ଭୁବନେଶ୍ଵର: ଊନବିଂଶ ପରିସଂଖ୍ୟାନ ଦିବସ ଉପଲକ୍ଷେ ଭୁବନେଶ୍ବର ଲୋକସେବା ଭବନଠାରେ ଏକ ତିନିଦିନିଆ କର୍ମଶାଳା ଆୟୋଜିତ ହୋଇଛି। ସୋମବାର ଦ୍ବିତୀୟ ଦିନରେ ପରିସଂଖ୍ୟାନର ଆଭିମୁଖ୍ୟ ଓ ପଦ୍ଧତି ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ଜାତୀୟ ପରିସଂଖ୍ୟାନ ଦିବସର ମହତ୍ବ ଉପରେ ଆଲୋକପାତ କରିଛନ୍ତି। କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଉପରେ ଆଧାରିତ ସଫ୍ଟୱେର, ୱେବସାଇଟ ଏବଂ ପତ୍ରପତ୍ରିକା ଉନ୍ମୋଚନ କରାଯାଇଛି।
