Categories
ଆଜିର ଖବର ଜାତୀୟ ଖବର

ସଙ୍କଟରେ କମଳନାଥ ସରକାର : ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ନେଇ ଚାଲିଛି ଚର୍ଚା

ଭୋପାଳ : ସାରା ଦେଶ ରେ ହୋଲି ର ପରବ ଚାଲିଥିବା ବେଳେ ମଧ୍ୟପ୍ରଦେଶ ସରକାରରେ କିନ୍ତୁ କଳବାଦଲ ଘୋଟି ହୋଇ ଆସିଛି। ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ୨୮ ଜଣ ମନ୍ତ୍ରୀ ରୁ ୨୨ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଅପରପକ୍ଷରେ ସିନ୍ଧିଆଙ୍କ 17ଜଣ ସମର୍ଥକ ମନ୍ତ୍ରୀ ବାଙ୍ଗାଲୁରୁରେ ରହିଛନ୍ତି। କମଳନାଥ ଓ ସିନ୍ଧିଆଙ୍କ ମତଭେଦ ରହିଥିବା କାରଣରୁ ସିନ୍ଧିଆ ନାରାଜ ରହିଛନ୍ତି।  ଏପଟେ ବିଜେପି ଅପରେଶନ ଲୋଟସ ମିଶନ ରେ ଲାଗିପଡିଛି।  ତେଣୁ ଏବେ ପୁଣି ଥରେ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ । ଏହା ପୂର୍ବରୁ ବିଜେପି ବିରୋଧରେ କଂଗ୍ରେସ ନେତାମାନେ ଘୋଡ଼ାବେପାର ଅଭିଯୋଗ ଆଣିଥିଲେ । କଂଗ୍ରେସ ନେତାମାନେ କହିଥିଲେ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିରୋଧରେ ଷଡ଼ଯନ୍ତ୍ର ହେଉଛି।

ସେହିପରି ଆଜି ବିଧାୟକ ଦଳ ବୈଠକ ଡାକିଛି ବିରୋଧୀ ବିଜେପି। ଆଜି ଉଭୟ କଂଗ୍ରେସ କଂଗ୍ରେସ ଓ ବିଜେପି ବିଧାୟାକ ବୈଠକ ହେବ।

ଅପର ପଖେ ସିନ୍ଧିଆ ଗତ କାଲି ପ୍ରଧାନମନ୍ତ୍ରୀ ଓ ଅମିତ ସାହଙ୍କ ସହ ସାକ୍ଷାତ କରିଥିବାର ଖବର ମିଳିଛି।  ପୁନଶ୍ଚ ବିଜେପି ସିନ୍ଧିଆଙ୍କୁ ରାଜ୍ୟ ସଭା ଟିକେଟ ଦେଇପାରେ ବୋଲି ଖବର ଶୁଣିବାକୁ ମିଳୁଛି।  ତେବେ ଏଥିରେ କେତେ ସତ୍ୟତା ଅଛି ତାହା ପରବର୍ତୀ ସମୟରେ ଜଣାପଡିବା। ତେବେ କମଲନାଥ ସରକାର ଏଇ ସଙ୍କଟ ରୁ ବାହାରି ପାରୁଛନ୍ତି ନ ବିଜେପି କର୍ଣାଟକ ପରି ଏଠି ସଫଲ ହେଉଛି ତାହା ଆଗାମୀ ସମୟ କହିବ।