ରାୟପୁର: ଛତିଶଗଡର ନାରାୟଣପୁରରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବୋମା ବିସ୍ଫୋରଣ ଯୋଗୁଁ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହ ଅନ୍ୟ ଜଣେ ଯବାନ ଆହତ ହୋଇଥିବା କୁହାଯାଉଛି। ରାସ୍ତା ନିର୍ମାଣର ସୁରକ୍ଷା ପାଇଁ ଆଇଟିବିପି ୫୩ ବାଟାଲିୟନ ଦଳ ବାହାରକୁ ଯାଇଥିଲେ। ଏହି ଦୁର୍ଘଟଣା ସକାଳ ପ୍ରାୟ ୮.୩୦ ସମୟରେ ଘଟିଥିଲା। ଶହୀଦ ଯବାନଙ୍କ ନାମ ରାଜେନ୍ଦ୍ର ସିଂ ଏବଂ ଆହତ ଯବାନଙ୍କ ନାମ ମହେଶ ବୋଲି କୁହାଯାଉଛି। ସୋନପୁର ପୋଲିସ ଷ୍ଟେସନ ଅଞ୍ଚଳର ଢୋଣ୍ଡ୍ରିବେଡା ନିକଟରେ ଏହି ଘଟଣା ଘଟିଛି।
