Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନୁଗୁଳ ଜିଲ୍ଲାର ସିଙ୍ଗାରେନି କୋଲିୟାରୀ ନୟନୀ କୋଇଲା ଖଣିକୁ ଉଦଘାଟନ କଲେ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥ ଓ ଶକ୍ତି ମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ମାଲ୍ଲୁ ଆଜି ଆଭାସୀ ମାଧ୍ୟମରେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଥିବା ସିଙ୍ଗାରେନୀ କୋଲିୟାରୀ ନୟନୀ କୋଇଲା ଖଣିର ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଲ୍ଲୁ କହିଛନ୍ତି, ପ୍ରଥମ ଥର ପାଇଁ ସିଙ୍ଗାରେନି କୋଲିୟାରିଜ୍‌ କମ୍ପାନୀ ଲିମିଟେଡ୍‌ (ଏସସିସିଏଲ) ଅନ୍ୟ ଏକ ରାଜ୍ୟରେ ଖଣି ଖନନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏହା ସଂସ୍ଥା ପାଇଁ ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ କରିଛି। ଓଡ଼ିଶାରେ ନୟନୀ ଖଣି କାର୍ଯ୍ୟକ୍ଷମ ହେବା ପରେ ଏସସିସିଏଲର ବିଶ୍ୱସ୍ତରୀୟ ବିସ୍ତାର ପାଇଁ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଏହା ସିଙ୍ଗାରେନି ଏବଂ ତେଲଙ୍ଗାନା ପାଇଁ ଖୁସିର ବିଷୟ।

ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏବଂ ଅନ୍ୟ ଜନପ୍ରତିନିଧିମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଗତବର୍ଷ ଜୁଲାଇ ମାସରେ ତାଙ୍କର ଓଡ଼ିଶା ଗସ୍ତ ବିଷୟରେ ସ୍ମରଣ କରି ସେ କହିଛନ୍ତି, ଅନୁଗୁଳ ଅଞ୍ଚଳର ବିକାଶ ସିଙ୍ଗାରେନି କମ୍ପାନୀ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ। ତେଲଙ୍ଗାନା ସରକାରଙ୍କ ଏକ ଉଦ୍ୟୋଗ ଭାବେ ସିଙ୍ଗାରେନି ସଂସ୍ଥା କେବଳ ବାଣିଜ୍ୟିକ ନୁହେଁ ବରଂ ସାମାଜିକ ଉତ୍ତରଦାୟିତ୍ୱ ସହ କାମ କରିବ। କମ୍ପାନୀ ଦ୍ୱାରା ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ହାତକୁ ନିଆଯିବ।

ଅନୁଗୁଳ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ସେ ନୟନୀ ନିକଟରେ ଗୋଟିଏ ୧୬୦୦ ମେଗାୱାଟ୍‌ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ବିଷୟରେ ଘୋଷଣା କରିଥିଲେ। ଜମି ଅଧିଗ୍ରହଣ ପାଇଁ ସେ ଓଡ଼ିଶା ସରକାରଙ୍କ ସହଯୋଗ କାମନା କରିଥିଲେ। ପ୍ରଥମ ଥର ପାଇଁ ଅନ୍ୟ ରାଜ୍ୟରେ ଏକ କୋଇଲା ଖଣି ଖନନ ଆରମ୍ଭ କରିବାକୁ ଯାଉଥିବାରୁ ସିଙ୍ଗାରେନି ଏହି ଖଣିକୁ ଏକ ଆଦର୍ଶ ଖଣି ରୂପେ ପ୍ରତିଷ୍ଠା କରିବ ବୋଲି ସେ ଜୋର ଦେଇ କହିଥିଲେ।

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ନୟନୀ କୋଇଲା ଖଣି ଠାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଖଣି ପାଇଁ ପୂର୍ଣ୍ଣ ସହଯୋଗ ନିମନ୍ତେ ଆଶ୍ୱାସନା ଦେଇଥିଲେ। ଅନୁଗୁଳର ସାମଗ୍ରିକ ବିକାଶ ପାଇଁ କମ୍ପାନୀ ଆଗେଇ ଆସିବାକୁ ସେ ନିବେଦନ କରିଥିଲେ। ଏଡି ଅବସରରେ ତେଲଙ୍ଗାନା ସରକାର ଏବଂ ସିଙ୍ଗାରେନି କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅନୁଗୁଳରେ କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା: ୬ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟ ଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଫଟୋ ଖବର

ଗବେଷକ ତଥା ପାଠକଙ୍କୁ ଆକୃଷ୍ଟ କରିବା ପାଇଁ ଅନୁଗୁଳ ଜିଲ୍ଲାରେ ନିର୍ମାଣ ଚାଲିଛି ଜିଲ୍ଲା ସଂଗ୍ରହାଳୟ

ଗବେଷକ ତଥା ପାଠକଙ୍କୁ ଆକୃଷ୍ଟ କରିବା ପାଇଁ ଅନୁଗୁଳ ଜିଲ୍ଲାରେ ନିର୍ମାଣ ଚାଲିଛି ଜିଲ୍ଲା ସଂଗ୍ରହାଳୟଏବଂ ପାଠାଗାର

Categories
ଫଟୋ ଖବର

ସଡକ ସୁରକ୍ଷା ଦିବସ ଉପଲକ୍ଷେ ଅନୁଗୁଳ ଜିଲ୍ଲା ଆରଟିଓ ତରଫରୁ ବାହାରିଲା ସଚେତନତା ରଥ

ସଡକ ସୁରକ୍ଷା ଦିବସ ଉପଲକ୍ଷେ ଅନୁଗୁଳ ଜିଲ୍ଲା ଆରଟିଓ ତରଫରୁ ବାହାରିଲା ସଚେତନତା ରଥ

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ, ଆସନ୍ତା ୯ ତାରିଖ ଠାରୁ ହେବ କୁମ୍ଭୀର ଗଣନା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୩/୧: ଆଜିଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ପକ୍ଷୀ ଗଣନା କାମରେ ୨୫ଟି ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିବା ବେଳେ ସେମାନଙ୍କୁ ୧୦୦୦ରୁ ଅଧିକ ସଦସ୍ୟ ସହଯୋଗ କରୁଛନ୍ତି। ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ କେବଳ ୧୦ଟି ଟିମ ନିୟୋଜିତ ହୋଇଥିବା ବେଳେ ମହାନଦୀର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ପକ୍ଷୀମାନଙ୍କର ଗଣନା ଜାରି ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ପକ୍ଷୀଗଣନା ଜାରି ରହିଛି। ଆଜି କେବଳ ପକ୍ଷୀଗଣନା ଚାଲିଥିବା ବେଳେ ଚଳିତ ମାସ ୯ ତାରିଖ ଠାରୁ ୧୧ତାରିଖ ଯାଏଁ କୁମ୍ଭୀର ଗଣନା ଆରମ୍ଭ ହେବ।