Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ମନ୍ତ୍ରୀମଣ୍ଡଳରେ ହେବ ସଂପ୍ରସାରଣ, ଆଉ ପାଞ୍ଚଜଣଙ୍କୁ ମିଳିପାରେ ମନ୍ତ୍ରୀପଦ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ବର: ରାଜ୍ୟର ମନ୍ତ୍ରୀ ମଣ୍ଡଳ ଶପଥ ନେବାର ପ୍ରାୟ ତିନି ମାସ ହୋଇଗଲାଣି। ଏହି କମ ସମୟ ଭିତରେ ମୋହନ ସରକାର ଯେତିକି ପ୍ରଶଂସା ପାଇବା କଥା ତାହା ହୋଇପାରୁ ନାହିଁ।  କାରଣ ହେଲା ଯେ, ବିଭିନ୍ନ ବିଭାଗ ବୁଝିବା ପାଇଁ ଯେତିକି ସଂଖ୍ୟକ ମନ୍ତ୍ରୀ ରହିବା କଥା ତାହା ନାହାଁନ୍ତି। ବର୍ତ୍ତମାନ ମୋହନ ସରକାରରେ ୧୬ ମନ୍ତ୍ରୀ ଥିବା ବେଳେ ଜଣେ ଜଣେ ମନ୍ତ୍ରୀଙ୍କ ପାଖରେ ରହିଛି ବହୁ ବିଭାଗ।।

ହେଲେ ନିୟମ ଅନୁସାରେ ମୋହନ ସରକାର ମୋଟ ୨୧ ଜଣଙ୍କୁ ମନ୍ତ୍ରୀପଦରେ ବସାଇପାରିବେ। ହେଲେ ତରବରିଆ ଭାବେ ୧୬ ଜଣଙ୍କୁ ନେଇ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଏହି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସରକାରକୁ ପୂର୍ଣ୍ଣ ସକ୍ରିୟ କରିବା ପାଇଁ ନୂଆ ମନ୍ତ୍ରୀମାନଙ୍କୁ ନିଆଯିବ ବୋଲି କୁଆଡେ ଦିଲ୍ଲୀ ମହଲରେ ନିଷ୍ପତି ହୋଇସାରିଛି।

ଏହି ଖବର ଆସିବା ପରେ ବର୍ତ୍ତମାନ କିଏ ହେବ ମନ୍ତ୍ରୀ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶପଥ ନେଇଥିବା ମନ୍ତ୍ରୀ ମଣ୍ଡଳରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପ୍ରତିନିଧୀତ୍ବ ମିଳିଛି। ତଥାପି ସାମ୍ଭବ୍ୟ ମନ୍ତ୍ରୀ ମଣ୍ଡଳରେ ସେହି ଅଞ୍ଚଳରୁ ପୁଣି ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଅନୁମାନ କରାଯାଇଛି।

ଖବର ଅନୁସାରେ ବର୍ତ୍ତମାନ ପଶ୍ଚିମାଞ୍ଚଳରୁ ମନ୍ତ୍ରୀ ରହିଥିଲେ ମଧ୍ୟ ସେହି ଅଞ୍ଚଳରୁ ଆହୁରି ମନ୍ତ୍ରୀ ପଦ ଦିଆଯିବ। ବିଜେପି ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିଛି। ସେଥିପାଇଁ ସେହି ଅଞ୍ଚଳରୁ ଅଧିକ ମନ୍ତ୍ରୀପଦ ଦିଆଯାଇଛି। ତଥାପି ସାମ୍ଭବ୍ୟ ମନ୍ତ୍ରୀ ମଣ୍ଡଳରେ ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏବଂ ଇରାଶିଷ ଆଚାର୍ଯ୍ୟଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ଜାରୀ ରହିଛି।

ଅନ୍ୟପକ୍ଷରେ ଆଉ ଯାହା ନାମ ଚର୍ଚ୍ଚାରେ ଆସିଛି ସେମାନେ ହେଲେ ବାବୁ ସିଂ, ଆକାଶଦାସ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୀମା ନାୟକ ଏବଂ ଲକ୍ଷ୍ଣଣ ବାଗ ପ୍ରମୁଖ ଅଛନ୍ତି। ବାବୁ ସିଂ ଭୁବନେଶ୍ବରରୁ ଏକମାତ୍ର ପ୍ରାର୍ଥୀ ଭାବେ ବିଜୟଲାଭ କରିଥିବାରୁ ତାଙ୍କର ନାମ ଆଗରେ ରହିଛି। ବାବୁ ସିଂ ଦୀର୍ଘ ବର୍ଷ ଧରି ବିଜେପି ସଂଗଠନକୁ ସୁଦୃଢ କରିରଖିଛନ୍ତି। ସେଥିପାଇଁ ତାଙ୍କ ନାମ ଆଗରେ ରହିଛି।

ନିର୍ବାଚନ ସମୟରେ ଦଳବଦଳ କରି ଆସିଥିବା ନେତାଙ୍କୁ ପ୍ରଥମେ ମନ୍ତ୍ରୀପଦ ଦିଆଯିବ ନାହିଁ ବୋଲି କୁହାଯାଉଥିଲା। ହେଲେ ପରବର୍ତ୍ତି ସମୟରେ ସେମାନଙ୍କ କଥାକୁ ବିଚାରକୁ ନିଆଯିବ ବୋଲି ଜଣାପଡିଛି। ସେଥିପାଇଁ ଆକାଶଦାସ ନାୟକ, ସୀମା ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିପରି ସିଦ୍ଧାନ୍ତ ମହାପାତ୍ର ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ତେବେ ବର୍ତ୍ତମାନ ବିଧାନସଭା ଚାଲିଥିବାରୁ ଏହି ସଂପ୍ରସାରଣ ଏବେ ହେବ ନାହିଁ। ଖବର ଅନୁସାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଆସନ୍ତା ପୂଜା ପୂର୍ବରୁ କରାଯିବ ବୋଲି ଜଣାପଡିଛି। ସେଥିପାଇଁ ଏବେଠାରୁ କାହାକୁ ମନ୍ତ୍ରୀପଦ ଦିଆଯିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏଥିସହିତ ଅନେକ ବିଧାୟକ ବର୍ତ୍ତମାନଠାରୁ ଲବି ଆରମ୍ଭ କରିଥିବାର ମଧ୍ୟ ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସହିତ ଶପଥ ନେଲେ ୧୫ ଜଣିଆ ମନ୍ତ୍ରୀ ମଣ୍ଡଳ, ଜାଣନ୍ତୁ ସେମାନଙ୍କ ନାମ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ତାଙ୍କ ସହିତ ୧୫ ଜଣିଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ସେହିପରି ୫ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଅଛନ୍ତି। ସେମାନେ ହେଲେ

ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ

ଉପମୁଖ୍ୟମନ୍ତ୍ରୀ
୧) କନକ ବର୍ଦ୍ଧନ ସିଂହ ଦେଓ
୨) ପ୍ରଭାତୀ ପରିଡ଼ା

କ୍ୟାବିନେଟ୍ ମନ୍ତ୍ରୀ
୧) ସୁରେଶ ପୂଜାରୀ
୨) ରବି ନାରାୟଣ ନାଏକ
୩) ନିତ୍ୟାନନ୍ଦ ଗଣ୍ଡ
୪) କୃଷ୍ଣଚନ୍ଦ୍ର ପାତ୍ର
୫) ପୃଥ୍ୱୀରାଜ ହରିଚନ୍ଦନ
୬) ଡ. ମୁକେଶ ମହାଲିଙ୍ଗ
୭) ବିଭୁତି ଭୁଷଣ ଜେନା
୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ
୧) ଗଣେଶ ରାମ ସିଂ ଖୁଣ୍ଟିଆ
୨) ସୂର୍ଯ୍ୟବଂଶୀ ସୂରଜ
୩) ପ୍ରଦୀପ ବଳସମାନ୍ତ
୪) ଗୋକୁଳାନନ୍ଦ ମଲ୍ଲିକ
୫) ସମ୍ପଦ ସ୍ୱାଇଁ

Categories
ଆଜିର ଖବର ରାଜ୍ୟ ଖବର

ତିନି ନୂଆ ମନ୍ତ୍ରୀଙ୍କୁ ବଣ୍ଟାଗଲା ବିଭାଗ, ଜାଣନ୍ତୁ କାହାକୁ କଣ

ଭୁବନେଶ୍ବର: ତିନିଜଣ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ବଣ୍ଟନ କରିଛନ୍ତି। ସେହି ଅନୁସାରେ ବିକ୍ରମ ଆରୁଖଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇଛି। ସେହିପରି ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ କରାଯାଇଛି। ଅନ୍ୟପକ୍ଷରେ ସାରଦା ନାୟକଙ୍କୁ ଶ୍ରମ ମନ୍ତ୍ରୀ କରାଯାଇଛି।

ପୂର୍ବରୁ ଅର୍ଥ ବିଭାଗ ନିରଞ୍ଜନ ପୂଜାରୀଙ୍କ ପାଖରେ ଥିଲା। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗ ପରେ ସେହି ବିଭାଗ ତାଙ୍କୁ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ନିରଞ୍ଜନ ପୂଜାରୀ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ରହିବେ। ଅର୍ଥ ବିଭାଗ ତାଙ୍କଠାରୁ କାଢି ନିଆଯାଇ ବିକ୍ରମ ଆରୁଖଙ୍କୁ ପ୍ରଦାନ କରାଯାଇଛି।

ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ସମୀର ରଂଜନ ଦାସ। ସେ ଇସ୍ତଫା ଦେବା ପରେ ସେହି ବିଭାଗ ଅସ୍ଥାୟୀ ଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦିଆଯାଇଥିଲା। ପ୍ରମିଳାଙ୍କୁ ଶ୍ରୀକାନ୍ତ ସାହୁ ଇସ୍ତଫା ପରେ ଶ୍ରମ ବିଭାଗ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ବର୍ତ୍ତମାନ ପ୍ରମିଳା ପୂର୍ବପରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ବରେ ରହିବେ। ସ୍କୁଲ ଓ ଗଣଶିକ୍ଷା ସୁଦାମ ମାରାଣ୍ଡିଙ୍କୁ ଦିଆଯାଇଥିବା ବେଳେ ଶ୍ରମ ବିଭାଗ ସାରଦାଙ୍କୁ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଉ କିଛି ସମୟ ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ। ଏଥିରେ ତିନିଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସାରାଦା ପ୍ରସନ୍ନ ନାୟକ, ସୁଦାମ ମାରାଣ୍ଡି। ଲୋକସେବା ଭବନର କନଭେସନ ହଲରେ ସେମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଶପଥ କରାଇବେ।

ଆଜି ସକାଳ ୯ ଟା ୫୦ରେ ଏମାନେ ଶପଥ ନେବେ। ପୂର୍ବରୁ ଆଶା କରାଯାଉଥିଲା ଯେ, ନବୀନ ଗଂଜାମ ଜିଲ୍ଲାର ସଂଗଠନ ପାଇଁ କାହାକୁ ମନ୍ତ୍ରୀ କରିବେ। ସେଥିପାଇଁ ବିକ୍ରମ କେଶରୀ ଆରୁଖଙ୍କୁ ମନୋନିତ କରାଯାଇଛି। ସେହିପରି ପଶ୍ଚିମ ଓଡିଶା ଏବଂ ମୟୁରଭଂଜ ସଂଗଠନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାରଦା ନାୟକ ଏବଂ ସୁଦାମ ମାରାଣ୍ଡିଙ୍କୁ ମନୋନିତ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସୋମବାରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ, ଆଜି ୩ଟାରେ ନବୀନ କରିବେ ଫୋନ !!

ଭୁବନେଶ୍ବର: ଶେଷରେ ଯେଉଁ ଚର୍ଚ୍ଚା ଜାରୀ ରହିଥିଲା ତାହା ସତ ହେବାକୁ ଯାଉଛି। ଆସନ୍ତାକାଲି ସକାଳ ୯ଟା ୫୦ ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହେବ। ଏ ନେଇ ମୁଖ୍ୟ ଶାସନ ସଚିବ କେତେକ ବିଭାଗକୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହି ଶପଥ ଉତ୍ସବ ରାଜଭବନରେ ନ ହୋଇ ଲୋକସେବା ଭବନ ପ୍ରେକ୍ଷାଳୟରେ ହେବ।

ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓଡିଶାରେ ପହଞ୍ଚୁଥିବାର ଜଣାପଡିଛି। ସେ କିଛି ଦିନ ଛୁଟିରେ ଥିଲେ। ସେ ଆସନ୍ତାକାଲି ହରିଆନାରୁ ଭୁବନେଶ୍ବର ଆସି କାର୍ଯ୍ୟରେ ଯୋଗ ଦେଇଥାଆନ୍ତେ। ହେଲେ ସେ ଆଜି ଭୁବନେଶ୍ବରରେ ପହୁଞ୍ଚିଥିବାର ଜଣାପଡିଛି। ମୁଖ୍ୟ ଶାସନ ସଚିବ ଜାରୀ କରିଥିବା ଶପଥ ଗ୍ରହଣ ସୂଚୀରେ ରାଜ୍ୟପାଳ ଶପଥ କରାଇବେ ବୋଲି କୁହାଯାଇଛି।

ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଆଜି ଅପରାହ୍ନ ୩ ଟା ବେଳେ ନବୀନ ନିବାସରୁ ଫୋନ କଲ ଆସିବ ବୋଲି ଜଣା ପଡିଛି। ସେଥିପାଇଁ କେତେକ ବିଧାୟକଙ୍କୁ ଭୁବନେଶ୍ବର ନ ଛାଡିବା ପାଇଁ କୁଆଡେ ପରାମର୍ଶ ଦିଆଯାଇଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

କିଏ କିଏ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି। କାହା ନାଁ ଅଧିକ ଚର୍ଚ୍ଚାରେ ରହିଛି। ଦୀପାଳି ଦାସ, ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି। ଦୀପାଳି ଦାସ ଝାରସୁଗୁଡାର ବିଧାୟିକା ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା କରାଯାଉଛି।

ସେହିଭଳି ଗଞ୍ଜାମ କବିସୂର୍ଯ୍ୟନଗରରୁ ବିଧାୟିକା ଅଛିନ୍ତି ଲତିକା ପ୍ରଧାନ। ଭଂଜନଗରରୁ ୬ ଥର ବିଧାୟକ ହୋଇଥିବା ତଥା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ପଶ୍ଚିମ ଓଡିଶାର ଦୁଇଜଣ ଟାଣୁଆ ନେତା ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କୁ ବି ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଜଣାପଡିବା ପରେ ବହୁ ନେତାଙ୍କ ଛାତି ଧଡଧଡ ହେବାରେ ଲାଗିଛି। କାହାର ମନ୍ତ୍ରୀ ପଦ ଯିବ କାହାକୁ ମନ୍ତ୍ରୀ ପଦ ମିଳିବ ସେ ନେଇ ଅନେକ ଆଶା ଓ ଆଶଙ୍କାରେ ରହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଦେଶରୁ ଫେରୁଛନ୍ତି ନବୀନ, ରାଜ୍ୟ ମନ୍ତ୍ରୀମଣ୍ଡଳରେ କରିବେ ପରିବର୍ତ୍ତନ !!!

ଭୁବନେଶ୍ବର: ଜାପାନ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଫେରିବେ। ସେଠାରୁ ସେ ବିପୁଳ ପରିମାଣର ପୁଂଜି ନେଇ ଓଡିଶା ଫେରୁଛନ୍ତି। ଯାହା ଓଡିଶୀବାସୀଙ୍କ ପାଇଁ ଗର୍ବ ଓ ଖୁସିର କଥା। ହେଲେ ତାଙ୍କ ଫେରିବା ନେଇ ବିଜେଡିର ବିଧାୟକମାନଙ୍କ ମଧ୍ୟରୁ କେତେକ ଖୁସି ଅଛନ୍ତି ତ ଆଉ କେତେକ ଦୁଃଖରେ ଅଛନ୍ତି।

ତେବେ ଏହାର କାରଣ ହେଲା ଯେ, ନବୀନ ବିଦେଶରୁ ଫେରିବା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ କରିବେ ଅଦଳବଦଳ। ଏହି ଚର୍ଚ୍ଚାକୁ ନେଇ ମନ୍ତ୍ରୀ ଆଶାୟୀମାନେ ଆଶା ବାନ୍ଧି ବସିଥିବା ବେଳେ କେତେକ ମନ୍ତ୍ରୀ ପଦ ଯିବା ନେଇ ଦୁଃଖରେ ଅଛନ୍ତି। ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର କୌଣସି ସମ୍ଭାବନା ନ ଥିବା ବେଳେ ହଠାତ ଏହି ଚର୍ଚ୍ଚା ବଢିବା ଅନେକଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ତେବେ ଏହି ଚର୍ଚ୍ଚା ଅନୁସାରେ ଓଡିଶାରେ ବିଧାନସଭା ନିର୍ବାଚନ ଆଉ ମାତ୍ର ବର୍ଷେ ରହିଥିବାରୁ ତାହାକୁ ଦୃଷ୍ଟିରେ ରଖି ନୀବନ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବେ। ସେଥିରେ କେତେକ ଦକ୍ଷତା ନ ଥିବା ମନ୍ତ୍ରୀଙ୍କୁ ବାଦ ଦେଇ ନୂଆ ମୁହଁକୁ ସାମିଲ କରିବେ ବୋଲି କୁହାଯାଉଛି।

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଦଳକୁ ସଜାଡି ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ଆଉ କେତେକ ଦଳୀୟ ସଂଗଠନରେ ମଧ୍ୟ ଖୁବ ଶିଘ୍ର ପରିବର୍ତ୍ତନ କରିବେ। ସେହି ଭିତରେ ଏହି ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

ଗତ ମାସରେ ନବୀନ ତାଙ୍କ ବାସଭବନରେ କେତେକ ବିଧାୟକଙ୍କୁ ରାତିରେ ଡାକି ଆଲୋଚନା କରିଛନ୍ତି। ସେହି ଆଲୋଚନା କଣ ହୋଇଛି ସେ ସଂପର୍କରେ କାହା ପାଖରେ ଖବର ନ ଥିଲେ ମଧ୍ୟ ମନ୍ତ୍ରୀ ମଣ୍ଡଳକୁ ଆହୁରି ଦୃଢ କରାଯାଉ ବୋଲି ଚର୍ଚ୍ଚା ହୋଇଛି। ସେଦିନର ସେହି ଆଲୋଚନାରେ ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ମୁଦୁଲି ଏବଂ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟର ସମସ୍ତ ଉପନିର୍ବାଚନରେ ବିଜେଡି କେବଳ ଧାମନଗରକୁ ଛାଡି ଅନ୍ୟ ସବୁସ୍ଥାନରେ ବାଜିମାତ କରିଛି। ସେହିପରି ଦୁଇଟି ଏଏନଏସି ନିର୍ବାଚନରେ ମଧ୍ୟ ବିଜେଡି ସବୁ ଆସନ ପୋଛି ନେଇଛି। ଏପରି କ୍ଷେତ୍ରରେ ମଧ୍ୟ ବିଜେଡି ତାହାର ରଣନୀତିକୁ ଆହୁରି ସୁଦୃଢ କରିବା ପାଇଁ ନିଷ୍ପତି କରିଛି। ସେଥିପାଇଁ ନବୀନ ଦଳର ପଦବପଦୀରେ ଅଦଳବଦଳ କରିବା ସହିତ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।