Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୂଳପତି ହେଲେ ଡ. ଦତ୍ତେଶ୍ବର ହୋତା

ଭୁବନେଶ୍ବର: ନୂଆକରି ପ୍ରତିଷ୍ଠା କରାଯାଇଥିବା ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ କୂଳପତି ନିଯୁକ୍ତି କରାଯାଇଛି। ସେ ହେଉଛନ୍ତି ପ୍ରଖ୍ୟାତ ୟୁରୋଲୋଜି ଚିକିତ୍ସକ ଡାକ୍ତର ଦତ୍ତେଶ୍ବର ହୋତା। ସେ ଏହି ବିଶ୍ବବିଦ୍ୟାଳୟର ପ୍ରଥମ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି।

ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୂଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ ଏହି ପଦବୀରେ ବର୍ଷକ ପାଇଁ ନିଯୁକ୍ତି ଦିଆଯାଇଛି। ଏହି ବିଶ୍ବବିଦ୍ୟାଳୟ ଅସ୍ଥାୟୀ ଭାବେ ଶିଶୁଭବନ ଛକରେ କାର୍ଯ୍ୟ କରୁଛି।