ଅଯୋଧ୍ୟା: ଗତ ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶ୍ରୀରାମର ମନ୍ଦିର ନିର୍ମାଣର ଭୂମି ପୂଜନ ହେବା ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏକ ଭିଡିଓ ଜାରି କରି ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମନ୍ଦିର ନିର୍ମାଣ ନିମନ୍ତେ ଯୋଗଦାନ କରିବାକୁ ସେ ଅପିଲ କରିଛନ୍ତି । ଦେଶର କୋଟି କୋଟି ରାମ ଭକ୍ତ ମନ୍ଦିର ନିର୍ମାଣ ନିମନ୍ତେ ଦାନ କରିବାକୁ ଚାହୁଁଥିବାରୁ ଟ୍ରଷ୍ଟ ପକ୍ଷରୁ ଏକ ଆକାଉଣ୍ଟ ନମ୍ବର ଜାରି କରାଯାଇଥିବା ସେ କହିଛନ୍ତି । ଏହା ସମ୍ପର୍କରେ ଅଧିକ ତଥ୍ୟା ରାମ ଜନ୍ମଭୂମି ଟ୍ରଷ୍ଟ ତରଫରୁ ଟୁଇଟର୍ ହ୍ୟାଣ୍ଡେଲ୍ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏଣୁ ରାମ ଭକ୍ତମାନେ ଯଥା ଶକ୍ତି ଏବଂ ଯଥା ସମ୍ଭବ ଅର୍ଥ ଦାନ କରନ୍ତୁ ବୋଲି ସେ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି।
The work for construction of a Bhavya and Divya Shri Ram Mandir has finally commenced after Bhoomi Pujan by Hon'ble Prime Minister at Shri Ram Janmbhoomi in Ayodhya.
Shri Ram Janmbhoomi Teerth Kshetra calls upon all Shri Ram Bhakts to contribute wholeheartedly to the cause. pic.twitter.com/pjhlEzjWZa
— Shri Ram Janmbhoomi Teerth Kshetra (@ShriRamTeerth) August 12, 2020
ସୂଚନାଯୋଗ୍ୟ, ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ର ମୁଖ୍ୟ ନୃତ୍ୟ ଗୋପାଳ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଯୋଧ୍ୟା ଭୂମି ପୂଜନରେ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ବାବା ରାମଦେବ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ସାଧୁସନ୍ଥ ସାମିଲ ହୋଇଥିଲେ । (ଏଜେନ୍ସି)