Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପି ସରକାର ବିରୋଧରେ ବଡ ଅଭିଯୋଗ ଆଣିଲା ଓଡିଶା ଆପ ଦଳ

ଭୁବନେଶ୍ବର: ଆପଣମାନେ ଜାଣିଥିବେ ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନ କରିବାର ୧୦୦ ଦିନ ପୂରଣ ହେବାକୁ ଯାଉଥିଲାବେଳେ ଏକାଧିକ ପ୍ରତିଶ୍ରୁତି ପାଣିର ଗାର ସଦୃଶ ପ୍ରତୀୟମାନ ହେଉଛି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ପ୍ରଚାର ଓ ଭାଷଣ ମାଧ୍ୟମରେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଗ୍ୟାରେଣ୍ଟି ଦେଇ କହୁଥିଲେ ଯେ ବିଜେପି ସରକାରକୁ ଆସିଲେ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ ଯାହା ସଂପ୍ରତି ଜନତାଙ୍କ ପ୍ରତି ମହା ଛଳନାରେ ପରିଣତ ହୋଇଛି।

ଅନୁରୂପ ଭାବେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ୫୦୦ ଟଙ୍କା ଦେବାର ନିର୍ବାଚନୀ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲାବେଳେ ବର୍ତ୍ତମାନ ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବୃଦ୍ଧ ଲୋକଙ୍କୁ ଉକ୍ତ ଅର୍ଥରାଶି ମିଳିବାର ସର୍ତ୍ତ ରଖିବା ନିଶ୍ଚୟ ଓଡ଼ିଶାର ହଜାର ହଜାର ବୟୋବୃଦ୍ଧଙ୍କ ପ୍ରତି ସରକାରଙ୍କର ଏକ ବିକୃତ ପରିହାସ । ଭାଜପା ତାର ନିର୍ବାଚନୀ ସଂକଳ୍ପ ପତ୍ରରେ ସୁଭଦ୍ରା ଯୋଜନା ଦ୍ୱାରା ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବାର ସ୍ଵପ୍ନ ଦେଖାଇ ମାସକୁ ମାତ୍ର ୮୩୩ଟଙ୍କା ଦେବାର ଘୋଷଣା କରିବା ନିଶ୍ଚିତ ଭାବେ ଓଡ଼ିଶାର ନିରୀହ ମା, ଭଉଣୀମାନଙ୍କ ବିଶ୍ଵାସରେ ବିଷ ଭରିବାର ଦୁଷ୍କର୍ମ ବିଜେପି ସରକାର ପ୍ରତିପାଦିତ କରିଛି।

ଏହି ଯୋଜନାର ଲାଭ ପାଇବା ଆଶାରେ ରାତି ରାତି ମା , ଭଉଣୀମାନେ ବିଭିନ୍ନ ସ୍ଥାନରେ ଲମ୍ବା ଲାଇନରେ ଛିଡ଼ା ହୋଇ ପ୍ରବଳ ହଇରାଣ ହରକତ ହେଉଥିବାର ଦୃଶ୍ୟ ଆହୁରି ଅଧୈର‌୍ୟ୍ୟ ପରିସ୍ଥିତି ସୃଷ୍ଟି କରୁଛି। ବିଜେପି ସରକାର ଦ୍ଵାରା ସୃଷ୍ଟ ମହିଳା ମାନଙ୍କ ପ୍ରତି ଏତାଦୃଷ ଅମାନବୀୟ ଆଚରଣ ସବୁ ମହଲରେ ଗଭୀର ଉଦବେଗ ସୃଷ୍ଟି କରିଛି। ଓଡ଼ିଶାରେ ମଦ ବନ୍ଦ କରିବାପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଅତି ଚଞ୍ଚକତାପୂର୍ଣ୍ଣ ନୂଆ ଅବକାରୀ ନୀତି ଆଧାରରେ ନଦୀ ,ଡ୍ୟାମ୍ ଏବଂ ସମୁଦ୍ର କୂଳରେ ମଦ କୁଡିଆ ଯୋଜନା ଲାଗୁ କରି ନୂଆ ମଦ କୁଡିଆମାନ ଖୋଲିବାକୁ ଯାଉଛନ୍ତି ।

ଏହିଭଳି ରୋଜଗାର,କୃଷି,ପର‌୍ୟ୍ୟଟନ, ଶିକ୍ଷା,ସ୍ଵାସ୍ଥ୍ୟ ଏବଂ ମହିଳା ଶିଶୁଙ୍କ ପାଇଁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୧୦୦ଦିନ ଭିତରେ ଗୋଟେ ବି କାର‌୍ୟ୍ୟକାରୀ କରିନାହାନ୍ତି ବିଜେପି ସରକାର । ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପିର ଏହି ସମସ୍ତ ନିର୍ବାଚନୀ ଜୁମଲାକୁ ଆମ୍ ଆଦ୍‌ମୀ ପାର୍ଟି କଡ଼ା ନିନ୍ଦା କରିବା ସହ ଭାଜପାର ଏହି ଦୋମୁଁହା ଚରିତ୍ର ପ୍ରତି ସତର୍କ ରହିବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି। ମିଛ ପ୍ରତିଶ୍ରୁତି ସବୁକୁ ଆଧାର କରି ବିଜେପି ଓଡ଼ିଶା ବାସୀଙ୍କୁ ଯେଉଁଭଳି ଭାବେ ଧୋକା ଓ ଛଳନାର ଉପହାର ଦେଇଛି ଏହା ବିରୁଦ୍ଧରେ ଆମ୍ ଆଦ୍‌ମୀ ପାର୍ଟି ଆସନ୍ତା ତା୧୩/୦୯/୨୦୨୪ରିଖ ଦିନ ୧୧ଟା ସମୟରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ପ୍ରତିବାଦ ସଭାର ଆୟୋଜନ କରିବାକୁ ଯାଉଛି।

ଆଗାମୀ ଦିନରେ ବିଜେପି ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ସବୁକୁ ସମୟ ମୁତାବକ ଯଦି ପୂରଣ ନ କରନ୍ତି ତେବେ ଜନତାଙ୍କ ସ୍ଵାର୍ଥ ନିମିତ୍ତ ଆମ୍ ଆଦ୍‌ମୀ ପାର୍ଟି କ୍ରମାଗତ ଭାବେ ଆନ୍ଦୋଳନକୁ ଓହ୍ଲେଇବାକୁ ପଛଘୁଞ୍ଚା ଦେବ ନାହିଁ।

ଏହି ପ୍ରେସମିଟରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ, ଭୁବନେଶ୍ୱର ସଭାପତି ଶ୍ରୀ ଜୟସୂର‌୍ୟ୍ୟ କାନୁନଗୋ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଗଣତାନ୍ତ୍ରିକ ଦିଲ୍ଲୀ ଅର୍ଡିନାନ୍ସ ବିଲକୁ ବିରୋଧ କରିବା ପାଇଁ ନିବେଦନ କଲା ଓଡିଶା ଆପ୍

ଭୁବନେଶ୍ବର: ଆସନ୍ତା ସପ୍ତାହରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ଦିଲ୍ଲୀ ଅର୍ଡିନାନ୍ସକୁ ଆଇନରେ ପରିଣତ କରିବା ପାଇଁ ଏକ ବିଲ ଆଣୁଛି l ଏହି ବିଲ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ ଦିଲ୍ଲୀବାସୀଙ୍କର ସ୍ୱାର୍ଥ ବିରୋଧୀ ଅଟେ।

ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ ସରକାରଙ୍କୁ ଉତ୍ତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ ସରକାରଙ୍କର ରହିଛି ବୋଲି ନିର୍ଣ୍ଣୟ କରିବା ପରେ ତରବରିଆ ଭାବରେ ଅଧ୍ୟାଦେଶ ଆଣି  ବିଜେପି ସରକାର ସମସ୍ତ ଅଧିକାର ଦିଲ୍ଲୀର ଏଲଜିଙ୍କ ହାତକୁ ଟେକିଦେଇଛି l ଅର୍ଥାତ ନିର୍ବାଚିତ ସରକାର ବଦଳରେ ବର୍ତ୍ତମାନ ଶାସନ କ୍ଷମତା କେନ୍ଦ୍ର ସରକାର ଏବଂ ଏହା ଦ୍ୱାରା ନିଯୁକ୍ତ ଏଲଜିଙ୍କ ହାତରେ ରହିବ।

ବର୍ତ୍ତମାନ ଏହି ଅର୍ଡିନାନ୍ସ ସୁପ୍ରିମ କୋର୍ଟରେ ବିଚାରଧୀନ ଥିବା ସମୟରେ  ଅନ୍ୟାୟପୂର୍ଣ୍ଣ ଭାବରେ  ମୋଦି ସରକାର ପାର୍ଲିଆମେଣ୍ଟରେ ଏ ସମ୍ପର୍କିତ ବିଲ ଆଣିବା ସମ୍ବିଧାନ ଏବଂ ଏହାର ମୂଲ୍ୟବୋଧର ବିରୁଦ୍ଧlଚରଣ କରୁଛି। ଅନେକ ରାଜନୈତିକ ଦଳ ଏହି ବିଲର ବିରୋଧ କରୁଥିବାବେଳେ ଆମ ଆଦମୀ ପାର୍ଟି ସମସ୍ତ ଗଣତାନ୍ରିକ ଶକ୍ତିଙ୍କୁ ଏହି ବିଲର ବିରୋଧ ସବୁ ସ୍ତରରେ କରିବା ପାଇଁ ଅନୁରୋଧ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ସୁପ୍ରିମ୍ କୋର୍ଟ ନିଷ୍ପତିକୁ ଓଡିଶା ଆମ୍ ଆଦ୍‌ମୀ ପାର୍ଟି କଲା ସ୍ୱାଗତ

ଭୁବନେଶ୍ବର: ଆଜି ସୁପ୍ରିମ୍ କୋର୍ଟ ଦିଲ୍ଲୀ ସରକାର ଏବଂ ଏଲଜି ବା ଦିଲ୍ଲୀ ଉପରାଜ୍ୟପାଳ ବିବାଦ ମାମଲାର ବିଚାର କରି ନିର୍ଦ୍ଧେଶ ଦେଇଛନ୍ତି ଯେ ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ କ୍ଷମତା ରହିଛି। ଉପରାଜ୍ୟପାଳ ରାଜ୍ୟ ସରକାରଙ୍କର ନିର୍ଦ୍ଧେଶ ମାନିବାକୁ ବାଧ୍ୟ ଏବଂ କର୍ମଚାରୀ ମାନଙ୍କର ନିୟୋଜନ ଏବଂ ବଦଳି ଉଭୟ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣରେ ରହିବ। କେନ୍ଦ୍ର ସରକାର ସେଥିରେ ସିଧା ସଳଖ ହସ୍ତକ୍ଷେପ କରିପାରିବେ ନାହିଁ। ଏହାକୁ ନେଇ ଓଡିଶା ଆମ ଆଦମୀ ପାର୍ଟି ସ୍ବାଗତ କରିଛି।

ପାର୍ଟି କହିଛି ଯେ, ପଛ ଦ୍ଵାର ଦେଇ କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ଆମ୍ ଆଦ୍‌ମୀ ପାର୍ଟି ସରକାରଙ୍କୁ ନିୟନ୍ତ୍ରିତ କରିବା ଯେଉଁ ଷଡଯନ୍ତ୍ର କରିଥିଲେ, ତାହା ଆଜି ବିଫଳ ହୋଇଅଛି। ସେଥିପାଇଁ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ତରଫରୁ ସୁପ୍ରିମ୍ କୋର୍ଟର ନିଷ୍ପତିକୁ ସ୍ୱାଗତ କରାଯିବା ସହିତ ଭାରତୀୟ ଜନତା ପାର୍ଟିରେ ଷଡଯନ୍ତ୍ରଙ୍କୁ ତୀବ୍ର ଭର୍ତ୍ସନା କରାଯାଇଅଛି।