ଭଦ୍ରକ: ପୂର୍ବ ଶତ୍ରୁତାରୁ ଗତ ରାତିରେ କିଛି ଯୁବକ ଜଣେ ଯୁବକଙ୍କୁ ଘରୁ ଟାଣି ନେଇ ମାଡ ମାରି ଗାଁ ଦାଣ୍ଡରେ ବୁଲାଇଲେ। ମାଡ ମାରିବା ସହ ଲଣ୍ଡା କରି ଜୋତାମାଳ ପିନ୍ଧାଇ ଯୁବକଙ୍କୁ ଗାଁ ବୁଲାଇଥିଲେ। ମାଡ ସହି ନପାରି ଯୁବକ ଜଣକ ଯେତେବେଳେ ପାଣି ମାଗିଥିଲେ ପିଇବାକୁ ତାଙ୍କୁ ପାଣି ବଦଳରେ ପରିସ୍ରା ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏନେଇ କାଲି ଥାନାରେ ଅଭିଯୋଗ କରିଛନ୍ତି ଯୁବକଙ୍କ ପତ୍ନୀ।
ଏପରି ଏକ ଅମାନବୀୟ କାଣ୍ଡ ଭଦ୍ରକ ତିହିଡି ଥାନା ବାଉଁଶବାଗ ଗ୍ରାମରେ ଘଟିଥିବାର ସୂଚନା ରହିଛି। ତେବେ ଏଭଳି ଅମାନବୀୟ କାଣ୍ଡ କାଲି ରାତ୍ରିଠାରୁ ଘଟିଥିବାବେଳେ ଏହି ଘଟଣାର ପୋଲିସ୍ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ସୋସିଆଲ ମିଡିଆରେ ଏହି ମାନବୀୟ କାଣ୍ଡର ଭିଡିଓ ଭାଇରାଲ୍ ହେବା ପରେ ଭଦ୍ରକ ଜିଲ୍ଲାପାଳ ଘଟଣାର ତଦନ୍ତ ନିମେନ୍ତ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।