Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ବରକୁ ମିଳିଲା ଭୀଷ୍ମ କ୍ୟୁବ୍ସ: ବିପର୍ଯ୍ୟୟ ସ୍ଥଳରେ ଗୋଟିଏ ସେଟ୍ ଦେବ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା
ଆଜିର ଖବର

ଏମ୍ସ ଭୁବନେଶ୍ବରକୁ ମିଳିଲା ଭୀଷ୍ମ କ୍ୟୁବ୍ସ: ବିପର୍ଯ୍ୟୟ ସ୍ଥଳରେ ଗୋଟିଏ ସେଟ୍ ଦେବ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା

July 24, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା ଓ ମାନବବାଦର ଅଦ୍ଭୁତ ସଂଗମ ତଥା ବିପର୍ଯ୍ୟୟ ସ୍ଥଳରେ ଜୀବନ ରକ୍ଷା ନିମିତ୍ତ ଏକ ଅଭିନବ ଭାରତୀୟ ଉଦ୍ଭାବନ ଭୀଷ୍ମ କ୍ୟୁବ୍ସ। ବିପର୍ଯ୍ୟୟ ସମୟରେ ତ୍ବରିତ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସ ଭୁବନେଶ୍ବରକୁ ତିନି ସେଟ୍ ଭୀଷ୍ମ କ୍ୟୁବ୍ସ ପ୍ରଦାନ କରାଯାଇଛି, ଯାହାକି ରାଜ୍ୟରେ ପ୍ରଥମ। ଓଡ଼ିଶା ତଥା ସମ୍ପୂର୍ଣ୍ଣ ଦେଶରେ ବିପର୍ଯ୍ୟୟ ଏବଂ ଏହା ପରବର୍ତ୍ତୀ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସୁଦୃଢ଼ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ, ପ୍ରତିରକ୍ଷା ମନ୍ତ୍ରଣାଳୟର ବୈଷୟିକ ବିଶେଷଜ୍ଞତା ସହିତ ଜାତୀୟ ସୁରକ୍ଷା ପରିଷଦ ଦ୍ୱାରା ବିକଶିତ ଆରୋଗ୍ୟ ମୈତ୍ରୀ ପ୍ରକଳ୍ପ ଅଧୀନରେ ଏକ ଅତ୍ୟାଧୁନିକ ଉଦ୍ଭାବନ ହେଉଛଇ ଭୀଷ୍ମ କ୍ୟୁବ୍ସ। ଏହି ମଡ୍ୟୁଲାର୍, ମୋବାଇଲ୍ ମେଡିକାଲ୍ କିଟ୍ ବିପର୍ଯ୍ୟୟ ସ୍ଥଳରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନ କରିବାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି।

ଏହା କେବଳ ଏକ ଚିକିତ୍ସା କିଟ୍ ନୁହେଁ, ବରଂ ଭାରତରେ ସ୍ୱାସ୍ଥ୍ୟ ପଦକ୍ଷେପର ଏକ ସଂକ୍ଷିପ୍ତ ରୂପ। ଏହି ବ୍ୟବସ୍ଥାର ଗୋଟିଏ ସେଟ୍ ଏକକାଳୀନ ବିପର୍ଯ୍ୟୟ ସ୍ଥଳରେ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା ଯୋଗାଇପାରିବ। ଯାହାକି ଉଦ୍ଧାରକାରୀ ଦଳଙ୍କ ଅପେକ୍ଷା ଯଥେଷ୍ଟ ସ୍ବଳ୍ପ ସମୟ ଏବଂ ପରିଶ୍ରମରେ ସମ୍ଭବ ହୋଇପାରିବ। ବିପର୍ଯ୍ୟୟ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ଲାଗୁଥିବା ସମୟ ଅବଧିକୁ ଅତ୍ୟନ୍ତ ସଂକ୍ଷିପ୍ତ କରିବା ସହିତ ଶତାଧିକ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିବ ଭୀଷ୍ମ କ୍ୟୁବ୍ସ। ଏମ୍ସ ଭୁବନେଶ୍ବରକୁ ଏଥିରୁ ତିନିଟି ସେଟ୍ ପ୍ରଦାନ, ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଜରୁରୀକାଳୀନ ପରିସ୍ଥିତି ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ଅଧିକ ସଂଗଠିତ କରିପାରିବାନେଇ ମତବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଉଲ୍ଲେଖଯୋଗ୍ୟଯେ ଅତୀତରେ ବାଲେଶ୍ବରରେ ଘଟିଥିବା ଭୟାବହ ଟ୍ରେନ୍ ଦୁର୍ଘଟଣା ପରବର୍ତ୍ତୀ ସମୟରେ ଏମ୍ସ ଭୁବନେଶ୍ବର ଶବ ପରିଚାଳନା କ୍ଷେତ୍ରରେ ବେଶ୍ ପ୍ରଶଂସା ଅର୍ଜନ କରିଥିଲା।

ଭୀଷ୍ମ କ୍ୟୁବ୍ର ଗୋଟିଏ ସେଟ୍ ରେ ୩୩୮ଟି ଅତ୍ୟାବଶ୍ୟକୀୟ ମେଡିକାଲ୍ ସାମଗ୍ରୀ ରହିଛି, ଯେଉଁଥିରେ ଆୟୁର୍ବେଦିକ ଔଷଧ, ଶଲ୍ୟ ଚିକିତ୍ସା ଉପକରଣ ଏବଂ ପୋର୍ଟେବଲ୍ ଡାଇଗ୍ନୋଷ୍ଟିକ୍ ଡିଭାଇସ୍ ମଧ୍ୟ ଅନ୍ତର୍ଭୁକ୍ତ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ସ୍ୱତନ୍ତ୍ର ଦଳ ଏମ୍ସ ଭୁବନେଶ୍ୱରରେ ଡାକ୍ତର, ନର୍ସ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳ ସମେତ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ଏକ ବ୍ୟାପକ ତାଲିମ ଏବଂ ପ୍ରଦର୍ଶନ ଅଧିବେଶନ ଆୟୋଜିତ କରିଥିଲେ।

ପ୍ରତ୍ୟେକ ଭୀଷ୍ମ କ୍ୟୁବ୍, ୬୬ ଟି ହାଲୁକା ଆଲୁମିନିୟମ୍ ମଡ୍ୟୁଲ୍ (ପ୍ରତ୍ୟେକ ୨୦ କିଲୋଗ୍ରାମରୁ କମ୍) ସଂଯୋଜନାରେ ସତର୍କତାର ସହ ଡିଜାଇନ୍ କରାଯାଇଛି, ଏହାକୁ କେବଳ କିଛି ଘଣ୍ଟା ମଧ୍ୟରେ ସହଜରେ ଯେକୌଣସି ମାର୍ଗ(ଜଳ,ସ୍ଥଳ କିମ୍ବା ଆକାଶ)ରେ ପରିବହନ ଏବଂ ସ୍ଥାପନ କରାଯାଇପାରିବ। ଏହା ପାରମ୍ପରିକ ସେଟଅପ୍ ସମୟ ତୁଳନାରେ ଯଥେଷ୍ଟ କମ୍ ସମୟ ନେବ। କ୍ୟୁବ୍ଗୁଡ଼ିକରେ ଉନ୍ନତ ଟ୍ରମା ଲାଇଫ୍ ସପୋର୍ଟ ଉପକରଣ, ପୋର୍ଟେବଲ୍ ଏକ୍ସ-ରେ ଏବଂ ଅଲ୍ଟ୍ରାସାଉଣ୍ଡ ମେସିନ୍, ରେଫ୍ରିଜରେସନ୍ ବ୍ୟବସ୍ଥା, ଜେନେରେଟର-ଚାଳିତ ୱାର୍କଷ୍ଟେସନ୍, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ ଏବଂ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅପରେସନ୍ ଥିଏଟର୍ ସେଟ୍ଅପ୍ ମଧ୍ୟ ଅନ୍ତର୍ଭୁକ୍ତ।

ବିପର୍ଯ୍ୟୟ କ୍ଷେତ୍ରରେ, ସମୟ ହେଉଛି ଜୀବନ। ଭୀଷ୍ମ କ୍ୟୁବ୍ ଉଦ୍ଧାର ଏବଂ ଚିକିତ୍ସା ମଧ୍ୟରେ ଥିବା ସମୟ ବ୍ୟବଧାନକୁ ପୂରଣ କରେ, ଶେଷ ମାଇଲ୍ ଚିକିତ୍ସା ସହାୟତା ସୁନିଶ୍ଚିତ କରେ ବୋଲି ଭୀଷ୍ମ କ୍ୟୁବ୍ର ମୁଖ୍ୟ ଉଦ୍ଭାବକ ଏବଂ ଡିଜାଇନର୍ ତଥା ଭାରତୀୟ ସଶସ୍ତ୍ର ବାହିନୀର ପୂର୍ବତନ ମୁଖ୍ୟ ସର୍ଜନ, ଏୟାର ଭାଇସ୍ ମାର୍ଶାଲ୍ (ଅବସରପ୍ରାପ୍ତ ପ୍ରଫେସର) ଡ. ତନ୍ମୟ ରାୟ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଡିନ୍ ଡ. ପି. ଆର. ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ଏମ୍ଏସ୍ ଡ. ଦିଲ୍ଲୀପ କୁମାର ପରିଡା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ଜରୁରୀ ବିଭାଗ ମୁଖ୍ୟ ଡ. ଚିତ୍ତରଞ୍ଜନ ମହାନ୍ତି, ଡ. ଉପେନ୍ଦ୍ର କୁମାର ହାଂସଦା, ଡ. ଜୟନ୍ତ କୁମାର ମିତ୍ର, ଏନଡିଆରଏଫ, ଓଏସ୍ଡିଏମଏ ଅଧିକାରୀ ପ୍ରମୁଖ ସାମିଲ ଥିଲେ।

ଭାରତୀୟ ସେନା ଏବଂ ବାୟୁସେନା ଦ୍ୱାରା ସମୁଦ୍ରପତନରୁ ଯଥେଷ୍ଟ ଉଚ୍ଚତା ଅଞ୍ଚଳରେ କାର୍ଯ୍ୟକ୍ଷମ, ଭୀଷ୍ମ କ୍ୟୁବ୍ସ ଶ୍ରୀଲଙ୍କା, ୟୁକ୍ରେନ ଏବଂ ମିଆଁମାରରେ ନିୟୋଜିତ ହୋଇ ଆନ୍ତର୍ଜାତୀୟ ସ୍ୱୀକୃତି ମଧ୍ୟ ହାସଲ କରିଛି।

ଏମ୍ସ ଭୁବନେଶ୍ବର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026
Latest News

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.