିତ୍ ଘୋରପେଡ ଜାନୁଆରୀ 19, 20 ଏବଂ 26 ରେ ଜୀ ନ୍ୟୁଜରେ ପ୍ରସାରିତ ଦୁଇଟି ଭିଡିଓ ପ୍ରମାଣ ସ୍ବରୂପ ଦାଖଲ କରିଛନ୍ତି।

ଅଭିଯୋଗକାରୀ କହିଛନ୍ତି ଯେ, ଏହି ଭିଡିଓରେ କୋଡ ଅଫ ଏଥିକ୍ସର ଆଠଟି ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରାଯାଇଛି। ଏଥିରେ ଲୋକଙ୍କ ଭୟଭିତ କରାଇବା, ଉତ୍ତେଜନା ସୃଷ୍ଟି କରାଇବା, ନିର୍ଦ୍ଦିଷ୍ଠ ସଂସ୍ଥାକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବା ପରି ରିପୋର୍ଟିଂ କରାଯାଇଛି। ଘୋରପେଡ ତାଙ୍କ ଅଭିଯୋଗରେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ କେତେକ ଭିଡିଓ ବ୍ୟବହାର କରାଯାଇଥିଲା, ଯାହା ଚାଷୀଙ୍କ ଆନ୍ଦୋଳନ ସହିତ କୌଣସି ପ୍ରକାରରେ ଜଡିତ ନ ଥିଲା।

ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ ଜୀ ନ୍ୟୁଜ୍ କାର୍ଯ୍ୟକ୍ରମର ହେଡଲାଇନଗୁଡିକ ଥିଲା ‘ଗଣତନ୍ତ୍ର ଦିବସରେ ଗୃହଯୁଦ୍ଧ’, ‘ଗଣତନ୍ତ୍ର ବିରୁଦ୍ଧରେ ଯୁଦ୍ଧର ଷଡଯନ୍ତ୍ର’, ‘ବିରୋଧର ଛାୟା’ ଏବଂ ‘କୃଷକ ଆଡାମାମେଣ୍ଟ’ ଏକ ରକ୍ତାକ୍ତ ଯୁଦ୍ଧ ନିଷ୍ପତ୍ତି ‘। ଯାହା ଏକ ଦାୟିତ୍ବବାନ ଗଣମାଧ୍ୟମର କର୍ତ୍ତବ୍ୟ ନୁହେଁ ବୋଲି ସେ କହିଛନ୍ତି।

ସେହିପରି Times Now ଚ୍ୟାନେଲକୁ ମଧ୍ୟ ଏକ ନୋଟିସ ଜାର କରାଯାଇଛି। ଏଥିରେ ଦିଲ୍ଲୀ ଦଙ୍ଗା ବେଳେ ଏହି ଚ୍ୟାନେଲ କେତେକ ଭୁଲ ଭିଡିଓ ପ୍ରସାରଣ କରିଥିଲା। ଯାହା କୋଡ ଅଫ ଏଥିକ୍ସ ଉଲ୍ଲଘଂନ କରୁଛି। ସେହି ଭିଡିଓକୁ ମଧ୍ୟ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଅଭିଯୋଗ ପରେ ଜୀ ନ୍ୟୁଜ ସେହି ଭିଡିଓ ହଟାଇବାକୁ ପଦକ୍ଷେପ ନେଇଥିବାର ଜଣାପଡିଛି।