Categories
ଆଜିର ଖବର ଜାତୀୟ ଖବର

ସ୍ୱଚ୍ଛତା ହିଁ ସେବା, ୨୦୨୪ ଅଭିଯାନରେ ଯୋଗ ଦେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଦ୍ୱାରା ଆୟୋଜିତ ସ୍ୱଚ୍ଛତା ହିଁ ସେବା, ୨୦୨୪ ଅଭିଯାନର ଏକ ଅଂଶ ଭାବରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱଚ୍ଛତା ଏବଂ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ମନ୍ତ୍ରୀ ସୁଚନା ଭବନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ ଯେଉଁଠାରେ ଅଂଶଗ୍ରହଣକାରୀମାନେ ସେମାନଙ୍କ ପ୍ରଭାବୀ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ‘ଏକ ପେଡ଼ ମା କେ ନାମ’ ଅଭିଯାନର କ୍ରମରେ ଅଶ୍ୱିନୀ ବୈଷ୍ଣବ ସ୍ୱଚ୍ଛତା ଏବଂ ପରିବେଶ ସଂରକ୍ଷଣର ଦ୍ୱିତୀୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଏକ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ। ସେ କର୍ମଚାରୀମାନଙ୍କୁ ଚାରା ବଣ୍ଟନ କରିବା ସହ ପରିବେଶ ପ୍ରତି ବ୍ୟକ୍ତିଗତ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ, ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗଣମାଧ୍ୟମ ମୁଖ୍ୟ ଏବଂ ବହୁ ସଂଖ୍ୟକ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଦେଶବ୍ୟାପୀ ୫୨ କୋଟିରୁ ଅଧିକ ବୃକ୍ଷରୋପଣ

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ୍ସ ରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଦେଶ ବୃକ୍ଷରୋପଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏହି ଅଭିଯାନ ଅଧୀନରେ ସମଗ୍ର ଭାରତରେ ୫୨ କୋଟିରୁ ଅଧିକ ଚାରା ରୋପଣ କରାଯାଇଛି।

​ବିଶ୍ୱ ପରିବେଶ ଦିବସ ୦୫.୦୬.୨୦୨୪ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ ପେଡ୍ ମା କେ ନାମ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ମାଧ୍ୟମରେ ଏକ ଉନ୍ନତ ପୃଥିବୀ ଏବଂ ସ୍ଥାୟୀ ବିକାଶରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଏକ ପେଡ୍‌ ମା କେ ନାମ’ ଅଭିଯାନ ଅଧୀନରେ ଚାରା ରୋପଣ

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା ମିଶନ ଶକ୍ତି ଭବନ ପରିସରରେ ‘ଏକ ପେଡ୍‌ ମା କେ ନାମ (ମା’ଙ୍କ ପାଇଁ ଗଛଟିଏ)’ ଅଭିଯାନ ଅଧୀନରେ ‘ବଉଳ’ ଚାରା ରୋପଣ କରିଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ପ୍ରକୃତିର ସୁରକ୍ଷା ସହିତ ଏହାକୁ ନିଜ ମାତା ପରି ସମ୍ମାନ ଦେବା।

ଚାରା ରୋପଣ ପରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ ଯେଉଁଥିରେ ମିଶନ ଶକ୍ତି ଜିଲ୍ଲା ତଥା ବ୍ଲକ ସ୍ତରୀୟ ମହାସଂଘର ଲିଡର୍‌ ଏବଂ କମୁ୍ୟନିଟି ସପୋର୍ଟ ଷ୍ଟାଫମାନେ ଉତ୍ସାହର ସହ ଅଂଶଗ୍ରହଣ କରିବା ସହ ଏହି ପରିବେଶ ଅଭିମୁଖୀ ପଦକ୍ଷେପକୁ ସମର୍ଥନ କରିଥିଲେ। ବୈଠକରେ ଶ୍ରୀମତୀ ପରିଡା ମା’ମାନଙ୍କୁ ସମ୍ମାନ ଦେବା ସହ ଏକ ସବୁଜ ଓଡ଼ିଶା ଗଠନ ଲକ୍ଷ୍ୟରେ ପ୍ରତ୍ୟେକ ନାଗରିକଙ୍କୁ ନିଜ ମାଆଙ୍କ ନାମରେ ଗଛ ଲଗାଇବାକୁ ଉତ୍ସାହିତ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ ସମଗ୍ର ସମ୍ପ୍ରଦାୟ ଏକଜୁଟ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ମିଶନ ଶକ୍ତି ଲିଡର୍‌ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଏହି ଅଭିଯାନକୁ ସାରା ରାଜ୍ୟରେ ବ୍ୟାପକ କରିବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏହା ଛଡା ବୈଠକରେ ଶ୍ରୀମତୀ ପରିଡା ବିକଶିତ ଓଡିଶା ସ୍ୱପ୍ନ ପୂରଣ ହେବାରେ ମିଶନ ଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ ମିଶନ ଶକ୍ତି ରାଜ୍ୟରେ ସାମାଜିକ ଏବଂ ଅର୍ଥନୈତିକ ବିପ୍ଳବ ଆଣିଥିବା ବିଷୟରେ ମଧ୍ୟ କହିଥିଲେ।

ଏହି ଅବସରରେ ଅଭିଯାନର ଦୃଢ ସମର୍ଥନରେ ମିଶନ ଶକ୍ତି ଲିଡର୍‌ମାନେ ସାରା ରାଜ୍ୟରେ ୨.୫ କୋଟି ବୃକ୍ଷରୋପଣ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ଉଚ୍ଚାଭିଳାଷୀ ଅଭିଯାନ ମା’ମାନଙ୍କୁ ସମ୍ମାନ ଦେବା ସହ ପରିବେଶ ସୁରକ୍ଷା ତଥା ଓଡିଶାରେ ମହିଳା ସଶକ୍ତିକରଣ ପ୍ରତି ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରେ।

ଏହି ବୈଠକରେ ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ସିଇଓ, ଓଡିଶା ଜୀବିକା ମିଶନ (ଓଏଲଏମ୍‌) ଭିନୀତ ଭରଦ୍ୱାଜ (ଭା.ପ୍ର.ସେ), ବିଭାଗର ବରିଷ୍ଠ ସରକାରୀ ଅଧିକାରୀ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଲଗାଇଲେ ଅଶ୍ୱତ୍ଥ ଗଛ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ‘‘ଏକ ପେଡ୍ ମା କେ ନାମ’’ (ଗୋଟିଏ ଗଛ ମା’ଙ୍କ ନାମରେ) ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଶ୍ରୀ ମୋଦୀ ଏକ ଅଶ୍ୱତ୍ଥ ଗଛ ଲଗାଇଛନ୍ତି। ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି। ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ ବୋଲି ଶ୍ରୀ ମୋଦୀ ଆହୁରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟ କରି କହିଛନ୍ତି; ‘‘ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନ ଆରମ୍ଭ କରି ଖୁସି ଲାଗୁଛି। ମା’ଙ୍କୁ ସମ୍ମାନ ଜଣାଇ ଆଗାମୀ ଦିନରେ ଏକ ବୃକ୍ଷ ରୋପଣ କରିବାକୁ ମୁଁ ଭାରତ ତଥା ସମଗ୍ର ବିଶ୍ୱର ସମସ୍ତଙ୍କୁ ଆହ୍ୱାନ କରୁଛି। #Plant4Mother କିମ୍ବା #एक_पेड़_माँ_के_नाम ହାଶଟ୍ୟାଗ୍ ବ୍ୟବହାର କରି ଏପରି କରୁଥିବାର ଫଟୋ ସେୟାର କରନ୍ତୁ।’’

“ଆଜି ସକାଳେ ମୁଁ ପ୍ରକୃତି ମାତାଙ୍କ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଆପଣେଇବା ପାଇଁ ଆମର ପ୍ରତିବଦ୍ଧତା ଅନୁଯାୟୀ ଏକ ବୃକ୍ଷ ରୋପଣ କରିଥିଲି। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରନ୍ତୁ। #Plant4Mother #एक_पेड़_माँ_के_नाम” ‘‘ଏହା ଆପଣ ସମସ୍ତଙ୍କୁ ବହୁତ ଖୁସି କରିବ ଯେ ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି। ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ । ସ୍ଥାନୀୟ ଜନ ସମୁଦାୟ କିପରି ଏହି ଅବସରରେ ଆଗେଇ ଆସିଛନ୍ତି ଏବଂ ଏଥିରେ ନେତୃତ୍ୱ ନେଇଛନ୍ତି ତାହା ମଧ୍ୟ ପ୍ରଶଂସନୀୟ।

‘‘ଆଜି ବିଶ୍ୱ ପରିବେଶ ଦିବସରେ #एक_पेड़_माँ_के_नाम ଅଭିଯାନର ଶୁଭାରମ୍ଭ କରି ମୁଁ ବହୁତ ଖୁସି । ମୁଁ ଦେଶବାସୀ ତଥା ସାରା ବିଶ୍ୱର ଲୋକଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ମା’ଙ୍କ ସହ ମିଶି କିମ୍ବା ତାଙ୍କ ନାମରେ ଏକ ଗଛ ଲଗାନ୍ତୁ। ଏହା ଆପଣଙ୍କ ପକ୍ଷରୁ ଏକ ମୂଲ୍ୟବାନ ଉପହାର ହେବ । ଆପଣ ଏହା ସହ ଜଡିତ ଫଟୋକୁ #Plant4Mother, #एक_पेड़_माँ_के_नाम ସହ ସେୟାର କରିବା ଜରୁରୀ।”