Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁଗୁଳ ଜିଲ୍ଲାର ସିଙ୍ଗାରେନି କୋଲିୟାରୀ ନୟନୀ କୋଇଲା ଖଣିକୁ ଉଦଘାଟନ କଲେ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ
ଆଜିର ଖବର

ଅନୁଗୁଳ ଜିଲ୍ଲାର ସିଙ୍ଗାରେନି କୋଲିୟାରୀ ନୟନୀ କୋଇଲା ଖଣିକୁ ଉଦଘାଟନ କଲେ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ

April 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥ ଓ ଶକ୍ତି ମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ମାଲ୍ଲୁ ଆଜି ଆଭାସୀ ମାଧ୍ୟମରେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଥିବା ସିଙ୍ଗାରେନୀ କୋଲିୟାରୀ ନୟନୀ କୋଇଲା ଖଣିର ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଲ୍ଲୁ କହିଛନ୍ତି, ପ୍ରଥମ ଥର ପାଇଁ ସିଙ୍ଗାରେନି କୋଲିୟାରିଜ୍‌ କମ୍ପାନୀ ଲିମିଟେଡ୍‌ (ଏସସିସିଏଲ) ଅନ୍ୟ ଏକ ରାଜ୍ୟରେ ଖଣି ଖନନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏହା ସଂସ୍ଥା ପାଇଁ ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ କରିଛି। ଓଡ଼ିଶାରେ ନୟନୀ ଖଣି କାର୍ଯ୍ୟକ୍ଷମ ହେବା ପରେ ଏସସିସିଏଲର ବିଶ୍ୱସ୍ତରୀୟ ବିସ୍ତାର ପାଇଁ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ଏହା ସିଙ୍ଗାରେନି ଏବଂ ତେଲଙ୍ଗାନା ପାଇଁ ଖୁସିର ବିଷୟ।

ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏବଂ ଅନ୍ୟ ଜନପ୍ରତିନିଧିମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଗତବର୍ଷ ଜୁଲାଇ ମାସରେ ତାଙ୍କର ଓଡ଼ିଶା ଗସ୍ତ ବିଷୟରେ ସ୍ମରଣ କରି ସେ କହିଛନ୍ତି, ଅନୁଗୁଳ ଅଞ୍ଚଳର ବିକାଶ ସିଙ୍ଗାରେନି କମ୍ପାନୀ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ। ତେଲଙ୍ଗାନା ସରକାରଙ୍କ ଏକ ଉଦ୍ୟୋଗ ଭାବେ ସିଙ୍ଗାରେନି ସଂସ୍ଥା କେବଳ ବାଣିଜ୍ୟିକ ନୁହେଁ ବରଂ ସାମାଜିକ ଉତ୍ତରଦାୟିତ୍ୱ ସହ କାମ କରିବ। କମ୍ପାନୀ ଦ୍ୱାରା ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ହାତକୁ ନିଆଯିବ।

ଅନୁଗୁଳ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ସେ ନୟନୀ ନିକଟରେ ଗୋଟିଏ ୧୬୦୦ ମେଗାୱାଟ୍‌ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ବିଷୟରେ ଘୋଷଣା କରିଥିଲେ। ଜମି ଅଧିଗ୍ରହଣ ପାଇଁ ସେ ଓଡ଼ିଶା ସରକାରଙ୍କ ସହଯୋଗ କାମନା କରିଥିଲେ। ପ୍ରଥମ ଥର ପାଇଁ ଅନ୍ୟ ରାଜ୍ୟରେ ଏକ କୋଇଲା ଖଣି ଖନନ ଆରମ୍ଭ କରିବାକୁ ଯାଉଥିବାରୁ ସିଙ୍ଗାରେନି ଏହି ଖଣିକୁ ଏକ ଆଦର୍ଶ ଖଣି ରୂପେ ପ୍ରତିଷ୍ଠା କରିବ ବୋଲି ସେ ଜୋର ଦେଇ କହିଥିଲେ।

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ନୟନୀ କୋଇଲା ଖଣି ଠାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଖଣି ପାଇଁ ପୂର୍ଣ୍ଣ ସହଯୋଗ ନିମନ୍ତେ ଆଶ୍ୱାସନା ଦେଇଥିଲେ। ଅନୁଗୁଳର ସାମଗ୍ରିକ ବିକାଶ ପାଇଁ କମ୍ପାନୀ ଆଗେଇ ଆସିବାକୁ ସେ ନିବେଦନ କରିଥିଲେ। ଏଡି ଅବସରରେ ତେଲଙ୍ଗାନା ସରକାର ଏବଂ ସିଙ୍ଗାରେନି କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନୁଗୁଳ ଜିଲ୍ଲା କୋଇଲା ଖଣି
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.