Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଲଗାଇଲେ ଅଶ୍ୱତ୍ଥ ଗଛ 
ଆଜିର ଖବର

‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଲଗାଇଲେ ଅଶ୍ୱତ୍ଥ ଗଛ 

June 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ‘‘ଏକ ପେଡ୍ ମା କେ ନାମ’’ (ଗୋଟିଏ ଗଛ ମା’ଙ୍କ ନାମରେ) ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଶ୍ରୀ ମୋଦୀ ଏକ ଅଶ୍ୱତ୍ଥ ଗଛ ଲଗାଇଛନ୍ତି। ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି। ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ ବୋଲି ଶ୍ରୀ ମୋଦୀ ଆହୁରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟ କରି କହିଛନ୍ତି; ‘‘ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ‘‘ଏକ ପେଡ୍ ମା’ କେ ନାମ’’ ଅଭିଯାନ ଆରମ୍ଭ କରି ଖୁସି ଲାଗୁଛି। ମା’ଙ୍କୁ ସମ୍ମାନ ଜଣାଇ ଆଗାମୀ ଦିନରେ ଏକ ବୃକ୍ଷ ରୋପଣ କରିବାକୁ ମୁଁ ଭାରତ ତଥା ସମଗ୍ର ବିଶ୍ୱର ସମସ୍ତଙ୍କୁ ଆହ୍ୱାନ କରୁଛି। #Plant4Mother କିମ୍ବା #एक_पेड़_माँ_के_नाम ହାଶଟ୍ୟାଗ୍ ବ୍ୟବହାର କରି ଏପରି କରୁଥିବାର ଫଟୋ ସେୟାର କରନ୍ତୁ।’’

“ଆଜି ସକାଳେ ମୁଁ ପ୍ରକୃତି ମାତାଙ୍କ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଆପଣେଇବା ପାଇଁ ଆମର ପ୍ରତିବଦ୍ଧତା ଅନୁଯାୟୀ ଏକ ବୃକ୍ଷ ରୋପଣ କରିଥିଲି। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରନ୍ତୁ। #Plant4Mother #एक_पेड़_माँ_के_नाम” ‘‘ଏହା ଆପଣ ସମସ୍ତଙ୍କୁ ବହୁତ ଖୁସି କରିବ ଯେ ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ବୃଦ୍ଧି ପାଇଛି। ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ । ସ୍ଥାନୀୟ ଜନ ସମୁଦାୟ କିପରି ଏହି ଅବସରରେ ଆଗେଇ ଆସିଛନ୍ତି ଏବଂ ଏଥିରେ ନେତୃତ୍ୱ ନେଇଛନ୍ତି ତାହା ମଧ୍ୟ ପ୍ରଶଂସନୀୟ।

‘‘ଆଜି ବିଶ୍ୱ ପରିବେଶ ଦିବସରେ #एक_पेड़_माँ_के_नाम ଅଭିଯାନର ଶୁଭାରମ୍ଭ କରି ମୁଁ ବହୁତ ଖୁସି । ମୁଁ ଦେଶବାସୀ ତଥା ସାରା ବିଶ୍ୱର ଲୋକଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ମା’ଙ୍କ ସହ ମିଶି କିମ୍ବା ତାଙ୍କ ନାମରେ ଏକ ଗଛ ଲଗାନ୍ତୁ। ଏହା ଆପଣଙ୍କ ପକ୍ଷରୁ ଏକ ମୂଲ୍ୟବାନ ଉପହାର ହେବ । ଆପଣ ଏହା ସହ ଜଡିତ ଫଟୋକୁ #Plant4Mother, #एक_पेड़_माँ_के_नाम ସହ ସେୟାର କରିବା ଜରୁରୀ।”

ଏକ ପେଡ୍ ମା’ କେ ନାମ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

କେନାଲରୁ ମୁମୁର୍ଷ ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର

April 21, 2026

ଚଳଚଞ୍ଚଳ ରଥଖଳା

April 21, 2026
Latest News

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

କେନାଲରୁ ମୁମୁର୍ଷ ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର

April 21, 2026

ଚଳଚଞ୍ଚଳ ରଥଖଳା

April 21, 2026

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.