Categories
ଆଜିର ଖବର ଜାତୀୟ ଖବର

ଆଜି “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନ 11ଟା ବେଳେ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ଅଧିବେଶନରେ ତାଙ୍କର ଅଭିଭାଷଣ ରଖିବେ। ଜାତୀୟ ଶିକ୍ଷା ନୀତି 2020 (ଏନଇପି 2020) ଅଧୀନରେ ହେଉଥିବା ଏହି ଅଧିବେଶନକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧିତ କରିବେ।

ଶିକ୍ଷା ପର୍ବର ଅଂଶବିଶେଷ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଏହି ଅଧିବେଶନର ଆୟୋଜନ କରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ 7 ତାରିଖ ଦିନ ତାଙ୍କର ଉଦଘାଟନୀ ଅଭିଭାଷଣ ଦେଇସାରିଛନ୍ତି । ଏହା ବ୍ୟତୀତ ଶ୍ରୀ ମୋଦୀ ଜାତୀୟ ଶିକ୍ଷା ନୀତି 2020 ଉପରେ ସେହିଦିନ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ ।

ନୂତନ ଜାତୀୟ ଶିକ୍ଷା ନୀତି ଦେଶକୁ ପ୍ରଗତିଶୀଳ ଜ୍ଞାନଯୁକ୍ତ ସମାଜରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଶିକ୍ଷା ନୀତିରେ ନିହିତ କେତେକ ବିଷୟ ଭାରତକୁ ବିଶ୍ଵରେ ଏକ ସୁପର ପାୱାରରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ ।