Categories
ଆଜିର ଖବର

ଜେଡ୍‌-ପ୍ଲସ୍‌ ସୁରକ୍ଷା ପାଇବେ ବାୟୁସେନା ଓ ନୌସେନା ମୁଖ୍ୟ

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି  ସମୟରେ ଅଧିକ ବିପଦ ଆଶଙ୍କା ଥିବା ଗୁଇନ୍ଦା ସମୀକ୍ଷାରୁ ଜଣାପଡ଼ିବା ପରେ ଭାରତୀୟ ବାୟୁସେନା ଏବଂ ନୌସେନାର ମୁଖ୍ୟମାନେ ଜେଡ୍‌-ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପାକିସ୍ତାନ ସହ ଉତ୍ତେଜନାମୂଳକ ସ୍ଥିତି ଥିବା ସମୟରେ ଭାରତୀୟ ବାୟୁସେନା ଚିଫ୍‌ ମାର୍ସାଲ୍‌ ବି ଏସ୍‌ ଧନ୍‌ଓ୍ଵା ଏବଂ ନୌସେନା ମୁଖ୍ୟ ଷ୍ଟାଫ୍‌ ଆଡ୍‌ମିରାଲ୍‌ ସୁନୀଲ ଲାନ୍‌ବା ପ୍ରତି ଥିବା ବିପଦର ରୀତିମତ ସମୀକ୍ଷା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌ ଜେଡ୍‌-ପ୍ଲସ୍‌ ସୁରକ୍ଷାରେ ଅଛନ୍ତି। ଏଣିକି ସେମାନଙ୍କୁ ନିଜ ବାହିନୀର କମାଣ୍ଡୋମାନେ ସୁରକ୍ଷା ଯୋଗାଇଦେବେ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଛି।