Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୁଣି କରୋନାର ଏହି ଚିତ୍ର କରୁଛି ଭୟଭୀତ, ଗୋଟିଏ ସପ୍ତାହରେ ୫ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କର ପ୍ରାଣହାନୀ

ନୂଆଦିଲ୍ଲୀ: ଦେଶରେ କରୋନା ରୋଗରେ ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ପୁଣି ଥରେ ନୂତନ ମାମଲାରେ ହ୍ରାସ ଘଟିଛି। କିନ୍ତୁ ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁରେ ବୃଦ୍ଧି ଘଟିଛି। ରବିବାର ଦିନ ସାରା ଦେଶରେ ୨,୩୪,୨୮୧ ଟି ନୂଆ କରୋନା ରୋଗ ହୋଇଥିବାବେଳେ ୮୯୩ ସଂକ୍ରମିତ କୋଭିଡ କାରଣରୁ ପ୍ରାଣ ହରାଇଛନ୍ତି।

ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ଏବଂ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ୧୮,୮୪,୯୩୭ କୁ ହ୍ରାସ ପାଇଛି, ଯାହା ସମୁଦାୟ ସଂକ୍ରମିତ ସଂଖ୍ୟାର ୪.୫୯ ପ୍ରତିଶତ ଅଟେ। ଏଥି ସହିତ ଦେଶରେ କୋଭିଡରୁ ଆରୋଗ୍ୟ ହାର ୯୩.୮୯ ପ୍ରତିଶତରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨ ଲକ୍ଷ ୯ ହଜାର ୯୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୫୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଦେଶର ବିଭିନ୍ନ ସ୍ଥାନରୁ ଏହି ପରିସଂଖ୍ୟାନରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଗତ ଏକ ସପ୍ତାହରେ, କୋଭିଡ କାରଣରୁ ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ, କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ଯୋଗୁଁ ସର୍ବାଧିକ ୩୭୪ ଲୋକ ପ୍ରାଣ ହରାଇଛନ୍ତି।

ଗତ ସପ୍ତାହର ଆକଳନ କ’ଣ?:

ଯଦି ଆମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗତ ଏକ ସପ୍ତାହର ଆକଳନକୁ ଦେଖିବା, ତେବେ ଦେଶରେ କୋଭିଡ ସଂକ୍ରମଣରେ ହ୍ରାସ ଘଟିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଜାନୁଆରୀ ୩୧ ତାରିଖରେ ଦେଶରେ ୯୫୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜାନୁୟାରୀ ୨୫ ତାରିଖରେ ଦେଶରେ ୬୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।

କେଉଁ ଦିନ କେତେ ମୃତ୍ୟୁ ଘଟିଥିଲା:

ଜାନୁଆରୀ ୩୧ ତାରିଖ- ୯୫୯
ଜାନୁଆରୀ ୩୦ ତାରିଖ- ୮୯୧
ଜାନୁଆରୀ ୨୯ ତାରିଖ- ୮୭୧
ଜାନୁଆରୀ ୨୮ ତାରିଖ- ୬୨୭
ଜାନୁଆରୀ ୨୭ ତାରିଖ- ୫୭୩
ଜାନୁଆରୀ ୨୬ ତାରିଖ- ୬୬୫
ଜାନୁଆରୀ ୨୫ ତାରିଖ- ୬୧୪।

ତେବେ ଏହି ୭ ଦିନରେ ଦୈନିକ ମୃତ୍ୟୁକୁ ଯୋଡିଲେ, ମୋଟ ମୃତ୍ୟୁ ସଂଖ୍ୟା ୫ ହଜାରରୁ ଅଧିକ ହେବ। ଯାହା ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଉଛି। କାରଣ ଗୋଟିଏ ପଟେ ଦେଶରେ କୋଭିଡ ଆରୋଗ୍ୟ ହାର ବୃଦ୍ଧି ପାଉଛି। କୋଭିଡ ମାମଲା ମଧ୍ୟ ହ୍ରାସ ପାଉଛି। କିନ୍ତୁ ମୃତ୍ୟୁ ସଂଖ୍ୟା ବହୁତ ଦ୍ରୁତ ଗତିରେ ବଢୁଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ବିରଳ ଘଟଣା: ଏକମୋ ଚିକିତ୍ସାର 41 ଦିନ ପରେ ଆଶ୍ଚର୍ଯ୍ୟ ଭାବେ ସୁସ୍ଥ ହେଲେ କରୋନା ରୋଗୀ

ହାଇଦ୍ରାବାଦ, ସପ୍ତାହେ କି ଦୁଇ ସପ୍ତାହ ନୁହେଁ, ଏକାଥରେ 41 ଦିନ ବିରଳ ଏକମୋ ଚିକିତ୍ସାରେ ଚିକିତ୍ସିତ ହେଲେ ଜଣେ କରୋନା ରୋଗୀ। ପରିବାର ବର୍ଗ ଏପରିକି ଡାକ୍ତରମାନେ ମଧ୍ୟ ଆଶା ଛାଡି ଦେଇଥିଲେ। କାରଣ ଏକମୋ ଚିକିତ୍ସା ଏପରି ଏକ ଚିକିତ୍ସା ଯାହାକି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମି ପ୍ରତିଟି ମୁହୂର୍ତ୍ତରେ ସାବଧାନ ହୋଇ ରହିବାକୁ ପଡିଥାଏ।  ରୋଗୀଙ୍କ ପାଖରେ 24 ଘଣ୍ଟା ସ୍ବାସ୍ଥ୍ୟ କର୍ମି ରହିବାକୁ ପଡେ। ଏହିପରି ବହୁ ପରିଶ୍ରମ ପରେ ରୋଗୀ ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହା ସ୍ବାସ୍ଥ୍ୟ ଜଗତରେ ଏକ ବିରଳ ଉଦାହରଣ ବୋଲି କୁହାଯାଇଛି।

ଏହିପରି ଏକ ବିରଳ ଘଟଣାଟି ହାଇଦ୍ରାବାଦସ୍ଥିତ ‘Medicover Hospital’ ରେ ଘଟିଛି। ଗତ ମେ 11 ତାରିଖରେ ଏହି ହସପିଟାଲରେ ଜଣେ 36 ବର୍ଷିୟ ମହିଳା କରୋନା ଆକ୍ରାନ୍ତରେ ଭର୍ତ୍ତି ହୋଇଥିଲା। ସେ ନିଶ୍ବାସପ୍ରଶ୍ବାସ ନେବାରେ ଭାରୀ କଷ୍ଟ ଅନୁଭବ କରୁଥିଲା। ଡାକ୍ତରମାନେ ତାଙ୍କୁ ତୁରନ୍ତ ଅକ୍ସିଜେନ ଲଗାଇ ଚିକିତ୍ସା କଲେ। ହେଲେ ତାଙ୍କର ଅକ୍ସିଜେନ ଲେବୁଲରେ କୌଣସି ଉନ୍ନତି ହେଲା ନାହିଁ।

ଏହାପରେ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଗଲା। ହେଲେ ସେଠାରେ ମଧ୍ୟ ତାଙ୍କର କୌଣସି ଉନ୍ନତି ହେଲା ନାହିଁ। ଏହାପରେ ତାଙ୍କୁ ଏକମୋ ଚିକିତ୍ସା କରାଯିବ ବୋଲି ନିଷ୍ପତି କରାଗଲା। ସେହି ଅନୁସାରେ ତାଙ୍କୁ ଏକମୋ ସପୋର୍ଟରେ ରଖାଗଲା। ଏହି ଭିତରେ ରୋଗୀଙ୍କର କିଡନୀ ଖରାପ ହେଲା।  ଏକମୋ ଚିକିତ୍ସା ସହିତ ତାଙ୍କୁ ଡାଏଲେସିସ ମଧ୍ୟ କରାଗଲା।

ରୋଗୀ ଜଣଙ୍କ ଏକମୋ ସପୋର୍ଟରେ 41 ଦିନ ରହିବା ପରେ ତାଙ୍କର ଅକ୍ସିଜେନ ସ୍ତର ଠିକ ଆସିଲା। ରୋଗୀ ଜଣଙ୍କ ଡାକ୍ତରଖାନାରେ ମୋଟ 91 ଦିନ ଚିକିତ୍ସା ହୋଇଥିଲେ। ସେଥିରେ ସେ ଏକମୋ ସପୋର୍ଟରେ ରହିଲେ 41 ଦିନ। ନିଜେ ନିଶ୍ବାସପ୍ରଶ୍ବାସ ନେବାରେ ସକ୍ଷମ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଯ୍ୟ କରାଯାଇଥିଲା।

ଡାକ୍ତରଖାନାର ବରିଷ୍ଠ ଡାକ୍ତର ତଥା କ୍ରିଟିକାଲ କେୟାରର ନିର୍ଦ୍ଦେଶକ ଡ ଘନଶ୍ୟାମ ଏମ ଜଗତକର କହିଛନ୍ତି ଯେ, ଏହି ରୋଗୀଙ୍କୁ ବଞ୍ଚାଇବା ଆମପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ଆମେ ଏକ ଟିମ ଗଠନ କରିଥିଲୁ। ଜଣେ ରୋଗୀଙ୍କୁ ଏତେଦିନ ଧରି ଏକମୋ ଚିକିତ୍ସାରେ ରଖିବା କେତେ କଷ୍ଟ ତାହା ଆମେ ଅନୁଭବ କରିଛୁ।

ଜଣେ ରୋଗୀ ଏତେଦିନ ଧରି ଏକମୋ ସପୋର୍ଟରେ ରହି ଭଲ ହେବା ସହଜ କଥା ନୁହେଁ ବୋଲି ସେ କହିଛନ୍ତି। ହେଲେ ଖୁସିରକଥା ରୋଗୀଙ୍କ ପରିବାର ଲୋକେ ଆମକୁ ବହୁ ସମର୍ଥନ କରିିଥିଲେ। ଫଳରେ ରୋଗୀ ଜଣଙ୍କ ସୁସ୍ଥ୍ୟ ହେବା ଆମ ପାଇଁ ଖୁସିର କଥା। ଆମ ଅକ୍ଲାନ୍ତ ପରିଶ୍ରମ ସାର୍ଥକ ହେଲା ବୋଲି ଡାକ୍ତର ଘନଶ୍ୟାମ କହିଛନ୍ତି।