Categories
ଆଜିର ଖବର

ଏମସରେ ଭର୍ତ୍ତି ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟିଲ୍, ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି

ଆଜି ନୂଆଦିଲ୍ଲୀସ୍ଥିତ ଏଏମଏସ ରେ ଭର୍ତ୍ତି ହୋଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ଅର୍ଥମନ୍ତ୍ରୀ ଅରୁଣ ଜେଟିଲ୍। ସେ ପୂର୍ବରୁ ଅସୁସ୍ଥ ରହୁଥିବାରୁ ତାଙ୍କୁ ଆଜି ସକାଳେ ଏଏମଏସକୁ ଆଣାଯାଇଥିଲା। ଡାକ୍ତରମାନେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଆଇୟୁସ କୁ ନିଆଯାଇଥିଲା। ଏହି ଖବର ଜଣାପଡିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ନେତାଙ୍କର ସୁଅ ଛୁଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା, କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ, ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରମୁଖ ହସପିଟାଲ ଯାଇ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଏହାପରେ ଡାକ୍ତରଖାନା ତରଫରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇ କୁହାଗଲା ଯେ, ଜେଟଲୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଜେଟଲୀ ଏଏମଏସରେ ଭର୍ତ୍ତି ହେବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।