Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍ଏଫ୍ଆଇରେ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋର ଚତୁର୍ଥ ସଂସ୍କରଣ ଉଦଘାଟିତ

ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ରେ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ (ସିଏମ୍ଓଟି)ର ଚତୁର୍ଥ ସଂସ୍କରଣ ଉଦଘାଟିତ ହୋଇଛି, ଯାହା ପରବର୍ତ୍ତୀ ପିଢ଼ିର ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରୋତ୍ସାହନ ଦେବା ଏବଂ ସଶକ୍ତୀକରଣ କରିବା ଦିଗରେ ଭାରତର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ  ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ସିଏମଓଟି କାର୍ଯ୍ୟକ୍ରମ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ଉଦୀୟମାନ ପ୍ରତିଭାଙ୍କ ପାଇଁ ଦେଶର ଅନ୍ୟତମ ଅଗ୍ରଣୀ ମଞ୍ଚ ଭାବେ ଦ୍ରୁତ ଗତିରେ ସ୍ୱୀକୃତି ଲାଭ କରୁଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ତାଙ୍କ ଉଦଘାଟନୀ ଭାଷଣରେ ଚଳିତ ବର୍ଷ ସିଏମଓଟିର ବ୍ୟାପକ ପରିସର ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ୧୩ଟି ଚଳଚ୍ଚିତ୍ର ନିର୍ମାଣ ଶିଳ୍ପମଧ୍ୟରୁ ୧୦୦ ଜଣ ଦକ୍ଷ ଯୁବ ପ୍ରତିଭାଙ୍କୁ ଚୟନ କରାଯାଇଥିଲା। ଏହା ଗତ ବର୍ଷର ୧୦ଟି ବିଭାଗର ୭୫ ଜଣ ଯୁବ ପ୍ରତିଭାଙ୍କ ଠାରୁ ଅଧିକ। ଚଳିତ ବର୍ଷ ସିଏମଓଟି ଯୁବ ନିର୍ମାତାମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ଏହା ଫିଲ୍ମ ବଜାର ଦିଗରେ ଏକ ପଦକ୍ଷେପ, ଯାହା କି ବିଶ୍ୱସ୍ତରୀୟ ସହଯୋଗ ଏବଂ ଅଭିବୃଦ୍ଧି ପାଇଁ ନୂଆ ଦ୍ୱାର ଖୋଲିବ।

୨୦୨୫ ଫେବୃଆରୀରେ ହେବାକୁ ଥିବା ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ (ୱେଭ୍ସ) ବିଷୟରେ ମଧ୍ୟ ସେ କହିଥିଲେ , ଯାହା ବିଶ୍ୱ ଗଣମାଧ୍ୟମ କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ‘‘ମୁଁ ଆପଣଙ୍କୁ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍ – ସିଜିନ୍ ୧ (ସିଆଇସି)ରେ ନିୟୋଜିତ ହେବାକୁ ଉତ୍ସାହିତ କରୁଛି, ଯାହା ଅଧିକ ଅନ୍ତର୍ଜାତୀୟ ପ୍ରଦର୍ଶନ ପାଇଁ ଏକ ସୁଯୋଗ ମଞ୍ଚ ଭାବେ କାମ କରିବ’’, ସେ କହିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ନୀରଜା ଶେଖର ସିଏମଓଟିର କ୍ରମାଗତ ଅଭିବୃଦ୍ଧି ପାଇଁ ଗର୍ବ ପ୍ରକାଶ କରିଛନ୍ତି। ‘‘ଗତ ୪ ବର୍ଷ ମଧ୍ୟରେ ସିଏମଓଟି ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏକ ଆକାଂକ୍ଷୀ ମଞ୍ଚ ପରିଣତ ହୋଇଛି। ଚଳିତ ବର୍ଷ ଆମେ ୧୩ଟି ଭିନ୍ନ ଭିନ୍ନ ଶିଳ୍ପକୁ ପ୍ରୋତ୍ସାହିତ କରି ଗର୍ବ ଅନୁଭବ କରୁଛୁ, ଯାହା ଏହି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଏବଂ ସୃଜନଶୀଳ କ୍ୟାରିୟର ପାଇଁ ଭାରତର ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ଉତ୍ସାହକୁ ପ୍ରତିଫଳିତ କରୁଛି,” ସେ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସୃଜନଶୀଳ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରେ ଏହି ପଦକ୍ଷେପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇ କହିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅପୂର୍ବ ଚନ୍ଦ୍ରା ସିଏମଓଟିର ମୁଖ୍ୟ ବୈଶିଷ୍ଟ୍ୟ ୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ଆହ୍ୱାନର ମହତ୍ତ୍ୱ ବିଷୟରେ କହିଥିଲେ। ଏହି ଚ୍ୟାଲେଞ୍ଜ କେବଳ ଆପଣଙ୍କର ସୃଜନଶୀଳତା ନୁହେଁ ବରଂ ଏକ ଗୋଷ୍ଠୀ ଭାବରେ ଏକାଠି କାମ କରିବାର ଦକ୍ଷତାକୁ ମଧ୍ୟ ପରୀକ୍ଷା କରେ। ଏହି ଉଦ୍ୟୋଗରେ ସଫଳତାର ଚାବିକାଠି କେବଳ ପ୍ରତିଭା ନୁହେଁ, ବରଂ ଆପଣଙ୍କ ଚିନ୍ତାଧାରାର ବିପଣନ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏସଆରଏଫଟିଆଇ ଏବଂ ଏଫଟିଆଇଆଇ ପରି ଅନୁଷ୍ଠାନ ଗୁଡିକର ବର୍ଦ୍ଧିତ ସ୍ୱୀକୃତି, ଯାହା ଭାରତର ସୃଜନଶୀଳ ପ୍ରତିଭା ଭଣ୍ଡାରକୁ ଆକାର ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ।

ନେଟଫ୍ଲିକ୍ସର ପବ୍ଲିକ ପଲିସିର ନିର୍ଦ୍ଦେଶିକା ମହିମା କୌଲ ସିଏମଓଟିକୁ ନେଟଫ୍ଲିକ୍ସର ସମର୍ଥନ ବ୍ୟକ୍ତ କରି କହିଛନ୍ତି ଯେ ଉଦୀୟମାନ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନେଟଫ୍ଲିକ୍ସର ନିଜସ୍ୱ ପ୍ରତିବଦ୍ଧତା ଏବଂ ଏହି ପଦକ୍ଷେପ ମଧ୍ୟରେ ସମନ୍ୱୟ ରହିଛି। ଭଏସ୍ ବକ୍ସ କାର୍ଯ୍ୟକ୍ରମ ଅଧୀନରେ ସମଗ୍ର ଭାରତରେ ଭଏସ୍ ଓଭର କଳାକାରମାନଙ୍କୁ ପ୍ରଶିକ୍ଷଣ ଦେବାରେ ସିଏମଓଟି ସହିତ ସହଯୋଗ କରି ଆମେ ଗର୍ବ ଅନୁଭବ କରୁଛୁ। ଆମର ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୫୦% ରୁ ଅଧିକ ହେଉଛନ୍ତି ମହିଳା, ଯାହା ବିବିଧ ସ୍ୱରକୁ ସଶକ୍ତ କରିବାର ଆମର ଲକ୍ଷ୍ୟକୁ ପ୍ରତିଫଳିତ କରେ। ଏହାବ୍ୟତୀତ ସିଏମଓଟିର ଶ୍ରେଷ୍ଠ କଳାକାରମାନେ ନେଟଫ୍ଲିକ୍ସର ସ୍ୱତନ୍ତ୍ର ପ୍ରୋଜେକ୍ଟ ଆଜାଦି କି ଅମୃତ କାହାନୀ୍ୟାଁରେ ଯୋଗଦାନ କରିବେ, ଯେଉଁଠାରେ ସେମାନେ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ କାହାଣୀ ବର୍ଣ୍ଣନା କରିବେ ବୋଲି ମହିମା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ର ଅଧ୍ୟକ୍ଷ ତଥା ଜଣାଶୁଣା ଗୀତିକାର ପ୍ରସୂନ ଯୋଶୀ ଗଭୀର ଉଦବୋଧନ ଦେଇ ସମଗ୍ର ଭାରତରେ ସୃଜନଶୀଳ ପ୍ରତିଭାକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ବିଷୟରେ କହିଥିଲେ। ଆମ ଦେଶରେ କାହାଣୀ ଓ ପ୍ରତିଭାର ଅଭାବ ନାହିଁ, କିନ୍ତୁ ଆମକୁ ସୃଜନଶୀଳ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଏହି ସ୍ୱରଗୁଡ଼ିକ ପାଇଁ ଏକ ମଂଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଯଦି ଆମେ କାହାଣୀକୁ କେବଳ ବଡ଼ ସହରରେ ସୀମିତ ରଖିବୁ, ତେବେ ଆମ ଦେଶରେ ଯେଉଁ ଅବିଶ୍ୱସନୀୟ ବିବିଧତା ରହିଛି ତାହାକୁ ଆମେ ଭୁଲି ଯାଉଛୁ । ସିଏମଓଟି ଭାରତର କୋଣ ଅନୁକୋଣରୁ ପ୍ରସ୍ତୁତକାରୀମାନଙ୍କୁ ଏକ ମଞ୍ଚ ଦେଇ ଏହି ବ୍ୟବଧାନକୁ ପୂରଣ କରିବାରେ ସାହାଯ୍ୟ କରେ ବୋଲି ଯୋଶୀ କହିଛନ୍ତି।

ସର୍ଟସ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ତଥା ସିଇଓ କାର୍ଟର ପିଲଚର୍ ଭାରତୀୟ ସିନେମାର ଆଶାଜନକ ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରିଥିଲେ। ହଜାର ହଜାର ଆବେଦନକାରୀଙ୍କ ମଧ୍ୟରୁ ସିଏମଓଟି ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି ଏବଂ ଆଗାମୀ ୪୮ ଘଣ୍ଟା ସେମାନଙ୍କୁ ସହଯୋଗ କରିବା, ଉଦ୍ଭାବନ କରିବା ଏବଂ ଅବିଶ୍ୱସନୀୟ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରେରଣା ଦେବ। ଏହା ଭାରତର ଯୁବଗୋଷ୍ଠୀଙ୍କ ସୃଜନଶୀଳ ସାମର୍ଥ୍ୟର ପ୍ରମାଣ ବୋଲି ପିଲଚର କହିଛନ୍ତି ଏବଂ ଏହି ରୋମାଞ୍ଚକର ଚ୍ୟାଲେଞ୍ଜ ଆରମ୍ଭ କରିବାକୁ ପାଞ୍ଚଟି ଦଳ ପ୍ରସ୍ତୁତ ଅଛନ୍ତି ବୋଲି ଘୋଷଣା କରିଛନ୍ତି।

ଗତ ସଂସ୍କରଣର ସଫଳତାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ବର୍ଷର ୫ ଜଣ ସିଏମ୍ଓଟି ଚାମ୍ପିୟନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପୂର୍ବତନ ପ୍ରତିଯୋଗୀମାନେ ୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ଚ୍ୟାଲେଞ୍ଜରେ ଅଂଶଗ୍ରହଣକାରୀଙ୍କ ବର୍ତ୍ତମାନର ବ୍ୟାଚ୍କୁ ପରାମର୍ଶ ଦେବେ ଏବଂ ନୂତନ ପିଢ଼ିର ନିର୍ମାତାମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ସେମାନଙ୍କର ମୂଲ୍ୟବାନ ଜ୍ଞାନ ଏବଂ ଅଭିଜ୍ଞତା ବାଣ୍ଟିବେ।

କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁ​‌ମୋରୋ (ସିଏମ୍ଓଟି) ବିଷୟରେ :

କ୍ରିଏଟିଭ୍ ମାଇଣ୍ଡସ ଅଫ୍ ଟୁମୋରୋ (ସିଏମଓଟି) ପଦକ୍ଷେପ ହେଉଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହା ଭାରତର ସବୁଠାରୁ ପ୍ରତିଭାଶାଳୀ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କୁ ଚିହ୍ନଟ କରିବା, ପରିପୁଷ୍ଟ କରିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହାର ପ୍ରତିଷ୍ଠା ପରଠାରୁ, ସିଏମଓଟି ଭାରତୀୟ ଚଳଚ୍ଚିତ୍ର ଏବଂ ଗଣମାଧ୍ୟମ ଶିଳ୍ପରେ ଆଶାୟୀ ନିର୍ମାତାମାନଙ୍କ ପାଇଁ ସର୍ବବୃହତ ସମ୍ପୂର୍ଣ୍ଣ ସମର୍ଥିତ ମଂଚ ଭାବରେ ଉଭା ହୋଇଛି, ସହଯୋଗ, ଦକ୍ଷତା ନିର୍ମାଣ ଏବଂ ପରାମର୍ଶକୁ ପ୍ରୋତ୍ସାହିତ କରୁଛି । ସିଏମଓଟିର ୨୦୨୪ ସଂସ୍କରଣ ନଭେମ୍ବର ୨୦ ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ରେ ଅନୁଷ୍ଠିତ ହେଉଛି।

ନେଟଫ୍ଲିକ୍ସ ଏବଂ ପର୍ଲ ଏକାଡେମୀ ଭଳି ପ୍ରସିଦ୍ଧ ଶିଳ୍ପ ସଂସ୍ଥାର ସମର୍ଥନରେ ସିଏମଓଟି ଏକ ଭବିଷ୍ୟତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ଭାରତୀୟ ସିନେମା ବିଶ୍ୱ ସ୍ତରରେ ଆଗକୁ ବଢିପାରିବ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍ଏଫ୍ଆଇରେ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ: ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ଚଳଚିତ୍ର ଗୁଡିକୁ ଉନ୍ମୋଚନ କରାଯାଇଛି, ଯାହା (ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଫର୍ ଫିଲ୍ମ, ଟେଲିଭିଜନ ଆଣ୍ଡ ଅଡିଓଭିଜୁଆଲ୍ କମ୍ୟୁନିକେସନ୍ (ଆଇସିଏଫ୍ଟି) ପ୍ୟାରିସ୍ ଏବଂ ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ବିଶେଷକରି ଅହିଂସା, ସହିଷ୍ଣୁତା ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ପ୍ରତିଫଳିତ କରୁଥିବା ଚଳଚ୍ଚିତ୍ରଗୁଡ଼ିକୁ ଏହି ଉତ୍ସବରେ ସ୍ଥାନିତ କରାଯାଇଛି।

ଚଳିତ ବର୍ଷ ୧୦ଟି ଉଲ୍ଲେଖନୀୟ ଚଳଚ୍ଚିତ୍ରକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ଭିନ୍ନ ଭିନ୍ନ ଅଞ୍ଚଳ, ସଂସ୍କୃତି ଏବଂ ଶୈଳୀର ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ଗାନ୍ଧୀବାଦୀ ନୀତି ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦ୍ୱାରା ଏକତ୍ରିତ ହୋଇଛନ୍ତି। ଏଥିରେ ଇସାବେଲ ଡାନେଲ (ଫିପ୍ରେସସିଆଇ – ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ଫିଲ୍ମ କ୍ରିଟିକ୍ସର ସମ୍ମାନିତ ସଭାପତି), ସର୍ଗେ ମାଇକେଲ (ସିଆଇସିଟି-ଆଇସିଏଫଟିର ଉପାଧ୍ୟକ୍ଷ), ମାରିଆ କ୍ରିଷ୍ଟିନା ଇଗ୍ଲେସିଆସ୍ (ୟୁନେସ୍କୋର ସାଂସ୍କୃତିକ କ୍ଷେତ୍ର କାର୍ଯ୍ୟକ୍ରମର ପୂର୍ବତନ ମୁଖ୍ୟ), ଡ. ଅହମ୍ମଦ ବେଦଜାଉଇ (ଆଲଜେୟର୍ସ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର କଳାତ୍ମକ ନିର୍ଦ୍ଦେଶକ) ଏବଂ ଜୁୟାନ୍ ହୁନ୍ (ପ୍ଲାଟଫର୍ମ ଫର୍ କ୍ରିଏଟିଭିଟି ଆଣ୍ଡ ଇନୋଭେସନ୍, ସିଆଇସିଟି-ଆଇସିଏଫଟି ଯୁବ ଶାଖା)ଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି। ନୈତିକ ଗଭୀରତା, କଳାତ୍ମକ ଉତ୍କର୍ଷତା ଏବଂ ଦର୍ଶକଙ୍କୁ, ବିଶେଷ କରି ଯୁବବର୍ଗଙ୍କୁ ଯୋଡ଼ିବା ଏବଂ ଶିକ୍ଷିତ କରିବାର କ୍ଷମତା ଆଧାରରେ ଏହି ଚଳଚ୍ଚିତ୍ରଗୁଡ଼ିକର ମୂଲ୍ୟାଙ୍କନ କରାଯିବ ।

ଆଇସିଏଫଟି ୟୁନେସ୍କୋ ଗାନ୍ଧୀ ପଦକ ୨୦୨୪ ପାଇଁ ମନୋନୀତ ହୋଇଛନ୍ତି:

କ୍ରସିଂ

ଇସ୍ତାନବୁଲର କିନ୍ନର ସମ୍ପ୍ରଦାୟକୁ ନେଇ ଏକ ମର୍ମନ୍ତୁଦ ନାଟକ ଉପସ୍ଥାପନକରିଛନ୍ତି ସ୍ୱିଡେନ୍ ନିର୍ଦ୍ଦେଶକ ଲେଭାନ୍ ଆକିନ୍ । ଏହି ଚଳଚ୍ଚିତ୍ରରେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଲିଆଙ୍କ ତାଙ୍କ ଝିଆରୀ ଟେକଲାଙ୍କୁ ଖୋଜିବା ପାଇଁ ଯାତ୍ରା ମାଧ୍ୟମରେ ଶ୍ରେଣୀ, ଲିଙ୍ଗ ଏବଂ ଯୌନତା ବିଷୟବସ୍ତୁକୁ କେନ୍ଦ୍ରୀଭୂତ କରାଯାଇଛି। ସମ୍ପର୍କ ଏବଂ ରୂପାନ୍ତର ଉପରେ ଗୁରୁତ୍ୱାରୋପ କରି ଏହି ଚଳଚ୍ଚିତ୍ରଟି ବର୍ଲିନ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୪ରେ ଟେଡି ଜୁରି ପୁରସ୍କାର ଜିତିଥିଲା ।

ରାଣାଙ୍କ ପାଇଁ

ବୁସାନ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ପ୍ରିମିୟର ହୋଇଥିବା ଇରାନୀ ଚଳଚ୍ଚିତ୍ର ନିର୍ମାତା ଇମାନ ୟାଜଦିଙ୍କ ପ୍ରଥମ ଚଳଚ୍ଚିତ୍ରରେ ଜଣେ ଦମ୍ପତି ନିଜ ଝିଅର ହୃଦୟ ପ୍ରତିରୋପଣ ପାଇଁ ସଂଘର୍ଷ କରୁଥିବାର ହୃଦୟ ବିଦାରକ କାହାଣୀକୁ ଅନୁସରଣ କରି ପ୍ରେମ, କ୍ଷତି ଏବଂ ଡାକ୍ତରୀ ପସନ୍ଦର ନୈତିକତା ଉପରେ ଗଭୀର ପ୍ରଶ୍ନ ଉଠାଇଛି।

ପାଠ ଶିଖିବା (ଫିକେଟ ପୋଣ୍ଟ)

ହଙ୍ଗେରିର ନିର୍ଦ୍ଦେଶକ ବାଲିଣ୍ଟ ଜିମଲରଙ୍କ ଏକ ଶକ୍ତିଶାଳୀ ପଦାର୍ପଣ, ଲେସନ୍ ଲର୍ଣ୍ଣିଂ ହଙ୍ଗେରିର ଶିକ୍ଷାଗତ ସଙ୍କଟକୁ ଏକ ଅସୁବିଧାଗ୍ରସ୍ତ ପିଲାଙ୍କ ଆଖିରେ ସମାଲୋଚନା କରିଥିଲେ। ଏହାର ତୀବ୍ର ସାମାଜିକ ମନ୍ତବ୍ୟ ପାଇଁ ପ୍ରଶଂସିତ ଏହି ଚଳଚ୍ଚିତ୍ରଟି ଲୋକାର୍ନୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ୨୦୨୪ରେ ପ୍ରଶଂସିତ ହୋଇଥିଲା ।

ପୋଲ୍ ପୋଟ୍ ସହିତ ବୈଠକ (ରେଣ୍ଡେଜ୍-ଭୋସ୍ ଆଭେକ୍ ପୋଲ୍ ପୋଟ୍)

ଏଲିଜାବେଥ ବେକରଙ୍କ “ଯେତେବେଳେ ଯୁଦ୍ଧ ଶେଷ ହୋଇଥିଲା” ରୁ ଅନୁପ୍ରାଣିତ ହୋଇ କାମ୍ବୋଡିଆ ଚଳଚ୍ଚିତ୍ର ନିର୍ମାତା ରିଥି ପାନହଙ୍କ ଏକ ପ୍ରତିଫଳିତ ନାଟକ । ୧୯୭୮ କାମ୍ବୋଡିଆରେ ପୋଲ ପୋଟସ୍‍ ଶାସନର ଭୟାବହତାକୁ ସାମ୍ନା କରୁଥିବା ତିନି ଜଣ ଫ୍ରାନ୍ସ ସାମ୍ବାଦିକଙ୍କୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହା କାନ୍ସ ୨୦୨୪ରେ ପ୍ରଦର୍ଶିତ ହୋଇଥିଲା ଏବଂ ଏହାର ଭାବନାତ୍ମକ ଗଭୀରତା ଏବଂ ଐତିହାସିକ ସଠିକତା ପାଇଁ ପ୍ରଶଂସିତ ହୋଇଥିଲା ।

ସତୁ – ଇୟର ଅଫ୍‍ ଦି ରାବିଟ୍‍

ଲାଓସରେ ଆୟୋଜିତ ରେନଡ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରୁ ଜୋଶୁଆ ଟ୍ରିଗ୍ ପୁରସ୍କାର ବିଜେତା ଡେବ୍ୟୁ କରିଛନ୍ତି। ଏକ ପରିତ୍ୟକ୍ତ ଶିଶୁ ନିଜ ମା’କୁ ଖୋଜୁଥିବାର ଏହି ମାର୍ମିକ କାହାଣୀ ବଞ୍ଚିବା, ବନ୍ଧୁତା ଏବଂ ସ୍ଥିରତା ବିଷୟରେ ଅନୁସନ୍ଧାନ କରେ ।

ଟ୍ରାନ୍ସମାଜୋନିଆ

ଦକ୍ଷିଣ ଆଫ୍ରିକାର ଚଳଚ୍ଚିତ୍ର ନିର୍ମାତା ପିଆ ମାରାଇସ୍ ବ୍ରାଜିଲ ଆମାଜନ ଉପରେ ଆଧାରିତ ଏକ ଡ୍ରାମାକୁ ଜୀବନ୍ତ କରିଛନ୍ତି। ଏହି ଚଳଚ୍ଚିତ୍ରଟି ନିଜ ଆଦିବାସୀ ସମ୍ପ୍ରଦାୟକୁ ବେଆଇନ ଗଣ୍ଡଗୋଳରୁ ରକ୍ଷା କରିବା ପାଇଁ ଲଢୁଥିବା ଜଣେ ଚିକିତ୍ସିକାଙ୍କ ଉପରେ ଆଧାରିତ, ଯେଉଁଥିରେ ପରିବେଶ ଏବଂ ସାମାଜିକ ନ୍ୟାୟର ସଂଯୋଗକୁ ଦର୍ଶାଯାଇଛି । ଏହା ଲୋକାର୍ନୋ ଏବଂ ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ପ୍ରଦର୍ଶିତ ହୋଇଥିଲା ।

ଉନସିଙ୍କେବୁଲ୍‍ (ସିଙ୍କେଫ୍ରି)

୧୯୮୧ ଆରଏଫ୨ ଟ୍ରାଜେଡି ଉପରେ ଆଧାରିତ ଖ୍ରୀଷ୍ଟିଆନ ଆଣ୍ଡରସନଙ୍କ ଏକ ରୋମାଞ୍ଚକର ଡେନିସ୍ ଚଳଚ୍ଚିତ୍ର । ବିପର୍ଯ୍ୟୟରେ ତାଙ୍କ ପିତାଙ୍କ ସମ୍ପୃକ୍ତି ବିଷୟରେ ହେନରିକ୍ ଙ୍କ ଅନୁସନ୍ଧାନ ପରେ ଦୁଃଖ, ଦୋଷ ଏବଂ ପାରିବାରିକ ଗତିଶୀଳତା ବିଷୟରେ ଏକ ଗଭୀର ଅନୁସନ୍ଧାନ ପ୍ରଦାନ କରାଯାଇଛି।

ଆମର ବସ୍

ନନ୍ଦିତା ରାୟ ଓ ଶିବପ୍ରସାଦ ମୁଖାର୍ଜୀଙ୍କ ଏକ ହୃଦୟସ୍ପର୍ଶୀ ବଙ୍ଗଳା ଚଳଚ୍ଚିତ୍ର, ଯେଉଁଥିରେ କିମ୍ବଦନ୍ତୀ ଅଭିନେତ୍ରୀ ରାଖୀ ଗୁଲଜାର ୨୦ ବର୍ଷ ପରେ ଫେରିଛନ୍ତି। ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ମା’ ଓ ପୁଅଙ୍କ ହୃଦୟସ୍ପର୍ଶୀ କାହାଣୀ ଏବଂ ପରିବାର ଓ ଅଭିଳାଷର ଜଟିଳତାକୁ ଅନୁସନ୍ଧାନ କରୁଥିବା କଥା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି।

ଜୁଇଫୁଲ୍‍

ଆସାମୀୟ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଯଦୁମଣି ଦତ୍ତଙ୍କ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ରରେ ଉତ୍ତର-ପୂର୍ବ ଭାରତରେ ହିଂସାତ୍ମକ ସୀମା ବିବାଦ ମଧ୍ୟରେ ଦୁଇ ମା’ଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ରରେ ସଂଘର୍ଷ, କରୁଣା ଏବଂ ମାତୃତ୍ୱର ବ୍ୟକ୍ତିଗତ ଏବଂ ସାମାଜିକ ଦିଗକୁ ଅନୁସନ୍ଧାନ କରାଯାଇଛି ।

ଶ୍ରୀକାନ୍ତ

ତୁଷାର ହିରାନନ୍ଦାନୀଙ୍କ ନିର୍ଦ୍ଦେଶିତ ଏହି ବାୟୋଗ୍ରାଫିକାଲ ଡ୍ରାମାରେ ରାଜକୁମାର ରାଓ ଏବଂ ଆଲାୟା ଏଫ ଅଭିନୟ କରିଛନ୍ତି । ଏହା ଜଣେ ଦୃଷ୍ଟିହୀନ ଉଦ୍ୟୋଗୀ ଶ୍ରୀକାନ୍ତ ବୋଲାଙ୍କ ପ୍ରେରଣାଦାୟକ ସତ୍ୟ କାହାଣୀକୁ ଅନୁସରଣ କରେ ଯିଏ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଏମଆଇଟିରେ ଯୋଗ ଦେଇ ବ୍ୟବସାୟ ଜଗତରେ ସଫଳ ହୋଇଥିଲେ ।

ଆଇସିଏଫଟି ୟୁନେସ୍କୋ ଗାନ୍ଧୀ ପଦକ ବିଷୟରେ

୪୬ତମ ଆଇଏଫ୍ଏଫ୍ଆଇ ଅବସରରେ ଆରମ୍ଭ ହୋଇଥିବା ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକରେ କେବଳ ଉଚ୍ଚ କଳାତ୍ମକ ଓ ସିନେମାଗତ ମାନଦଣ୍ଡ ନାହିଁ ବରଂ ସମାଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୈତିକ ପ୍ରତିଫଳନକୁ ପ୍ରୋତ୍ସାହିତ କରୁଥିବା ଚଳଚ୍ଚିତ୍ରଗୁଡ଼ିକୁ ସମ୍ମାନିତ କରାଯାଇଛି। ସିନେମାର ପରିବର୍ତନ ଶକ୍ତି ମାଧ୍ୟମରେ ମାନବିକତାର ଅଂଶୀଦାର ମୂଲ୍ୟବୋଧକୁ ଗଭୀର ଭାବରେ ବୁଝିବା ପାଇଁ ଏହି ପୁରସ୍କାର ସୃଷ୍ଟି କରାଯାଇଥିଲା ।

ଆଇସିଏଫଟି ୟୁନେସ୍କୋ ଗାନ୍ଧୀ ପଦକ କେବଳ ଏକ ପୁରସ୍କାର ନୁହେଁ; ଏହା ପ୍ରେରଣା, ଶିକ୍ଷିତ ଏବଂ ଏକଜୁଟ ହେବା ପାଇଁ ଚଳଚ୍ଚିତ୍ରର ଶକ୍ତିର ଏକ ଉତ୍ସବ । ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ବିଜେତାଙ୍କୁ ଗୋଆରେ ଆଇଏଫ୍ଏଫ୍ଆଇ ୨୦୨୪ର ସମାପନୀ ସମାରୋହରେ ଘୋଷଣା କରାଯିବ, ଯେଉଁଠାରେ ପୁରସ୍କାର ପ୍ରାପ୍ତଙ୍କୁ ସାର୍ଟିଫିକେଟ୍ ଏବଂ ଆଇକନିକ୍ ଗାନ୍ଧୀ ମେଡାଲରେ ସମ୍ମାନିତ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

୫୫ତମ ଆଇଏଫ୍ଏଫ୍ଆଇ: ପ୍ରଦର୍ଶିତ ହେବ ହେବ ଏହି ଚଳଚ୍ଚିତ୍ର, ତାଲିକାରେ ଏହି ଅଣ ଫିଚର ଓଡିଆ ଫିଲ୍ମ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (ଆଇଏଫଏଫଆଇ)ର ଏକ ପ୍ରମୁଖ ବିଭାଗ ଇଣ୍ଡିଆନ ପାନୋରାମା ଆଇଏଫଏଫଆଇର ୫୫ତମ ସଂସ୍କରଣରେ ପ୍ରଦର୍ଶିତ ହେବାକୁ ଥିବା ୨୫ଟି ଫିଚର ଫିଲ୍ମ ଏବଂ ୨୦ଟି ଅଣ-ଫିଚର ଫିଲ୍ମ ଘୋଷଣା ହୋଇଛି। ମୁଖ୍ୟ ସ୍ରୋତର ସିନେମାରୁ ୫ଟି ଚଳଚ୍ଚିତ୍ର ସମେତ ୨୫ଟି ଫିଚର ଫିଲ୍ମର ପ୍ୟାକେଜ ୩୮୪ ଟି ସମସାମୟିକ ଭାରତୀୟ ଫିଚର ଫିଲ୍ମର ବିସ୍ତୃତ ସ୍ପେକ୍ଟ୍ରମରୁ ଚୟନ କରାଯାଇଛି। ରଣଦୀପ ହୁଡ୍ଡାଙ୍କ ନିର୍ଦ୍ଦେଶିତ ଇଣ୍ଡିଆନ୍ ପାନୋରାମା ୨୦୨୪ର ଉଦଘାଟନୀ ଚଳଚ୍ଚିତ୍ର ପାଇଁ ଜୁରିଙ୍କ ପସନ୍ଦ ହେଉଛି ସ୍ୱାତନ୍ତ୍ର୍ୟ ବୀର ସାବରକର (ହିନ୍ଦୀ)’

ଏହାବ୍ୟତୀତ ୨୬୨ଟି ସିନେମାରୁ ଚୟନ ହୋଇଥିବା ଭାରତୀୟ ପାନୋରାମାରେ ୨୦ଟି ଅଣ-ଫିଚର ଫିଲ୍ମର ପ୍ୟାକେଜ୍ ପ୍ରଦର୍ଶିତ ହେବ। ଅଣ-ଫିଚର ଫିଲ୍ମର ପ୍ୟାକେଜ ଉଦୀୟମାନ ଏବଂ ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମାତାଙ୍କ ସମସାମୟିକ ଭାରତୀୟ ମୂଲ୍ୟବୋଧକୁ ଦସ୍ତାବିଜ କରିବା, ଅନୁସନ୍ଧାନ କରିବା, ମନୋରଞ୍ଜନ କରିବା ଏବଂ ପ୍ରତିଫଳିତ କରିବା କ୍ଷମତାର ଉଦାହରଣ ଦେଇଥାଏ। ହର୍ଷ ସାଙ୍ଗାନୀଙ୍କ ନିର୍ଦ୍ଦେଶିତ ଘର ଜୈସା କୁଛ୍ (ଲଦାଖୀ)‘ ଅଣ-ଫିଚର ବର୍ଗରେ ପ୍ରାରମ୍ଭିକ ଚଳଚ୍ଚିତ୍ର ପାଇଁ ଜୁରିଙ୍କ ପସନ୍ଦ ରହିଛି।

ଫିଚର ଫିଲ୍ମ ଜୁରିର ଅଧ୍ୟକ୍ଷ ଥିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା ତଥା ଚିତ୍ରନାଟ୍ୟ ଲେଖକ ଡ. ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ। ଫିଚର ଜୁରି ୧୨ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିଲା, ଯେଉଁମାନେ ବ୍ୟକ୍ତିଗତ ଭାବେ ବିଭିନ୍ନ ପ୍ରଶଂସିତ ଚଳଚ୍ଚିତ୍ରର ପ୍ରତିନିଧିତ୍ୱ କରନ୍ତି ଏବଂ ଜଣାଶୁଣା ଚଳଚ୍ଚିତ୍ର ପେସାଦାର ଅଟନ୍ତି ଏବଂ ସାମୂହିକ ଭାବରେ ବିବିଧ ଭାରତୀୟ ଚଳଚ୍ଚିତ୍ର ଜଗତକୁ ପ୍ରତିନିଧିତ୍ୱ କରନ୍ତି।

ଇଣ୍ଡିଆନ୍ ପାନୋରାମା ଫିଚର ଫିଲ୍ମ ଜୁରି ସଦସ୍ୟ:

ମନୋଜ ଯୋଶୀ, ଅଭିନେତା

ସୁସ୍ମିତା ମୁଖାର୍ଜୀ, ଅଭିନେତ୍ରୀ

ହିମାଂଶୁ ଶେଖର ଖଟୁଆ, ଚଳଚ୍ଚିତ୍ର ନିର୍ଦ୍ଦେଶକ

ଓଇନାମ ଗୌତମ ସିଂହ, ଚଳଚ୍ଚିତ୍ର ନିର୍ଦ୍ଦେଶକ

ଆଶୁ ତ୍ରିଖା, ଚଳଚ୍ଚିତ୍ର ନିର୍ଦ୍ଦେଶକ

ଏସ୍ ଏମ୍ ପାଟିଲ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଲେଖକ

ନୀଳଭ କୌଲ, ସିନେମାଟୋଗ୍ରାଫର ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ

ସୁଶାନ୍ତ ମିଶ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ

ଅରୁଣ କୁମାର ବୋଷ, ପ୍ରସାଦ ଇନଷ୍ଟିଚ୍ୟୁଟର ପୂର୍ବତନ ଏଚ୍ଓଡି ଏବଂ ସାଉଣ୍ଡ ଇଞ୍ଜିନିୟର

ରତ୍ନତ୍ତମା ସେନଗୁପ୍ତା, ଲେଖକ ଓ ସମ୍ପାଦକ

ସମୀର ହାନଚାଟେ, ଚଳଚ୍ଚିତ୍ର ନିର୍ଦ୍ଦେଶକ

ପ୍ରିୟା କ୍ରିଷ୍ଣାସ୍ୱାମୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ

ଇଣ୍ଡିଆନ ପାନୋରାମା ୨୦୨୪ରେ ଚୟନ ହୋଇଥିବା ୨୫ଟି ଫିଚର ଫିଲ୍ମ:

Sr. No. Title of the Film Language Director
  1. 1
SWATANTRYA VEER SAVARKAR Hindi Randeep Hooda
KEREBETE Kannada Gururaj B
VENKYA Kannada Sagar Puranik
JUIPHOOL Assamese Jadumoni Dutta
MAHAVATAR NARSIMHA Hindi Ashwin Kumar
JIGARTHANDA DOUBLE X Tamil Karthik Subbaraj
AADUJEEVITHAM

(VIAȚA CAPREI, THE GOATLIFE)

Malayalam Blessy
ARTICLE 370 Hindi Aditya Suhas Jambhale
GYPSY Marathi Shashi Chandrakant Khandare
SRIKANTH Hindi Tushar Hiranandani
AAMAR BOSS Bengali Nandita Roy,

Shiboprosad Mukherjee

BRAMAYUGAM Malayalam Rahul Sadasivan
35 CHINNA KATHA KAADU Telugu Nanda Kishore Emani
RADOR PAKHI Assamese Dr. Bobby Sarma Baruah
GHARAT GANPATI Marathi Navjyot Narendra Bandiwadekar
RAAVSAAHEB Marathi Nikhil Mahajan
LEVEL CROSS Malayalam Arfaz Ayub
KARKEN Galo Nending Loder
BHOOTPORI Bengali Soukarya Ghosal
ONKO KI KOTHIN Bengali Saurav Palodhi

Mainstream Cinema Section:

Sr. No. Title Of The Film Language Director
  1. 1
KARKHANU Gujarati Rushabh Thanki
12TH FAIL Hindi Vidhu Vinod Chopra
MANJUMMEL BOYS Malayalam Chidamabram
SWARGARATH Assamese Rajesh Bhuyan
KALKI 2898 AD (3D) Telugu Singireddy Nagaaswin

୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ନନ୍ ଫିଚର ଫିଲ୍ମ ଜୁରିର ନେତୃତ୍ୱ ନେଇଥିଲେ ପ୍ରଖ୍ୟାତ ଡକ୍ୟୁମେଣ୍ଟାରୀ ଓ ୱାଇଲ୍ଡ ଲାଇଫ୍ ଫିଲ୍ମ ନିର୍ଦ୍ଦେଶକ ତଥା ଭି ଶାନ୍ତରାମ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ବିଜେତା ସୁବ୍ବିୟା ନାଲ୍ଲାମୁଥୁ

ଇଣ୍ଡିଆନ୍ ପାନୋରାମା ନନ୍ ଫିଚର ଫିଲ୍ମ ଜୁରି ସଦସ୍ୟ:

ରଜନୀକାନ୍ତ ଆଚାର୍ଯ୍ୟ, ପ୍ରଯୋଜକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ

ରୋନେଲ ହାଓବାମ୍, ଚଳଚ୍ଚିତ୍ର ନିର୍ଦ୍ଦେଶକ

ଉଷା ଦେଶପାଣ୍ଡେ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ

ବନ୍ଦନା କୋହଲି, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଲେଖକ

ମିଥୁନଚନ୍ଦ୍ର ଚୌଧୁରୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ

ଶାଳିନୀ ଶାହା, ଚଳଚ୍ଚିତ୍ର ନିର୍ଦ୍ଦେଶକ

ଇଣ୍ଡିଆନ ପାନୋରାମା ୨୦୨୪ରେ ଚୟନ ହୋଇଥିବା ୨୦ଟି ଅଣ ଫିଚର ଫିଲ୍ମ:

S. No. Title of the film Language Director(s) Name
6-A AKASH GANGA Hindi Nirmal Chander
AMAR AAJ MAREGA Hindi Rajat Kariya
AMMA’S PRIDE Tamil Shiva Krish
BAHI – TRACING MY ANCESTORS Hindi Rachita Gorowala
BALLAD OF THE MOUNTAIN Hindi Tarun Jain
BATTO KA BULBULA Haryanvi Akshay Bhardwaj
CHANCHISOA Garo Elvachisa Ch Sangma,

Dipankar Das

FLANDERS DI ZAMEEN VICH Punjabi Sachin
GHAR JAISA KUCH Ladakhi Harsh Sangani
GHODE KI SAWARI Hindi Debjani Mukherjee
GOOGLE MATRIMONY English Abhinav Athrey
MAIN NIDA Hindi Atul Pandey
MO BOU, MO GAAN Oriya Subash Sahoo
MONIHARA Bengali Subhadeep Biswas
P FOR PAPARAZZI Hindi Divya Kharnare
PILLARS OF PROGRESS: THE EPIC STORY OF DELHI METRO English Satish Pande
PRAAN PRATISHTHA Marathi Pankaj Sonawane
ROTI KOON BANASI? Rajasthani Chandan Singh
SAAVAT Konkani Shivam Harmalkar,

Santosh Shetkar

SIVANTHA MANN Tamil Infant

ଭାରତୀୟ ପାନୋରାମା ବିଷୟରେ

ସିନେମା କଳା ସାହାଯ୍ୟରେ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ସହିତ ଭାରତୀୟ ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଆଇଏଫ୍ଏଫ୍ଆଇ ଏକ ଅଂଶ ଭାବରେ ୧୯୭୮ ମସିହାରେ ଇଣ୍ଡିଆନ୍ ପାନୋରାମା ପ୍ରଚଳନ କରାଯାଇଥିଲା। ଆରମ୍ଭରୁ ଭାରତୀୟ ପାନୋରାମା ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ରହିଛି। ଚଳଚ୍ଚିତ୍ର କଳାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭାରତୀୟ ପାନୋରାମା ବିଭାଗ ପାଇଁ ମନୋନୀତ ଚଳଚ୍ଚିତ୍ରଗୁଡ଼ିକ ଭାରତ ଏବଂ ବିଦେଶରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଦ୍ୱିପାକ୍ଷିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ ବିନିମୟ ପ୍ରୋଟୋକଲ୍ ସହିତ ସ୍ୱତନ୍ତ୍ର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ଅଧୀନରେ ଆୟୋଜିତ ଭାରତୀୟ ଚଳଚ୍ଚିତ୍ର ସପ୍ତାହ ଏବଂ ଭାରତରେ ସ୍ୱତନ୍ତ୍ର ଭାରତୀୟ ପାନୋରାମା ଉତ୍ସବରେ ଅଣଲାଭକାରୀ ପ୍ରଦର୍ଶନ ହେବ।

ଚୟନ ଜୁରିରେ ସମଗ୍ର ଭାରତର ବିଶିଷ୍ଟ ସିନେ ବ୍ୟକ୍ତିତ୍ୱ ସାମିଲ ଥିଲେ। ଫିଚର ଫିଲ୍ମ ପାଇଁ ମୋଟ ୧୨ ଜଣ ଜୁରୀ ସଦସ୍ୟ ଏବଂ ସମ୍ପୃକ୍ତ ଜୁରି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଅଣ-ଫିଚର ଚଳଚ୍ଚିତ୍ର ପାଇଁ ୬ ଜଣ ଜୁରୀ ସଦସ୍ୟ ୫୫ ଟି ଆଇଏଫଏଫଆଇ ପାଇଁ ଭାରତୀୟ ପାନାରୋମା ଚଳଚ୍ଚିତ୍ର ଚୟନ କରିଛନ୍ତି। ଉଭୟ ଫିଚର ଏବଂ ନନ୍-ଫିଚର ବିଶିଷ୍ଟ ଜୁରି ପ୍ୟାନେଲ୍ ସେମାନଙ୍କର ବ୍ୟକ୍ତିଗତ ଦକ୍ଷତା ପ୍ରୟୋଗ କରି ଉଭୟ ବର୍ଗର ଭାରତୀୟ ପାନୋରାମା ଚଳଚ୍ଚିତ୍ର ଚୟନ ପାଇଁ ସହମତିରେ ସମାନ ଅବଦାନ ରଖିଛନ୍ତି।

ଭାରତୀୟ ପାନୋରାମାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭାରତୀୟ ପାନୋରାମାର ନିର୍ଦ୍ଧାରିତ ନିୟମାବଳୀରେ ସର୍ତ୍ତାବଳୀ ଏବଂ ପ୍ରଣାଳୀ ଅନୁଯାୟୀ ଚଳଚ୍ଚିତ୍ର କଳାର ପ୍ରଚାର ପ୍ରସାର ପାଇଁ ସିନେମାଟିକ, ବିଷୟବସ୍ତୁଗତ ଏବଂ ସୌନ୍ଦର୍ଯ୍ୟସମ୍ପନ୍ନତାର ବୈଶିଷ୍ଟ୍ୟ ଏବଂ ଅଣ-ବୈଶିଷ୍ଟ୍ୟ ଚଳଚ୍ଚିତ୍ର ଚୟନ କରିବା।

ଆଇଏଫଏଫଆଇ ବିଷୟରେ

ଆଇଏଫଏଫଆଇକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଦ୍ୱାରା ଗୋଆ ରାଜ୍ୟ ସରକାରଙ୍କ ସହଯୋଗରେ ନଭେମ୍ବର ୨୦ ରୁ ୨୮, ୨୦୨୪ ପର୍ଯ୍ୟନ୍ତ ଗୋଆର ପାନାଜୀଠାରେ  ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

୫୫ତମ ଆଇଏଫ୍ଏଫ୍ଆଇ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ: ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ୨୦୨୪ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣ ଆଜି ଠାରୁ ଆରମ୍ଭ ହେଉଛି। ଆପଣ ଜଣେ ଅଭିଜ୍ଞ ଚଳଚ୍ଚିତ୍ର ସମାଲୋଚକ ହୁଅନ୍ତୁ କିମ୍ବା କାହାଣୀ କହିବାର ଆଗ୍ରହ ଥିବା ଉଦୀୟମାନ ସାମ୍ବାଦିକ ହୁଅନ୍ତୁ, ଗୋଆର ପାନାଜୀଠାରେ ନଭେମ୍ବର ୨୦ରୁ ୨୮, ୨୦୨୪ ପର୍ଯ୍ୟନ୍ତ ହେବାକୁ ଥିବା ଆଇଏଫ୍ଏଫ୍ଆଇର ୫୫ତମ ସଂସ୍କରଣରେ ସିନେମା ଉତ୍କର୍ଷତାକୁ ଅନୁଭବ କରିବା ପାଇଁ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ମହୋତ୍ସବ ପାଇଁ ମିଡିଆ ପ୍ରତିନିଧି ଭାବରେ ନାମ ପଞ୍ଜୀକରଣ କରି, ଆପଣ ଏହାର ଅଂଶ ହୋଇପାରିବେ ଏବଂ ଏହି ଉତ୍ସବକୁ ବିଶ୍ୱର କୋଣ ଅନୁକୋଣରେ ଥିବା ଜନସାଧାରଣଙ୍କ ପାଖରେ ପହଞ୍ଚାଇବେ।

ଭାରତ ବିଶ୍ୱ ପାଇଁ ବ୍ୟୟବହୁଳ ଏବଂ ଉଚ୍ଚମାନର ବିଷୟବସ୍ତୁ ସୃଷ୍ଟି କେନ୍ଦ୍ର ହେବାକୁ ଯାଉଥିବା ବେଳେ ଏହାର ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବ – ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ମନୋରଞ୍ଜନ କ୍ଷେତ୍ରରେ ପ୍ରତିଭାମାନଙ୍କୁ ଉତ୍ସାହିତ, ସ୍ୱୀକୃତି ଏବଂ ପ୍ରଶଂସା କରିବା ପାଇଁ ଏକ ଉଦୀୟମାନ ପ୍ଲାଟଫର୍ମ ଅଟେ । ସିନେ ଅଂଶୀଦାରଙ୍କ ସୃଜନଶୀଳ ଅଭିବ୍ୟକ୍ତି ପାଇଁ ଏହି ମହୋତ୍ସବ ଅନେକ ସୁଯୋଗ ଖୋଲିଥାଏ | ଏଥିରେ ଅସଂଖ୍ୟ କ୍ୟାନଭାସର ଗୁରୁତ୍ୱପୂର୍ଣ୍ଣ କାହାଣୀ ଦେଖିବା, ଶୁଣିବା ଏବଂ ଅନୁଭବ କରିବାକୁ ମଧ୍ୟ ସୁଯୋଗ ମିଳିଥାଏ। ଏହାବ୍ୟତୀତ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ହେଉଛି ଚଳଚ୍ଚିତ୍ର ନିର୍ମାଣର କଳା ଏବଂ କଳା ବିଷୟରେ ଆପଣଙ୍କ ବୁଝାମଣା ବୃଦ୍ଧି କରିବା ପାଇଁ ଏକ ପ୍ଲାଟଫର୍ମ କାରଣ ଏହା ମାଷ୍ଟରକ୍ଲାସ ଜରିଆରେ ଏକ ବାର୍ତ୍ତାଳାପ ଅଧିବେଶନ ପ୍ରଦାନ କରେ, ଯେଉଁଥିରେ ସାରା ବିଶ୍ୱର ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବାକୁ ଏବଂ ସେମାନେ କିପରି ଏହାକୁ ବଡ଼ କରିପାରିଲେ ସେ ବିଷୟରେ ସେମାନଙ୍କର ଚିନ୍ତାଧାରା ବାଣ୍ଟିବାକୁ ଯାଉଛନ୍ତି!

ଆପଣ ଜାଣିଛନ୍ତି ଯେ, ସିନେମାର ପ୍ରଶଂସାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଚଳଚ୍ଚିତ୍ର ନିର୍ମାଣ କଳା ପ୍ରତି ପ୍ରକୃତ ପ୍ରେମ ସୃଷ୍ଟି କରିବାରେ ସୂଚନା ଏବଂ ଯୋଗାଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ସଫଳ କରିବା ପାଇଁ ଆପଣ ଗଣମାଧ୍ୟମ ପ୍ରତିନିଧିମାନେ ଏକ ଜରୁରୀ ମାଧ୍ୟମ ଅଟନ୍ତି । ୫୫ତମ ଆଇଏଫ୍ଏଫ୍ଆଇରେ ମହାନ ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ନିର୍ମାତାଙ୍କ ସୂକ୍ଷ୍ମତାକୁ ଲେଖିବା ଏବଂ ପ୍ରତ୍ୟେକ କାହାଣୀକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାର ସୌଭାଗ୍ୟ ଆପଣଙ୍କ ପାଖରେ ରହିଛି।

ପଞ୍ଜୀକରଣ ପ୍ରକ୍ରିୟା

ଜଣେ ଗଣମାଧ୍ୟମ ପ୍ରତିନିଧି ଭାବରେ ପଞ୍ଜିକରଣ କରିବାକୁ, ଆପଣ ଜାନୁଆରୀ ୧, ୨୦୨୪ ସୁଦ୍ଧା ୨୧ ବର୍ଷ ପୂରଣ କରିଥିବେ ଏବଂ ଏକ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ଡିଜିଟାଲ କିମ୍ବା ଅନଲାଇନ୍ ମିଡିଆ ସଂସ୍ଥାର ପ୍ରତିନିଧି, ଫଟୋଗ୍ରାଫର, କ୍ୟାମେରା ବ୍ୟକ୍ତି କିମ୍ବା ଡିଜିଟାଲ ବିଷୟବସ୍ତୁ ନିର୍ମାତା ହେବା ଆବଶ୍ୟକ। ବୟସ ମାନଦଣ୍ଡ ପୂରଣ କରୁଥିବା ସାମ୍ବାଦିକମାନଙ୍କୁ ପଞ୍ଜୀକରଣ କରିବାକୁ ଉତ୍ସାହିତ କରାଯାଉଛି । ଦୟାକରି ପଞ୍ଜିକରଣ କରିବା ପୂର୍ବରୁ ଏଠାରେ ପ୍ରାସଙ୍ଗିକ ଯୋଗ୍ୟତା ମାନଦଣ୍ଡ ପଢନ୍ତୁ ଏବଂ ଆପଣ ପଞ୍ଜିକରଣ କରିବା ପୂର୍ବରୁ ଉପରୋକ୍ତ ଦସ୍ତାବିଜଗୁଡିକ ଅପଲୋଡ୍ କରିବାକୁ ପ୍ରସ୍ତୁତ ରଖନ୍ତୁ। ପଞ୍ଜୀକରଣ ପ୍ରକ୍ରିୟା ସରଳ ଏବଂ https://my.iffigoa.org/media-login ରେ ଅନଲାଇନରେ ସମ୍ପୂର୍ଣ୍ଣ ହୋଇପାରିବ।

ପଞ୍ଜୀକରଣର ଶେଷ ତାରିଖ ନଭେମ୍ବର ୧୨, ୨୦୨୪ ରାତି ୧୧:୫୯:୫୯ (ଭାରତୀୟ ମାନକ ସମୟ) ଧାର୍ଯ୍ୟ କରାଯାଇଛି। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏକ ଗଣମାଧ୍ୟମ ପ୍ରତିନିଧି ଭାବରେ ଆପଣଙ୍କ ମାନ୍ୟତାର ଅନୁମୋଦନ ଆପଣଙ୍କ ଆବେଦନର ଯାଞ୍ଚ ପରେ ଆପଣଙ୍କ ପଞ୍ଜିକୃତ ଇମେଲ୍ ଆଇଡିରେ ଆପଣଙ୍କୁ ଅବଗତ କରାଯିବ। ଏହି ପଞ୍ଜୀକରଣ ପ୍ରକ୍ରିୟା ମାଧ୍ୟମରେ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ୫୫ତମ ଆଇଏଫ୍ଏଫ୍ଆଇ ୨୦୨୪ ପାଇଁ ମିଡିଆ ଡେଲିଗେଟ୍ ପାସ୍ ପାଇବାକୁ ଯୋଗ୍ୟ ଅଟନ୍ତି। ପିଆଇବି ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥାକୁ କେତେ ମାନ୍ୟତା ପ୍ରଦାନ କରାଯିବ ତାହା ନିର୍ଦ୍ଧାରଣ କରିବ ଯେପରିକି ଗଣମାଧ୍ୟମ ସଂସ୍ଥାର ସମୟାନୁକ୍ରମିକତା, ଆକାର (ପ୍ରସାରଣ, ଦର୍ଶକ, ପହଞ୍ଚ), ଏବଂ ଆଇଏଫଏଫଆଇର ଆଶାନୁରୂପ ମିଡିଆ କଭରେଜ୍ ଓ ସିନେମା ଉପରେ ଧ୍ୟାନ ଦେବା ଆଦି ।

ଆଇଏଫ୍ଏଫ୍ଆଇ ସ୍ଥାନରେ ୧୮ ନଭେମ୍ବର ୨୦୨୪ରୁ ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ମିଡିଆ ଡେଲିଗେଟ୍ ପାସ୍ ସଂଗ୍ରହ କରାଯାଇପାରିବ। କୌଣସି ପ୍ରଶ୍ନ ପାଇଁ ଦୟାକରି’ମିଡିଆ ଆକ୍ରେଡିଟେସନ୍ କ୍ୱେରି’ ବିଷୟ ସହିତ pib4iffi[at]gmail[dot]com କୁ ଏକ ମେଲ୍ ଛାଡ଼ି ଦିଅନ୍ତୁ।

ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏଫଟିଆଇଆଇ ଦ୍ୱାରା ଚଳଚ୍ଚିତ୍ର ପ୍ରଶଂସା ସାର୍ଟିଫିକେଟ୍ ପାଠ୍ୟକ୍ରମ

କେବେ ଭାବିଛନ୍ତି କି ପ୍ରକୃତରେ କ’ଣ ଏକ ଚଳଚ୍ଚିତ୍ର ଟିକ୍ କରିଥାଏ? ପରଦା ବାହାରେ ଥିବା ସିନେମା ବିଷୟରେ ଗଭୀର ବୁଝାମଣା ସହିତ ଯିବାକୁ ପ୍ରସ୍ତୁତ ହୁଅନ୍ତୁ । କେମିତି?

ଚଳିତ ବର୍ଷ, ପ୍ରଥମ କିଛି ଭାଗ୍ୟଶାଳୀ ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ବିରଳ ଉପହାର ଅପେକ୍ଷା କରିଛି। ନଭେମ୍ବର ୧୮, ,୨୦୨୪ରେ ଗୋଆର ପାନାଜୀଠାରେ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ସହଯୋଗରେ ପ୍ରତିଷ୍ଠିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫ୍ଟିଆଇଆଇ)ର ସମ୍ବଳ ସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ଆୟୋଜିତ ଏକ ପ୍ରଶଂସାମୂଳକ ଚଳଚ୍ଚିତ୍ର ପ୍ରଶଂସା ପାଠ୍ୟକ୍ରମରେ ସେମାନେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଏହି ପାଠ୍ୟକ୍ରମ ଏକ ଦିନବ୍ୟାପୀ କାର୍ଯ୍ୟକ୍ରମ ଏବଂ ଗଣମାଧ୍ୟମ ପ୍ରତିନିଧି ପଞ୍ଜୀକରଣ ଫର୍ମ ଦାଖଲ କରିବା ଏବଂ ଫର୍ମରେ ପ୍ରଦାନ କରାଯାଇଥିବା ପାଠ୍ୟକ୍ରମରେ ଯୋଗଦେବାର ବିକଳ୍ପ ଚୟନ କରିବା ଆଧାରରେ ସ୍ୱୀକୃତିପ୍ରାପ୍ତ ମିଡିଆ ପ୍ରତିନିଧିମାନଙ୍କ ପାଇଁ ପ୍ରଥମ ଆସ-ପ୍ରଥମେ ଆସ-ପ୍ରଥମେ-ସେବା ଭିତ୍ତିରେ ଉପଲବ୍ଧ ହେବ ।

ପାଠ୍ୟକ୍ରମର ଅଧିକ ବିବରଣୀ ଚୟନ କରାଯାଇଥିବା ମିଡିଆ ପ୍ରତିନିଧିମାନଙ୍କୁ ଠିକ୍ ସମୟରେ ଅବଗତ କରାଯିବ। ତେଣୁ, ଆଜି ପଞ୍ଜୀକରଣ କରନ୍ତୁ ଏବଂ ଦେଖନ୍ତୁ କାହିଁକି ଶୀଘ୍ର ପଞ୍ଜୀକରଣ ଏକ ଗେମ୍-ଚେଞ୍ଜର ଅଟେ। ଆପଣ କେବଳ ଭିଡ଼କୁ ମାତ୍ ଦେବେ ନାହିଁ, ବରଂ ୨୦୨୪ ଆଇଏଫ୍ଏଫ୍ଆଇ ମହାସମାରୋହ ଆରମ୍ଭ ହେବା ପୂର୍ବରୁ ଆପଣ ସ୍ୱତନ୍ତ୍ର ଜ୍ଞାନ ଏବଂ ନେଟୱାର୍କିଂ ସୁଯୋଗ ମଧ୍ୟ ଉପଭୋଗ କରିବେ।

ଏଠାରେପଞ୍ଜିକରଣ କରନ୍ତୁଏବଂ ସିନେମାର ଆନନ୍ଦ ବାଣ୍ଟିବାକୁ ଆମେ ପୁଣି ଥରେ ଆପଣଙ୍କୁ ସ୍ୱାଗତ କରୁଛୁ!

ସିନେମାରେ ନିଜକୁ ଦେଖନ୍ତୁ!

ଆଇଏଫଏଫଆଇ ବିଷୟରେ

୧୯୫୨ମସିହାରେ ସ୍ଥାପିତ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଏସିଆର ଅନ୍ୟତମ ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବ ଭାବେ ପରିଗଣିତ ହୋଇଛି। ଆରମ୍ଭରୁ ଆଇଏଫଏଫଆଇ ଚଳଚ୍ଚିତ୍ର, ସେମାନଙ୍କର ଆକର୍ଷଣୀୟ କାହାଣୀ ଏବଂ ସେମାନଙ୍କ ପଛରେ ଥିବା ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି । ଚଳଚ୍ଚିତ୍ର ପ୍ରତି ଗଭୀର ପ୍ରଶଂସା ଓ ଭଲପାଇବା ସୃଷ୍ଟି କରିବା, ଲୋକଙ୍କ ମଧ୍ୟରେ ବୁଝାମଣା ଓ ବନ୍ଧୁତ୍ୱର ସେତୁ ନିର୍ମାଣ କରିବା ଏବଂ ସେମାନଙ୍କୁ ବ୍ୟକ୍ତିଗତ ଓ ସାମୂହିକ ଉତ୍କର୍ଷତାର ନୂତନ ଶୀର୍ଷରେ ପହଞ୍ଚିବା ପାଇଁ ପ୍ରେରଣା ଦେବା ଏହି ମହୋତ୍ସବର ଉଦ୍ଦେଶ୍ୟ।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗୋଆ ସରକାରଙ୍କ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ ସହଯୋଗରେ ପ୍ରତିବର୍ଷ ଆଇଏଫ୍ଏଫ୍ଆଇ ଆୟୋଜନ କରାଯାଏ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ଥିବା ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ (ଡିଏଫ୍ଏଫ୍) ସାଧାରଣତଃ ଏହି ମହୋତ୍ସବର ନେତୃତ୍ୱ ନେଉଥିବା ବେଳେ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍ଏଫଡିସି) ସହିତ ଚଳଚ୍ଚିତ୍ର ଗଣମାଧ୍ୟମ ୟୁନିଟ୍ ଗୁଡ଼ିକର ମିଶ୍ରଣ ପରେ ଏନ୍ଏଫଡିସି ଏହି ମହୋତ୍ସବ ପରିଚାଳନା ଦାୟିତ୍ବ ନେଇଛି। ୫୫ତମ ଆଇଏଫ୍ଏଫ୍ଆଇର ସଦ୍ୟତମ ଅପଡେଟ୍ ପାଇଁ, ଦୟାକରି www.iffigoa.org ଫେଷ୍ଟିଭାଲ ୱେବସାଇଟ୍ କୁ ଯାଆନ୍ତୁ ଏବଂ ପିଆଇବିର ସୋସିଆଲ ମିଡିଆ ପ୍ଲାଟଫର୍ମ ଯଥା ଏକ୍ସ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଏବଂ ପିଆଇବିର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଆଇଏଫଏଫଆଇ ଅନୁସରଣ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ସିନେମା

୧୮ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘୭୫ କ୍ରିଏଟିଭ୍ ମାଇଣ୍ଡ୍‌ସ ଅଫ୍ ଟୁମୋରୋ’

ନୂଆଦିଲ୍ଲୀ: ସମ୍ମାନଜନକ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ର ଅନ୍ୟତମ ବିଶେଷ ଆକର୍ଷଣ ଠାରୁ ଆରମ୍ଭ କରି ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମ୍‌ଆଇଏଫ୍‌ଏଫ୍‌) ରେ ପରଦାର ଶୋଭା ବୃଦ୍ଧି କରିବା ପର୍ଯ୍ୟନ୍ତ, ଦେଶର ଉଦୀୟମାନ ଯୁବ ପ୍ରତିଭା, ‘୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ (ସିଏମ୍‌ଓଟି) କଳାତ୍ମକ ଉତ୍କର୍ଷତାର ଏକ ପ୍ରେରଣାଦାୟୀ ଯାତ୍ରା ଅତିକ୍ରମ କରିଛନ୍ତି।

ଏମ୍‌ଆଇଏଫ୍‌ଏଫ୍‌ର ୧୮ତମ ସଂସ୍କରଣରେ ଏହି ଆକାଂକ୍ଷୀ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ କିଛି ଆକର୍ଷଣୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ , ଯେଉଁଥିରେ ଗୋଆର ୫୪ତମ ଆଇଏଫ୍‌ଏଫ୍‌ଆଇରେ ଶ୍ରେଷ୍ଠ ସିଏମ୍‌ଓଟି ଚଳଚ୍ଚିତ୍ରର ବିଜେତା ‘ଓଡିଏଚ୍‌’ ମଧ୍ୟ ଅନ୍ତର୍ଭୁକ୍ତ।

ଏମ୍‌ଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବାକୁ ଥିବା ୭୫- ସିଏମ୍‌ଓଟିର ଚଳଚ୍ଚିତ୍ର ତାଲିକା

ଆଲମ୍

ଆଲମ୍ ହେଉଛି ଜଣେ ଆତ୍ମଗ୍ଲାନିରେ ପରିପୂର୍ଣ୍ଣ ବ୍ୟକ୍ତିଙ୍କ କାହାଣୀ, ଯିଏ ପ୍ରକୃତି ବିଷୟରେ ଚିନ୍ତା କରନ୍ତି ନାହିଁ। ଖୁବ୍ ଶୀଘ୍ର ବୃକ୍ଷ, ବାୟୁ, ଜଳ ଓ ବଜ୍ରପାତ ଭଳି ସମସ୍ତ ତତ୍ତ୍ୱ ତାଙ୍କୁ ସାମ୍ନା କରି ଅନୁଭବ କରାଇଥାନ୍ତି ଯେ ତାଙ୍କ କାର୍ଯ୍ୟ କେବଳ ପ୍ରକୃତିକୁ ପ୍ରଭାବିତ କରେ ନାହିଁ, ବରଂ ତାଙ୍କ ଆଖପାଖରେ ଥିବା ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ।

 ଲା ମେର

ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ, ମହାମାରୀ ପରବର୍ତ୍ତୀ ବିଶ୍ୱରେ ବରିଷ୍ଠ ବୈଜ୍ଞାନିକ ଜାକର୍ତ୍ତା ଜଳ ସଂକଟ ମଧ୍ୟରେ ଆଶା ଓ ନିରାଶା ସହ ସଂଘର୍ଷ କରୁଛନ୍ତି। ବିଶୁଦ୍ଧ ଜଳର ଶେଷ ଉତ୍ସକୁ ନେଇ ଧମକ ଦେଉଥିବା ଏକ ନିଷ୍ଠୁର ଗୋଷ୍ଠୀକୁ ସମ୍ମୁଖୀନ ହେବା ସମୟରେ, ଏକ ଦୁଃଖଦାୟକ ମୁକାବିଲା ଏକ ଅପ୍ରତ୍ୟାଶିତ ସହଯୋଗୀକୁ ପ୍ରକଟ କରେ, ଯାହା ଏକ ନିର୍ଜନ ପରିବେଶରେ ବିଶ୍ୱାସ ଏବଂ ଅଭିନବତା ପୁନରୁଦ୍ଧାର କରିବା ପାଇଁ ଏକ ମାର୍ମିକ ଯାତ୍ରା ଆରମ୍ଭ କରେ। ଚାର୍ଲ୍ସ ଟ୍ରେନେଟଙ୍କ ଏକ ଗୀତ ଉପରେ ଆଧାରିତ।

ଓଡିଏଚ

ଚଳଚ୍ଚିତ୍ରର କାହାଣୀ ଜଣେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦୁର୍ଦ୍ଦଶାକୁ ପ୍ରଦର୍ଶିତ କରେ,  ଯିଏ ସମୁଦ୍ର କୂଳରେ ତାଙ୍କ ଡଙ୍ଗା ରଖିବା ପାଇଁ ସ୍ଥାନ ପାଆନ୍ତି ନାହିଁ ଏବଂ ତାଙ୍କ ଡଙ୍ଗାକୁ ସହର ଭିତରକୁ ନେବା ପାଇଁ ସାହାରା ନେଇଛନ୍ତି।

ବୀରୱା

ଏହି ଚଳଚ୍ଚିତ୍ରରେ ଏକ ବିଷାକ୍ତ ସମ୍ପର୍କକୁ ଦର୍ଶାଯାଇଛି ଯାହା ଭାଙ୍ଗିବା ଅବସ୍ଥାରେ ଅଛି , ଯାହା ମଣିଷ ଏବଂ ପ୍ରକୃତି ମଧ୍ୟରେ ଖରାପ ହେଉଥିବା ସମ୍ପର୍କକୁ ପ୍ରତିଫଳିତ କରେ। କିନ୍ତୁ କିଛି ଉପାୟ ଅଛି କି?

ଅଙ୍କୁରନ

ପ୍ରକୃତି ଉପରେ ମାନବ ପ୍ରଜାତିର ଉତ୍ପୀଡନ କାରଣରୁ ବିଷାକ୍ତ ବାୟୁ ସୃଷ୍ଟି ହେବା ଯୋଗୁଁ ସୃଷ୍ଟି ହୋଇଥିବା ପରବର୍ତ୍ତୀ ପ୍ରଭାବକୁ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ରଟି ଏକ ଛୋଟ ଝିଅ ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ ତା’ର  ଆଶା ବିଷୟ ଉପରେ ପର୍ଯ୍ୟବସିତ।

“ଆସନ୍ତାକାଲିର ୭୫ଟି ସୃଜନଶୀଳ ମସ୍ତିଷ୍କ” (‘୭୫ କ୍ରିଏଟିଭ୍ ମାଇଣ୍ଡ୍‌ସ ଅଫ୍ ଟୁମୋରୋ’) ବିଷୟରେ

‘୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ ହେଉଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ଅଭିନବ ପ୍ରୟାସ, ଯେଉଁଥିରେ ଦେଶର ଯୁବ ସିନେ ପ୍ରତିଭାମାନଙ୍କୁ ଚିହ୍ନଟ କରିବା, ପ୍ରୋତ୍ସାହିତ କରିବା ଏବଂ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରତିଭା ବିକାଶ ଅଭିଯାନର ଏକ ଅଂଶ ଭାବରେ ପ୍ରତିଯୋଗୀମାନେ ଅନ୍ତର୍ଜାତୀୟ ମଞ୍ଚରେ ଚଳଚ୍ଚିତ୍ର ନିର୍ମାଣରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ୨୦୨୧ରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ୫୨ତମ ସଂସ୍କରଣରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏହାର ଶୁଭାରମ୍ଭ କରାଯାଇଥିଲା ଏବଂ ସେବେଠାରୁ ଆଇଏଫ୍‌ଏଫ୍‌ଆଇ ଅବସରରେ ତିନୋଟି ସଫଳ ସଂସ୍କରଣ ଅନୁଷ୍ଠିତ ହୋଇଛି, ଯେଉଁଥିରେ ୨୨୫ ଜଣ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରତିଭା ଭଣ୍ଡାର ନିର୍ମାଣ କରାଯାଇଛି।

ପ୍ରତିବର୍ଷ ଅଭିଜ୍ଞ ଚଳଚ୍ଚିତ୍ର ନିର୍ମାତାଙ୍କ ସହିତ ନୂତନ ଚଳଚ୍ଚିତ୍ର ନିର୍ମାତା କିମ୍ବା ଚଳଚ୍ଚିତ୍ର ନିର୍ମାଣ ଏବଂ ଆନୁଷଙ୍ଗିକ କଳା ପ୍ରତି ଗଭୀର ରୁଚି ରଖିଥିବା ବ୍ୟକ୍ତିବିଶେଷଙ୍କ ଠାରୁ ନିମ୍ନଲିଖିତ ବର୍ଗରେ ହଜାର ହଜାର ଆବେଦନ ଗ୍ରହଣ କରାଯାଏ: ନିର୍ଦ୍ଦେଶନା, ପଟ୍ଟକଥା ଲିଖନ, ସିନେମାଟୋଗ୍ରାଫି, ଅଭିନୟ, ସମ୍ପାଦନା, ପାଶ୍ୱର୍ ଗାୟନ, ସଙ୍ଗୀତ ରଚନା, କଷ୍ଟ୍ୟୁମ ଏବଂ ମେକଅପ୍‌, ଆର୍ଟ ଡିଜାଇନ୍ ଏବଂ ଆନିମେସନ୍‌, ଭିଜୁଆଲ ଇଫେକ୍ଟସ୍ (ଭିଏଫଏକ୍ସ), ଅଗମେଣ୍ଟେଡ୍ ରିୟଲିଟି (ଏଆର) ଏବଂ ଭର୍ଚୁଆଲ ରିୟଲିଟି (ଭିଆର)।

ସମଗ୍ର ଭାରତରୁ ୭୫ ଜଣ ଯୁବ ସୃଜନଶୀଳ ପ୍ରତିଭା ମଧ୍ୟ ‘ଫିଲ୍ମ ଚ୍ୟାଲେଞ୍ଜ’ରେ ଭାଗ ନେଉଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ଆଇଏଫ୍‌ଏଫ୍‌ଆଇରେ ୪୮ ଘଣ୍ଟା ମଧ୍ୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପଡ଼ିବ। ଗତ ତିନୋଟି ସଂସ୍କରଣରେ ଯୁବ ସୃଜନଶୀଳ ପ୍ରତିଭାମାନଙ୍କ ଦ୍ୱାରା ଅଭିନବତା ଏବଂ କାହାଣୀ କହିବାର ଦକ୍ଷତାର ଗତିଶୀଳ ଉତ୍ସବ ଦେଖିବାକୁ ମିଳିଥିଲା।

ଆଇଏଫଏଫଆଇ-୫୪ରେ ଏକ ସିଏମଓଟି ପ୍ରତିଭା ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରତିଯୋଗୀମାନେ ପ୍ରଡକ୍ସନ ହାଉସ, ଏଭିଜିସି କମ୍ପାନୀ ଏବଂ ଷ୍ଟୁଡିଓ ସମେତ ଭାରତର ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରର ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନଙ୍କ ସହିତ ବାର୍ତ୍ତାଳାପ କରିପାରିଥିଲେ। ଏହି ନିଯୁକ୍ତି ଅଭିଯାନରେ , ଅଂଶଗ୍ରହଣକାରୀମାନେ ସେମାନଙ୍କର ଧାରଣା ଉପସ୍ଥାପନ କରିବା ଏବଂ ଶିଳ୍ପର ଅଗ୍ରଣୀ ପେସାଦାରମାନଙ୍କ ନିକଟରେ ସେମାନଙ୍କର ପୂର୍ବ କାର୍ଯ୍ୟ ଉପସ୍ଥାପନ କରିବାର ଅନନ୍ୟ ସୁଯୋଗ ପାଇଥିଲେ। ଏହାବ୍ୟତୀତ ଯୁବ ପ୍ରତିଭାମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ମାଷ୍ଟରକ୍ଲାସ୍‌, ବାର୍ତ୍ତାଳାପ ଅଧିବେଶନ ଏବଂ ଖୋଲା ମଂଚ ଆଲୋଚନାରେ ଶିଳ୍ପ ବିଶେଷଜ୍ଞଙ୍କ ସହ ଯୋଗଦେବା ଓ ବାର୍ତ୍ତାଳାପ କରିବାର ସୁଯୋଗ ପାଇଥାନ୍ତି।

