Categories
ଆଜିର ଖବର ରାଜ୍ୟ ଖବର

ଅବକାରୀ ସବ ଇନସ୍ପେକ୍ଟର ଚାକିରୀ ପାଇଁ ବାହାରିଲା ବିଜ୍ଞପ୍ତି, ଶିକ୍ଷାଗତ ଯୋଗ୍ୟତା ବିଏ ପାଶ୍

ଭୁବନେଶ୍ବର: ଆଜି ଓଡିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ତରଫରୁ ଅବକାରୀ ସବ ଇନସ୍ପେକ୍ଟର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ରାଜ୍ୟରେ ଖାଲିଥିବା 87ଟି ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିରେ ଅଣସଂରକ୍ଷିତ ରହିଛି 46ଟି, ଏସଇବିସି ପାଇଁ 15ଟି., ଏସ ପାଇଁ 11 ଟି, ଏସଟି ପାଇଁ 15ଟି , ଇଏସଏମ ପାଇଁ 03 ଟି ପଦବୀ ପାଇଁ ଖାଲି ଅଛି।

ତେବେ ଯେଉଁମାନେ ଆବେଦନ କରିବେ ସେମାନଙ୍କର ବୟସ ଆସନ୍ତା ଜାନୁୟାରୀ 1 ତାରିଖକୁ 21 ବର୍ଷରୁ 32 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ହେଲେ ବିଶେଷ କ୍ଷେତ୍ରରେ ଏହି ବୟସ ସୀମା କୋହଳ କରାଯିବ। ସେହିପରି ପ୍ରାର୍ଥୀଙ୍କ ଯୋଗ୍ୟତା ଗ୍ରାଜୁଏସନ ରଖାଯାଇଛି। ଏଥିସହିତ ଏମଇ କିମ୍ବା ହାଇସ୍କୁଲ ସ୍ତରରେ ସେ ଓଡିଆ ଭାଷା ନେଇଥିବାର ଆବଶ୍ୟକ। ତେବେ ଏହି ନିଯୁକ୍ତି ପାଇଁ ଖୁବ ଶିଘ୍ର ଅନ ଲାଇନରେ ଆବେଦନ ପତ୍ର ପ୍ରକାଶିତ ହେବ। ତେବେ ଏ ସଂପର୍କରେ ବିସ୍ତୁତ ତଥ୍ୟ ଜାଣିବା ପାଇଁ ଏହାକୁ କ୍ଲିକ କରନ୍ତୁ www.ossc.gov.in