Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚଳିତ ନିର୍ବାଚନରେ ବିଜେଡି ଜଣେ ସାମ୍ବାଦିକଙ୍କୁ ଦେଲା ଟିକେଟ, ଜାଣନ୍ତୁ ସେ କିଏ ?

ଭୁବନେଶ୍ବର: ବିଜେଡି ବିଭିନ୍ନ ସମୟରେ ମାଷ୍ଟର ଷ୍ଟ୍ରୋକ ମାରିବାରେ ଧୂରନ୍ଦର। କେତେବେଳେ କଣ ନିଷ୍ପତି ନେବେ ତାହା ଜାଣିବା ସହଜ ନୁହେଁ। ସେହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ ବିଜେଡି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିଷ୍ପତି କରି ସମସ୍ତଙ୍କୁ ଚକିତ କରିଦେଇଛି। ଯେପରି ଅଭିନେତ୍ରୀ ବର୍ଷାଙ୍କୁ ବଡଚଣାରେ ପ୍ରାର୍ଥୀ କରିବା ହେଉ କିମ୍ବା ବହୁ ବିଧାୟକଙ୍କ ଟିକେଟ କାଟିବା ହେଉ। ଏ ସବୁ ଦଳ ବେଶ ଗୋଟି ଚାଳନା କରି ସଫଳ ହୋଇପାରିଛି।

ସେହିପରି ଦଳ ଗତକାଲି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଜଣେ ସାମ୍ବାଦିକଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିଛି। ସେ ହେଉଛନ୍ତି ଭୋଗରେଇ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଗୌତମ ବୁଦ୍ଧ ଦାସ। ସେ ହେଉଛନ୍ତି ସମ୍ବାଦ ର ଜଣେ ସାମ୍ବାଦିକ। ବହୁ ବର୍ଷ ଧରି ସେ ସାମ୍ବାଦିକତା କରିବା ପରେ ଦୁଇ ବର୍ଷ ତଳେ ବିଜେଡିରେ ଯୋଗ ଦେଇଛନ୍ତି। ଏହାପରେ ବିଜେଡି ତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛି। ବର୍ତ୍ତମାନ ତାଙ୍କୁ ବିଜେଡି ଟିକେଟ ଦେଇଛି।

ଭୋଗରେଇରେ ଦଳ 4ଥର ବିଧାୟକ ଥିବା ଅନନ୍ତ ଦାସଙ୍କ ଟିକେଟ କାଟି ଦେଇଛି। ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କୁ ଦଳ ଏଥର ଟିକେଟ ଦେବ ନାହିଁ ବୋଲି ପୂର୍ବରୁ ଜଣାଥିଲା। ହେଲେ ସେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରାଇବା ପାଇଁ ନବୀନ ନିବାସ ଆସି କଥାବାର୍ତ୍ତା କରିଥିଲେ। ହେଲେ ଶେଷରେ ତାଙ୍କ କଥା ରହି ନ ଥିଲା। ଦଳ ନୂଆ ପ୍ରାର୍ଥୀ ହିସାବରେ ଗୌତମ ବୁଦ୍ଧ ଦାସଙ୍କ ଉପରେ ଭରସା କରିଛି।

Categories
ଆଜିର ଖବର ରାଜ୍ୟ ଖବର

ସୁସ୍ଥ ହୋଇ ଘରକୁ ଫେରିଲେ ବିଧାୟକ ଅନନ୍ତ ଦାସ, ସମସ୍ତଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ବିଜେଡି ବିଧାୟକ ଅନନ୍ତ ଦାସ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିବା ପ୍ରଶଂସକଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ଅନନ୍ତ ଦାସ ଅସୁସ୍ଥତା ହୋଇ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଡାକ୍ତର ଟିମଙ୍କ ଚିକିତ୍ସା ସଫଳ ହୋଇଛି। ସେ ନିଜ ଭୁବନେଶ୍ୱର ବାସଭବନକୁ ଭଲ ହୋଇ ଫେରିଛନ୍ତି। ତେବେ କିଛି ଦିନ ବିଶ୍ରାମ ନେବାକୁ ହସ୍ପିଟାଲ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଛି।