Categories
ଆଜିର ଖବର ଜାତୀୟ ଖବର

ମେଘାଳୟର ଠାରୁ ଆସାମର ପର୍ଯ୍ୟନ୍ତ ୧୬୬.୮୦ କିମିର ଗ୍ରୀନଫିଲ୍ଡ ହାଇ-ସ୍ପିଡ୍ କରିଡର ପାଇଁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମୋଟ ୨୨୮୬୪ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଆକସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ହାଇ-ସ୍ପିଡ୍ କରିଡର ଭାବରେ ମେଘାଳୟର ମାଓଲିଙ୍ଗଖୁଙ୍ଗ (ଶିଲଙ୍ଗ ନିକଟ) ଠାରୁ ଆସାମର ପଞ୍ଚଗ୍ରାମ (ସିଲଚର ନିକଟରେ) ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଆକ୍ସେସ୍ ନିୟନ୍ତ୍ରିତ ୧୬୬.୮୦ କିଲୋମିଟର ଜାତୀୟ ରାଜପଥ ର ବିକାଶ, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପ୍ରସ୍ତାବକୁ ମଞ୍ଜୁର କରିଛି। ପ୍ରକଳ୍ପର ଦୈର୍ଘ୍ୟ ୧୬୬.୮୦ କିଲୋମିଟର ମେଘାଳୟ (୧୪୪.୮୦ କିମି) ଏବଂ ଆସାମ (୨୨.୦୦ କିମି)ରେ ରହିଛି।

ପ୍ରସ୍ତାବିତ ଗ୍ରୀନଫିଲ୍ଡ ହାଇସ୍ପିଡ୍ କରିଡର ଗୁଆହାଟୀରୁ ସିଲଚର କୁ ଯାଉଥିବା ଟ୍ରାଫିକ ପାଇଁ ସେବା ସ୍ତରରେ ଉନ୍ନତି ଆଣିବ । ଏହି କରିଡରର ବିକାଶ ଦ୍ୱାରା ତ୍ରିପୁରା, ମିଜୋରାମ, ମଣିପୁର ଏବଂ ଆସାମର ବରାକ ଉପତ୍ୟକା ଅଞ୍ଚଳକୁ ମୁଖ୍ୟ ଭୂମି ଏବଂ ଗୌହାଟୀରୁ ଯୋଗାଯୋଗରେ ଉନ୍ନତି ଆସିବ ଏବଂ ଯାତ୍ରା ଦୂରତା ଏବଂ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ । ଏହା ଫଳରେ ଦେଶର ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧିରେ ସହାୟକ ହେବ।

ଏହି କରିଡର ଆସାମ ଏବଂ ମେଘାଳୟ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ମେଘାଳୟର ସିମେଣ୍ଟ ଏବଂ କୋଇଲା ଉତ୍ପାଦନ ଅଞ୍ଚଳ ଦେଇ ଗତି କରୁଥିବାରୁ ମେଘାଳୟରେ ଶିଳ୍ପର ବିକାଶ ସମେତ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହି କରିଡର ଗୁଆହାଟୀ ବିମାନବନ୍ଦର, ଶିଲଙ୍ଗ ବିମାନବନ୍ଦର, ସିଲଚର ବିମାନବନ୍ଦର (ବର୍ତ୍ତମାନର ଜାତୀୟ ରାଜପଥ-୦୬ ମାଧ୍ୟମରେ) ରୁ ଗୁଆହାଟୀରୁ ସିଲଚରକୁ ସଂଯୋଗ କରୁଥିବା ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଏହା ଦ୍ୱାରା ଉତ୍ତର-ପୂର୍ବାଞ୍ଚଳରେ ପର୍ଯ୍ୟଟନ ଆକର୍ଷଣର ପ୍ରାକୃତିକ ସ୍ଥାନଗୁଡ଼ିକୁ ଯୋଡ଼ିବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ।

ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ରି ଭୋଇ, ପୂର୍ବ ଖାସି ପାହାଡ଼, ପଶ୍ଚିମ ଜୟନ୍ତିଆ ପାହାଡ଼, ମେଘାଳୟର ପୂର୍ବ ଜୟନ୍ତିଆ ପାହାଡ଼ ଏବଂ ଆସାମର କାଚର ଜିଲ୍ଲା ଦେଇ ଗୁଆହାଟୀ, ଶିଲଙ୍ଗ ଏବଂ ସିଲଚର ମଧ୍ୟରେ ଆନ୍ତଃ-ସହର ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ବର୍ତ୍ତମାନର ଜାତୀୟ ରାଜପଥ -୦୬ ରେ ଭିଡ଼ ହ୍ରାସ କରିବ ଏବଂ ପରିବହନ ଭିତ୍ତିଭୂମି ବିକାଶକୁ ବୃଦ୍ଧି କରିବ ।

ଏହି ପ୍ରକଳ୍ପ ଆଲାଇନମେଣ୍ଟ ଜାତୀୟ ରାଜପଥ-୨୭, ଜାତୀୟ ରାଜପଥ-୧୦୬, ଜାତୀୟ ରାଜପଥ-୨୦୬, ଜାତୀୟ ରାଜପଥ-୩୭ ସମେତ ପ୍ରମୁଖ ପରିବହନ କରିଡର ସହିତ ସମନ୍ୱିତ ହୋଇ ଗୌହାଟୀ, ଶିଲଂ, ସିଲଚର, ଡିଙ୍ଗପାସୋହ, ଉମ୍ମୁଲଙ୍ଗ, ଫ୍ରାମେର, ଖଲିୟରିଆଟ, ରାତାଚେରା, ଉମକିଆଙ୍ଗ, କାଲାଇନ କୁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ ।

ଏହା ସମ୍ପୂର୍ଣ୍ଣ ହେବା ପରେ ଶିଲଙ୍ଗ-ସିଲଚର କରିଡର ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଗୌହାଟୀ, ଶିଲଙ୍ଗ, ସିଲଚର, ଇମ୍ଫାଲ, ଆଇଜୋଲ ଏବଂ ଅଗରତାଲା ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ । ମେଘାଳୟ, ଆସାମ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ନିଯୁକ୍ତି ସୃଷ୍ଟି କରିବା ସହିତ ଭିତ୍ତିଭୂମି ବୃଦ୍ଧି ଏବଂ ସାମାଜିକ- ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ସରକାରଙ୍କ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ସହିତ ଏହି ପ୍ରକଳ୍ପ ସମନ୍ୱିତ ।

Feature Details
Project Name Development, Maintenance and Management of 166.80 km of National Highway No. 06 from Mawlyngkhung (near Shillong) in Meghalaya to Panchgram (near Silchar) in Assam on Hybrid Annuity Mode
Corridor Shillong – Silchar (NH-06)
Length (km) 166.8 Km
Total Civil Cost Rs. 12,087 crore
Land Acquisition Cost Rs. 3,503 crore
Total Capital Cost Rs. 22,864 crore
Mode Hybrid Annuity Mode (HAM)
Major Roads Connected NH-27, NH-106, NH-206, NH-37, SH-07, SH-08, SH-09, SH-38
Economic / Social / Transport Nodes Connected Airports: Guwahati Airport, Shillong Airport, Silchar Airport
Major Cities / Towns Connected Guwahati, Shillong, Silchar, Diengpasoh, Ummulong, Phramer, Khlieriat, Ratachera, Umkiang, Kalain.
Employment Generation Potential 74 lakh man-days (direct) & 93 lakh man-days (indirect)
Annual Average Daily Traffic (AADT) in FY-25 Estimated at 19,000-20,000 Passenger Car Units (PCU)

******

BS

Categories
ଆଜିର ଖବର ଜାତୀୟ ଖବର

କାର୍ବି ଆଙ୍ଗଲୋଙ୍ଗରେ ଯୋଗୋତ୍ସବ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ର ଅବଗଣନା ଜାରି ରହିଥିବାବେଳେ, ଯୋଗର ଉତ୍ସାହ ଆସାମର କାର୍ବି ଆଙ୍ଗଲୋଙ୍ଗର ଦିଫୁ ପୋଲିସ୍ ରିଜର୍ଭ କ୍ୟାମ୍ପ ପଡିଆରେ ପ୍ରତିଧ୍ୱନିତ ହୋଇଥିଲା, ଯେଉଁଠାରେ ଏକ ଯୋଗୋତ୍ସବ କାର୍ଯ୍ୟକ୍ରମ ଆଇଡିୱାଇର ୧୦୦ ଦିନିଆ ଅବଗଣନାର ୭୮ ତମ ଦିନକୁ ଚିହ୍ନିତ କରିଥିଲା। ସୁସ୍ଥତା ଏବଂ ଆଭ୍ୟନ୍ତରୀଣ ସୌହାର୍ଦ୍ଦ୍ୟର ଏକ ଏକୀକୃତ ଉତ୍ସବରେ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ନାଗରିକଙ୍କ ସମେତ ପ୍ରାୟ ୩୮୦ ଉତ୍ସାହୀ ଅଂଶଗ୍ରହଣକାରୀଙ୍କୁ ଏହି କାର୍ଯ୍ୟକ୍ରମ ଏକାଠି କରିଥିଲା।

୦୪.୦୪.୨୦୨୫ ରେ ଆସାମର କାର୍ବି ଆଙ୍ଗଲୋଙ୍ଗସ୍ଥିତ ଦିଫୁ ପୋଲିସ୍ ରିଜର୍ଭ କ୍ୟାମ୍ପ ପଡିଆରେ ଆୟୋଜିତ ଯୋଗୋତ୍ସବ କାର୍ଯ୍ୟକ୍ରମର ଝଲକ

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ (ଏମଡିଏନ୍ଆଇୱାଇ) ର ନେତୃତ୍ୱରେ ଆୟୋଜିତ ଏହି ଯୋଗୋତ୍ସବ ଯୋଗର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ପରିବର୍ତ୍ତନକାରୀ ଶକ୍ତି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପର ଅଂଶବିଶେଷ।

ଏହି କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀ ଏବଂ ଜନସାଧାରଣଙ୍କ ସମେତ ୩୮୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ

ଏହି କାର୍ଯ୍ୟକ୍ରମ କେବଳ ଆସନଗୁଡ଼ିକର ପ୍ରଦର୍ଶନ ନଥିଲା-ଏହା ସନ୍ତୁଳନ, ଶୃଙ୍ଖଳା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟକୁ ଗ୍ରହଣ କରିବା ପାଇଁ ଏକ ଚମତ୍କାର ଆହ୍ୱାନ ଥିଲା, ଯାହା ଯୋଗର କାଳଜୟୀ ଜ୍ଞାନ ମାଧ୍ୟମରେ ଏକ ସୁସ୍ଥ, ସୁଖୀ ବିଶ୍ୱ ସୃଷ୍ଟି କରିବାର ଭାରତର ଦୃଷ୍ଟିକୋଣକୁ ପ୍ରତିଧ୍ୱନିତ କରିଥିଲା।

ଗତ ପାଞ୍ଚ ବର୍ଷ ଧରି ଆସାମର ରାଜ୍ୟପାଳଙ୍କ ପାଇଁ ଯୋଗ ଅଧିବେଶନ ପରିଚାଳନା କରୁଥିବା ବିଶିଷ୍ଟ ଯୋଗ ଶିକ୍ଷକ ଦିବ୍ୟା ଜ୍ୟୋତି ଡେକାଙ୍କ ନେତୃତ୍ୱରେ ସାଧାରଣ ଯୋଗ ପ୍ରୋଟୋକଲ୍ (ସିୱାଇପି) ଅଭ୍ୟାସ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ତାଙ୍କର ବିଶେଷଜ୍ଞ ମାର୍ଗଦର୍ଶନ ଏବଂ ଶାନ୍ତ କିନ୍ତୁ ଶକ୍ତିଶାଳୀ ନିର୍ଦ୍ଦେଶ ସକାଳ ପାଇଁ ଏକ ଶାନ୍ତ ଏବଂ ଶୃଙ୍ଖଳିତ ସ୍ୱର ସ୍ଥିର କରିଥିଲା।

ସିୱାଇପି ପରେ, ଯୋଗାଚାର୍ଯ୍ୟ ସୁଭାଶିଷ କର “ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗିକ ପରାମର୍ଶ” ଉପରେ ଏକ ଅନ୍ତର୍ଦୃଷ୍ଟିପୂର୍ଣ ଅଧିବେଶନ ପ୍ରଦାନ କରିଥିଲେ, ଯେଉଁଥିରେ ଦୈନନ୍ଦିନ ଯୋଗ ଅଭ୍ୟାସ ମାଧ୍ୟମରେ ଶାରୀରିକ ଏବଂ ମାନସିକ ସୁସ୍ଥତାର ଉନ୍ନତି ପାଇଁ ସରଳ, ବ୍ୟବହାରିକ ଉପାୟ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ଏକ ଜୀବନ୍ତ ଜଳ ନେତି ପ୍ରାକ୍ଟିକାଲ କର୍ମଶାଳା, ଯେଉଁଠାରେ ଅଂଶଗ୍ରହଣକାରୀମାନଙ୍କୁ ଏହି ପାରମ୍ପାରିକ ଯୋଗିକ ସଫେଇ କୌଶଳ ମାଧ୍ୟମରେ ମାର୍ଗଦର୍ଶନ କରାଯାଇଥିଲା-ଶ୍ୱାସକ୍ରିୟା ଏବଂ ସାଇନସ୍ ସ୍ୱାସ୍ଥ୍ୟରେ ଏହାର ଲାଭ ପାଇଁ ଅତ୍ୟଧିକ ସମ୍ମାନିତ।

କାର୍ବୀ ଆଙ୍ଗଲୋଙ୍ଗର ଦିଫୁ ପୋଲିସ୍ ରିଜର୍ଭ କ୍ୟାମ୍ପ ପଡିଆରେ ଆୟୋଜିତ ଯୋଗୋତ୍ସବ କାର୍ଯ୍ୟକ୍ରମର ଝଲକ

ସୁସ୍ଥତା, ସୌହାର୍ଦ୍ଦ୍ୟ ଏବଂ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାର ଗୁରୁତ୍ୱର ଏକ ପ୍ରତିଧ୍ୱନିତ ବାର୍ତ୍ତା ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଏକ ଅବଗଣନା ଇଭେଣ୍ଟ ଭାବରେ, ଏହା ଆଗାମୀ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଇଁ ମଞ୍ଚ ପ୍ରସ୍ତୁତ କରିଛି, ଯାହା ବ୍ୟକ୍ତି ଏବଂ ସମ୍ପ୍ରଦାୟ ପାଇଁ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରିବାରେ ଯୋଗର ଅବିଚ୍ଛେଦ୍ୟ ଭୂମିକାକୁ ଦୃଢ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଏକ ନୂତନ ବ୍ରାଉନଫିଲ୍ଡ ଆମୋନିଆ-ୟୁରିଆ କମ୍ପ୍ଲେକ୍ସ ନାମରୂପ-୪ ସାର କାରଖାନା ସ୍ଥାପନକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଆସାମର ନାମରୂପସ୍ଥିତ ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡ୍ (ବିଭିଏଫ୍ସିଏଲ୍) ପରିସରରେ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ୍ (ଏଲ୍ଏମଟି) ବିଶିଷ୍ଟ ଏକ ନୂତନ ବ୍ରାଉନଫିଲଡ୍ ଆମୋନିଆ-ୟୁରିଆ କମ୍ପ୍ଲେକ୍ସ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛି। ଆନୁମାନିକ ମୋଟ ପ୍ରକଳ୍ପ ମୂଲ୍ୟ ୧୦,୬୦୧.୪୦ କୋଟି ଟଙ୍କା ଏବଂ ଋଣ-ଇକ୍ୱିଟି ଅନୁପାତ ୭୦:୩୦ ରହିଛି। ନୂତନ ନିବେଶ ନୀତି, ୨୦୧୨ (ଅକ୍ଟୋବର ୭, ୨୦୧୪ରେ ଏହାର ସଂଶୋଧନ ସମେତ) ଅଧୀନରେ ଏକ ମିଳିତ ଉଦ୍ୟୋଗ (ଜେଭି) ମାଧ୍ୟମରେ ଏହା ପ୍ରତିଷ୍ଠା କରାଯିବ। ନାମରୂପ-୪ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ସମ୍ଭାବ୍ୟ ସମୟସୀମା ହେଉଛି ୪୮ ମାସ।

ଏହାବ୍ୟତୀତ କ୍ୟାବିନେଟ୍ ନ୍ୟାସନାଲ ଫର୍ଟିଲାଇଜର୍ସ ଲିମିଟେଡ୍ (ଏନଏଫଏଲ୍)ର ୧୮ ପ୍ରତିଶତ ଇକ୍ୱିଟି ଅଂଶଗ୍ରହଣକୁ ଅନୁମୋଦନ କରିଛି, ଯେଉଁଥିରେ ସାଧାରଣ ଉଦ୍ୟୋଗ ବିଭାଗ (ଡିପିଇ)ର ନିର୍ଦ୍ଦେଶାବଳୀରେ ଧାର୍ଯ୍ୟ ସୀମାରୁ ରିହାତି ପ୍ରଦାନ କରାଯାଇଛି। ଏହାସହିତ ନାମରୂପ-୪ ସାର କାରଖାନା ପ୍ରତିଷ୍ଠା ପ୍ରକ୍ରିୟାର ତଦାରଖ ପାଇଁ ଏକ ଆନ୍ତଃ-ମନ୍ତ୍ରଣାଳୟ କମିଟି (ଆଇଏମସି) ଗଠନକୁ ଅନୁମୋଦନ ଦିଆଯାଇଛି ।

ପ୍ରସ୍ତାବିତ ଯୁଗ୍ମ ଉଦ୍ୟୋଗରେ ଇକ୍ୱିଟି ଢାଞ୍ଚା ନିମ୍ନଲିଖିତ ହେବ:

(କ) ଆସାମ ସରକାର: ୪୦%

(ଖ) ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡ୍ (ବିଭିଏଫସିଏଲ୍): ୧୧%

(ଗ) ହିନ୍ଦୁସ୍ତାନ ଫର୍ଟିଲାଇଜର ଆଣ୍ଡ କେମିକାଲ୍ସ ଲିମିଟେଡ (ଏଚୟୁଆରଏଲ): ୧୩%

(ଘ) ନ୍ୟାସନାଲ ଫର୍ଟିଲାଇଜର୍ସ ଲିମିଟେଡ୍ (ଏନଏଫଏଲ୍ ): ୧୮%

(ଙ) ଅଏଲ ଇଣ୍ଡିଆ ଲିମିଟେଡ୍ (ଓଆଇଏଲ୍): ୧୮%

ବିଭିଏଫସିଏଲର ଇକ୍ୱିଟି ଅଂଶଧନ ସ୍ଥାୟୀ ସମ୍ପତ୍ତି ବଦଳରେ ହେବ। ଏହି ପ୍ରକଳ୍ପ ଦ୍ୱାରା ଦେଶରେ ବିଶେଷ କରି ଉତ୍ତର ପୂର୍ବାଞ୍ଚଳରେ ଘରୋଇ ୟୁରିଆ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ। ଏହା ଉତ୍ତର-ପୂର୍ବ, ବିହାର, ପଶ୍ଚିମବଙ୍ଗ, ପୂର୍ବ ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡରେ ୟୁରିଆ ସାରର ବଢୁଥିବା ଚାହିଦାକୁ ପୂରଣ କରିବ। ନାମରୂପ-୪ ୟୁନିଟ୍ ପ୍ରତିଷ୍ଠା ଅଧିକ ଶକ୍ତି ଦକ୍ଷ ହେବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ଅତିରିକ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହା ଦ୍ୱାରା ଦେଶରେ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ହାସଲରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ବୋଡୋପା ଉପେନ୍ଦ୍ର ନାଥ ବ୍ରହ୍ମା ଜୀଙ୍କ ନାମରେ ନାମିତ ହେବ ଦିଲ୍ଲୀର ଏକ ପ୍ରମୁଖ ରାସ୍ତା 

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଆସାମର କୋକ୍ରାଝାରଠାରେ ଆୟୋଜିତ ଅଲ୍ ବୋଡୋ ଷ୍ଟୁଡେଣ୍ଟସ୍‍ ୟୁନିୟନ (ଏବିଏସ୍‍ୟୁ)ର ୫୭ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ  ଯୋଗ ଦେଇଛନ୍ତି। ଏହି ଅବସରରେ, ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ବିଧାନସଭାର ବାଚସ୍ପତି ବିଶ୍ୱଜିତ ଦୈମାରୀ, କେନ୍ଦ୍ର ଗୃହ ସଚିବ ଏବଂ ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକଙ୍କ ସହିତ ଅନେକ ସମ୍ମାନିତ ବ୍ୟକ୍ତି ଭାବେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ଅଭିଭାଷଣରେ କହିଛନ୍ତି ଯେ ଅଲ୍ ବୋଡୋ ଷ୍ଟୁଡେଣ୍ଟସ ୟୁନିଅନ ଏହି ଅଞ୍ଚଳରେ ଶାନ୍ତି, ବିକାଶ ଏବଂ ଉତ୍ସାହ ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ୟୁନିୟନର  ସକ୍ରିୟ ଭୂମିକା ବିନା, ବୋଡୋ ଚୁକ୍ତି ସମ୍ଭବ ହୋଇନଥାନ୍ତା ଏବଂ ବୋଡୋଲ୍ୟାଣ୍ଡରେ ଶାନ୍ତି ପ୍ରତିଷ୍ଠା ହୋଇନଥାନ୍ତା ବୋଲି ଶ୍ରୀ ଶାହ କହିଛନ୍ତି। ଏହି ଅବସରରେ, ଶ୍ରୀ ଶାହା ବୋଡୋଲ୍ୟାଣ୍ଡର ଶାନ୍ତି ପାଇଁ ଲଢ଼ିଥିବା ପାଞ୍ଚ ହଜାର ସହିଦଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅମିତ ଶାହ କହିଛନ୍ତି, ଆଜି ଯେତେବେଳେ ସମଗ୍ର ବୋଡୋଲାଣ୍ଡ ଏହାର ନେତା ଉପେନ୍ଦ୍ର ନାଥ ବ୍ରହ୍ମାଜୀଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରୁଛି, ସେତେବେଳେ ସରକାର ଦିଲ୍ଲୀର ଏକ ପ୍ରମୁଖ ରାସ୍ତାକୁ ତାଙ୍କ ସ୍ମୃତିରେ ବୋଡୋପା ଉପେନ୍ଦ୍ର ନାଥ ବ୍ରହ୍ମା ମାର୍ଗ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏପ୍ରିଲ ପ୍ରଥମ ସପ୍ତାହରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଠାରେ ଉପେନ୍ଦ୍ର ନାଥ ବ୍ରହ୍ମାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ। ସେ କହିଛନ୍ତି, ମୋଦୀ ସରକାର ଏବଂ ଆସାମ ସରକାର ବୋଡୋପା ଉପେନ୍ଦ୍ର ନାଥ ବ୍ରହ୍ମାଜୀଙ୍କ ପ୍ରତ୍ୟେକ ସ୍ୱପ୍ନକୁ ସାକାର କରିବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ଛାତ୍ର ସଂଘ ଶିକ୍ଷା, ସଶକ୍ତିକରଣ ଏବଂ ବିକାଶକୁ ପାଥେୟ କରିଛି। ଏହାର ପ୍ରୟାସ ଯୋଗୁଁ ଆଜି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୋଡୋ ଭାଷାରେ ପରୀକ୍ଷା ଦେଇପାରୁଛନ୍ତି। ଫଳସ୍ୱରୂପ, ବୋଡୋ ଭାଷାକୁ ସ୍ୱୀକୃତି ମିଳିବା ସହ ଏହି ଭାଷାର ଭବିଷ୍ୟତକୁ ସୁଦୃଢ କରିଛି।  ସେ ଆଜିର କାର୍ଯ୍ୟକ୍ରମ ବୋଡୋଲାଣ୍ଡରେ ପ୍ରତିଷ୍ଠିତ ଶାନ୍ତି ପରିପ୍ରକ୍ଷୀରେ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ଶାହ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ, ୨୭ ଜାନୁଆରୀ, ୨୦୨୦ ଦିନ ଯେତେବଳେ ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ର (ବିଟିଆର) ସହ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ବିରୋଧୀ ଏହାକୁ ଉପହାସ କରୁଥିଲେ। ଆଜି କେନ୍ଦ୍ର ସରକାର ଏବଂ ଆସାମ ସରକାର ଏହି ଚୁକ୍ତିନାମାର ୮୨ ପ୍ରତିଶତ ସର୍ତ୍ତ ପୂରଣ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଚୁକ୍ତିନାମାକୁ ୧୦୦ ପ୍ରତିଶତ କାର୍ଯ୍ୟକାରୀ କରିବେ। ଏହା ପରେ, ବିଟିଆରରେ ସ୍ଥାୟୀ ଶାନ୍ତି କାଏମ ରହିବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଟିଆର ଶାନ୍ତି ଚୁକ୍ତିନାମା ଅନୁଯାୟୀ, ସରକାର ୧ ଏପ୍ରିଲ, ୨୦୨୨ ରେ ସମଗ୍ର ବିଟିଆର ଅଞ୍ଚଳରୁ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫ୍‍ସା)କୁ ହଟାଇ ଦେଇଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ (ଓଡିଓପି) କାର୍ଯ୍ୟକ୍ରମ ଅଧୀନରେ, ଆଜି କୋକରାଝାରର ଛତୁ, ଯାହା “ବୋଡୋଲ୍ୟାଣ୍ଡର ମଶରୁମ୍” ଭାବରେ ଜଣାଶୁଣା, ଦିଲ୍ଲୀର ହୋଟେଲଗୁଡ଼ିକର ମେନୁରେ ଅନ୍ତର୍ଭୁକ୍ତ କରାଯାଉଛି। ବୋଡୋଲ୍ୟାଣ୍ଡରେ ଶାନ୍ତି ପ୍ରତିଷ୍ଠା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସେ ଆହୁରି କହିଛନ୍ତି ଯେ ଶାନ୍ତି ଯୋଗୁଁ ବୋଡୋଲାଣ୍ଡ ‘ଡୁରାଣ୍ଡ କପ୍’ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିଛି। ସେ ବୋଡୋଲାଣ୍ଡର ଖେଳାଳିମାନଙ୍କୁ ୨୦୩୬ରେ ଭାରତରେ ହେବାକୁ ଥିବା ସମ୍ଭାବ୍ୟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।

ଅମିତ ଶାହ କହିଛନ୍ତି, ବୋଡୋଲାଣ୍ଡର ଏକ ଡଜନରୁ ଅଧିକ ଉତ୍ପାଦକୁ ଭୌଗୋଳିକ ସୂଚକାଙ୍କ ଜିଆଇ ଟ୍ୟାଗ୍ ମିଳିଛି। ଫଳସ୍ୱରୂପ, ସମଗ୍ର ବିଟିଆର ଅଞ୍ଚଳରେ ଧୀରେ ଧୀରେ ଏକ ଶିଳ୍ପ ପରିବେଶ ସୃଷ୍ଟି ହେଉଛି। ସେ ଉଲ୍ଲେଖ କରିଛନ୍ତି ଯେ ଗୋଟିଏ ସମୟ ଥିଲା ଯେତେବେଳେ ଅଶାନ୍ତି, ବିଶୃଙ୍ଖଳା ଏବଂ ବିଚ୍ଛିନ୍ନତାବାଦ ବିଷୟରେ ଆଲୋଚନା ହେଉଥିଲା, କିନ୍ତୁ ବର୍ତ୍ତମାନ ଧ୍ୟାନ ଶିକ୍ଷା, ବିକାଶ ଏବଂ ଶିଳ୍ପ ଉପରେ କେନ୍ଦ୍ରିତ ହୋଇଛି।

ଯଦିଓ ଏହି ଅଞ୍ଚଳର ଜନସଂଖ୍ୟା ମାତ୍ର ୩.୫ ନିୟୁତ କିନ୍ତୁ  ବୋଡ଼ୋ ଅଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୫୦୦ କୋଟି ଟଙ୍କା ଆବଣ୍ଟନ କରିଥିବା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ବୋଡୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ସହିତ, ସୋନିତପୁର ଏବଂ ବିଶ୍ୱନାଥ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ବିଟିଆର ଅଞ୍ଚଳକୁ ବିସ୍ତାର କରାଯାଇଥିଲା।

ଅମିତ ଶାହ କହିଛନ୍ତି ଯେ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣୀତ ହୋଇ ଶହ ଶହ ଯୁବକ ସମାଜର ମୁଖ୍ୟସ୍ରୋତକୁ ଆସିଛନ୍ତି। ଅନେକ ଅସ୍ତ୍ରଶସ୍ତ୍ର ସମର୍ପଣ କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ, ଆସାମରେ ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡୋଲ୍ୟାଣ୍ଡର ୪୮୮୧ ଜଣ ସଦସ୍ୟଙ୍କ ପୁନର୍ବାସ ପାଇଁ ସରକାର ୨୮୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାର ୯୦ ପ୍ରତିଶତ ମୋଦୀ ସରକାର ପ୍ରଦାନ କରିଛନ୍ତି। ଶ୍ରୀ ଶାହ ଆହୁରି ଉଲ୍ଲେଖ କରିଛନ୍ତି ଯେ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହାତକୁ ନିଆଯାଇଛି।  ସ୍ଥାନୀୟ ଲୋକଙ୍କ ସହିତ କାମ କରିବା ଏବଂ ସେମାନଙ୍କୁ ବିକାଶ ରାସ୍ତାରେ ନେବା ଲାଗି ଏନ୍‍ଜିଓ ମାଧ୍ୟମରେ  ପଶୁପାଳନ, ମତ୍ସ୍ୟପାଳନ ଏବଂ ଉଦ୍ୟାନ କୃଷି ସମେତ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ଶର୍ମା ଆସାମ କମାଣ୍ଡୋ ବାଟାଲିୟନରେ ୪୦୦ ବୋଡୋ ଯୁବକଙ୍କୁ ନିଯୁକ୍ତି ଦେଇ ଏକ ନୂତନ ଆରମ୍ଭ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ଆସାମରେ  ୯ଟି ବିଦ୍ରୋହୀ ଗୋଷ୍ଠୀ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯାହା ଦ୍ୱାରା ୧୦ ହଜାରରୁ ଅଧିକ ଯୁବକ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି।

ଅମିତ ଶାହ କହିଛନ୍ତି ଯେ ଯେଉଁଠାରେ ଥରେ ଗୁଳି ଚାଳନା କରାଯାଉଥିଲା, ଆଜି ବୋଡୋ ଯୁବକମାନେ ହାତରେ ତ୍ରିରଙ୍ଗା ଉଡ଼ାଉଛନ୍ତି। ଏହି ଦୃଶ୍ୟ ସମଗ୍ର ଦେଶକୁ ଏକ ବାର୍ତ୍ତା ପଠାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ବୋଡୋ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, କେବଳ ବୋଡୋଲ୍ୟାଣ୍ଡ ଏବଂ ଆସାମ ନୁହେଁ ବରଂ ସମଗ୍ର ଦେଶ ଖୁସି ଥିଲା। ଯେପରି ବୋଡୋଲ୍ୟାଣ୍ଡର ଲୋକମାନେ ଦେଶକୁ ଭଲ ପାଆନ୍ତି, ସେହିପରି ସମଗ୍ର ଦେଶ ବୋଡୋଲ୍ୟାଣ୍ଡ ଏବଂ ଏହାର ଲୋକଙ୍କୁ ଭଲ ପାଏ ଏବଂ ଏହାର ଯୁବପିଢ଼ିର ବିକାଶ ପାଇଁ ପ୍ରତିବଦ୍ଧ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ବୋଡୋଲ୍ୟାଣ୍ଡର ଲୋକମାନେ ଅନୁସରଣ କରୁଥିବା ବାଥୌ ଧର୍ମର ବହୁତ ଗୁରୁତ୍ୱ ରହିଛି। ସେ ବ୍ୟାଖ୍ୟା କରିଥିଲେ ଯେ ବାଥୌ ଦୁଇଟି ଉପାଦାନରେ ଗଠିତ, ଏବଂ ଏହାର ଅର୍ଥ ହେଉଛି “ପଞ୍ଚତତ୍ତ୍ୱର ସୃଷ୍ଟିକର୍ତ୍ତାଙ୍କ ଗଭୀର ରହସ୍ୟ”। ପାଞ୍ଚଟି ଉପାଦାନ, କିମ୍ବା ପଞ୍ଚତତ୍ତ୍ୱରେ ଅଗ୍ନି, ବାୟୁ, ପୃଥିବୀ, ଆକାଶ ଏବଂ ଜଳ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କ ଏହି ମହାନ ଧର୍ମର ମୂଳଦୁଆ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ବାଥୌ ଧର୍ମର ବାର୍ତ୍ତା ପ୍ରସାର କରିବାକୁ ଚେଷ୍ଟା କରନ୍ତି।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ବିଦ୍ରୋହ, ଆନ୍ଦୋଳନ, ଅବରୋଧ, ଧର୍ମଘଟ ଏବଂ ହିଂସା ଭଳି ସମସ୍ୟାରୁ ମୁକ୍ତ ହୋଇଛି ଏବଂ ବିକାଶର ପଥକୁ ଆଗେଇ ନିଆଯାଇଛି। ସେ ଉଲ୍ଲେଖ କରିଛନ୍ତି ଯେ ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡକ୍ଟର ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଏକ ନିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଯାହା ଆସାମରେ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆଣୁଛି। ସେ ବୋଡୋ ଯୁବକମାନଙ୍କୁ ସେମାନଙ୍କର ଶିକ୍ଷା ଉପରେ ଧ୍ୟାନ ଦେବାକୁ ଏବଂ ଶାନ୍ତି ପ୍ରକ୍ରିୟାରେ ଯୋଗଦାନ ପାଇଁ ଆହ୍ୱାନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ବୋଡୋଲ୍ୟାଣ୍ଡରେ ଏପରି ଭିତ୍ତିଭୂମି ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହାଦ୍ୱାରା ବୋଡୋ ଯୁବକମାନେ ସାରା ବିଶ୍ୱର ଯୁବକମାନଙ୍କ ସହିତ ପ୍ରତିଯୋଗିତା କରିପାରିବେ। ସେ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ସରକାର ଏବଂ ଆସାମ ସରକାର ବୋଡୋଲ୍ୟାଣ୍ଡର ବିକାଶରେ କୌଣସି ସୁଯୋଗହାତଛଡ଼ା କରିବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘‘ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫” ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୌହାଟୀଠାରେ ‘ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫’ କୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଛନ୍ତି, “ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ ଭାରତ ଆଜି ଭବିଷ୍ୟତର ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ଆସାମର ଅବିଶ୍ୱସନୀୟ ସମ୍ଭାବନା ଓ ପ୍ରଗତିକୁ ବିଶ୍ୱ ସହିତ ଯୋଡ଼ିବା ପାଇଁ ଆଡଭାଣ୍ଟେଜ୍ ଆସାମ ଏକ ବୃହତ ପଦକ୍ଷେପ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସମୃଦ୍ଧିରେ ପୂର୍ବ ଭାରତର ପ୍ରମୁଖ ଭୂମିକା ଇତିହାସର ସାକ୍ଷୀ ଅଟେ। ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ, “ଆଜି ଯେତେବେଳେ ଆମେ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛୁ, ସେତେବେଳେ ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ନିଜର ପ୍ରକୃତ ସାମର୍ଥ୍ୟ ପ୍ରଦର୍ଶନ କରିବେ।” ସେ କହିଥିଲେ ଯେ ଆଡଭାଣ୍ଟେଜ୍ ଆସାମ ସେହି ଭାବନାର ପ୍ରତିନିଧିତ୍ୱ କରୁଛି ଏବଂ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆସାମ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ୨୦୧୩ ମସିହାର ତାଙ୍କ ବକ୍ତବ୍ୟଗୁଡ଼ିକୁ ମନେ ପକାଇଥିଲେ, ଯେତେବେଳେ ସେ କହିଥିଲେ ଯେ ‘ଏ ଫର୍ ଆସାମ’ ଯେବେ ପ୍ରଚଳିତ ହେବ ତାହା ବେଶୀ ଦୂର ନୁହେଁ।

“ବୈଶ୍ୱିକ ଅନିଶ୍ଚିତତା ସତ୍ତ୍ୱେ, ବିଶେଷଜ୍ଞମାନେ ସର୍ବସମ୍ମତିକ୍ରମେ ଗୋଟିଏ ନିଶ୍ଚିତତା ଉପରେ ସହମତ ହୋଇଛନ୍ତି: ଭାରତର ଦ୍ରୁତ ଅଭିବୃଦ୍ଧି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ଭାରତ ଏହି ଶତାବ୍ଦୀର ଆଗାମୀ ୨୫ ବର୍ଷ ପାଇଁ ଏକ ଦୀର୍ଘକାଳୀନ ଦୂରଦୃଷ୍ଟି ସହିତ କାର୍ଯ୍ୟ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତର ଯୁବ ଜନସଂଖ୍ୟା ଉପରେ ବିଶ୍ୱର ଅପାର ବିଶ୍ୱାସ ରହିଛି, ଯାହା ଦ୍ରୁତ ଗତିରେ କୁଶଳୀ ଏବଂ ଅଭିନବ ହେବାରେ ଲାଗିଛି। ସେ ମଧ୍ୟ ଭାରତର ନବ-ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ନୂତନ ଆକାଂକ୍ଷା ସହିତ ଦାରିଦ୍ର୍ୟରୁ ବାହାରିଛନ୍ତି। ରାଜନୈତିକ ସ୍ଥିରତା ଏବଂ ନୀତିଗତ ନିରନ୍ତରତାକୁ ସମର୍ଥନ କରୁଥିବା ଭାରତର ୧୪୦ କୋଟି ଲୋକଙ୍କ ଉପରେ ବିଶ୍ୱର ବିଶ୍ୱାସକୁ ରେଖାଙ୍କିତ କରି ଶ୍ରୀ ମୋଦୀ ଭାରତର ଶାସନ ଉପରେ ଆଲୋକପାତ କରିଥିଲେ ଯାହା ସଂସ୍କାର କାର୍ଯ୍ୟକାରୀ କରିବା ଜାରି ରଖିଛି। ଅଧିକନ୍ତୁ, ସେ ଦର୍ଶାଇଛନ୍ତି ଯେ ଭାରତ ଏହାର ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ମଜବୁତ କରୁଛି ଏବଂ ବିଭିନ୍ନ ବିଶ୍ୱସ୍ତରୀୟ ଅଞ୍ଚଳ ସହିତ ମୁକ୍ତ ବାଣିଜ୍ୟ ରାଜିନାମା କରୁଛି। ସେ ପୂର୍ବ ଏସିଆ ସହିତ ସୁଦୃଢ଼ ସଂଯୋଗ ଏବଂ ନୂତନ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ନୂତନ ସୁଯୋଗ ଆଣିଦେଇଛି।

ଭାରତ ପ୍ରତି ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ବିଶ୍ୱାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, “ଭାରତର ବିକାଶରେ ଆସାମର ଯୋଗଦାନ କ୍ରମାଗତ ଭାବେ ବୃଦ୍ଧି ପାଉଛି।” ସେ ଉଲ୍ଲେଖ କରିଥିଲେ ଯେ ଆଡଭାଣ୍ଟେଜ୍ ଆସାମ ସମ୍ମିଳନୀର ପ୍ରଥମ ସଂସ୍କରଣ ୨୦୧୮ରେ ଅନୁଷ୍ଠିତ ହୋଇଥିଲା, ଯେଉଁ ସମୟରେ ଆସାମର ଅର୍ଥବ୍ୟବସ୍ଥାର ମୂଲ୍ୟ ୨ ଲକ୍ଷ ୭୫ ହଜାର କୋଟି ଟଙ୍କା ଥିଲା। ଆଜି ଆସାମ ପାଖାପାଖି ୬ ଲକ୍ଷ କୋଟି ଟଙ୍କାର ଅର୍ଥବ୍ୟବସ୍ଥା ଥିବା ରାଜ୍ୟରେ ପରିଣତ ହୋଇଛି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ସେମାନଙ୍କ ସରକାର ଅଧୀନରେ ଆସାମର ଅର୍ଥବ୍ୟବସ୍ଥା ମାତ୍ର ୬ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି। ଆହୁରି ମଧ୍ୟ, ସେ କହିଥିଲେ ଯେ ଏହା କେନ୍ଦ୍ର ଏବଂ ରାଜ୍ୟରେ ସେମାନଙ୍କ ସରକାରଙ୍କ ଦ୍ୱିଗୁଣିତ ପ୍ରଭାବ। ଆସାମରେ ବିପୁଳ ପରିମାଣର ପୁଞ୍ଜି ନିବେଶ ଏହାକୁ ଅସୀମିତ ସମ୍ଭାବନାର ରାଜ୍ୟରେ ପରିଣତ କରିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଆସାମ ସରକାର ଶିକ୍ଷା, ଦକ୍ଷତା ବିକାଶ ଏବଂ ଏକ ଉନ୍ନତ ନିବେଶ ପରିବେଶ ସୃଷ୍ଟି ଉପରେ ଧ୍ୟାନ ଦେଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ବିଗତ ବର୍ଷଗୁଡ଼ିକରେ ସେମାନଙ୍କ ସରକାର ଯୋଗାଯୋଗ ସମ୍ବନ୍ଧୀୟ ଭିତ୍ତିଭୂମି ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ସେ ଏକ ଉଦାହରଣ ଦେଇ କହିଥିଲେ ଯେ ୨୦୧୪ ପୂର୍ବରୁ ବ୍ରହ୍ମପୁତ୍ର ନଦୀ ଉପରେ କେବଳ ତିନୋଟି ସେତୁ ଥିଲା, ଯାହା ୭୦ ବର୍ଷ ମଧ୍ୟରେ ନିର୍ମିତ ହୋଇଥିଲା। ତେବେ ଗତ ୧୦ ବର୍ଷ ମଧ୍ୟରେ ଚାରୋଟି ନୂଆ ସେତୁ ନିର୍ମାଣ କରାଯାଇଛି।

ଏହି ସେତୁଗୁଡ଼ିକ ମଧ୍ୟରୁ ଗୋଟିଏ ଭାରତ ରତ୍ନ ଭୁପେନ୍ ହଜାରିକାଙ୍କ ନାମରେ ନାମିତ ହୋଇଛି। ଶ୍ରୀ ମୋଦୀ କହିଥିଲେ ଯେ ୨୦୦୯ରୁ ୨୦୧୪ ମଧ୍ୟରେ ଆସାମକୁ ହାରାହାରି ୨୧୦୦ କୋଟି ଟଙ୍କାର ରେଳ ବଜେଟ୍ ମିଳିଥିଲା, କିନ୍ତୁ ସେମାନଙ୍କ ସରକାର ଆସାମର ରେଳ ବଜେଟକୁ ଚାରିଗୁଣରୁ ଅଧିକ ବୃଦ୍ଧି କରି ୧୦,୦୦୦ କୋଟି ଟଙ୍କା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସାମର ୬୦ ରୁ ଅଧିକ ରେଳ ଷ୍ଟେସନର ଆଧୁନିକୀକରଣ କରାଯାଉଛି ଏବଂ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଉତ୍ତର-ପୂର୍ବରେ ପ୍ରଥମ ସେମି ହାଇ-ସ୍ପିଡ୍ ଟ୍ରେନ୍ ବର୍ତ୍ତମାନ ଗୌହାଟୀ ଏବଂ ନ୍ୟୁ ଜଲପାଇଗୁଡ଼ି ମଧ୍ୟରେ ଚଳାଚଳ କରୁଛି।

ଆସାମରେ ବିମାନ ସଂଯୋଗର ଦ୍ରୁତ ସମ୍ପ୍ରସାରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ପର୍ଯ୍ୟନ୍ତ କେବଳ ସାତଟି ମାର୍ଗରେ ବିମାନ ଚଳାଚଳ କରୁଥିଲା, କିନ୍ତୁ ଏବେ ପାଖାପାଖି ୩୦ଟି ମାର୍ଗରେ ବିମାନ ଚଳାଚଳ କରୁଛି। ଏହି ସମ୍ପ୍ରସାରଣ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିଛି ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପରିବର୍ତ୍ତନ କେବଳ ଭିତ୍ତିଭୂମି କ୍ଷେତ୍ରରେ ସୀମିତ ନୁହେଁ, ବରଂ ଆଇନ ଶୃଙ୍ଖଳାରେ ଅଭୂତପୂର୍ବ ଉନ୍ନତି ଘଟିଛି, ଯେଉଁଥିରେ ଗତ ଦଶନ୍ଧିରେ ଅନେକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା ସୀମା ସମସ୍ୟାର ସମାଧାନ ହୋଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଆସାମର ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ନାଗରିକ ଏବଂ ପ୍ରତ୍ୟେକ ଯୁବକ ରାଜ୍ୟର ବିକାଶ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।

“ଭାରତ ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ର ଏବଂ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଦେଇ ଗତି କରୁଛି ଏବଂ ବ୍ୟବସାୟିକ ସୁଗମତାକୁ ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି, ଏବଂ ଶିଳ୍ପ ଏବଂ ନବସୃଜନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ ଇକୋସିଷ୍ଟମ୍ ପ୍ରତିଷ୍ଠା କରାଯାଇଛି” ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଷ୍ଟାର୍ଟଅପ୍, ପିଏଲଆଇ ଯୋଜନା ମାଧ୍ୟମରେ ଉତ୍ପାଦନ ଏବଂ ନୂତନ ଉତ୍ପାଦନକାରୀ କମ୍ପାନୀ ତଥା ଏମଏସଏମଇ ପାଇଁ ଟିକସ ଛାଡ଼ ପାଇଁ ଉତ୍କୃଷ୍ଟ ନୀତି ପ୍ରସ୍ତୁତ କରାଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ।

ଦେଶର ଭିତ୍ତିଭୂମି କ୍ଷେତ୍ରରେ ସରକାର ଯେଉଁ ବ୍ୟାପକ ନିବେଶ କରୁଛନ୍ତି, ସେ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସଂସ୍ଥାଗତ ସଂସ୍କାର, ଶିଳ୍ପ, ଭିତ୍ତିଭୂମି ଏବଂ ନବସୃଜନର ମିଶ୍ରଣ ଭାରତର ପ୍ରଗତିର ମୂଳଦୁଆ ଗଠନ କରିଥାଏ। ସେ କହିଥିଲେ ଯେ ଡବଲ ଇଞ୍ଜିନ ବେଗରେ ଆଗକୁ ବଢ଼ୁଥିବା ଆସାମରେ ମଧ୍ୟ ଏହି ପ୍ରଗତି ଦେଖିବାକୁ ମିଳୁଛି। ସେ ଦର୍ଶାଇଛନ୍ତି ଯେ ଆସାମ ୨୦୩୦ ସୁଦ୍ଧା ୧୫୦ ବିଲିୟନ ଡଲାର ଅର୍ଥବ୍ୟବସ୍ଥା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଆସାମ ଏହି ଲକ୍ଷ୍ୟ ହାସଲ କରିପାରିବ, ଏହାର ଶ୍ରେୟ ଆସାମର ସକ୍ଷମ ଏବଂ ପ୍ରତିଭାବାନ ଲୋକଙ୍କୁ ଏବଂ ସେମାନଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦେଇଛି। ଆସାମ ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତ ମଧ୍ୟରେ ଏକ ପ୍ରବେଶ ଦ୍ୱାର ଭାବରେ ଉଭା ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, ଏହି ସମ୍ଭାବନାକୁ ଆଗକୁ ବଢାଇବା ପାଇଁ ସରକାର ଉତ୍ତର ପୂର୍ବ ପରିବର୍ତ୍ତନଶୀଳ ଶିଳ୍ପାୟନ ଯୋଜନା ‘ଉନ୍ନତି’ ଆରମ୍ଭ କରିଛନ୍ତି।

ସେ ଉଲ୍ଲେଖ କରିଥିଲେ ଯେ ‘ଉନ୍ନତି “ଯୋଜନା ଆସାମ ସମେତ ସମଗ୍ର ଉତ୍ତର-ପୂର୍ବ କ୍ଷେତ୍ରରେ ଶିଳ୍ପ, ନିବେଶ ଏବଂ ପର୍ଯ୍ୟଟନକୁ ତ୍ୱରାନ୍ୱିତ କରିବ। ଏହି ଯୋଜନା ଏବଂ ଆସାମର ଅସୀମ ସମ୍ଭାବନାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ସେ ଶିଳ୍ପ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆସାମର ପ୍ରାକୃତିକ ସମ୍ବଳ ଏବଂ ରଣନୈତିକ ସ୍ଥିତି ଏହାକୁ ନିବେଶ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳରେ ପରିଣତ କରିଛି। ସେ ଆସାମର ଚା ‘କୁ ଆସାମର ସମ୍ଭାବନାର ଏକ ଉଦାହରଣ ବୋଲି ଦର୍ଶାଇ କହିଥିଲେ ଯେ ଗତ ୨୦୦ ବର୍ଷ ମଧ୍ୟରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୋଇଛି, ଯାହା ଅନ୍ୟ କ୍ଷେତ୍ରରେ ମଧ୍ୟ ପ୍ରଗତି ପାଇଁ ପ୍ରେରଣା ଯୋଗାଇଛି।

ବିଶ୍ୱ ଅର୍ଥବ୍ୟବସ୍ଥାରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଉପରେ ଆଲୋକପାତ କରି, ବିଶ୍ୱବ୍ୟାପୀ ସହନଶୀଳ ଯୋଗାଣ ଶୃଙ୍ଖଳାର ବର୍ଦ୍ଧିତ ଚାହିଦା ସହିତ, ପ୍ରଧାନମନ୍ତ୍ରୀ କହିଥିଲେ, “ଭାରତ ଏହାର ଉତ୍ପାଦନ କ୍ଷେତ୍ରକୁ ଆଗକୁ ବଢାଇବା ପାଇଁ ମିଶନ ମୋଡ ପ୍ରୟାସ ଆରମ୍ଭ କରିଛି”। ସେ ଗୁରୁତ୍ୱାରୋପ କରିଥିଲେ ଯେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଫାର୍ମାସ୍ୟୁଟିକାଲ୍ସ, ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ଭଳି କ୍ଷେତ୍ରରେ ସ୍ୱଳ୍ପ ମୂଲ୍ୟର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତର ଶିଳ୍ପ କେବଳ ଘରୋଇ ଚାହିଦା ପୂରଣ କରୁନାହିଁ, ବରଂ ଆନ୍ତର୍ଜାତୀୟ ବଜାରରେ ଉତ୍ପାଦନ ଉତ୍କର୍ଷତା ପାଇଁ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପନ କରୁଛି। ଏହି ଉତ୍ପାଦନ ବିପ୍ଳବରେ ଆସାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।

ବିଶ୍ୱ ବାଣିଜ୍ୟରେ ଆସାମର ସର୍ବଦା ଏକ ଅଂଶ ରହିଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ଭାରତର ଉପକୂଳ ପ୍ରାକୃତିକ ଗ୍ୟାସ ଉତ୍ପାଦନର ୫୦ ପ୍ରତିଶତରୁ ଅଧିକ ଆସାମରୁ ଆସିଥାଏ ଏବଂ ନିକଟ ଅତୀତରେ ଆସାମର ବିଶୋଧନାଗାରଗୁଡ଼ିକର କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର ଏବଂ ସବୁଜ ଶକ୍ତି ଭଳି କ୍ଷେତ୍ରରେ ଆସାମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ସରକାରୀ ନୀତି କାରଣରୁ ଆସାମ ଉଚ୍ଚ-ବୈଷୟିକ ଶିଳ୍ପ ତଥା ଷ୍ଟାର୍ଟଅପ୍ ପାଇଁ ଏକ ହବ୍ ରେ ପରିଣତ ହେଉଛି।

ନିକଟରେ ଆଗତ ବଜେଟରେ କେନ୍ଦ୍ର ସରକାର ନାମରୂପ-୪ ପ୍ଲାଣ୍ଟକୁ ମଞ୍ଜୁରି ଦେଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ୟୁରିଆ ଉତ୍ପାଦନ ପ୍ଲାଣ୍ଟ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଏବଂ ଦେଶର ଚାହିଦା ପୂରଣ କରିବ। ସେ କହିଥିଲେ, “ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ଆସାମ ପୂର୍ବ ଭାରତର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବ।” ଏହି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର ଆସାମ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରଗତି ଡିଜିଟାଲ ବିପ୍ଳବ, ନବସୃଜନ ଏବଂ ବୈଷୟିକ ପ୍ରଗତି ଉପରେ ନିର୍ଭରଶୀଳ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, “ଆମେ ଯେତେ ଭଲ ଭାବେ ପ୍ରସ୍ତୁତ ହେବୁ, ବିଶ୍ୱସ୍ତରରେ ଆମେ ସେତେ ଶକ୍ତିଶାଳୀ ହେବୁ।” ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଏକବିଂଶ ଶତାବ୍ଦୀର ନୀତି ଏବଂ ରଣନୀତି ସହିତ ଆଗକୁ ବଢ଼ୁଛନ୍ତି। ସେ ଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଉତ୍ପାଦନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଲମ୍ଫ ଉପରେ ଆଲୋକପାତ କରିଥିଲେ ଏବଂ ସେମିକଣ୍ଡକ୍ଟର ଉତ୍ପାଦନରେ ଏହି ସଫଳତା କାହାଣୀକୁ ଦୋହରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଗର୍ବର ସହ ଉଲ୍ଲେଖ କରିଛନ୍ତି ଯେ ଆସାମ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ବିକଶିତ ହେଉଛି ଏବଂ ନିକଟରେ ଆସାମର ଜାଗୀରୋଡରେ ଟାଟା ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ଟେଷ୍ଟ ସୁବିଧାର ଉଦଘାଟନ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ଉତ୍ତର-ପୂର୍ବରେ ବୈଷୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ସେମିକଣ୍ଡକ୍ଟର କ୍ଷେତ୍ରରେ ନବସୃଜନ ଏବଂ ଦେଶରେ ଏକ ସେମିକଣ୍ଡକ୍ଟର ଗବେଷଣା କେନ୍ଦ୍ର ଉପରେ ଚାଲିଥିବା କାର୍ଯ୍ୟ ପାଇଁ ସେ ଆଇଆଇଟି ସହିତ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଆକଳନ କରିଛନ୍ତି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଇଲେକ୍ଟ୍ରୋନିକ୍ କ୍ଷେତ୍ରର ମୂଲ୍ୟ ୫୦୦ ବିଲିୟନ ଡଲାରରେ ପହଞ୍ଚିବ। ସେ ଆତ୍ମବିଶ୍ୱାସର ସହ କହିଥିଲେ, “ଭାରତର ଗତି ଏବଂ ପରିମାଣ ସହିତ, ଦେଶ ସେମିକଣ୍ଡକ୍ଟର ଉତ୍ପାଦନରେ ଏକ ପ୍ରମୁଖ ଶକ୍ତି ଭାବରେ ଉଭା ହେବ, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ଏବଂ ଆସାମର ଅର୍ଥବ୍ୟବସ୍ଥାକୁ ଉପକୃତ କରିବ।”

ପ୍ରଧାନମନ୍ତ୍ରୀ କହିଥିଲେ, “ଭାରତ ନିଜର ପରିବେଶଗତ ଦାୟିତ୍ୱକୁ ବୁଝି ଗତ ଦଶନ୍ଧି ମଧ୍ୟରେ ନୀତିଗତ ନିଷ୍ପତ୍ତି ନେଇଛି ଏବଂ ବିଶ୍ୱ ଭାରତର ଅକ୍ଷୟ ଶକ୍ତି ଅଭିଯାନକୁ ଏକ ଆଦର୍ଶ ଅଭ୍ୟାସ ଭାବେ ବିବେଚନା କରୁଛି। ସେ ଉଲ୍ଲେଖ କରିଥିଲେ ଯେ ଗତ ଦଶ ବର୍ଷ ମଧ୍ୟରେ ଭାରତ ସୌର, ପବନ ଏବଂ ସ୍ଥାୟୀ ଶକ୍ତି ସମ୍ବଳ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଛି। ଏହା କେବଳ ପରିବେଶ ସମ୍ବନ୍ଧୀୟ ପ୍ରତିବଦ୍ଧତାକୁ ପୂରଣ କରିନାହିଁ, ବରଂ ଦେଶର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାକୁ ଅନେକ ଥର ସମ୍ପ୍ରସାରିତ କରିଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଦେଶ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଯୋଡ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। “ସରକାର ୨୦୩୦ ସୁଦ୍ଧା ବାର୍ଷିକ ୫ ନିୟୁତ ମେଟ୍ରିକ୍ ଟନ୍ ଗ୍ରିନ୍‍ ହାଇଡ୍ରୋଜେନ୍ ଉତ୍ପାଦନ ହାସଲ କରିବା ପାଇଁ ଏକ ମିଶନ ଉପରେ କାର୍ଯ୍ୟ କରୁଛନ୍ତି”, ବୋଲି ସେ କହିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ଗ୍ୟାସ ଭିତ୍ତିଭୂମି କାରଣରୁ ଚାହିଦା ବୃଦ୍ଧି ପାଇଛି ଏବଂ ସମଗ୍ର ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା କ୍ଷେତ୍ର ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଯାତ୍ରାରେ ଆସାମ ଏକ ଗୁରୁତ୍ୱପୂର୍ଣ୍ଣ ଲାଭ ରହିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ସରକାର ପିଏଲଆଇ ଯୋଜନା ଏବଂ ସବୁଜ ପଦକ୍ଷେପ ପାଇଁ ନୀତି ସମେତ ଶିଳ୍ପ ପାଇଁ ଅନେକ ମାର୍ଗ ସୃଷ୍ଟି କରିଛନ୍ତି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସାମ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବା ଲାଗି ସେ ତାଙ୍କର ଇଚ୍ଛା ବ୍ୟକ୍ତ କରିଥିଲେ ଏବଂ ଆସାମର ସାମର୍ଥ୍ୟକୁ ସର୍ବାଧିକ କରିବା ଲାଗି ଶିଳ୍ପପତିମାନଙ୍କୁ ଅନୁରୋଧ କରିଥିଲେ।

୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ପୂର୍ବ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, “ଆଜି ଉତ୍ତର-ପୂର୍ବ ଏବଂ ପୂର୍ବ ଭାରତ ଭିତ୍ତିଭୂମି, ଲଜିଷ୍ଟିକ୍ସ, କୃଷି, ପର୍ଯ୍ୟଟନ ଏବଂ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।” ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ସେହି ଦିନ ଆଉ ଦୂରରେ ନାହିଁ ଯେତେବେଳେ ବିଶ୍ୱ ଏହି ଅଞ୍ଚଳକୁ ଭାରତର ବିକାଶ ଯାତ୍ରାର ନେତୃତ୍ୱ ନେଉଥିବା ଦେଖିବ। ସେ ସମସ୍ତଙ୍କୁ ଆସାମ ସହିତ ଏହି ଯାତ୍ରାରେ ଅଂଶୀଦାର ଏବଂ ସହଯୋଗୀ ହେବାକୁ ନିମନ୍ତ୍ରଣ କରିଥିଲେ ଏବଂ ଆସାମକୁ ଏପରି ଏକ ରାଜ୍ୟରେ ପରିଣତ କରିବା ପାଇଁ ସାମୂହିକ ପ୍ରୟାସ ପାଇଁ ଆହ୍ୱାନ କରି ବକ୍ତବ୍ୟ ଶେଷ କରିଥିଲେ ଯାହା ଦକ୍ଷିଣ ବିଶ୍ୱରେ ଭାରତର ସାମର୍ଥ୍ୟକୁ ନୂତନ ଉଚ୍ଚତାକୁ ଉନ୍ନୀତ କରିବ। ପ୍ରଧାନମନ୍ତ୍ରୀ ନିବେଶକ ଏବଂ ଶିଳ୍ପ ନେତୃବର୍ଗଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରି କହିଥିଲେ ଯେ ସେ ସେମାନଙ୍କ ଯୋଗଦାନକୁ ସମ୍ପୂର୍ଣ୍ଣ ସମର୍ଥନ କରି ବିକାଶ ଭାରତର ଯାତ୍ରାରେ ସେମାନଙ୍କ ସହିତ ଠିଆ ହୋଇଛନ୍ତି।

ଆସାମର ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ମନ୍ତ୍ରୀ ଡ. ଏସ୍. ଜୟଶଙ୍କର, ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ଡ. ମାଣିକ ସାହା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଗୌହାଟୀରେ ‘ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫’ ଫେବୃଆରୀ ୨୫ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ ଏକ ଉଦଘାଟନୀ ଅଧିବେଶନ, ସାତଟି ମନ୍ତ୍ରୀସ୍ତରୀୟ ଅଧିବେଶନ ଏବଂ ୧୪ଟି ବିଷୟବସ୍ତୁ ଭିତ୍ତିକ ଅଧିବେଶନ ରହିଛି। ଏଥିରେ ରାଜ୍ୟର ଆର୍ଥିକ ପରିଦୃଶ୍ୟକୁ ଚିତ୍ରଣ କରୁଥିବା ଏକ ବ୍ୟାପକ ପ୍ରଦର୍ଶନୀ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଥିରେ ଏହାର ଶିଳ୍ପ ବିବର୍ତ୍ତନ, ବିଶ୍ୱ ବାଣିଜ୍ୟ ଭାଗିଦାରୀ, ଉଦୀୟମାନ ଶିଳ୍ପ ଏବଂ ଜୀବନ୍ତ ଏମ୍ଏସ୍ଏମ୍ଇ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଛି, ଯେଉଁଥିରେ ୨୪୦ ରୁ ଅଧିକ ପ୍ରଦର୍ଶନକାରୀ ରହିଛନ୍ତି।

ବିଭିନ୍ନ ଅନ୍ତର୍ଜାତୀୟ ସଙ୍ଗଠନ, ବିଶ୍ୱସ୍ତରୀୟ ମୁଖ୍ୟ ଏବଂ ନିବେଶକ, ନୀତି ନିର୍ଦ୍ଧାରକ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଏବଂ ଛାତ୍ରଛାତ୍ରୀମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ଆକାଶବାଣୀ କୋକ୍ରାଝରଠାରେ ୧୦ କିଲୋୱIଟ୍ ଏଫଏମ ଟ୍ରାନ୍ସମିଟର ଉଦଘାଟିତ

ନୂଆଦିଲ୍ଲୀ: ଆଜି ଗୌହାଟୀରୁ ଭର୍ଚୁଆଲ୍ ଭାବେ ଆକାଶବାଣୀ କୋକ୍ରାଝରଠାରେ ୧୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟର ଉଦଘାଟିତ ହେବା ପରେ ଯୋଗାଯୋଗ ଏବଂ ସାଂସ୍କୃତିକ ସମନ୍ଵୟକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି।
ଏହି ସମାରୋହରେ ଆସାମ ରାଜ୍ୟପାଳ ଶ୍ରୀଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

୧୯୯୯ ମସିହାରେ ପ୍ରତିଷ୍ଠା କରାଯାଇଥିବା ଆକାଶବାଣୀ କୋକ୍ରାଝର କେନ୍ଦ୍ର ସ୍ଥାନୀୟ ବିବିଧ ଆଦିବାସୀ ଓ ସମ୍ପ୍ରଦାୟ ଗୋଷ୍ଠୀର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଞ୍ଚ ପାଲଟିଛି । ସ୍ଥାନୀୟ ଭାଷାରେ ଶିକ୍ଷାଗତ, ସୂଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାର କରିବାରେ ଏହି ଷ୍ଟେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପୁରୁଣା ୨୦ କିଲୋୱାଟ୍ ମିଡିୟମ୍ ୱେଭ୍ ଟ୍ରାନ୍ସମିଟରର ସୀମିତ ପରିଧି ଏବଂ ୨୦୧୨ରେ ସ୍ଥାପିତ ହୋଇଥିବା ୧୦୦ ୱାଟ୍ ଏଫଏମ ଟ୍ରାନ୍ସମିଟରର ସୀମିତ ସୀମାକୁ ସ୍ୱୀକାର କରି, ଏହି ଉଚ୍ଚ କ୍ଷମତା ସମ୍ପନ୍ନ ୧୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟରର ପ୍ରଚଳନ ଏକ ପରିବର୍ତ୍ତନଶୀଳ ବିକାଶ।

ନବନିର୍ମିତ ଟ୍ରାନ୍ସମିଟର ୭୦ କିଲୋମିଟର ବ୍ୟାସାର୍ଦ୍ଧକୁ ଉନ୍ନତମାନର ଏଫ୍ଏମ୍ ପ୍ରସାରଣ ପ୍ରଦାନ କରିବ ଏବଂ କୋକ୍ରାଝର ଏବଂ ନିକଟବର୍ତ୍ତୀ ଜିଲ୍ଲା ଧୁବ୍ରି, ବଙ୍ଗାଇଗାଓଁ ଏବଂ ଚିରାଙ୍ଗର ୩୦ ଲକ୍ଷରୁ ଅଧିକ ବାସିନ୍ଦାଙ୍କ ପାଇଁ ଏହାର ପହଞ୍ଚକୁ ବିସ୍ତାର କରିବ । ଏହା ଆକାଶବାଣୀ କୋକ୍ରାଝାର କୃଷକ, ଯୁବକ ଏବଂ ସ୍ଥାନୀୟ ସମୁଦାୟ ସହିତ ଅଧିକ ପ୍ରଭାବଶାଳୀ ଭାବରେ ଯୋଡ଼ି ହେବ ଏବଂ ଏକ ଜାତୀୟ ସାର୍ବଜନୀନ ପ୍ରସାରଣକାରୀ ଭାବରେ ଏହାର ଭୂମିକାକୁ ପୂରଣ କରିବ ।

ଆକାଶବାଣୀ କୋକ୍ରାଝର ଏବେ ବୋଡ଼ୋ ଲୋକସଙ୍ଗୀତ, ରାଜବଂଶୀ ଗୀତ ଏବଂ ଅନ୍ୟାନ୍ୟ ଆଦିବାସୀ ସଙ୍ଗୀତକୁ ନେଇ କାର୍ଯ୍ୟକ୍ରମର ପ୍ରସାରଣ ବୃଦ୍ଧି କରି ଏହାର ସାଂସ୍କୃତିକ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବ ।

ବୋଡୋଲ୍ୟାଣ୍ଡ ଟେରିଟୋରିଆଲ କାଉନସିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀ ପ୍ରମୋଦ ବୋରୋ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ଭାବେ ଯୋଗ ଦେଇଥିଲେ। କୋକ୍ରାଝରରେ ଆଞ୍ଚଳିକ ଆକାଶବାଣୀ ରେଡିଓ କେନ୍ଦ୍ରର ଉନ୍ନତିକରଣ ପାଇଁ ବୋଡୋ ଶ୍ରୋତାଙ୍କ ଦୀର୍ଘଦିନର ଅନୁରୋଧ ପୂରଣ କରିଥିବାରୁ ସେ କୋକ୍ରାଝର ଏବଂ ବୋଡୋଲାଣ୍ଡ ପ୍ରାଦେଶିକ କ୍ଷେତ୍ରର ଜନସାଧାରଣଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରି ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଉଦଘାଟନୀ ଉତ୍ସବରେ ଆକାଶବାଣୀର ମହାନିର୍ଦ୍ଦେଶକ ପ୍ରଜ୍ଞା ପାଲିଓ୍ଵାଲ ଗୌରଙ୍କ ସମେତ ଆକାଶବାଣୀର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସାମ ପାଇଁ ୩ଟି ନୂଆ ଟ୍ରେନର ଶୁଭାରମ୍ଭ ସହ ୭୨ କୋଟିର ରୋଡ୍ ଓଭର ବ୍ରିଜ୍ ଲୋକାର୍ପିତ

ନୂଆଦିଲ୍ଲୀ: ରେଳ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ, ଆଜି ଆସାମରେ ୩ଟି ନୂଆ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ  କରାଯାଇଛି। ଏଥିସହିତ ଉତ୍ତର ପୂର୍ବ ସୀମାନ୍ତ ରେଳପଥ ଦ୍ୱାରା ନିର୍ମିତ ଟେଟେଲିଆ ଷ୍ଟେସନ ୟାର୍ଡରେ ଏକ ନୂତନ ରୋଡ୍ ଓଭର ବ୍ରିଜ୍ (ଆରଓବି) ଆଜି ଗୁଆହାଟୀରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଲୋକାର୍ପଣ କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା, ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବୈଦେଶିକ ବ୍ୟାପାର ଏବଂ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିତା ଗୁଆହାଟୀ ରେଳ ଷ୍ଟେସନରେ ଉପସ୍ଥିତ ରହିଥିଲେ । ଅନ୍ୟାନ୍ୟ ସ୍ଥାନରେ ଅନ୍ୟ ସାଂସଦ/ବିଧାୟକମାନେ ଉପସ୍ଥିତ ଥିଲେ।

ନୂତନ ଭାବେ ଆରମ୍ଭ ହୋଇଥିବା ଟ୍ରେନ୍ ଗୁଡ଼ିକ ମଧ୍ୟରେ ଟ୍ରେନ୍ ନମ୍ବର ୫୫୮୧୮/୫୫୮୧୭ (ଗୁଆହାଟୀ- ନ୍ୟୁ ବଙ୍ଗାଇଗାଓଁ-ଗୌହାଟୀ) ଦୈନିକ ପାସେଞ୍ଜର, ଟ୍ରେନ୍ ନମ୍ବର ୧୫୯୧୧/୧୫୯୧୨ (ତିନସୁକିଆ- ନହରଲାଗୁନ-ତିନସୁକିଆ) ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନମ୍ବର ୧୨୦୪୭/୧୨୦୪୮ (ଗୁଆହାଟୀ- ଉତ୍ତର ଲକ୍ଷ୍ମୀପୁର-ଗୌହାଟୀ) ଦ୍ୱି-ସାପ୍ତାହିକ ଜନଶତାବ୍ଦୀ ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ। ସମାରୋହରେ ମାନ୍ୟବର ରେଳମନ୍ତ୍ରୀ କହିଥିଲେ ଯେ ଏହି ସେବା ଆଞ୍ଚଳିକ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ଆସାମ ଓ ଆଖପାଖ ଅଞ୍ଚଳରେ ଯାତ୍ରୀମାନଙ୍କ ପାଇଁ ଯାତ୍ରା ବିକଳ୍ପରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

ଏହାବ୍ୟତୀତ ଉତ୍ତର-ପୂର୍ବ ସୀମାନ୍ତ ରେଳପଥ ଦ୍ୱାରା ନିର୍ମିତ ଟେଟେଲିଆ ଷ୍ଟେସନ ୟାର୍ଡରେ ଏକ ନୂତନ ରୋଡ୍ ଓଭର ବ୍ରିଜ୍ (ଆରଓବି)କୁ ଏହି ସମାରୋହରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରାଯାଇଛି । ଉତ୍ତର-ପୂର୍ବ ସୀମାନ୍ତ ରେଳପଥ ଟେଟେଲିଆ ଷ୍ଟେସନ ୟାର୍ଡରେ ଥିବା ଲେଭେଲ କ୍ରସିଂ ଗେଟ୍ ନଂ ଏସଟି-୨୨ ସ୍ଥାନରେ ମୋଟ ୭୨ କୋଟି ଟଙ୍କା ବ୍ୟୟରେ ଆରଓବି (ନଂ ୫୯ଏ) ନିର୍ମାଣ କରିଥିଲା।

ଏହି କାର୍ଯ୍ୟକ୍ରମରେ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର ମହାପ୍ରବନ୍ଧକ ଚେତନ କୁମାର ଶ୍ରୀବାସ୍ତବ, ଉତ୍ତର ପୂର୍ବ ସୀମାନ୍ତ ରେଳପଥ (ନିର୍ମାଣ)ର ମହାପ୍ରବନ୍ଧକ ଅରୁଣ କୁମାର ଚୌଧୁରୀଙ୍କ ସମେତ ମୁଖ୍ୟାଳୟ ଓ ଡିଭିଜନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ସାଂସଦ/ବିଧାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାଷା ଗୌରବ ସପ୍ତାହ ଅବସରରେ ଆସାମର ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷା ଗୌରବ ସପ୍ତାହ ଅବସରରେ ଆସାମର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ #BhashaGauravSaptah ର ମହତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନିକଟରେ ଅହମୀୟାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନର ଉତ୍ସବ ମନାଇଛନ୍ତି, ଯାହାକି ଏହି କ୍ଷେତ୍ରରେ ସମୃଦ୍ଧ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ଏକ ମହତ୍ୱପୂର୍ଣ୍ଣ ମାନ୍ୟତା ପ୍ରଦାନ କରୁଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସାମର ସମୃଦ୍ଧ ଭାଷା ଐତିହ୍ୟର ସପ୍ତାହବ୍ୟାପୀ ଉତ୍ସବ ଭାଷା ଗୌରବ ସପ୍ତାହର ଆରମ୍ଭ ନେଇ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଆଜି ଏକ ପୋଷ୍ଟରେ ଟ୍ୱିଟ କରିଛନ୍ତି:

“#BhashaGauravSaptah ଏକ ଉଲ୍ଲେଖନୀୟ ପ୍ରୟାସ, ଯାହାକି ଅହମୀୟା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପରେ ଲୋକଙ୍କ ଉତ୍ସାହକୁ ଦର୍ଶାଉଛି। ମୋର ଶୁଭକାମନା। ସପ୍ତାହବ୍ୟାପୀ ଆୟୋଜନ କରାଯାଉଥିବା ଏହି ଉତ୍ସବ ଲୋକଙ୍କର ଅହମୀୟ ସଂସ୍କୃତି ସହ ସମ୍ପର୍କକୁ ଅଧିକ ମଜବୁତ୍ କରିବ। ଆସାମ ବାହାରେ ରହୁଥିବା ଅହମୀୟ ଲୋକମାନଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ମୁଁ ନିବେଦନ କରୁଛି।

Categories
Diwali ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଦୀପାବଳି, ଜାଣନ୍ତୁ ଏହି ଦିନ ମା କାଳୀଙ୍କୁ କାହିଁକି ପୂଜା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ।

କାହିଁକି କାଳୀ ପୂଜା କରାଯାଏ

ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି।

କାଳୀ ପୂଜାର ମହତ୍ତ୍ବ କ’ଣ ?

ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ ମା କାଳୀଙ୍କୁ ପୂଜା କରିବା ଜୀବନର ସମସ୍ତ ଦୁଃଖ ଦୂର କରିଥାଏ। ଶତ୍ରୁମାନେ ବିନାଶ ହୁଅନ୍ତି। କୁହାଯାଏ ଯେ ମା କାଳୀଙ୍କୁ ପୂଜା କରି ରାହୁ ଗ୍ରହ ମଧ୍ୟ ଶାନ୍ତ ହୁଅନ୍ତି। ତନ୍ତ୍ର ସାଧନା ପାଇଁ ଅଧିକାଂଶ ସ୍ଥାନରେ ମା କାଳୀଙ୍କୁ ପୂଜା ମଧ୍ୟ କରାଯାଏ।

କାଳୀ ପୂଜା କିପରି କରାଯାଏ?

ମା କାଳୀଙ୍କୁ ଦୁଇଟି ଉପାୟରେ ପୂଜା କରାଯାଏ, ଗୋଟିଏ ସାଧାରଣ ଏବଂ ଅନ୍ୟଟି ହେଉଛି ତନ୍ତ୍ର ପୂଜା। ଯେକେହି ସାଧାରଣ ପୂଜା କରିପାରିବେ।

ବିଶେଷତ ମାତା କାଳୀଙ୍କ ସାଧାରଣ ପୂଜାରେ ୧୦୮ ନାଲି ମନ୍ଦାର ଫୁଲ, ୧୦୮ ବେଲପତ୍ର, ୧୦୮ ମାଟି ଦୀପ ଏବଂ ୧୦୮ ଦୁବ ଅର୍ପଣ କରିବାର ପରମ୍ପରା ଅଛି। ଏହା ସହିତ ମୌସୁମୀ ଫଳ, ମିଠା, ଖିଚିଡି, ଖିରି, ଭଜା ପନିପରିବା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ମଧ୍ୟ ମା’ଙ୍କୁ ଭୋଗ ଦିଆଯାଏ। ଏହି ପୂଜା ପଦ୍ଧତିରେ ସକାଳରୁ ରାତି ପର୍ଯ୍ୟନ୍ତ ଉପବାସରେ ରହିବାକୁ ପଡେ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଗଣ୍ଡା ଦିବସ ଅବସରରେ ଗଣ୍ଡା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଗଣ୍ଡା ଦିବସ ଅବସରରେ ଗଣ୍ଡା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିବାକୁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି, ଯେଉଁଠାରେ ଭାରତରେ ଗୋଟିଏ ଶିଙ୍ଗ ଥିବା ଗଣ୍ଡାର ସର୍ବାଧିକ ସଂଖ୍ୟା ରହିଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ଅପଲୋଡ୍ କରିଛନ୍ତି:

ଆମେ ବିଶ୍ୱ ଗଣ୍ଡା ଦିବସର ମହତ୍ତ୍ୱକୁ ସ୍ୱୀକାର କରୁଛୁ ଏବଂ ପୃଥିବୀର ସବୁଠାରୁ ପ୍ରସିଦ୍ଧ ପ୍ରଜାତି ଗଣ୍ଡାର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଉଛୁ। ବିଗତ କିଛି ବର୍ଷ ଧରି ଗଣ୍ଡା ସଂରକ୍ଷଣରେ ସକ୍ରିୟ ଭାବରେ ଜଡ଼ିତ ଥିବା ସମସ୍ତଙ୍କୁ ଅନେକ ଧନ୍ୟବାଦ।

ଭାରତର ଏକ ଶିଙ୍ଗଥିବା ଗଣ୍ଡାର ପ୍ରଚୁରତା ଆମକୁ ଅତ୍ୟନ୍ତ ଗର୍ବରେ ଭରି ଦେଇଛି। ମୁଁ ଆସାମର କାଜିରଙ୍ଗାରେ ବିତାଇଥିବା ମୋର ସମୟକୁ ଭଲ ଭାବରେ ମନେ ପକାଇଛି ଏବଂ ଆପଣମାନଙ୍କୁ ସେଠାକୁ ଯିବା ପାଇଁ ଅନୁରୋଧ କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ  ମୈଦାମ୍ ସାମିଲ: ଖୁସି ଓ ଗର୍ବ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସାମର ଚାରାଇଦେଓ ମୈଦାମ୍‌କୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ ଖୁସି ଏବଂ ଗର୍ବ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ଭାରତ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗର୍ବର ବିଷୟ।

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାରାଇଦେଓରେ ଥିବା ମୈଦାମ୍ ଗୌରବମୟ ଆହୋମ ସଂସ୍କୃତି ନିଦର୍ଶନ, ଯାହା ପୂର୍ବପୁରୁଷମାନଙ୍କୁ ଅତ୍ୟଧିକ ସମ୍ମାନ ଦେଇଥାଏ।

ଉପରୋକ୍ତ ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକା ବିଷୟରେ ୟୁନେସ୍କୋର ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗର୍ବର ବିଷୟ!

ଚାରାଇଦେଓରେ ଥିବା ମୈଦାମ୍ ଗୌରବମୟ ଆହୋମ ସଂସ୍କୃତିର ନିଦର୍ଶନ, ଯାହା ପୂର୍ବପୁରୁଷମାନଙ୍କୁ ଅତ୍ୟଧିକ ସମ୍ମାନ ଦେଇଥାଏ। ମୁଁ ଆଶା କରୁଛି ମହାନ ଅହୋମ ନିୟମ ଏବଂ ସଂସ୍କୃତି ବିଷୟରେ ଅଧିକ ଲୋକ ଜାଣିପାରିବେ।

ଆନନ୍ଦିତ ଯେ ମୈଦାମ୍ ବିଶ୍ୱ ଐତିହ୍ୟ ତାଲିକାରେ ଯୋଗ ଦେଇଛନ୍ତି।”

Categories
ଆଜିର ଖବର ଜାତୀୟ ଖବର

ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ରାସ୍ତା ବନ୍ଦ, କଂଗ୍ରେସ କର୍ମୀ ଭାଙ୍ଗିଲେ ବ୍ୟାରିକେଡ୍

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଆସାମର ଗୁଆହାଟୀରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡା ନ୍ୟାୟ ଯାତ୍ରା ସମୟରେ ବିବାଦ ପୁଣିଥରେ ଆରମ୍ଭ ହୋଇଛି। ସହରରେ ଯାତ୍ରା କରିବାକୁ ଅନୁମତି ନ ଥିବାରୁ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଏକ ବଡ଼ ଧରଣର ସଂଘର୍ଷ ହୋଇଛି।

ପ୍ରଶାସନ କହିଛି ଯେ, ସହରରେ ଯାତ୍ରା ଅନୁମତି ଦିଆଯାଇନଥିବାବେଳେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସହର ଭିତରେ ଚାଲିଥିଲା। ଏହି କାରଣରୁ ପରେ ପୋଲିସ ବ୍ୟାରିକେଡ୍ ଲଗାଇଥିଲା ଏବଂ ଏହି କାରଣରୁ ରାହୁଲ ଗାନ୍ଧୀଙ୍କ ବସ୍ ସହିତ ଆସୁଥିବା କଂଗ୍ରେସ କର୍ମୀମାନେ ପୋଲିସ ସହିତ ସଂଘର୍ଷ କରିଥିଲେ।

ରାହୁଲ ଗାନ୍ଧୀ ଗୁଆହାଟୀରେ ଛାତ୍ରମାନଙ୍କ ସହ ଯୋଗାଯୋଗ କରିବାର ଅଛି। କଂଗ୍ରେସ ନେତା ଗାନ୍ଧୀ କହିଛନ୍ତି ଯେ, ତାଙ୍କୁ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବନ୍ଦ କରାଯାଉଛି।
ପ୍ରଶାସନ କହିଛି ଯେ, ଗୁଆହାଟି ସହର ଭିତରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ଅନୁମତି ନାହିଁ। ସେମାନଙ୍କୁ ସହରର ବାହାର ଦେଇ ଯିବାକୁ କୁହାଯାଇଛି। ଏହି ସଂଘର୍ଷ ପରେ ଅତିରିକ୍ତ ସଂଖ୍ୟକ ପୋଲିସ କର୍ମଚାରୀଙ୍କ ନିୟୋଜନ ବୃଦ୍ଧି କରାଯାଇଛି। ଉତ୍ତେଜନା ପରେ ସମଗ୍ର ଅଞ୍ଚଳରେ ଟେନସନର ପରିବେଶ ସୃଷ୍ଟି ହୋଇଛି। ଭରତ ଯୋଡୋ ନ୍ୟାୟ ଯାତ୍ରା କୁଇନ୍ସ ହୋଟେଲରୁ ସକାଳ ପ୍ରାୟ ୧୦ ଟାରୁ ଆରମ୍ଭ ହୋଇଥିଲା। ଗୁଆହାଟୀରେ ରାହୁଲ ଗାନ୍ଧୀଙ୍କ ଏକ ସାଧାରଣ ଠିକଣା ମଧ୍ୟ ରହିଛି। ମଙ୍ଗଳବାର ହେଉଛି ଯାତ୍ରା ର ଦଶମ ଦିନ ଯାହା ଆସାମର ବିଷ୍ଣୁପୁରରେ ଶେଷ ହେବ।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ମାର୍ଚ୍ଚ ୨୦ ରେ ମୁମ୍ବାଇରେ ହେବ ଶେଷ

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡରୁ କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆସାମରେ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନିଆଯାଇଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୫ ଟି ରାଜ୍ୟର ୧୧୦ ଟି ଜିଲ୍ଲା ଦେଇ ଯିବ।

ଏହି ଯାତ୍ରା ଶିବସାଗର ଜିଲ୍ଲାର ହଲୁୱାଟିଂ ଦେଇ ନାଗାଲାଣ୍ଡରୁ ଆସାମରେ ପହଞ୍ଚିଥିଲା। ରାହୁଲ ଗାନ୍ଧୀ ସକାଳେ ନାଗାଲାଣ୍ଡର ତୁଲିରୁ ବସ୍ ଯାତ୍ରା ଆରମ୍ଭ କରି ସକାଳ ପ୍ରାୟ ୯:୪୫ ରେ ଆସାମରେ ପହଞ୍ଚିଥିଲେ।

ଗାନ୍ଧୀଙ୍କୁ ହଲୁୱାଟିଂରେ ଶତାଧିକ ଦଳର କର୍ମକର୍ତ୍ତା ସ୍ୱାଗତ କରିଥିଲେ ଏବଂ ତାଙ୍କର ଆଠ ଦିନିଆ ରାଜ୍ୟ ଗସ୍ତ ପାଇଁ ଜାତୀୟ ପତାକାକୁ ଆସାମ ୟୁନିଟର ନେତାମାନଙ୍କୁ ହସ୍ତାନ୍ତର କରାଯାଇଥିଲା।

କଂଗ୍ରେସ ସାଂସଦଙ୍କ ନେତୃତ୍ୱରେ ୬,୭୧୩ କିଲୋମିଟର ଦୀର୍ଘ ଯାତ୍ରା ଜାନୁଆରୀ ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ। ଏହି ଯାତ୍ରା ଆସାମରେ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ଜାତୀୟ ଖବର

ଆଜି କଂଗ୍ରେସକୁ ଡବଲ ଝଟକା, ମିଲିନ୍ଦ ଦେଓଡାଙ୍କ ପରେ ବର୍ତ୍ତମାନ ଆସାମର ଏହି ବଡ ନେତା ଦେଲେ ଇସ୍ତଫା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଜି କଂଗ୍ରେସକୁ ଡବଲ ଝଟକା ଲାଗିଛି। ପ୍ରଥମେ ମହାରାଷ୍ଟ୍ର କଂଗ୍ରେସ ନେତା ମିଲିନ୍ଦ ଦେଓଡା ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଅପୂର୍ବ ଭଟ୍ଟାଚାର୍ଯ୍ୟ ଆସାମରେ କଂଗ୍ରେସ ସଚିବ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସରେ ରହିଥିଲେ। ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ ଏହି ଦୁଇ ନେତାଙ୍କ ଇସ୍ତଫା ଦଳ ପାଇଁ ଏକ ବଡ କ୍ଷତି ବୋଲି ବିବେଚନା କରାଯାଉଛି। ବାସ୍ତବରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ମଧ୍ୟ ମହାରାଷ୍ଟ୍ର ଏବଂ ଆସାମରେ ହେବ।