Categories
ଆଜିର ଖବର ଜାତୀୟ ଖବର ସିନେମା

୫୪ତମ ଆଇଏଫ୍ଏଫ୍ଆଇରେ ସମ୍ମାନିତ ହେଲେ ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସମ୍ମାନ ପ୍ରଦାନ ସ୍ବରୂପ ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି’ ପାଇଁ ପୁରସ୍କୃତ କରାଯାଇଛି। ୪ ଦଶନ୍ଧିର ଚମତ୍କାର କ୍ୟାରିୟର ସହ ମାଧୁରୀ ଦୀକ୍ଷିତ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ଗୋଆର ପାନାଜୀଠାରେ ଆୟୋଜିତ ୫୪ତମ ଆଇଏଫ୍ଏଫ୍ଆଇର ଉଦଘାଟନୀ ସମାରୋହରେ ଏହି ପୁରସ୍କାର ଘୋଷଣା କରିଛନ୍ତି।

କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଦୀର୍ଘ ଦିନ ଧରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା, ମାଧୁରୀ ଦୀକ୍ଷିତ ଅସାଧାରଣ ଦକ୍ଷତା ବଳରେ ଚାରି ଦଶନ୍ଧି ଧରି ଅତୁଳନୀୟ ପ୍ରତିଭା ସହିତ ଆମ ପରଦାର ଶୋଭା ବଢାଇ​‌ ଆସିଛନ୍ତି।”

ବିବିଧ ଚରିତ୍ରକୁ ଜୀବନ୍ତ କରିବାର ତାଙ୍କର ଦକ୍ଷତା ପିଢୀ ପରେ ପିଢୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି। ମାଧୁରୀ ଦୀକ୍ଷିତଙ୍କ ଅସାଧାରଣ ସଫଳତା ଏବଂ ଭାରତୀୟ ସିନେମାରେ ତାଙ୍କର ସ୍ଥାୟୀ ପ୍ରଭାବର ପ୍ରମାଣ ହେଉଛି ‘ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପୁରସ୍କାର’। ୧୯୮୦, ୧୯୯୦ ଏବଂ ୨୦୦୦ ଦଶକର ପ୍ରାରମ୍ଭରେ ହିନ୍ଦୀ ଚଳଚ୍ଚିତ୍ରର ଅଗ୍ରଣୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ୬ଟି ଫିଲ୍ମଫେୟାର ପୁରସ୍କାର ପାଇଥିଲେ ଏବଂ ରେକର୍ଡ ୧୪ ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ମାଧୁରୀ ଦୀକ୍ଷିତ ‘ଅବୋଧ’ (୧୯୮୪)ରୁ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ତେଜାବ (୧୯୮୮) ଜରିଆରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲେ। ୨୦୧୪ରେ ତାଙ୍କୁ ଭାରତରେ ୟୁନିସେଫର ସଦଭାବନା ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍‌ଏଫ୍‌ଆଇର ପାନୋରମା ସେକ୍ସନ ପାଇଁ ଏନ୍‌ଡିଏଫସି ପକ୍ଷରୁ ଫିଚର ଓ ଅଣଫିଚର ଫିଲ୍ମ ଆହ୍ୱାନ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜନ  କରୁଛି। ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ ପାଇଁ ଉଭୟ ଫିଚର ଓ ଅଣଫିଚର ଫିଲ୍ମର ପ୍ରବେଶ ନିନ୍ତେ ସମ୍ପୃକ୍ତ ପ୍ରଯୋଜକ ଓ ନିର୍ମାତାଙ୍କ ଠାରୁ ଆବେଦନ ଆହ୍ୱାନ କରିଛି। ଚଳିତବର୍ଷ (୨୦୨୩) ନଭେମ୍ବର ୨୦ରୁ ୨୮ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେଉଥିବା ଆଇଏଫ୍‌ଏଫ୍‌ଆଇର ପାନୋରମା ବିଭାଗରେ ଏସବୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଇଣ୍ଡିଆନ ପାନୋରମା ସେକ୍ସନ ଆଇଏଫ୍‌ଏଫ୍‌ଆଇ ଏକ ପ୍ରମୁଖ ସମ୍ପତ୍ତି। ଏହା ଭାରତୀୟ ଭାଷାରେ ନିର୍ମିତ ତଥା ବିଚାରକ ମଣ୍ଡଳୀ ଦ୍ୱାରା ବଛାଯାଇଥିବା ଚଳଚ୍ଚିତ୍ରଗୁଡିକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ। ଏସବୁ ଫିଚର ଓ ଅଣଫିଚର ଫିଲ୍ମ ଭାରତ ଓ ବିଦେଶରେ ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିବା ବାଂଛନୀୟ। ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ଭାରତୀୟ ଚଳଚ୍ଚିତ୍ରମାନ ମଧ୍ୟ ଏଥିରେ ପ୍ରବେଶ କରିବାକୁ ଯୋଗ୍ୟ ହେବେ।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୬ଟି ଫିଚର ଓ ୨୧ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ବଛାଯିବ। ବିଚାରକ ମଣ୍ଡଳୀଙ୍କ ଚୂଡାନ୍ତ ବିଚାର ପରେ ସମ୍ପୃକ୍ତ ଚଳଚ୍ଚିତ୍ରଗୁଡିକୁ ପ୍ରବେଶ ଅନୁମତି ମିଳିବ। ଚଳଚ୍ଚିତ୍ରଗୁଡିକୁ ସିନେମାଟିକ, ଥେମାଟିକ, ଆସଥେଟିକ ଓ ଏକ୍ସଲେନ୍ସ (କଳାତ୍ମକ, ବିଷୟବସ୍ତୁ, ସୌନ୍ଦର୍ଯ୍ୟବୋଧ ଓ ଉତ୍କର୍ଷ) ଭିତ୍ତିରେ ବଛାଯିବ।

ଏହି ଏଣ୍ଟ୍ରି ପାଇଁ ଯୋଗ୍ୟତା ଓ ସବିଶେଷ ତଥ୍ୟ ଆଇଏଫ୍‌ଏଫଆଇ ୱେବସାଇଟ୍‌ରେ ଉପଲବ୍ଧ। ଏଥିରେ ଦୁଇଟି ମୌଳିକ ଯୋଗ୍ୟତା ଅନିବାର୍ଯ୍ୟ ରଖାଯାଇଛି। ତାହା ହେଲା ପ୍ରତ୍ୟେକ ଫିଲ୍ମରେ ଇଂରାଜୀ ସବ୍‌ଟାଇଟଲ ଥିବ ଏବଂ ସମ୍ପୃକ୍ତ ଫିଲ୍ମ ୨୦୨୨ ଅଗଷ୍ଟ ୩୦ ତାରିଖରୁ ୨୦୨୩ ଜୁଲାଇ ୩୧ ତାରିଖ ସୁଦ୍ଧା ତିଆରି ହୋଇଥିବ କିମ୍ବା ଏହି ସମୟ ମଧ୍ୟରେ ସେନ୍ନସର ବୋର୍ଡର ସାର୍ଟିଫିକେଟ ହାସଲ କରିଥିବ। ଫିଲ୍ମ ଦାଖଲର ଶେଷ ତାରିଖ ୨୦୨୩  ଅଗଷ୍ଟ ୧୦ତାରିଖ ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍‌ଏଫ୍‌ଆଇର ୫୩ତମ ସଂସ୍କରଣରେ ଭାରତୀୟ ପାନୋରମା ବର୍ଗକୁ ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଇଣ୍ଡିଆନ୍ ପାନୋରାମା ବର୍ଗ ଆରମ୍ଭ ହୋଇଛି। ଭାରତର ବିଭିନ୍ନ ସ୍ଥାନରୁ ଏକାଠି ହୋଇଥିବା ଫିଲ୍ମ ଗୁଡିକ ବଡ ପରଦାରେ କାହାଣୀକୁ ଜୀବନ୍ତ କରିବାର ପ୍ରତିଶ୍ରୁତି ସହିତ ଇଣ୍ଡିଆନ ପାନୋରାମା ଆରମ୍ଭ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହାକୁ ଉଦଘାଟନ କରିଥିଲେ।

ଏହି ଉଦ୍‌ଘାଟନୀ ସମାରୋହରେ ଦର୍ଶକମାନଙ୍କୁ ଚଳିତ ବର୍ଷ ପାଇଁ ଭାରତୀୟ ପାନୋରାମା ୨୦୨୨ ବର୍ଗ ଅଧୀନରେ ୨୫ଟି ଫିଚର୍ ଏବଂ ୨୦ଟି ଅଣ- ଫିଚର୍ ଫିଲ୍ମଗୁଡିକୁ ଆଇଏଫ୍‌ଏଫ୍‌ଆଇର ବିଧିବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସେହି ଚଳଚ୍ଚିତ୍ର ନିର୍ମାତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି , ଯେଉଁ ମାନଙ୍କର ଚଳଚ୍ଚିତ୍ର ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେଉଛି। ସମସ୍ତ ଚଳଚ୍ଚିତ୍ର ଦେଖିବା ପାଇଁ ସମୟ ଦେଇଥିବାରୁ ଏବଂ ଭାରତୀୟ ପାନୋରାମା ପାଇଁ ସେଗୁଡିକ ମଧ୍ୟରୁ ସର୍ବୋତ୍ତମ ଚଳଚ୍ଚିତ୍ର ଚୟନ କରି ଥିବାରୁ ସେ ବିଚାରକ ମଣ୍ଡଳୀର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ, ଭାରତୀୟ ପାନୋରାମା ବିଭାଗ ଅଧୀନରେ ଦେଶର ସମସ୍ତ ଅଞ୍ଚଳରୁ ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉଦ୍‌ଘାଟନୀ ଚଳଚ୍ଚିତ୍ର ହାଦିନେଲେନ୍ତୁ(ଫିଚର) ଏବଂ ଦି ସୋ ମଷ୍ଟ୍ ଗୋ ଅନ୍ (ଅଣ – ଫିଚର)ର ଫିଲ୍ମ ନିର୍ମାତା ମାନଙ୍କୁ ସମ୍ମାନିତ କରିଥିଲେ।

-‘ଦି ସୋ ମଷ୍ଟ ଗୋ ଅନ୍‌’ ଫିଲ୍ମର ନିର୍ଦ୍ଦେଶକ ଦିବ୍ୟା କୋୱାସଜୀଙ୍କୁ ଅନୁରାଗ ସିଂହ ଠାକୁର ସମ୍ମାନିତ କରୁଛନ୍ତି।

-ଅନୁରାଗ ସିଂ ଠାକୁର ହାଦିନେଲେନ୍ତୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୃଥ୍ୱୀ କୋନାନୁରଙ୍କୁ ସମ୍ମାନିତ କରୁଛନ୍ତି

ଅଣ- ଫିଚର ଚଳଚ୍ଚିତ୍ର ବର୍ଗର ଉଦଘାଟନୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦିବ୍ୟା କୋୱାସଜୀ କହିଛନ୍ତି ଯେ, “ଲକଡାଉନ୍ ସମୟରେ ଯେତେବେଳେ ମୁଁ ମୋ ଭାଇଙ୍କ ସହ ଘରେ ରହିଥିଲି। ସେ ମଧ୍ୟ ଜଣେ ଚଳଚ୍ଚିତ୍ର ନିର୍ମାତା। ଆମେ ନିଷ୍ପତ୍ତି ନେଇଥିଲୁ ଯେ ପୁରୁଣା ପାର୍ସୀ ରଙ୍ଗମଞ୍ଚର ଥିଏଟର କଳାକାରଙ୍କ ରିହର୍ସାଲ୍ ସମୟରେ ସୁଟ୍ ହୋଇଥିବା ଫିଲ୍ମର ଫୁଟେଜ୍‌କୁ ଏଡିଟ୍ କରିବୁ। ୩୦ ବର୍ଷରୁ ଅଧିକ ସମୟ ମଞ୍ଚରୁ ଦୂରରେ ରହିବା ପରେ ସେମାନେ ଏକ ଅନ୍ତିମ ଶୋ ପାଇଁ ଏକାଠି ହୋଇଥିଲେ। ମୁଁ ପାର୍ସୀ ଥିଏଟରର ମହାନ ବ୍ୟକ୍ତିତ୍ବଙ୍କ ପ୍ରେମରେ ପଡି ଯାଇଥିଲି , ଯେତେବେଳେ ସେମାନଙ୍କର ଶେଷ ଅଭିନୟର ଏଡିଟ୍ ହୋଇ ନଥିବା ଫୁଟେଜଗୁଡିକୁ ସମ୍ପାଦନା କରୁଥିଲି। ମୁଁ ଗର୍ବର ସହିତ କହିପାରେ ଯେ ଏହି ଚଳଚ୍ଚିତ୍ରଟି ସମ୍ପାଦନା ଟେବୁଲରେ ହିଁ ସୃଷ୍ଟି ହୋଇଛି।

ଦି ଶୋ ମଷ୍ଟ ଗୋ ଅନ୍‌

ଫିଚର୍ ଫିଲ୍ମ ବର୍ଗର ଉଦଘାଟନୀ ଚଳଚ୍ଚିତ୍ର ହାଦିନେଲେନ୍ତୁ ହେଉଛି ନିର୍ଦ୍ଦେଶକଙ୍କ ଚତୁର୍ଥ ଚଳଚ୍ଚିତ୍ର ଏବଂ ଏହା ମଧ୍ୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ବୁସାନ୍ ୨୦୨୨ ରେ ପ୍ରିମିୟର୍ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୃଥ୍ୱୀ କୋନାନୁର ଏହି ଚଳଚ୍ଚିତ୍ରକୁ ସମ୍ମାନ ଏବଂ ସ୍ୱୀକୃତି ପାଇଁ ଆଇଏଫ୍‌ଏଫ୍‌ଆଇକୁ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଆମ ସମୟର ସହରୀ ସମାଜରେ କିଶୋରମାନେ ସମ୍ମୁଖୀନ ହେଉଥିବା ସମ୍ବେଦନଶୀଳ ପ୍ରସଙ୍ଗ ଗୁଡ଼ିକ ସହିତ ଜଡିତ।

ଭାରତୀୟ ପାନୋରମା ହେଉଛି ଆଇଏଫ୍‌ଏଫ୍‌ଆଇର ଏକ ପ୍ରମୁଖ ଉପାଦାନ ଯେଉଁଥିରେ ଚଳଚ୍ଚିତ୍ର କଳାର ପ୍ରଚାର ପାଇଁ ସମସାମୟିକ ସର୍ବଶେଷ୍ଠ ଭାରତୀୟ ଚଳଚ୍ଚିତ୍ର ଗୁଡିକୁ ଚୟନ କରାଯାଇଥାଏ। ଭାରତୀୟ ଚଳଚ୍ଚିତ୍ର ତଥା ଭାରତର ସମୃଦ୍ଧ ସଂସ୍କୃତି ଏବଂ ସିନେମା କଳାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ୧୯୭୮ ରେ ଆଇଏଫ୍‌ଏଫ୍‌ଆଇର ଏକ ଅଂଶ ଭାବରେ ଉପସ୍ଥାପିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।

