ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲିଙ୍କ ନୂତନ ଇନିଂସ ଆରମ୍ଭ ହୋଇଛି। ଆଜି ସେ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପତ୍ନୀ ଅନୁଷ୍କା ଶର୍ମା ଅପରାହ୍ନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବାପା ହେବା ପରେ ଖୁସିରେ ସାମାଜିକ ଗଣମାଧ୍ୟମରେ ଏନେଇ ବିରାଟ ସୂଚନା ଦେଇଛନ୍ତି। ତେବେ କୋହିଲିଙ୍କ ଏହି ସୂଚନା ପରେ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।