ପ୍ରକାଶ ଯେ, ଆସାମରେ କଂଗ୍ରେସ ଦଳ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛି। ଏହାର ବହୁ ବଡ ନେତା ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି। ଗତ ବର୍ଷ ନଭେମ୍ବରରେ ଆସାମ କଂଗ୍ରେସର ଦୁଇ ପ୍ରମୁଖ ନେତା ଦଳ ଛାଡି ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଥିଲେ। ଇସ୍ତଫା ଦେଇଥିବା ଦୁଇ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନଗାଓଁ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁରେଶ ବୋରା, ଯିଏ ୨୦୨୧ ମସିହାରେ ବରହମପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ସହିତ ଆସାମପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୋରିଟୁଶ ରୟ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ସଡ଼କ ଦୁର୍ଘଟଣା: ଟ୍ରକ ଏବଂ ବସ୍ ଧକ୍କାରେ ୧୪ ମୃତ, ୨୭ ଗୁରୁତର

ଗୌହାଟି: ଆସାମର ଡେରଗାଓଁରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆଜି ସକାଳେ ୪୫ ଜଣ ଲୋକଙ୍କୁ ନେଇ ଯାଉଥିବା ବସ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ବସ୍‌ରେ ଫସି ରହିଥିବା ଲୋକଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ଆଜି ସକାଳ ପ୍ରାୟ ୫ ଟା ସମୟରେ ଆସାମର ଗୋଲାଘାଟ ଜିଲ୍ଲାର ଡେରଗାଓଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ। ବସ୍‌ରେ ଥିବା ସମସ୍ତ ୪୫ ଜଣ ପିକନିକ୍ କରିବାକୁ ଯାଉଥିଲେ। ସମସ୍ତଙ୍କୁ ତିନସୁକିଆର ତିଲିଙ୍ଗା ମନ୍ଦିରକୁ ଯିବାର ଥିଲା। କିନ୍ତୁ ବାଟରେ ଡେରାଗାଓଁରେ ବସ୍ ଆଗରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଯାନର ଗତି ବହୁତ ଅଧିକ ଥିଲା ଯେଉଁଥିପାଇଁ ବସର ଆଗ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ଏବଂ ଭିତରେ ବସିଥିବା ୧୪ ଜଣ ଲୋକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

Categories
ବିଶେଷ ଖବର

ଆସାମରେ କେତେ ବାଂଲାଦେଶୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦିଆଯାଇଥିଲା? ସମ୍ପୂର୍ଣ୍ଣ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୧୯୬୬ ଜାନୁଆରୀ ପହିଲାରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଆସାମରେ ବାଂଲାଦେଶୀ ଶରଣାର୍ଥୀଙ୍କୁ ଦିଆଯାଇଥିବା ନାଗରିକତା ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଡିସେମ୍ବର ୧୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ରକୁ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସାମରେ ବେଆଇନ ପ୍ରବାସୀଙ୍କ ସମ୍ପର୍କିତ ନାଗରିକତା ଆଇନର ଧାରା-୬(ଏ)ର ସାମ୍ବିଧାନିକ ବୈଧତା ଅଧ୍ୟୟନ ପାଇଁ ହୋଇଥିବା ୧୭ଟି ଆବେଦନର ଶୁଣାଣି କରୁଛନ୍ତି ଖଣ୍ଡପୀଠ।

ଖଣ୍ଡପୀଠରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦ୍ରେଶ, ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ର ରହିଛନ୍ତି। ବିଶେଷ କରି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବେଆଇନ ପ୍ରବାସକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇବାକୁ କୁହାଯାଇଛି। ଆମେ ମତ ଦେଉଛୁ ଯେ କେନ୍ଦ୍ର ସରକାର ଅଦାଲତକୁ ତଥ୍ୟଭିତ୍ତିକ ତଥ୍ୟ ପ୍ରଦାନ କରିବା ଜରୁରୀ ହେବ। ସୋମବାର କିମ୍ବା ଏହା ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ଆମେ ଅଦାଲତଙ୍କୁ ନିର୍ଦ୍ଦେଶ ଦେଉଛୁ ବୋଲି ଖଣ୍ଡପୀଠ କହିଛନ୍ତି।

୧୯୬୬ ଜାନୁଆରୀ ପହିଲାରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ପଡ଼ୋଶୀ ଦେଶରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ସଂଖ୍ୟାକୁ ବିଚାରକୁ ନେଇ କେନ୍ଦ୍ରର ସତ୍ୟପାଠରେ ଏହି ଆଇନର ଧାରା-୬(ଏ) ଅଧୀନରେ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କ ସଂଖ୍ୟା ଉଲ୍ଲେଖ କରାଯିବା ଉଚିତ। ଉକ୍ତ ଅବଧି ସମ୍ପର୍କରେ ଫରେନର୍ସ ଟ୍ରିବ୍ୟୁନାଲ ଆଦେଶ ୧୯୬୪ ଅନୁଯାୟୀ କେତେ ଜଣଙ୍କୁ ବିଦେଶୀଭାବେ ଚିହ୍ନଟ କରାଯାଇଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ବିଶେଷକରି ଉତ୍ତର-ପୂର୍ବାଞ୍ଚଳକୁ ଭାରତକୁ ବେଆଇନ ପ୍ରବାସକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଖଣ୍ଡପୀଠ ତଥ୍ୟ ମାଗିଛନ୍ତି।

ଏହା ପୂର୍ବରୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ ଯେ ପଶ୍ଚିମବଙ୍ଗକୁ ନାଗରିକତା ଆଇନର ଧାରା-୬(ଏ) ପରିସରରୁ ବାଦ୍ ରଖି ଆସାମଠାରୁ କାହିଁକି ଭିନ୍ନ ବ୍ୟବହାର କରୁଛି, ଯେତେବେଳେ ପଶ୍ଚିମବଙ୍ଗ ବାଂଲାଦେଶ ସହ ବହୁତ ବଡ଼ ସୀମା ବଣ୍ଟନ କରୁଛି। ନାଗରିକତା ଆଇନର ଧାରା-୬(ଏ) ଆସାମରେ ବେଆଇନ ପ୍ରବାସୀଙ୍କ ସମ୍ପର୍କରେ ରହିଛି। ଏହି ମାମଲାର ଶୁଣାଣି ଏବେବି ଜାରି ରହିଛି। ଆସାମ ବୁଝାମଣା ଅଧୀନରେ ଅନ୍ତର୍ଭୁକ୍ତ ଲୋକଙ୍କ ନାଗରିକତା ସମ୍ବନ୍ଧୀୟ ପ୍ରସଙ୍ଗର ମୁକାବିଲା ପାଇଁ ନାଗରିକତା ଆଇନର ଧାରା-୬(ଏ)କୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଭାବରେ ଯୋଡ଼ାଯାଇଥିଲା।

ସଂଶୋଧିତ ନାଗରିକତା ଆଇନ, ୧୯୮୫ ଅନୁଯାୟୀ, ୧୯୬୬ ଜାନୁଆରୀ ପହିଲା କିମ୍ବା ତା’ପରେ ବାଂଲାଦେଶ ସମେତ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆସାମକୁ ଆସିଥିବା ସମସ୍ତଙ୍କୁ ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଏବଂ ସେବେଠାରୁ ଆସାମର ବାସିନ୍ଦା ହୋଇଥିବା ବ୍ୟକ୍ତିମାନେ ନାଗରିକତା ଉଦ୍ଦେଶ୍ୟରେ ଧାରା ୧୮ ଅନୁଯାୟୀ ନିଜକୁ ପଞ୍ଜୀକରଣ କରିବାକୁ ପଡ଼ିବ। ଫଳରେ ଆସାମରେ ଥିବା ବାଂଲାଦେଶୀ ପ୍ରବାସୀଙ୍କୁ ନାଗରିକତା ପ୍ରଦାନ ପାଇଁ ୧୯୭୧ ମାର୍ଚ୍ଚ ୨୫ ତାରିଖକୁ କଟ୍ ଅଫ୍ ତାରିଖ ଧାର୍ଯ୍ୟ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ନାଗରିକତା ଆଇନର ଧାରା-୬ (ଏ) ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଫାଇଦା ଦେବ?

ନୂଆଦିଲ୍ଲୀ: ନାଗରିକତା ଆଇନର ଧାରା-୬ (ଏ)ର ଫାଇଦା ପାଇଥିବା ଲୋକଙ୍କ ତଥ୍ୟ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ କହିଛନ୍ତି। ୧୯୬୬ରୁ ୧୯୭୧ ମଧ୍ୟରେ ଆସିଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଖରେ ଏହା ଦର୍ଶାଇବା ପାଇଁ କେଉଁ ସାମଗ୍ରୀ ଅଛି ଯେ ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକଙ୍କୁ ନାଗରିକତା ଦିଆଯାଇଛି ତାହା ଆସାମର ଜନସଂଖ୍ୟା ଏବଂ ସାଂସ୍କୃତିକ ପରିଚୟକୁ ପ୍ରଭାବିତ କରିଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନାଗରିକତା ଆଇନର ଧାରା-୬(ଏ)କୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ଆରମ୍ଭ କରିଛନ୍ତି।

ଆସାମରେ ବେଆଇନ ଅନୁପ୍ରବେଶକାରୀଙ୍କ ସମ୍ପର୍କିତ ନାଗରିକତା ଆଇନର ଧାରା-୬ (ଏ)କୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ମଙ୍ଗଳବାରଠାରୁ ଏହାର ପରୀକ୍ଷଣ ଆରମ୍ଭ ହୋଇଛି। ଏହି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଏହି ବ୍ୟବସ୍ଥା ମନମୁଖୀ ବୋଲି କୁହାଯାଇଛି। ସୀମା ପାରରୁ ଅନୁପ୍ରବେଶ ସମସ୍ୟାକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ୧୯୭୧ର ଭାରତ-ପାକ୍ ଯୁଦ୍ଧ ଯୋଗୁଁ ବାଂଲାଦେଶୀମାନେ ଦେଶର ସୀମାରେ ପ୍ରବେଶ କରିଥିଲେ ଏବଂ ଅଦାଲତ ଏ ସଂକ୍ରାନ୍ତ ମାନବୀୟ ଦିଗକୁ ଉଲ୍ଲେଖ କରିଥିଲେ। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ ଯୁକ୍ତି ଉପସ୍ଥାପନ ଆରମ୍ଭ କରିଥିଲେ। ନାଗରିକତା ଆଇନର ଧାରା-୬(ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରାଯାଇଛି।

ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ ଖଣ୍ଡପୀଠଙ୍କୁ କହିଥିଲେ ଯେ ଶରଣାର୍ଥୀଙ୍କ ଆଗମନ ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ଆଦିବାସୀଙ୍କ ସାମାଜିକ-ସାଂସ୍କୃତିକ, ଅର୍ଥନୈତିକ ଏବଂ ଅନ୍ୟାନ୍ୟ ଅଧିକାର ପ୍ରଭାବିତ ହେଉଛି। କିନ୍ତୁ ଆପଣଙ୍କ ଯୁକ୍ତିକୁ ପରୀକ୍ଷଣ କରିବା ପାଇଁ ୧୯୬୬-୭୧ ମଧ୍ୟରେ ଆସିଥିବା ନାଗରିକମାନଙ୍କୁ କିଛି ସୁବିଧା ଦେବାର ପ୍ରଭାବ ଏତେ ଗମ୍ଭୀର ଥିଲା ଯେ ସେହି ପାଞ୍ଚ ବର୍ଷରେ ରାଜ୍ୟର ଜନସଂଖ୍ୟା ଓ ସାଂସ୍କୃତିକ ପରିଚୟ ପ୍ରଭାବିତ ହୋଇଥିଲା ବୋଲି ଦର୍ଶାଇବା ପାଇଁ ଆମ ପାଖରେ କୌଣସି ତଥ୍ୟ ନାହିଁ।

ଅଦାଲତ କହିଛନ୍ତି, ହଁ, ଧାରା-୬ (ଏ)ର ପ୍ରଭାବ ଏପରି ଥିଲା କି ନାହିଁ ଦେଖିବାକୁ ହେବ ଯେ ୧୯୬୬ରୁ ୧୯୭୧ ମଧ୍ୟରେ ରାଜ୍ୟର ଜନସଂଖ୍ୟାରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଥିଲା। ଯାହା ଫଳରେ ଆସାମର ସାଂସ୍କୃତିକ ପରିଚୟ ପ୍ରଭାବିତ ହୋଇଥିଲା। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ୧୯୬୬ରୁ ଜୁଲାଇ ୧୬, ୨୦୧୩ ପର୍ଯ୍ୟନ୍ତ ଏହି ଆଇନର ହିତାଧିକାରୀଙ୍କ ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି। ମେହେଟ୍ଟା ଏହାକୁ ଦାଖଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସଲିସିଟର ଜେନେରାଲ ପୂର୍ବରୁ ରାଜ୍ୟସଭାରେ ଜଣେ ସାଂସଦଙ୍କଦ୍ୱାରା ଉପସ୍ଥାପିତ ତଥ୍ୟକୁ ଉଲ୍ଲେଖ କରି କହିଥିଲେ ଯେ ୧୯୬୬ରୁ ୧୯୭୧ ମଧ୍ୟରେ ୫.୪୫ ଲକ୍ଷ ବେଆଇନ ପ୍ରବାସୀ ଆସାମକୁ ଆସିଥିଲେ। ୧୯୫୧ରୁ ୧୯୬୬ ମଧ୍ୟରେ ଏହି ସଂଖ୍ୟା ୧୫ ଲକ୍ଷ ଥିଲା। ଏହି ବ୍ୟବସ୍ଥାକୁ ବିରୋଧ କରିଥିବା ଆସାମର କେତେକ ଆବେଦନକାରୀଙ୍କ ପକ୍ଷରୁ ଦିବାନ କହିଛନ୍ତି ଯେ ଏହା ସମ୍ବିଧାନର ମୌଳିକ ଢାଞ୍ଚାକୁ ଉଲ୍ଲଂଘନ କରୁଛି। ନାଗରିକତା ଆଇନର ଧାରା-୬(ଏ)କୁ ଆବେଦନକାରୀମାନେ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଏହା ଆସାମର ଆଦିବାସୀମାନଙ୍କୁ ନିଜ ମାତୃଭୂମିରେ ଭୂମିହୀନ ଏବଂ ବିଦେଶୀ ହେବାକୁ ବାଧ୍ୟ କରିଛି। ୨୦୦୯ମସିହାରେ ଏନଜିଓ ଆସାମ ପବ୍ଲିକ ୱାର୍କସ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ ସମେତ ଅନ୍ୟୂନ ୧୭ଟି ପିଟିସନ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୨୬ରେ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶବିଶେଷ ଭାବରେ ଦିଆଯିବ ଜାତୀୟ ଗୋପାଳ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: ଆସାମର ଗୌହାଟୀସ୍ଥିତ ଭେଟେରିନାରୀ କଲେଜ ଗ୍ରାଉଣ୍ଡରେ ଆସନ୍ତା ୨୬ ନଭେମ୍ବର ୨୦୨୩ରେ ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏହି ପୁରସ୍କାର ପ୍ରଦାନ କରିବେ। ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡ. ସଞ୍ଜୀବ କୁମାର ବାଲିୟାନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ରହିବେ। ୨୦୨୩ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶ ଭାବରେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଜାତୀୟ ଗୋପାଳ ରତ୍ନ ପୁରସ୍କାର ୨୦୨୩ ଆୟୋଜନ କରାଯାଉଛି।

ଜାତୀୟ ଗୋପାଳ ରତ୍ନ ପୁରସ୍କାର  ପ୍ରାଣୀସମ୍ପଦ ଏବଂ ଦୁଗ୍ଧଉତ୍ପାଦନ କ୍ଷେତ୍ରରେ ଏକ ସର୍ବୋଚ୍ଚ ଜାତୀୟ ପୁରସ୍କାର ଅଟେ, ଯାହାର ଉଦ୍ଦେଶ୍ୟ ସ୍ୱଦେଶୀ ପ୍ରାଣୀପାଳନ କରୁଥିବା କୃଷକ, ଏଆଇ ଟେକ୍ନିସିଆନ ଏବଂ ଦୁଗ୍ଧ ସମବାୟ ସମିତି / ଦୁଗ୍ଧ ଉତ୍ପାଦକ ସମିତି / ଦୁଗ୍ଧ ଉତ୍ପାଦକ କମ୍ପାନୀ / ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ ଭଳି ସମସ୍ତ ବ୍ୟକ୍ତିବିଶେଷଙ୍କୁ ସ୍ୱୀକୃତିପ୍ରଦାନ କରିବା ଏବଂ ପ୍ରୋତ୍ସାହିତ କରିବା। ଏହି ପୁରସ୍କାର ତିନୋଟି ବିଭାଗରେ ପ୍ରଦାନ କରାଯାଏ, ଯଥା,

ଦେଶୀ ଗୋରୁ/ମଇଁଷି ପ୍ରଜାତି ପାଳନ କରୁଥିବା ଶ୍ରେଷ୍ଠ ଦୁଗ୍ଧ ଚାଷୀ,

ଶ୍ରେଷ୍ଠ ଦୁଗ୍ଧ ସମବାୟ/ ଦୁଗ୍ଧ ଉତ୍ପାଦକ କମ୍ପାନୀ / ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ)।

ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ (ଏଆଇଟି) ଏବଂ

ପ୍ରଥମ ଦୁଇ ବର୍ଗ ଯଥା ଶ୍ରେଷ୍ଠ ଦୁଗ୍ଧ ଚାଷୀ ଓ ଶ୍ରେଷ୍ଠ ଡିସିଏସ୍/ଏଫପିଓ/ଏମପିସିରେ ପ୍ରଥମ ଦୁଇ ସ୍ଥାନ ପାଇଁ ୫ ଲକ୍ଷ ଟଙ୍କା,ଦ୍ୱିତୀୟ ସ୍ଥାନ ପାଇଁ ୩ ଲକ୍ଷ ଟଙ୍କା ଓ ତୃତୀୟ ସ୍ଥାନ ପାଇଁ ୨ ଲକ୍ଷ ଟଙ୍କା ସହ ମାନ୍ୟତା ପ୍ରମାଣପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯିବ।

ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ୍ (ଏଆଇଟି) ବର୍ଗରେ ଜାତୀୟ ଗୋପାଳ ରତ୍ନ ପୁରସ୍କାର-୨୦୨୩ରେ କେବଳ ମେରିଟ୍ ସାର୍ଟିଫିକେଟ୍ ଓ ସ୍ମୃତିଚିହ୍ନ ରହିବ।

ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରିବା ପରେ, ପଶୁପାଳନ ବିଭାଗ ପ୍ରତ୍ୟେକ ବର୍ଗରେ ବିଜେତାଙ୍କୁ ନିମ୍ନଲିଖିତ ଭାବରେ ଘୋଷଣା କରୁଛି:

କ୍ରଂ.ସଂ. ଶ୍ରେଣୀ ଏନଜିଆରଏ ୨୦୨୩ ର ବିଜେତାଙ୍କ ନାମ ସହ
1. ଦେଶୀ ଗାଈ/ମଇଁଷି ପ୍ରଜାତି ପାଳନ କରୁଥିବା ଶ୍ରେଷ୍ଠ ଦୁଗ୍ଧ ଚାଷୀ ପ୍ରଥମ –  ଶ୍ରୀରାମସିଂହ, କର୍ନାଲ, ହରିୟାଣା ।

ଦ୍ୱିତୀୟ-  ଶ୍ରୀ ନିଲେଶ ମଗନଭାଇ ଆହିର, ସୁରଟ, ଗୁଜରାଟ

ତୃତୀୟ-  ଶ୍ରୀମତୀ ବୃନ୍ଦା ସିଦ୍ଧାର୍ଥ ଶାହା, ବଲସାଡ, ଗୁଜରାଟ

ତୃତୀୟ  – ଶ୍ରୀ ରାହୁଲ ମନୋହର ଖଇରନାର, ନାସିକ, ମହାରାଷ୍ଟ୍ର

2. ଶ୍ରେଷ୍ଠ ଦୁଗ୍ଧ ସମବାୟ ସମିତି/ଦୁଗ୍ଧ ଉତ୍ପାଦକ କମ୍ପାନୀ/ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ ପ୍ରଥମ- ପୁଲପଲ୍ଲୀ କ୍ଷୀରୋଲପଦକା ସହକାରା ସଙ୍ଗମ ଡି ଲିମିଟେଡ୍, ୱାୟନାଡ, କେରଳ।

ଦ୍ୱିତୀୟ -ଟି ଏମ ହୋସୁର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିମିଟେଡ୍‌, ସମବାୟ ସମିତି, ମାଣ୍ଡ୍ୟା,କର୍ଣ୍ଣାଟକ।

ତୃତୀୟ-ଏମ୍ ଏସ୍ ୧୫୮ ନାଥମକୋଭିଲପଟ୍ଟି ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଡିଣ୍ଡିଗୁଲ, ତାମିଲନାଡୁ

3. ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ୍ (ଏଆଇଟି) ପ୍ରଥମ –    ଶ୍ରୀ ସୁମନ  କୁମାର ସାହା, ଅରାରିଆ, ବିହାର,

ଦ୍ୱିତୀୟ- ଅନୀଲ କୁମାର ପ୍ରଧାନ, ଅନୁଗୁଳ, ଓଡ଼ିଶା,

ତୃତୀୟ-  ଶ୍ରୀ ମୁଦ୍ଦାପୁ ପ୍ରସାଦରାଓ, ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ

୧୫.୦୮.୨୦୨୩ରୁ ୧୫.୧୦.୨୦୨୩ ମଧ୍ୟରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ବିକଶିତ https://awards.gov.in  ଅନଲାଇନ୍ ଆବେଦନ ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା। ସମୁଦାୟ ୧୭୭୦ ଟି ଆବେଦନ ଆସିଥିଲା ।

ପ୍ରାଣୀସମ୍ପଦ କ୍ଷେତ୍ର ଆଜି ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ଜିଭିଏର ଏକ ତୃତୀୟାଂଶ ଅନ୍ତର୍ଭୁକ୍ତ ଏବଂ ଏଥିରେ ୮% ରୁ ଅଧିକ ସିଏଜିଆର ରହିଛି । ସେହିପରି ପ୍ରାଣୀପାଳନ, ଦୁଗ୍ଧ ଓ ମତ୍ସ୍ୟ ଚାଷ କାର୍ଯ୍ୟ ବିଶେଷ କରି ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର କୃଷକ ଓ ମହିଳାଙ୍କ ମଧ୍ୟରେ କୃଷକ ଆୟ ସୃଷ୍ଟି କରିବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଶସ୍ତା ଓ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଭାରତର ଦେଶୀ ଗାଈ ପ୍ରଜାତି ଶକ୍ତିଶାଳୀ ଏବଂ ଜାତୀୟ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଜେନେଟିକ କ୍ଷମତା ରଖିଛି । ଦେଶୀ ପ୍ରଜାତିର ବିକାଶ ଓ ସଂରକ୍ଷଣ ପାଇଁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ନଥିବାରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ସେମାନଙ୍କ କାର୍ଯ୍ୟଦକ୍ଷତା ବର୍ତ୍ତମାନ ସମ୍ଭାବନା ଠାରୁ କମ୍ ରହିଛି। ତେଣୁ ମତ୍ସ୍ୟ, ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଦେଶୀ ଗାଈ ପ୍ରଜାତିର ସଂରକ୍ଷଣ ଓ ବିକାଶ ଉଦ୍ଦେଶ୍ୟରେ ୨୦୧୪ ଡିସେମ୍ବର ମାସରେ ଜାତୀୟ ଗୋବଣ ପ୍ରଜନନ ଓ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଅଧୀନରେ “ରାଷ୍ଟ୍ରୀୟ ଗୋକୁଳ ମିଶନ” ଆରମ୍ଭ କରିଥିଲା ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଦୀପାବଳି, ଜାଣନ୍ତୁ ଏହି ଦିନ ମା କାଳୀଙ୍କୁ କାହିଁକି ପୂଜା କରାଯାଏ

ଭୁବନେଶ୍ବର: ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ।

କାହିଁକି କାଳୀ ପୂଜା କରାଯାଏ

ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି।

କାଳୀ ପୂଜାର ମହତ୍ତ୍ବ କ’ଣ ?

ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ ମା କାଳୀଙ୍କୁ ପୂଜା କରିବା ଜୀବନର ସମସ୍ତ ଦୁଃଖ ଦୂର କରିଥାଏ। ଶତ୍ରୁମାନେ ବିନାଶ ହୁଅନ୍ତି। କୁହାଯାଏ ଯେ ମା କାଳୀଙ୍କୁ ପୂଜା କରି ରାହୁ ଗ୍ରହ ମଧ୍ୟ ଶାନ୍ତ ହୁଅନ୍ତି। ତନ୍ତ୍ର ସାଧନା ପାଇଁ ଅଧିକାଂଶ ସ୍ଥାନରେ ମା କାଳୀଙ୍କୁ ପୂଜା ମଧ୍ୟ କରାଯାଏ।

କାଳୀ ପୂଜା କିପରି କରାଯାଏ?

ମା କାଳୀଙ୍କୁ ଦୁଇଟି ଉପାୟରେ ପୂଜା କରାଯାଏ, ଗୋଟିଏ ସାଧାରଣ ଏବଂ ଅନ୍ୟଟି ହେଉଛି ତନ୍ତ୍ର ପୂଜା। ଯେକେହି ସାଧାରଣ ପୂଜା କରିପାରିବେ।

ବିଶେଷତ ମାତା କାଳୀଙ୍କ ସାଧାରଣ ପୂଜାରେ ୧୦୮ ନାଲି ମନ୍ଦାର ଫୁଲ, ୧୦୮ ବେଲପତ୍ର, ୧୦୮ ମାଟି ଦୀପ ଏବଂ ୧୦୮ ଦୁବ ଅର୍ପଣ କରିବାର ପରମ୍ପରା ଅଛି। ଏହା ସହିତ ମୌସୁମୀ ଫଳ, ମିଠା, ଖିଚିଡି, ଖିରି, ଭଜା ପନିପରିବା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ମଧ୍ୟ ମା’ଙ୍କୁ ଭୋଗ ଦିଆଯାଏ। ଏହି ପୂଜା ପଦ୍ଧତିରେ ସକାଳରୁ ରାତି ପର୍ଯ୍ୟନ୍ତ ଉପବାସରେ ରହିବାକୁ ପଡେ।

Categories
ଆଜିର ଖବର ଜାତୀୟ ଖବର

ଭୁଟାନ ଛାତ୍ରମାନଙ୍କ ପାଇଁ ଆସାମର ମେଡିକାଲ କଲେଜରେ ମିଳିବ ସିଟ୍: ନିଷ୍ପତ୍ତି ନେଲା ହିମନ୍ତ ବିଶ୍ୱ ସରମାଙ୍କ କ୍ୟାବିନେଟ୍

ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ କ୍ୟାବିନେଟ ରାଜ୍ୟର ଦୁଇଟି ମେଡିକାଲ କଲେଜରେ ଭୁଟାନ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନିଜେ ଆଜି ଏହି ସୂଚନା ଦେଇଛନ୍ତି।

ବୁଧବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଭୁଟାନର ଛାତ୍ରଛାତ୍ରୀମାନଙ୍କ ପାଇଁ ନଲବାଡି ମେଡିକାଲ କଲେଜ ହସ୍ପିଟାଲରେ ଦୁଇଟି ସିଟ୍ ଏବଂ ବରପେଟାର ଫଖରୁଦ୍ଦିନ ଅଲି ଅହମ୍ମଦ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗୋଟିଏ ସିଟ୍ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆସାମ ଚା ବଗିଚାରେ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ସରକାରଙ୍କ ନୂଆ ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ଜୁନ୍ ୧୯ରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଆସାମ ସରକାର ୩୮ଟି ନୂତନ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ସମାଜ ପାଇଁ ଉତ୍ସର୍ଗ କରିବେ। ୩୮ଟି ବିଦ୍ୟାଳୟ ପକ୍ଷରୁ ୧୯ଟି ଚା ବଗିଚା ଅଞ୍ଚଳରେ ରହିବ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ପ୍ରଶଂସନୀୟ ପଦକ୍ଷେପ। ଶିକ୍ଷା ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ଏହି ନୂତନ ମାଧ୍ୟମିକ ସ୍କୁଲଗୁଡ଼ିକ ଯୁବପିଢ଼ି ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିବ। ବିଶେଷକରି ଚା ବଗିଚା କ୍ଷେତ୍ର ପାଇଁ ପ୍ରତିବଦ୍ଧତା ବାବଦରେ ଜାଣି ଖୁସି ହେଲି।’