ଭାରତୀୟ ପାନୋରମାର ଚୟନ ସିନେମା ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା କରାଯାଇଛି, ଯେଉଁଥିରେ ଫିଚର ଚଳଚ୍ଚିତ୍ର ପାଇଁ ସମୁଦାୟ ୧୨ ଜଣ ଜୁରି ସଦସ୍ୟ ଏବଂ ଅଣ – ଫିଚର ଚଳଚ୍ଚିତ୍ର ପାଇଁ ୬ ଜଣ ଜୁରି ସଦସ୍ୟ ସାମିଲ୍ ହୋଇଛନ୍ତି, ଯାହାର ନେତୃତ୍ୱ ସମ୍ପୃକ୍ତ ଅଧ୍ୟକ୍ଷ କରିଥାନ୍ତି। ସେମାନଙ୍କର ବ୍ୟକ୍ତିଗତ ଜ୍ଞାନକୌଶଳ ପ୍ରୟୋଗ କରି ବିଶିଷ୍ଟ ବିଚାରକ ମଣ୍ଡଳୀ ସହମତି ପାଇଁ ସମାନ ଭାବରେ ସହଯୋଗ କରନ୍ତି  ଯାହା ସମ୍ପୃକ୍ତ ବର୍ଗର ଭାରତୀୟ ପାନୋରମା ଚଳଚ୍ଚିତ୍ର ଚୟନ ଆଡକୁ ନେଇ ଯାଇଥାଏ।

ବାର ଜଣ ସଦସ୍ୟଙ୍କୁ ନେଇ ଫିଚର ଫିଲ୍ମ ଜୁରି, ଖ୍ୟାତନାମା ନିର୍ଦ୍ଦେଶକ ତଥା ସମ୍ପାଦକ, ଅଧ୍ୟକ୍ଷ ବିନୋଦ ଗଣତ୍ରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ୬ ଜଣ ସଦସ୍ୟଙ୍କୁ ନେଇ ଅଣ- ଫିଚର୍ ଫିଲ୍ମ ଜୁରି, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା, ନିର୍ମାତା, ଲେଖକ ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଓନାମ୍ ଡୋରେନ୍‌ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

ଭାରତୀୟ ପାନୋରାମା ବିଭାଗ ପାଇଁ ମନୋନିତ ଚଳଚ୍ଚିତ୍ର, ଚଳଚ୍ଚିତ୍ର କଳାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଭାରତ ତଥା ବିଦେଶରେ ଥିବା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ, ଦ୍ୱିପାକ୍ଷିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଭାରତୀୟ ଚଳଚ୍ଚିତ୍ର ଅଧୀନରେ ଆୟୋଜିତ ଭାରତୀୟ ଚଳଚ୍ଚିତ୍ର ସପ୍ତାହରେ ମଧ୍ୟ ଅଣ- ଲାଭକାରୀ ଫିଲ୍ମ ସ୍କ୍ରିନିଂ ପାଇଁ ପ୍ରଦର୍ଶିତ ହେବ।

ଭାରତୀୟ ପାନୋରମାରେ ଆରମ୍ଭ ହୋଇଥିବା ଚଳଚ୍ଚିତ୍ର ବିଷୟରେ:

ଦ୍ୱାଦଶ ଶ୍ରେଣୀର ଛାତ୍ର ଦୀପା ଏବଂ ହରି, ଦୀପାଙ୍କ ଫୋନରେ ଶନିବାର ଅପରାହ୍ନରେ କଲେଜ ସମୟ ପରେ ଏକ ଶ୍ରେଣୀ ଗୃହରେ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ଗୁଡ଼ିକୁ ରେକର୍ଡ କରନ୍ତି। ସୋମବାର ସେମାନଙ୍କୁ ପ୍ରିନ୍ସିପାଲ୍ ଡକାଇ ସେମାନଙ୍କୁ ଡରାଇ କହିଛନ୍ତି ଯେ ସେମାନଙ୍କର ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଅଛି। ସେମାନଙ୍କ ପରିବାର ଭାଙ୍ଗି ପଡିଛନ୍ତି। କଲେଜ ପ୍ରଶାସନ ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରି ସେମାନଙ୍କୁ ସ୍କୁଲ୍‌ରୁ ବାହାରି ଯିବାକୁ ସ୍ଥିର କରିଥାନ୍ତି। କିନ୍ତୁ ଯେତେବେଳେ ଜାତିର ପ୍ରଶ୍ନ ସାମ୍ନାକୁ ଆସେ, ଜିନିଷ ଗୁଡ଼ିକ ନିୟନ୍ତ୍ରଣ ବାହାରକୁ ଚାଲିଯାଏ।

ଦି ଶୋ ମଷ୍ଟ ଗୋ ଅନ୍:

ଦଶନ୍ଧି ଦଶନ୍ଧି ଧରି ନିଷ୍କ୍ରିୟତା ପରେ, ପାର୍ସୀ ଥିଏଟରର ପୁରୁଣା ପ୍ରତୀକ ଗୁଡିକ ଏକ ଅନ୍ତିମ ପରଦା ପାଇଁ ମଞ୍ଚକୁ ଫେରି ଆସିଛନ୍ତି। କିନ୍ତୁ ଅନ୍ତିମ ଶୋ’ ପୂର୍ବ ସନ୍ଧ୍ୟାରେ କଳାକାର ମାନଙ୍କ ସହିତ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଏହା ସବୁ କିଛି ବଦଳାଇବ କି? କିମ୍ବା ଶୋ ଚାଲିବ କି?

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଆଇଏଫ୍‌ଏଫ୍‌ଆଇର ଉଦ୍‌ଘାଟନ ଫିଲ୍ମର ୱାର୍ଲ୍ଟ ପ୍ରିମିୟରରେ ଅଂଶ ଗ୍ରହଣ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: “ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ସାରା ବିଶ୍ୱର ଚଳଚ୍ଚିତ୍ର ନିର୍ଦ୍ଦେଶକ ମାନଙ୍କ ପ୍ରତିଭା ଓ କୃତି ପ୍ରଦର୍ଶନ ପାଇଁ ଏକ ମଞ୍ଚରେ ପରିଣତ ହୋଇଛି। ଭାରତ ନିଶ୍ଚିତ ଭାବେ ଚଳଚ୍ଚିତ୍ରର ସହ-ନିର୍ମାଣ, ନିର୍ମାଣ ପରବର୍ତ୍ତୀ କାର୍ଯ୍ୟ , ଚଳଚ୍ଚିତ୍ର ସୁଟିଂ ତଥା ଫିଲ୍ମ କ୍ଷେତ୍ରରେ ପ୍ରଯୁକ୍ତି ସହଭାଗୀ ମାନଙ୍କ ପାଇଁ ଏକ କେନ୍ଦ୍ରସ୍ଥଳୀରେ ପରିଣତ ହେବ।’’ ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର। ଆଜି ଗୋଆ ଠାରେ ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣକୁ ଆରମ୍ଭ କରି ସେ ଏହା କହିଥିଲେ।

ଆଇଆଇଏଫ୍‌ଆଇର ୫୩ତମ ସଂସ୍କରଣରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଥମ ଫିଲ୍ମ ଅଷ୍ଟ୍ରୀୟ ନିର୍ଦ୍ଦେଶକ ଡାଏଟର୍ ବର୍ଣ୍ଣରଙ୍କ ଚଳଚ୍ଚିତ୍ର ଆଲ୍‌ମା ଏଣ୍ଡ ଓସ୍କାରର ୱାର୍ଲ୍ଡ ପ୍ରିମିୟର ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇ ଦେଇଥିଲେ। ସେ କହିଥିଲେ ଯେ ପ୍ରତି ବର୍ଷ ଏହି ଉତ୍ସବ ଦିନକୁ ଦିନ ବଡ ହେବାରେ ଲାଗିଛି। ଚଳିତ ବର୍ଷ ଏଠାରେ ଅନେକ ଫିଲ୍ମର ପ୍ରିମିୟର୍ ହେବାର ଅଛି। ଚଳିତ ବର୍ଷ ଆଇଏଫ୍‌ଏଫ୍‌ଆଇରେ  ୭୯ ରୁ ଅଧିକ ଦେଶ ଗୁଡିକର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି।

ଅନୁରାଗ ସିଂହ ଠାକୁର କହିଥିଲେ ଯେ, ପ୍ରଥମ ଥର ପାଇଁ ଆଇଏଫ୍‌ଏଫ୍‌ଆଇର ଉଦଘାଟନୀ ସମାରୋହ ପୂର୍ବରୁ ଏକ ଉଦ୍‌ଘାଟନୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ପ୍ରତି ବର୍ଷ ଆମେ କିଛି ଅଲଗା କରିବାକୁ ଚେଷ୍ଟା କରୁଛୁ। ‘ଭବିଷ୍ୟତର ୭୫ ଯୁବ ସୃଜନଶୀଳ ନିର୍ମାତା’ଙ୍କୁ ଚୟନ କରିବା ଭଳି ପଦକ୍ଷେପ ଠାରୁ ଆରମ୍ଭ କରି ବିଶ୍ୱ ପ୍ରିମିୟର୍ ପର୍ଯ୍ୟନ୍ତ ଏଥିରେ ସାମିଲ୍ କରାଯାଇଛି। ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପେସାଦାର ମହୋତ୍ସବରେ ଅଧିକ ସଂଖ୍ୟାରେ ଅଂଶ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ।

ଆଜି ଗୋଆର ପଣଜୀ ଠାରେ ଆରମ୍ଭ ହୋଇଥିବା ଆଇଏଫଏଫଆଇରେ ଆଇନକ୍ସ ଜରିଆରେ ପ୍ରଥମ ଚଳଚ୍ଚିତ୍ର ଆଲ୍‌ମା ଏଣ୍ଡ ଓସ୍କାରର ଭବ୍ୟ ପ୍ରଦର୍ଶନ ହୋଇଥିଲା। ଏଥିରେ  ସୂଚନା ଓ ପ୍ରସାରଣ ଏବଂ ମତ୍ସ୍ୟ ସମ୍ପଦ, ପଶୁପାଳନ ଏବଂ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍‌, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର, ଆଲ୍‌ମା ଏଣ୍ଡ ଓସ୍କାର ଚଳଚ୍ଚିତ୍ରର କଳାକାର ମାନଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଆଇଏଫ୍‌ଏଫ୍‌ଆଇ ଦ୍ୱାରା ଗୋଆର ଚାରିଆଡେ ସୃଷ୍ଟି ହୋଇଥିବା ମନୋରମ ତଥା ଉତ୍ସବର ପରିବେଶ ସମ୍ପର୍କରେ ଡଃ ଏଲ୍  ମୁରୁଗନ୍ କହିଥିଲେ ଯେ, ଆଇଏଫ୍‌ଏଫ୍‌ଆଇ ସମଗ୍ର ବିଶ୍ୱକୁ  ସଂଯୋଗ କରୁଛି। ଏହି ମହୋତ୍ସବରେ ସାରା ବିଶ୍ୱରୁ ଚଳଚ୍ଚିତ୍ର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଆଇଏଫ୍‌ଏଫ୍‌ଆଇ ଆମ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ବ୍ୟାପକ କରୁଛି ବୋଲି ସେ କହିଥିଲେ।

ନିର୍ଦ୍ଦେଶକ ଡାଏଟର ବର୍ଣ୍ଣର୍ ଉାବାବେଗରେ ପରିପୂର୍ଣ୍ଣ ପ୍ରେମ କାହାଣୀ ‘ଆଲ୍‌ମା ଏଣ୍ଡ ଓସ୍କାର’ ବିଷୟରେ ସୂଚନା ଦେଇ ଦର୍ଶାଇ ଥିଲେ ଯେ ଏହି ଚଳଚ୍ଚିତ୍ରଟି ଜଣେ ବିଖ୍ୟାତ ଭିଏନା ମହିଳା ଆଲ୍‌ମା ମହଲରଙ୍କ ବିଷୟରେ, ଯିଏ ସୁନ୍ଦର ତଥା ସାହସୀ ଥିଲେ ଏବଂ ସାମାଜିକ ପ୍ରଥାକୁ ଚ୍ୟାଲେଞ୍ଜ କରିଥିଲେ। ଓସ୍କାର କୋକୋସ୍କା ନାମକ ଜଣେ  ନାଟ୍ୟକାର ତଥା ଚିତ୍ରକରଙ୍କୁ ସେ ପ୍ରେମ କରୁଥିଲେ। ଯାହା ଉଭୟଙ୍କୁ ଆତ୍ମ – ବିନାଶର ସୀମାକୁ ଆଣିଥିଲା ଏବଂ କଳା ଇତିହାସରେ ଏକ ଛାପ ଛାଡି ଯାଇଥିଲା।

ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣର ଉଦ୍‌ଘାଟନୀ ଫିଲ୍ମ ନିମନ୍ତେ ରେଡ୍ କାର୍ପେଟ୍‌ର ଝଲକ।

ରେଡ୍ କାର୍ପେଟ୍‌ରେ ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣର ଉଦ୍‌ଘାଟନୀ ଫିଲ୍ମ ‘ଆଲ୍‌ମା ଆଣ୍ଡ ଓସ୍କାର’ର ପ୍ରଦର୍ଶନ ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ ପହଞ୍ଚିଛନ୍ତି।

‘ଆଲ୍‌ମା ଆଣ୍ଡ ଓସ୍କାର’ର ନିର୍ମାତା ଏବଂ କଳାକାରଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଅଷ୍ଟ୍ରିଆ ଫିଲ୍ମ ‘ଆଲ୍‌ମା ଆଣ୍ଡ ଓସ୍କାର’ର ନିର୍ଦ୍ଦେଶକ ଡାଏଟର୍ ବର୍ଣ୍ଣରଙ୍କୁ ସମ୍ମାନିତ କରଛନ୍ତି।

ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣରେ ଫିଲ୍ମ ‘ଆଲ୍‌ମା ଆଣ୍ଡ ଓସ୍କାର’ର ସ୍କ୍ରିନିଂ ଏବଂ ୱାର୍ଲ୍ଡ ପ୍ରିମିୟରରେ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଫିଲ୍ମର ସଦସ୍ୟମାନେ।

Categories
ଆଜିର ଖବର ଜାତୀୟ ଖବର ସିନେମା

୫୩ତମ ଆଇଏଫଏଫଆଇ ସମସ୍ତ ପ୍ରତିନିଧିଙ୍କୁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍‍ଏଫ୍‍ଆଇର ୫୩ତମ ସଂସ୍କରଣର ସଫଳତା ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।

