Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡିଆ ନୂଆ ବର୍ଷ। ଆଜିଠାରୁ ଓଡିଆ ନୂଆ ବର୍ଷ ଆରମ୍ଭ ହେଉଥିବାରୁ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଏହି ଓଡିଆ ନୂଆ ବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି

“ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଓ ସମ୍ଭାବନା ନେଇ ଆସୁ। ବନ୍ଦେ ଉତ୍କଳ ଜନନୀ ।

Categories
ଆଜିର ଖବର

ନୂଆ ବର୍ଷରେ ନୂଆ ରୂପରେ ଜୀ ସାର୍ଥକର ଦାଦାଗିରି

ଭୁବନେଶ୍ୱର: ଓଡିଆ ନୂଆବର୍ଷରେ ନୂଆ ଚମକ ସହ ଜୀ ସାର୍ଥକର ‘ଦାଦାଗିରି’। ଏହି ଲୋକପ୍ରିୟ ରିୟଲିଟି ସୋରେ ପୁଣି ହେବ ପ୍ରତିଭାର ବିଜୟ। ଏହି କାର୍ଯ୍ୟକ୍ରମର ଟାଇଟଲ ରହିଛି ‘ପ୍ରତିଭାର ଦାଦାଗିରି’।

ତେବେ ଏହି ସୋ’ରେ ଏବେ ନଜର ଆସିବେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର। ଓଡିଆ ଟେଲିଭିଜନରେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ମହାପାତ୍ର ରିୟଲିଟି ସୋ’କୁ ହୋଷ୍ଟ କରିବେ। ଯାହାକୁ ନେଇ ପୁରା ଓଡିଶାବାସୀ ଏହି କାର୍ଯ୍ୟକ୍ରମକୁ ଚାହିଁ ବସିଛନ୍ତି।

ମନୋରଞ୍ଜନ ସାଙ୍ଗକୁ ସୂଚନାଧର୍ମୀ ହେବ ‘ପ୍ରତିଭାର ଦାଦାଗିରି’। ଏହି ରିୟଲିଟି ସୋ’ରେ ଓଡିଶାର କୋଣ ଅନୁକୋଣରୁ ପ୍ରତିଭା ଚୟନ କରିବେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର। ନିଜ ଅନ୍ଦାଜରେ ପ୍ରତିଯୋଗୀମାନଙ୍କ ସହ ମଜାମସ୍ତି କରିବେ ମୁନାଭାଇ। ମେଗା ରିୟଲିଟି ସୋ ‘ଦାଦାଗିରି ’ ଘରେ ଘରେ ସବୁବର୍ଗର ଲୋକଙ୍କୁ ମନୋରଞ୍ଜନ କରିଆସିଛି। ଏହି ରିୟଲିଟି ସୋ’ ସିଦ୍ଧାନ୍ତଙ୍କ ଚମକରେ ଆହୁରି ଅଧିକ ଚମକିବ ବୋଲି ଚ୍ୟାନେଲ ପକ୍ଷରୁ ଜୀସାର୍ଥକର ଚ୍ୟାନେଲ ମୁଖ୍ୟ ପ୍ରତିକ ସିଲ୍ ମତ ଦେଇଛନ୍ତି। ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ଅଭିନୟ, କ୍ରୀଡା, ରାଜନୀତି ସବୁଥିରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ତେଣୁ ‘ପ୍ରତିଭାର ଦାଦାଗିରି’ରେ ସିଦ୍ଧାନ୍ତଙ୍କ ହୋଷ୍ଟ ହି କାର୍ଯ୍ୟକ୍ରମରେ ଚାର ଚାନ୍ଦ ଲଗାଇବ ବୋଲି କୁହାଯାଇପାରେ।

ନବେ ଦଶକରୁ ନେଇ ଆଜି ଯାଏଁ ନିଜ ଅଭିନୟର ଯାଦୁରେ ଓଡିଶାବାସୀଙ୍କ ହୃଦୟ ଜିତି ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ର। ପ୍ରାୟ ୧୮୦ରୁ ଅଧିକ ଓଡିଆ ସିନେମା ସହ ତାମିଲ ଓ ବଙ୍ଗାଳୀ ସିନେମାରେ ଅଭିନୟ କରି ସମସ୍ତଙ୍କର ଖାସ ପସନ୍ଦ ହୋଇପାରିଛନ୍ତି ମୁନାଭାଇ। ଆଜ ବି ଯୁବବର୍ଗଙ୍କ ପ୍ରଥମ ପସନ୍ଦ ସିଦ୍ଧାନ୍ତ ମହାପାତ୍ର। ଏବେ ବି ସିଦ୍ଧାନ୍ତଙ୍କ ଅଭିନୀତ ପ୍ରତିଟି ସିନେମା ଦର୍ଶକେ ଦେଖିବାକୁ ପାଗଳ ହୋଇଯାଆନ୍ତି। ସିରିୟଲରେ ମଧ୍ୟ ଅଭିନୟ କରି ଓଡିଆ ଦର୍ଶକଙ୍କ ମନ କିଣିଛନ୍ତି ମୁନାଭାଇ।

ସାତ ସାତ ଥର ଓଡିଶା ଫିଲ୍ମ ଫେୟାର ଆୱାର୍ଡ ଜିତିବାରେ ସିଦ୍ଧାନ୍ତ ହେଉଛନ୍ତି ଏକମାତ୍ର ଓଲିଉଡ ଅଭିନେତା। ନାୟକରୁ ଖଳନାୟକ ପ୍ରତିଟି ଅଭିନୟ ତାଙ୍କର ମନଛୁଆଁ ହୋଇଛି। ତେଣୁ ତାଙ୍କ ପ୍ରଶଂସକମାନେ ‘ପ୍ରତିଭାର ଦାଦାଗିରି’ରେ ନିଜ ପ୍ରିୟର ଅଭିନେତା ସିଦ୍ଧାନ୍ତଙ୍କୁ ଏବେ ଦେଖିବାକୁ ପାଇବେ। ଯାହାକୁ ନେଇ ସବୁଠି ଖୁସିର ଲହରୀ ଖେଳିଯାଇଛି। ଏହି ସୋ’ଟି ଜୀ ସାର୍ଥକରେ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯ଟା ୩୦ରେ ପ୍ରସାରିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଆ ନୂଆ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ: ଓଡିଆ ନୂଆ ବର୍ଷ ଏବଂ ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଟୁଇଟ କରି ସେ ଓଡିଶାବାସୀଙ୍କୁ ଏହି ଶୁଭେଚ୍ଛା ଜଣାଇଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ଓଡିଆ ନବ ବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣୁ, ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହେଉ। ସେ ସୁସ୍ଥ ଓ ନିରମୟ ଜୀବନ କାମନା ମଧ୍ୟ କରିଛନ୍ତି।