ବାଲେଶ୍ୱର, ଜିଲ୍ଲା ଗୋହିରାପଦା ଗ୍ରାମର ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ନେଚର ଫାଣ୍ଟାସି ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ଆର୍ଟ ହଜରେ ସ୍ଥାନ ପାଇଛି । କେବଳ ସେତିକି ନୁହେଁ ଆଦିତ୍ୟଙ୍କ ଚିତ୍ରକଳା ସଂପର୍କରେ ଏକ ଆଲେଖ୍ୟ ଆର୍ଟ ଗ୍ୟାଲେରୀର କଳା ପତ୍ରିକା ଦି ଆର୍ଟ ଇଲଷ୍ଟ୍ରେଟଡ୍ ମାଗାଜିନରେ ମଧ୍ୟ ସ୍ଥାନ ପାଇଛି। ଯାହାକି ଓଡିଶା ଚିତ୍ରକଳା ଜଗତ ପାଇଁ ଏକ ଗର୍ବର କଥା।
୩ଫୁଟ ଓସାର ଏବଂ ୪ ଫୁଟ ଲମ୍ବ କାନଭାସ ଉପରେ ଚିତ୍ରଶିଳ୍ପୀ ଆଦିତ୍ୟ ପ୍ରକୃତିକୁ ନାରୀସହ ତୁଳନା କରିଛନ୍ତି । ରଂଗର ବିବିଧତା ସାଂଗକୁ ଜ୍ୟାମିତିକ ଅଙ୍କନର ବ୍ୟବହାର ତାଙ୍କର ଏହି ଚିତ୍ରକଳାକୁ ଏକ ନିଆରା ଢଂଗରେ ଉପସ୍ଥାପିତ କରିପାରିଛି । ଆଦିତ୍ୟ ଜେନା ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋରର ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ବ୍ରଜକିଶୋର ଜେନାଙ୍କ ସୁପୁତ୍ର। ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ପେଣ୍ଟିଂରେ ଡିଗ୍ରୀ ଶେଷ ପରେ ଏକା ସରକାରୀ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି ।