Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ଘନିଭୂତ ହେଲାଣି ପ୍ରଚାର, ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଳ ଗାନ୍ଧୀ, ଜାଣନ୍ତୁ କେଉଁଠି ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ଧିରେ ଧିରେ ଘନିଭୂତ ହେବାରେ ଲାଗିଲାଣି। ବିଜେପି ପାଇଁ ଚାଣକ୍ୟ ଅମିତ ଶାହ ପ୍ରଚାର କରି ଫେରିଗଲେଣି। ଏବେ କଂଗ୍ରେସ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଳ ଗାନ୍ଧୀ। ସେ ଆସନ୍ତାକାଲି ରବିବାରରେ ଓଡିଶା ପ୍ରଚାରରେ ଆସୁଛନ୍ତି।

ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ।

ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ। ସେଠାରେ ଏହିସବୁ ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ହାଜର ହେବା ପାଇଁ କୁହାଯାଇଛି। ଭୁବନେଶ୍ବର କାର୍ଯ୍ୟକ୍ରମ ସାରି ୨ଟା ୨୫ରେ ରାହୁଳ ଭୁବନେଶ୍ୱର ବିମାନ ବନ୍ଦରରୁ ଦାମନଡିୟୁ ଯିବାର କାର୍ଯ୍ୟକ୍ରମ ରହିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ୨୯ ନଂ ଜୋନରେ କଂଗ୍ରେସର ମାରାଥନ ପ୍ରଚାର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୨୯ ନଂ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସର ମାରାଥନ ପ୍ରଚାର କରାଯାଇଛି । ଉକ୍ତ ଜୋନର କଂଗ୍ରେସ ପ୍ରାର୍ଥୀ ପ୍ରଶନ୍ନ ଦାସ ସପକ୍ଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ କୋରଡ଼କଂଟା ଗ୍ରାମରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ବିଜେପି ଓ ବିଜେଡ଼ିର କଳା ଶାସନ ବିରୋଧରେ ଘରକୁ ଘର ଯାଇ ଜନସାଧାରଣଙ୍କୁ କହିବା ସହ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ସ୍ୱଚ୍ଛ ନିର୍ମଳ ଶାସନ ଆଣିବା ପାଇଁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟୀକା ପ୍ରାର୍ଥିନୀ ରଶ୍ମି ମହାପାତ୍ର, ପିସିସି ମୁଖପାତ୍ର ରଜନୀ ମହାନ୍ତି, ବ୍ଲକ ସଭାପତି ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ବେଣୁଧର ପାତ୍ର, ଉପସଭାନେତ୍ରୀ ଶୁଭଦ୍ରା ମିଶ୍ର, ବରିଷ୍ଠ କଂଗ୍ରେସ ନେତା ମୋହନ ଗାନ୍ଧୀ, କ୍ଷୀରୋଦ ବେହେରା, ସରୋଜ ମହାନ୍ତି, ଦେବୀପ୍ରସାଦ ସ୍ୱାଇଁ, ସେକ ତାକୁୱିନ ପ୍ରମୁଖ ଉପସ୍ଥିତ ଥିଲେ ।