Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା
ଆଜିର ଖବର

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଏବେ କ୍ୟାମେରା ଓ ଟ୍ରାଫିକ୍‌ ପୁଲିସ ଜରିଆରେ ଇ-ଚାଲାଣ କଟାଯାଉଛି। ଏହାର ସୂଚନା ପଞ୍ଜୀକୃତ ମୋବାଇଲ୍‌ ନମ୍ବରକୁ ମେସେଜ୍‌ ମାଧ୍ୟମରେ ମିଳିଥାଏ। ତେବେ ଏହି ବ୍ୟବସ୍ଥାକୁ ଢାଲ କରି ଏବେ ସାଇବର ଠକମାନେ ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନକଲି ଇ-ଚାଲାଣ ମେସେଜ୍‌ ପଠାଇ ଲୋକଙ୍କୁ ଭୟଭୀତ କରିବା ସହ ଲିଙ୍କ୍‌ରେ କ୍ଲିକ୍‌ କରାଇ ବ୍ୟାଙ୍କ ତଥ୍ୟ ହାତେଇବାକୁ ଉଦ୍ୟମ କରୁଛନ୍ତି ଠକ।

ଠକମାନେ ମୋବାଇଲ୍‌କୁ ଏକ ମେସେଜ୍‌ ପଠାଉଛନ୍ତି। ଏଥିରେ ଗାଡ଼ିରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ହୋଇଥିବା ଏବଂ ଇ-ଚାଲାଣ କଟାଯାଇଥିବା ଦର୍ଶାଯାଉଛି। ଜରିମାନା ତୁରନ୍ତ ପୈଠ ନକଲେ ଗାଡ଼ି ଜବତ ହୋଇପାରେ ବୋଲି ମଧ୍ୟ ଭୟ ଦେଖାଯାଉଛି। ଏହା ସହ ମେସେଜ୍‌ରେ ଏକ ସନ୍ଦେହଜନକ ଲିଙ୍କ୍‌ ଦିଆଯାଇ ତୁରନ୍ତ ପେମେଣ୍ଟ କରିବାକୁ କୁହାଯାଉଛି।

ଭୟରେ ଲୋକେ ଲିଙ୍କ୍‌ରେ କ୍ଲିକ୍‌ କଲେ ସେମାନଙ୍କୁ ନକଲି ୱେବ୍‌ସାଇଟ୍‌କୁ ନିଆଯାଉଛି। ସେଠାରେ ବ୍ୟାଙ୍କ ଆକାଉଣ୍ଟ୍‌, କାର୍ଡ ବିବରଣୀ, OTP ଭଳି ସମ୍ବେଦନଶୀଳ ତଥ୍ୟ ମଗାଯାଇପାରେ। ଏହି ତଥ୍ୟ ହାତେଇବା ପରେ ଠକମାନେ ଅନଲାଇନ୍‌ କାରବାର କରି ଖାତାରୁ ଟଙ୍କା ଲୁଟି ନେଇପାରନ୍ତି।

ଅଜଣା ନମ୍ବରରୁ ଆସୁଥିବା ଇ-ଚାଲାଣ ସମ୍ପର୍କିତ ମେସେଜ୍‌କୁ ନେଇ ସତର୍କ ରୁହନ୍ତୁ। ମେସେଜ୍‌ରେ ଥିବା ଅଜଣା ଲିଙ୍କ୍‌ରେ କେବେ ମଧ୍ୟ କ୍ଲିକ୍‌ କରନ୍ତୁ ନାହିଁ। ଜରିମାନା ପୈଠ କରିବା ପୂର୍ବରୁ ଚାଲାଣ ପ୍ରକୃତରେ ଜାରି ହୋଇଛି କି ନାହିଁ, ନିଜେ ଯାଞ୍ଚ କରନ୍ତୁ। କୌଣସି ଅଜଣା ୱେବ୍‌ସାଇଟ୍‌ରେ ବ୍ୟାଙ୍କ ତଥ୍ୟ, କାର୍ଡ ନମ୍ବର କିମ୍ବା OTP ଦିଅନ୍ତୁ ନାହିଁ।

ଇ-ଚାଲାଣ ସମ୍ପର୍କିତ ସୂଚନା ପାଇଁ କେବଳ ସରକାରୀ ପୋର୍ଟାଲ୍‌ ବ୍ୟବହାର କରିବା ନିରାପଦ। ନିଜ ଗାଡ଼ିର ଚାଲାଣ ଥିଲେ ଅଧିକୃତ ଇ-ଚାଲାଣ ପୋର୍ଟାଲ୍‌ରେ ଗାଡ଼ି ନମ୍ବର କିମ୍ବା ଆବଶ୍ୟକ ବିବରଣୀ ଦେଇ ଯାଞ୍ଚ କରନ୍ତୁ। ମେସେଜ୍‌ରେ ଆସିଥିବା ଲିଙ୍କ୍‌ ବଦଳରେ ନିଜେ ସରକାରୀ ୱେବ୍‌ସାଇଟ୍‌ ଖୋଲିବାକୁ ପ୍ରାଥମିକତା ଦିଅନ୍ତୁ। ସର୍ବଦା କେବଳ ସରକାରୀ ୱେବସାଇଟ୍ https://echallan.parivahan.gov.in/index/Accused-challan ରେ ଆପଣଙ୍କର ଇ-ଚାଲାଣ ଯାଞ୍ଚ କରନ୍ତୁ ଏବଂ ସେଠାରୁ ପେମେଣ୍ଟ କରନ୍ତୁ। ଏହାକୁ ସବୁଠାରୁ ସୁରକ୍ଷିତ ପଦ୍ଧତି ବୋଲି ବିବେଚନା କରାଯାଏ।

ସାଇବର ଠକେଇରୁ ବଞ୍ଚିବା ପାଇଁ ସତର୍କତା ହିଁ ସବୁଠାରୁ ବଡ଼ ସୁରକ୍ଷା। ତେଣୁ ଇ-ଚାଲାଣ ନାଁରେ ଆସୁଥିବା କୌଣସି ଅଜଣା ମେସେଜ୍‌ କିମ୍ବା ଲିଙ୍କ୍‌ରେ ତୁରନ୍ତ ବିଶ୍ୱାସ ନକରି ପ୍ରଥମେ ଏହାର ସତ୍ୟତା ଯାଞ୍ଚ କରନ୍ତୁ।

ନକଲି ଇ-ଚାଲାଣ ସରକାରୀ ପୋର୍ଟାଲ୍‌ ସାଇବର ଠକେଇ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.