ଏସିଆର ଅନ୍ୟତମ ପୁରାତନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜକ ତଥା ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି ଅନ୍ତର୍ଜାତୀୟ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଆଇଏଫ୍‍ଏଫ୍‍ଆଇର ଅବଦାନକୁ ସୂଚିତ କରିଛନ୍ତି। ଏପରି କରିବା ଦ୍ୱାରା, ଚଳଚ୍ଚିତ୍ର ମହୋତ୍ସବ ଦକ୍ଷିଣ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଆସୁଛି, ଚଳଚ୍ଚିତ୍ର ନିର୍ମାତା, କଳାକାର, ଶିଳ୍ପ ବିଶେଷଜ୍ଞ ଏବଂ ସିନେମା ପ୍ରେମୀମାନଙ୍କୁ ମତ ବିନିମୟ ଏବଂ ସେମାନଙ୍କର ସମୃଦ୍ଧ ଅନୁଭୂତି ବାଣ୍ଟିବାକୁ ସକ୍ଷମ କରାଏ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଦର୍ଶାଇଛନ୍ତି ଯେ ସିନେମାର ମୂଲ୍ୟ ସୃଜନଶୀଳତା ଏବଂ ମନୋରଞ୍ଜନର ମାଧ୍ୟମ। ସିନେମା ଏକ ମାଧ୍ୟମ ଯାହା ଦୃଶ୍ୟ, ଶବ୍ଦ ଏବଂ କାହାଣୀ କୌଶଳକୁ ଏକ ଗତିଶୀଳତା ପ୍ରଦାନ କରେ। ରାଷ୍ଟ୍ରପତି କହିଛନ୍ତି ଯେ ସେ ନିଶ୍ଚିତ ଯେ ଆଇଏଫ୍‍ଏଫ୍‍ଆଇର ୫୩ ତମ ସଂସ୍କରଣ ସମସ୍ତ ଉତ୍ସବର ପ୍ରତିନିଧିଙ୍କ ପାଇଁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍‌ଏଫ୍‌ଆଇର ୫୩ତମ ସଂସ୍କରଣ ନିମନ୍ତେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଇଏଫ୍‌ଏଫ୍‌ଆଇ, ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ସିନେମା ଦ୍ୱାରା ମିଳିତ ବିଭିନ୍ନ ଦେଶ ଗୁଡିକର ତଥା ସମାଜର ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ଉତ୍ସାହଜନକ ସମନ୍ୱୟକୁ ପ୍ରୋତ୍ସାହିତ କରିଥାଏ। ଆଇଏଫ୍‌ଏଫ୍‌ଆଇକୁ ଭାରତର ସବୁଠୁ ବଡ ଚଳଚ୍ଚିତ୍ର ମହୋତ୍ସବ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ “ଗୋଆରେ ଏକତ୍ରିତ ଏହି କ୍ଷୁଦ୍ର – ଦୁନିଆ ମଧ୍ୟରେ ପାରସ୍ପରିକ ବାର୍ତ୍ତାଳାପ ଦ୍ୱାରା କଳା ଜଗତକୁ ଗଭୀର ରୂପେ ବୁଝିବା ଏବଂ ନୂତନ କଥା ଶିଖିବା ନିମନ୍ତେ ସୁଯୋଗ ମିଳିବ।”

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ଆଇଏଫ୍‌ଏଫ୍‌ଆଇ ଏବଂ ଭାରତୀୟ ସିନେମା ବିଶ୍ୱ ମଞ୍ଚରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। “ବିଭିନ୍ନ ଭାରତୀୟ ଭାଷା ଗୁଡିକରେ ଚଳଚ୍ଚିତ୍ର ଅଧିକ ପରିମାଣରେ ଆନ୍ତର୍ଜାତୀୟ ଦର୍ଶକ ମାନଙ୍କ ନିକଟରେ ପହଞ୍ଚୁଛି ଏବଂ ସାରା ବିଶ୍ୱରେ ଏହାକୁ ପ୍ରଶଂସା କରା ଯାଉଛି।”

ପ୍ରଧାନମନ୍ତ୍ରୀ ଉଭୟ ସାମାଜିକ ଗତିଶୀଳତାକୁ ପ୍ରତିଫଳିତ କରିବା ଏବଂ ଆକାର ଦେବା କ୍ଷେତ୍ରରେ ସିନେମାର ଭୂମିକା ଉପରେ ନିଜର ବିଚାର ସମ୍ପର୍କରେ କହିଥିଲେ। “ଏବେ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ସିନେମା ସାରା ବିଶ୍ୱରେ ଲୋକ ମାନଙ୍କର କଳ୍ପନା ଉପରେ କବଜା କରି ନେଇଛି। ସିନେମା ଆମ ସମୟର ସାମାଜିକ ଗତିଶୀଳତାକୁ ଦର୍ଶାଇବା ସହିତ ଏହାକୁ ଆକାର ପ୍ରଦାନ କରିଥାଏ”  ବୋଲି ସେ କହିଥିଲେ।”

ପ୍ରଧାନମନ୍ତ୍ରୀ ସାମାଜିକ ପରିବର୍ତ୍ତନ ଆଣିବାରେ ଚଳଚ୍ଚିତ୍ର ଗୁଡିକର କାହାଣୀ କହିବାର ଶକ୍ତି ଏବଂ ଭାରତୀୟ ଭାଷାରେ କାହାଣୀ କହିବାର କଳାର ସମୃଦ୍ଧ ଇତିହାସ ଏବଂ କଳା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। “ପ୍ରତିବନ୍ଧକକୁ ଅତିକ୍ରମ କରିବା ଏବଂ ଦର୍ଶକଙ୍କ ସହିତ ଏକ ଭାବନାତ୍ମକ ସମ୍ପର୍କ ସ୍ଥାପନ କରିବା ପାଇଁ ଚଳଚ୍ଚିତ୍ର ଗୁଡ଼ିକର ଏକ ଅନନ୍ୟ ଦକ୍ଷତା ଅଛି। ଚଳଚ୍ଚିତ୍ର ଗୁଡିକ ସେମାନଙ୍କର ଶକ୍ତିଶାଳୀ କାହାଣୀ ମାଧ୍ୟମରେ ଲୋକ ମାନଙ୍କର ମନୋରଞ୍ଜନ କରିଥାଏ, ଶିକ୍ଷିତ କରେ କିମ୍ବା ପ୍ରେରଣା ଯୋଗାଇ ଥାଏ। ସାମାଜିକ ପରିବର୍ତ୍ତନର ଏକ ବାହକ ହେବାରେ ଚଳଚ୍ଚିତ୍ର ଗୁଡିକର ପ୍ରଭାବଶୀଳତା ପ୍ରକୃତରେ ଅତୁଳନୀୟ। ଭାରତ ଏକ ସମୃଦ୍ଧ ଏବଂ ବିବିଧ ସଂସ୍କୃତି ସହିତ ଆଶୀର୍ବାଦ ପ୍ରାପ୍ତ ଦେଶ, ଯାହା ହେଉଛି ଆଧୁନିକତା ସହିତ ପରମ୍ପରାର ମିଶ୍ରଣ। ବିଭିନ୍ନ ଭାରତୀୟ ଭାଷାରେ ଗଦ୍ୟ, କବିତା, ସଙ୍ଗୀତ, ନୃତ୍ୟ, ନାଟକ, ଡ୍ରାମା ଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ କାହାଣୀ କହିବାର ଇତିହାସ ଏବଂ କଳା ଆମ ଜୀବନ୍ତ ସାମାଜିକ- ସାଂସ୍କୃତିକ ପରିଦୃଶ୍ୟକୁ ପାଳନ କରିବାରେ ସକ୍ଷମ କରେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଗୋଆ ଏହି ଉତ୍ସବ ନିମନ୍ତେ ଏକ ଉପଯୁକ୍ତ ସ୍ଥାନ ଏବଂ ଏହା ଉତ୍ସବର ପ୍ରତିନିଧି ମାନଙ୍କୁ ନୂତନ ବିଚାର ସହିତ ଆସିବା ପାଇଁ ପ୍ରେରଣା ଯୋଗାଇବ ଯାହା ଫଳରେ ସିନେମାକୁ ଲଗାତର ବୃଦ୍ଧି ପାଉଥିବା ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସକ୍ଷମ କରା ଯାଇପାରିବ। “ନିଜର ସୁନ୍ଦର ପ୍ରକୃତି ଏବଂ ଜୀବନ୍ତ ସଂସ୍କୃତି ସହିତ ଗୋଆ ଆଇଏଫ୍‌ଏଫ୍‌ଆଇର ଆୟୋଜନ କରିବା ପାଇଁ ଉପଯୁକ୍ତ ପୃଷ୍ଠଭୂମି ପ୍ରଦାନ କରିଥାଏ। ମୋର ବିଶ୍ୱାସ ରହିଛି ଯେ , ଗୋଆ ଅଂଶଗ୍ରହଣକାରୀଙ୍କ ସୃଜନଶୀଳ କଳ୍ପନାକୁ ଉତ୍ସାହିତ କରିବ ଏବଂ ସେମାନଙ୍କୁ ନୂତନ ଚିନ୍ତାଧାରା ଆଣିବାକୁ ପ୍ରୋତ୍ସାହିତ କରିବ , ଯାହା ଫଳରେ ସିନେମାକୁ ଲଗାତାର ବୃଦ୍ଧି ପାଉଥିବା ଦର୍ଶକ ମାନଙ୍କ ନିକଟରେ ପହଞ୍ଚଇବା ପାଇଁ ସହାୟତା ମିଳି ପାରିବ।”

ପ୍ରଧାନମନ୍ତ୍ରୀ ଆଇଏଫ୍‌ଏଫ୍‌ଆଇର ୫୩ ତମ ସଂସ୍କରଣର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍‌ଏଫ୍‌ଆଇ ୫୩ତମ ସଂସ୍କରଣର ଆଧିକାରିକ ସୂଚୀ ଉପସ୍ଥାପିତ

ମୁମ୍ବାଇ: ଜାପାନୀ ଲେଖକ ହାରୁକି ମୁରାକାମି କହିଛନ୍ତି ଯେ, “ଯଦି ଆପଣ କେବଳ ସେହି ବହି ଗୁଡିକ ପଢ଼ୁଛନ୍ତି, ଯାହା ଅନ୍ୟ ସମସ୍ତେ ପଢ଼ୁଛନ୍ତି, ଆପଣ କେବଳ ତାହା ଚିନ୍ତା କରି ପାରିବେ, ଯାହା ଅନ୍ୟମାନେ ଚିନ୍ତା କରୁଛନ୍ତି।” ଯେହେତୁ ଏବେ ଆମେ ଆଇଏଫ୍‌ଏଫ୍‌ଆଇ ଭଳି ଫିଲ୍ମ ଉତ୍ସବ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛୁ, ବୋଧହୁଏ ଏହା ହେଉଛି ସେହି ସମୟ, ଯେତେବେଳେ ଆମେ ନିଜକୁ କହୁଛୁ, କେବଳ ସେହି ଚଳଚ୍ଚିତ୍ର ଦେଖିବା ପାଇଁ ଯାହାକୁ ଅନ୍ୟମାନେ ଦେଖୁଛନ୍ତି, ତେବେ ଆମେ କେବଳ ତାହା ଭାବି ପାରିବା, ସେଭଳି ବଂଚିବା ଏବଂ ଅନୁଭବ କରିପାରିବା ଯାହା ଅନ୍ୟ ସମସ୍ତେ ଅନୁଭବ କରନ୍ତି?

ଆଜ୍ଞା ହଁ, ଆମେ ବିଶ୍ୱାସ କରିଥାଉ ଅନେକ ବୈଶିଷ୍ଟ୍ୟ ଗୁଡିକ ମଧ୍ୟରୁ ଗୋଟିଏ ଯାହା ଚଳଚ୍ଚିତ୍ର ମହୋତ୍ସବକୁ ସ୍ୱତନ୍ତ୍ର କରିଥାଏ, ତାହା ହେଉଛି ସେମାନଙ୍କ ଦ୍ୱାରା ଉପସ୍ଥାପନ କରା ଯାଉଥିବା କଳାତ୍ମକ ଉତ୍କର୍ଷତାର ଚମତ୍କାର ସଂଗ୍ରହ। ବର୍ତ୍ତମାନର ଏହି ୫୩ତମ ସଂସ୍କରଣରେ, ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ବିଭିନ୍ନ ଲକ୍ଷ୍ୟ ଗୁଡିକ ମଧ୍ୟରୁ ଗୋଟିଏ ଲକ୍ଷ୍ୟ ହେଉଛି – ଉଭୟ ଭାରତୀୟ ତଥା ଆନ୍ତର୍ଜାତୀୟ ସିନେମାର ସର୍ବଶ୍ରେଷ୍ଠ କୃତି ଗୁଡିକ ସହିତ ଭାରତ ତଥା ବିଦେଶର ଦର୍ଶକଙ୍କୁ ପରିଚିତ କରାଇବା।

ତେବେ, ଠିକ୍ ଅଛି। ଏବେ ଯେତେବେଳେ ଆମେ ଚଳଚ୍ଚିତ୍ରର ଉତ୍ସବ ଆରମ୍ଭ କରିବାକୁ ଯାଉଛୁ, ଆମେ ଆପଣ ମାନଙ୍କ ପାଇଁ ମହୋତ୍ସବର ପ୍ୟାଲେଟ୍ ପ୍ରସ୍ତୁତ କରୁଛୁ। ଭାରତୀୟ ସିନେମା ଏବଂ ଆନ୍ତର୍ଜାତୀୟ ସିନେମାର ସୂଚୀ ଉପରେ ନଜର ପକାନ୍ତୁ।

ଆଇଏଫ୍‌ଏଫ୍‌ଆଇ ୫୩ ପାଇଁ ଭାରତୀୟ ସିନେମା କାଟାଲଗ୍ (ସୂଚୀ ) ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଏବଂ ଆଇଏଫ୍‌ଏଫ୍‌ଆଇ ୫୩ ପାଇଁ ଅନ୍ତର୍ଜାତୀୟ ସିନେମା କାଟାଲଗ୍ (ସୂଚୀ ) ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଆମେ ଆଶା କରୁଛୁ ଯେ, ଏହା ଗୋଆ ଠାରେ ବ୍ୟକ୍ତିଗତ ଭାବରେ ଆଇଏଫ୍‌ଏଫ୍‌ଆଇରେ ଯୋଗ ଦେଉଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଅଧିକରୁ ଅଧିକ ଭଲ ଫିଲ୍ମ ବାଛିବାରେ ସାହାଯ୍ୟ କରିବ। ଏହି ଉତ୍ସବ ଦ୍ୱାରା ଅନୁପ୍ରାଣିତ ହେବା ପାଇଁ ଆପଣଙ୍କର ଇଚ୍ଛା ଉପରେ ଆଧାର କରି ଆପଣଙ୍କ ଉତ୍ସବର ଯୋଜନା କରିବାକୁ  ଏବେ ପ୍ରସ୍ତୁତ ହୋଇ ଯାଆନ୍ତୁ।

ଏବଂ ଯଦି ଆପଣ ଗୋଆରେ ବ୍ୟକ୍ତିଗତ ଭାବରେ ଏହି ଉତ୍ସବରେ ଯୋଗ ଦେଉ ନାହାଁନ୍ତି, ଆମେ ଆଶା କରୁଛୁ ଯେ, ଏହି ସୁବିଧା ଆପଣଙ୍କୁ ଶାରୀରିକ ସ୍ତରରେ ନହେଲେ ମଧ୍ୟ, ଅନ୍ତତଃ ମନ, ହୃଦୟ ଏବଂ ପ୍ରାଣରେ ଯୋଗ ଦେବାକୁ ପ୍ରେରଣା ଯୋଗାଇବ।