Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ବିରଳ ଘଟଣା: ଏକମୋ ଚିକିତ୍ସାର 41 ଦିନ ପରେ ଆଶ୍ଚର୍ଯ୍ୟ ଭାବେ ସୁସ୍ଥ ହେଲେ କରୋନା ରୋଗୀ

ହାଇଦ୍ରାବାଦ, ସପ୍ତାହେ କି ଦୁଇ ସପ୍ତାହ ନୁହେଁ, ଏକାଥରେ 41 ଦିନ ବିରଳ ଏକମୋ ଚିକିତ୍ସାରେ ଚିକିତ୍ସିତ ହେଲେ ଜଣେ କରୋନା ରୋଗୀ। ପରିବାର ବର୍ଗ ଏପରିକି ଡାକ୍ତରମାନେ ମଧ୍ୟ ଆଶା ଛାଡି ଦେଇଥିଲେ। କାରଣ ଏକମୋ ଚିକିତ୍ସା ଏପରି ଏକ ଚିକିତ୍ସା ଯାହାକି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମି ପ୍ରତିଟି ମୁହୂର୍ତ୍ତରେ ସାବଧାନ ହୋଇ ରହିବାକୁ ପଡିଥାଏ।  ରୋଗୀଙ୍କ ପାଖରେ 24 ଘଣ୍ଟା ସ୍ବାସ୍ଥ୍ୟ କର୍ମି ରହିବାକୁ ପଡେ। ଏହିପରି ବହୁ ପରିଶ୍ରମ ପରେ ରୋଗୀ ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହା ସ୍ବାସ୍ଥ୍ୟ ଜଗତରେ ଏକ ବିରଳ ଉଦାହରଣ ବୋଲି କୁହାଯାଇଛି।

ଏହିପରି ଏକ ବିରଳ ଘଟଣାଟି ହାଇଦ୍ରାବାଦସ୍ଥିତ ‘Medicover Hospital’ ରେ ଘଟିଛି। ଗତ ମେ 11 ତାରିଖରେ ଏହି ହସପିଟାଲରେ ଜଣେ 36 ବର୍ଷିୟ ମହିଳା କରୋନା ଆକ୍ରାନ୍ତରେ ଭର୍ତ୍ତି ହୋଇଥିଲା। ସେ ନିଶ୍ବାସପ୍ରଶ୍ବାସ ନେବାରେ ଭାରୀ କଷ୍ଟ ଅନୁଭବ କରୁଥିଲା। ଡାକ୍ତରମାନେ ତାଙ୍କୁ ତୁରନ୍ତ ଅକ୍ସିଜେନ ଲଗାଇ ଚିକିତ୍ସା କଲେ। ହେଲେ ତାଙ୍କର ଅକ୍ସିଜେନ ଲେବୁଲରେ କୌଣସି ଉନ୍ନତି ହେଲା ନାହିଁ।

ଏହାପରେ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଗଲା। ହେଲେ ସେଠାରେ ମଧ୍ୟ ତାଙ୍କର କୌଣସି ଉନ୍ନତି ହେଲା ନାହିଁ। ଏହାପରେ ତାଙ୍କୁ ଏକମୋ ଚିକିତ୍ସା କରାଯିବ ବୋଲି ନିଷ୍ପତି କରାଗଲା। ସେହି ଅନୁସାରେ ତାଙ୍କୁ ଏକମୋ ସପୋର୍ଟରେ ରଖାଗଲା। ଏହି ଭିତରେ ରୋଗୀଙ୍କର କିଡନୀ ଖରାପ ହେଲା।  ଏକମୋ ଚିକିତ୍ସା ସହିତ ତାଙ୍କୁ ଡାଏଲେସିସ ମଧ୍ୟ କରାଗଲା।

ରୋଗୀ ଜଣଙ୍କ ଏକମୋ ସପୋର୍ଟରେ 41 ଦିନ ରହିବା ପରେ ତାଙ୍କର ଅକ୍ସିଜେନ ସ୍ତର ଠିକ ଆସିଲା। ରୋଗୀ ଜଣଙ୍କ ଡାକ୍ତରଖାନାରେ ମୋଟ 91 ଦିନ ଚିକିତ୍ସା ହୋଇଥିଲେ। ସେଥିରେ ସେ ଏକମୋ ସପୋର୍ଟରେ ରହିଲେ 41 ଦିନ। ନିଜେ ନିଶ୍ବାସପ୍ରଶ୍ବାସ ନେବାରେ ସକ୍ଷମ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଯ୍ୟ କରାଯାଇଥିଲା।

ଡାକ୍ତରଖାନାର ବରିଷ୍ଠ ଡାକ୍ତର ତଥା କ୍ରିଟିକାଲ କେୟାରର ନିର୍ଦ୍ଦେଶକ ଡ ଘନଶ୍ୟାମ ଏମ ଜଗତକର କହିଛନ୍ତି ଯେ, ଏହି ରୋଗୀଙ୍କୁ ବଞ୍ଚାଇବା ଆମପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ଆମେ ଏକ ଟିମ ଗଠନ କରିଥିଲୁ। ଜଣେ ରୋଗୀଙ୍କୁ ଏତେଦିନ ଧରି ଏକମୋ ଚିକିତ୍ସାରେ ରଖିବା କେତେ କଷ୍ଟ ତାହା ଆମେ ଅନୁଭବ କରିଛୁ।

ଜଣେ ରୋଗୀ ଏତେଦିନ ଧରି ଏକମୋ ସପୋର୍ଟରେ ରହି ଭଲ ହେବା ସହଜ କଥା ନୁହେଁ ବୋଲି ସେ କହିଛନ୍ତି। ହେଲେ ଖୁସିରକଥା ରୋଗୀଙ୍କ ପରିବାର ଲୋକେ ଆମକୁ ବହୁ ସମର୍ଥନ କରିିଥିଲେ। ଫଳରେ ରୋଗୀ ଜଣଙ୍କ ସୁସ୍ଥ୍ୟ ହେବା ଆମ ପାଇଁ ଖୁସିର କଥା। ଆମ ଅକ୍ଲାନ୍ତ ପରିଶ୍ରମ ସାର୍ଥକ ହେଲା ବୋଲି ଡାକ୍ତର ଘନଶ୍ୟାମ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିଲା ନୂଆ ସୁବିଧା, ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଏକମୋ ଚିକିତ୍ସା

ଭୁବନେଶ୍ବର: ଆଜିଠାରୁ ଓଡିଶାରେ ଆରମ୍ଭ ହେବ ବିରଳ ଏକମୋ ଚିକିତ୍ସା। ଭୁବନେଶ୍ବରର ଏମସ ହସପିଟାଲରେ ଏହା ଆରମ୍ଭ ହେବ। ଆଜି ଏମସର ପ୍ରତିଷ୍ଠା ଦିବସରେ ଏହି ଭିନ୍ନ ଚିକିତ୍ସା କରାଯିବ ବୋଲି ଏମସ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। 15 ଦିନ ତଳେ ଏମସକୁ ଆସିଥିବା ଏହି ଏକମୋ ମେସିନ ବର୍ତ୍ତମାନ ଚିକିତ୍ସା ପାଇଁ ନିୟୋଜିତ କରାଯିବ।

ରାଜ୍ୟରେ ଏହି ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନେ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା। ଫଳରେ ଏହି ଚିକିତ୍ସା ବ୍ୟୟ ବହୁଳ ହୋଇପଡୁଥିଲା। ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ଚିକିତ୍ସାର ଗୁରୁତ୍ବ ବଢିଯାଇଛି। ଖୁବ ଶିଘ୍ର ରାଜ୍ୟ ସରକାର ଆଉ 15ଟି ଏକମୋ ମେସିନ ଆଣିବେ ବୋଲି ଘୋଷଣା କରିଛନ୍ତି।