Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ କିଛି ଟ୍ରେନ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ବିଳାସପୁର ରେଳମଣ୍ଡଳର ରାଇଗଡ଼ ଓ ଝାରସୁଗୁଡା ରେଳ ସେକ୍ସନ ଅନ୍ତର୍ଗତ ଇବ ଷ୍ଟେସନ ଠାରେ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରୁ ଛାଡୁଥିବା କିମ୍ବା ରେଳପଥକୁ ଆସୁଥିବା ପ୍ରଦତ୍ତ ଟ୍ରେନ୍ ନିମ୍ନଲିଖିତ ଅନୁଯାୟୀ ପ୍ରଭାବିତ ହେବ…

ଟ୍ରେନର ବାତିଲ୍:

ଭୁବନେଶ୍ୱର ଠାରୁ ଚଳିତ ମାସ 22, 26 ଏବଂ 29.09.2022 ତାରିଖରେ ଏବଂ ମୁମ୍ବାଇ ଏଲଟିଟି ଠାରୁ 24, 28.09.2022 ଏବଂ 01.10.2022 ତାରିଖରେ ଛାଡିବାକୁ ଥିବା 12880/12879 ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ବାତିଲ ରହିବ।

ପୁରୀ ଠାରୁ ଚଳିତ ମାସ 27.09.2022 ତାରିଖରେ ଏବଂ ମୁମ୍ବାଇ ଏଲଟିଟି ଠାରୁ 29.09.2022 ତାରିଖରେ ଛାଡିବାକୁ ଥିବା 22866/22865 ପୁରୀ-ଏଲଟିଟି-ପୁରୀ ଏକ୍ସପ୍ରେସ ବାତିଲ ରହିବ।

ବିଶାଖାପାଟନମ୍ ଠାରୁ ଚଳିତ ମାସ 23, 24 ଏବଂ 27.09.2022 ତାରିଖରେ ଏବଂ ଅମୃତସରରୁ 24, 25 ଏବଂ 28.09.2022 ତାରିଖରେ ଛାଡିବାକୁ ଥିବା 20807/20808 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ବାତିଲ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

ଭାସ୍କୋ-ଡା-ଗାମା ଠାରୁ ଚଳିତ ମାସ 23.09.2022 ରେ ଏବଂ ଜସିଡିହ ଠାରୁ ଚଳିତ ମାସ 26.09.2022 ରେ ଛାଡିବାକୁ ଥିବା 17321/17322 ଭାସ୍କୋ-ଡା-ଗାମା-ଜସିଡିହ-ଭାସ୍କୋ-ଡା-ଗାମା ଉଭୟ ପାର୍ଶ୍ୱରୁ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ସିକନ୍ଦରାବାଦ-ବିଜୟୱାଡା-ଭୁବନେଶ୍ୱର-ନାରାଜ ମାର୍ଥାପୁର-ସମ୍ବଲପୁର ସିଟି ଓ ଝାରସୁଗୁଡା ମାର୍ଗଦେଇ ଚଳାଚଳ କରିବ।