Categories
ଆଜିର ଖବର ଜାତୀୟ ଖବର

ଯୁକ୍ରେନରେ ଫସିରହିଥିବା ଓଡିଆଙ୍କୁ ଆଣିବା ପାଇଁ ଗୃହମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ। ମୁଖ୍ୟତଃ ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଓଡିଆ ଛାତ୍ର ତଥା ଶ୍ରମିକମାନଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ସେ ଅନୁରୋଧ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଶୀଘ୍ର ୟୁକ୍ରେନରୁ ଛାତ୍ର ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି। ସୁରକ୍ଷିତ ଭାବେ ସମସ୍ତେ ଫେରିବେ ବୋଲି ଶାହା କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ଯୁଦ୍ଧ !!! ଯୁଦ୍ଧ !!! ଯୁଦ୍ଧ !!! ୟୁକ୍ରେନ ଉପରେ ବୋମା ମାଡ କଲା ଋଷିଆ

ରୁଷିଆ ୟୁକ୍ରେନ ବିବାଦ: ଆଜି ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଋଷ୍। ସିଏନଏନ ଚ୍ୟାନେଲ ସଂସ୍ଥା ଅନୁସାରେ ଗୁରୁବାର ଦିନ ରୁଷିଆର ସାମରିକ ବାହିନୀ ୟୁକ୍ରେନ ଅଞ୍ଚଳକୁ ପ୍ରବେଶ କରି ବୋମାମାଡ କରିଛନ୍ତି। ଅତର୍କିତ ଭାବେ ଏହି ଆକ୍ରମଣ କରିଛି। ଏହାର ଜାବବ ମଧ୍ୟ ୟୁକ୍ରେନ ତରଫରୁ ଦିଆଯାଇଛି ବୋଲି ଏହି ଖବର ସଂସ୍ଥା ତରଫରୁ ଜଣାପଡିଛି।

ଗତକାଲି ଋଷର କେତେକ ସାମରିକ ବିମାନ ୟୁକ୍ରେନ ଆକାଶ ମଧ୍ୟକୁ ପ୍ରବେଶ କରି ବହୁ ନିକଟରେ ଉଡାଣ କରିଥିଲା। ଏହି ସମୟରେ ବିମାନରୁ ବୋମାମାଡ କରାଯାଇଥିଲା ବୋଲି କୁହାଯାଇଛି। ଏଥିରେ ୟୁକ୍ରେନର ବହୁ ସୈନ୍ୟବାହିନୀ ନିହତ ହୋଇଥିବାର ସିସି ଟିଭି ଫୁଟେଜରୁ ଜଣାପଡିଛି।

ଏ ନେଇ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଘୋଷଣା କରିଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି କହିଛନ୍ତି ଯେ, ୟୁକ୍ରେନ ଉପରେ ବର୍ତ୍ତମାନ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ସାମରିକ ବିମାନ ୟୁକ୍ରେନ ଆକାଶରେ ପଇଁତରା ମାରୁଛନ୍ତି । ଏହାକୁ ନେଇ ସାରା ବିଶ୍ବରେ ବର୍ତ୍ତମାନ ଚିନ୍ତା ପ୍ରକଟ କରାଯାଇଛି।

ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ ମଧ୍ୟ ଦାବୀ କରାଯାଇଛି ଯେ ସେମାନଙ୍କ ସାମରିକ ବଳ ଋଷର 5ଟି ବିମାନକୁ ତଳକୁ ଖସାଇ ଦେଇଛନ୍ତି। ୟୁକ୍ରେନ ଆକାଶରେ ଏହି ବିମାନ ପଇଁତରା ମାରୁଥିବାରୁ ତାହାକୁ ଗୁଳିମାଡ କରି ଖସାଇ ଦିଆଯାଇଛି। ତେବେ ସବିଶେଷ ତଥ୍ୟ ଅନୁସାରେ ଋଷିଆ ୟୁକ୍ରେନର ବିମାନ ବିଧ୍ବଂସୀ ଶକ୍ତିକୁ ନଷ୍ଟ କରିଦେଇଛି। ଏ ନେଇ ଭାରତ ପରିସ୍ଥିତିକୁ ଅନୁଧ୍ୟାନ କରିବାରେ ଲାଗିଛି।