Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗତକାଲି ଠାରୁ ଆଜି ଦେଶରେ ୪୪ ହଜାର ଅଧିକ ଆକ୍ରାନ୍ତ ଚିହ୍ନଟ, କରୋନାଜନିତ ମୃତ୍ୟୁ ୪୪୧

ନୂଆଦିଲ୍ଲୀ: ଗତକାଲି ଦେଶରେ ୨ ଲକ୍ଷ ୩୮ ହଜାର ୧୮ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨ ଲକ୍ଷ ୮୨ ହଜାର ୯୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୪୪୧ ଜଣଙ୍କ ପ୍ରାଣହାନୀ ଘଟିଛି।

ତେବେ ଏହି ସମୟ ମଧ୍ୟରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୮୩ ଲକ୍ଷ ୨୯ ହଜାର ୯୬୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୬ ହଜାର ୭୬୧ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୫୫ ଲକ୍ଷ ୮୩ ହଜାର ୩୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୮ ଲକ୍ଷ ୩୦ ହଜାରକୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର

କରୋନା ମୃତ୍ୟୁ ଏବଂ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଗୁଜବ, କେନ୍ଦ୍ର ସରକାର ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କେତେକ ଗଣମାଧ୍ୟମ ରିପୋର୍ଟରେ କୋଭିଡ୍‌-୧୯ର ପ୍ରଥମ ଦୁଇଟି ଲହରରେ ସଂକ୍ରମଣ ଯୋଗୁଁ ଭାରତରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପ୍ରକୃତ ସଂଖ୍ୟାକୁ ଉଲ୍ଲେଖନୀୟ ଭାବରେ କମ୍ ଦର୍ଶା ଯାଇଥିବା ନେଇ ଅଭିଯୋଗ ଉଠାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ ସମୁଦାୟ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଢେର୍ ଅଧିକ ହୋଇପାରେ ଏବଂ ତିନି ମିଲିଅନ୍ ସଂଖ୍ୟାକୁ ଅତିକ୍ରମ କରି ଯାଇପାରେ ।

ଏତଦ୍ଦ୍ୱାରା ସ୍ପଷ୍ଟ କରି ଦିଆଯାଉଛି ଯେ ଗଣମାଧ୍ୟମର ଏଭଳି ରିପୋର୍ଟଗୁଡ଼ିକ ଭ୍ରମାତ୍ମକ ଏବଂ ଭୁଲ୍ ସୂଚନା ଦେଉଛି । ସେଗୁଡ଼ିକ ତଥ୍ୟ ଉପରେ ପର୍ଯ୍ୟବସିତ ନୁହେଁ ଏବଂ ସ୍ୱଭାବ ଦୃଷ୍ଟିରୁ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଅଟେ । ଭାରତରେ ଜନ୍ମ ଏବଂ ମୃତ୍ୟୁ ସମ୍ପର୍କିତ ରିପୋର୍ଟିଂ ନିମନ୍ତେ ଏକ ମଜଭୁତ ବ୍ୟବସ୍ଥା ରହିଛି, ଯାହା ଏକ ନିୟମ ଉପରେ ପର୍ଯ୍ୟବସିତ ଏବଂ ଏହା ଗ୍ରାମ ପଂଚାୟତ ସ୍ତରରୁ ଜିଲ୍ଲା ସ୍ତର ଏବଂ ରାଜ୍ୟ ସ୍ତର ପର୍ଯ୍ୟନ୍ତ ନିୟମିତ ରୂପରେ କରା ଯାଇଥାଏ । ଏ ସମସ୍ତ କାର୍ଯ୍ୟ ସାମଗ୍ରିକ ଭାବରେ ଭାରତର ମହା ପଞ୍ଜିକାର (ଆର୍‌ଜିଆଇ)ଙ୍କ ସମ୍ପୂର୍ଣ୍ଣ ତତ୍ୱାବଧାନରେ ସମ୍ପନ୍ନ କରା ଯାଇଥାଏ ।

ସର୍ବୋପରି, ଭାରତ ସରକାରଙ୍କ ନିକଟରେ ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ ବର୍ଗୀକରଣ ଆଧାରରେ କୋଭିଡ୍ କାରଣରୁ ଘଟିଥିବା ମୃତ୍ୟୁକୁ ବର୍ଗୀକୃତ କରିବା ନିମନ୍ତେ ଏକ ଅତ୍ୟନ୍ତ ବ୍ୟାପକ ବ୍ୟବସ୍ଥା ରହିଛି । ସମସ୍ତ ମୃତ୍ୟୁ ସମ୍ପର୍କିତ ତଥ୍ୟ ସମ୍ପର୍କରେ ରାଜ୍ୟମାନଙ୍କ ଦ୍ୱାରା ସ୍ୱାଧୀନ ଭାବରେ ବିବରଣୀ ପ୍ରଦାନ କରାଯାଉଛି ଏବଂ କେନ୍ଦ୍ରୀୟ ବ୍ୟବସ୍ଥା ଅନୁସାରେ ସଙ୍କଳିତ କରାଯାଉଛି ।

ରାଜ୍ୟମାନଙ୍କ ଦ୍ୱାରା ଭିନ୍ନ ଭିନ୍ନ ସମୟରେ ପ୍ରସ୍ତୁତ କରାଯାଉଥିବା କୋଭିଡ୍ – ୧୯ ମୃତ୍ୟୁ ସମ୍ପର୍କିତ ପଛୁଆ ତଥ୍ୟର ନିୟମିତ ଭାବରେ ଭାରତ ସରକାରଙ୍କ ସଂଖ୍ୟା ସହିତ ମିଶ୍ରଣ କରା ଯାଉଅଛି । ଅନେକ ସଂଖ୍ୟକ ରାଜ୍ୟ ନିୟମିତ ଭାବରେ ସେମାନଙ୍କ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ଏବଂ ବ୍ୟାପକ ଭାବରେ ସ୍ୱଚ୍ଛତା ରକ୍ଷା କରି ସେମାନଙ୍କ ବାକି ରହି ଯାଇଥିବା ମୃତ୍ୟୁ ସଂଖ୍ୟାର ସୂଚନା ପ୍ରଦାନ କରିଛନ୍ତି । ତେଣୁ, ମୃତ୍ୟୁର ସଂଖ୍ୟା କମ୍ ରହିଥିବା ସମ୍ପର୍କରେ ବିବରଣୀ ପ୍ରଦାନ କରିବା ନିରାଧାର ଏବଂ ଯଥାର୍ଥତା ବିହୀନ ଅଟେ ।

ଏତଦ୍ଦ୍ୱାରା ସ୍ପଷ୍ଟ କରି ଦିଆଯାଉଛି ଯେ ରାଜ୍ୟମାନଙ୍କ ମଧ୍ୟରେ କୋଭିଡ୍ ମାମଲା ଏବଂ ଏଥି ସହିତ ସମ୍ପର୍କିତ ମୃତ୍ୟୁ ହାର ମଧ୍ୟରେ ଅତ୍ୟଧିକ ବ୍ୟବଧାନ ରହିଛି । ସବୁ ରାଜ୍ୟକୁ ଗୋଟିଏ ଲଫାପା ମଧ୍ୟରେ ରଖିବାର କୌଣସି ବି ଧାରଣାର ଅର୍ଥ ଏହା ହେବ ଯେ, ସବୁଠାରୁ କମ୍ ମୃତ୍ୟୁ ହାର ରିପୋର୍ଟ କରୁଥିବା ରାଜ୍ୟଗୁଡିକ ସହିତ ବାହ୍ୟ ରୂପର ଅସମାନ ତଥ୍ୟର ମାନଚିତ୍ରଣ କରିବା, ଯାହା ମାଧ୍ୟମାନକୁ ଅଧିକ ପ୍ରସାରିତ କରିବ ଏବଂ ଭୁଲ୍ ପରିଣାମ ଆଡକୁ ନେଇଯିବା ପାଇଁ ବାଧ୍ୟ କରିବ ।

ପୁନଶ୍ଚ, ଭାରତରେ କୋଭିଡ୍ ମୃତ୍ୟୁର ରିପୋର୍ଟ କରିବା ନିମନ୍ତେ ଏକ ପ୍ରୋତ୍ସାହନ ରାଶି ରହିଛି, ଯେହେତୁ ସେମାନେ ଆର୍ôଥକ ପୁରସ୍କାର ହକ୍‌ଦାର ଅଟନ୍ତି, ଏଣୁ, ମୃତ୍ୟୁର ସଂଖ୍ୟା କମ୍ ହୋଇଥିବା ସମ୍ପର୍କିତ ରିପୋର୍ଟିଂ କରିବା ବା ଜଣେଇବାର ସମ୍ଭାବନା ମଧ୍ୟ କମ୍ ଅଟେ । ମହାମାରୀ ଭଳି ବିନାଶକାରୀ ସ୍ଥିତି ସମୟରେ, ବାସ୍ତବିକ ମୃତ୍ୟୁ ହାର ଅନ୍ୟାନ୍ୟ ଅନେକ କାରକ ଗୁଡିକ ଯୋଗୁଁ ହେଉଥିବା ମୃତ୍ୟୁ କାରଣରୁ ଅଧିକ ମଧ୍ୟ ହୋଇପାରେ, ଏମିତିକି ସବୁଠାରୁ ମଜଭୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭିତରେ ମଧ୍ୟ । ତେବେ, ଭାରତୀୟ ରାଜ୍ୟ ଗୁଡିକରେ ଅତ୍ୟନ୍ତ ବିବିଧ ପ୍ରକାରର କେସ୍ ଲୋଡ୍ ଏବଂ ପରିଣାମ ସ୍ଥିତି ଏକତ୍ର କରି ଏ ସମ୍ପର୍କରେ ତଥ୍ୟ ବାହାର କରିବା ଦୃଷ୍ଟିକୋଣରୁ କୈଣସି ପ୍ରକାରର ବିଶ୍ଲେଷଣ କରିବା ଅଧାପନ୍ତରିଆ ଏବଂ ଭୁଲ୍ ହେବା ନିଧାର୍ଯ୍ୟ ଅଟେ ।

ଭାରତରେ ମୃତ୍ୟୁବରଣ କରିଥିବା ଲୋକ ମାନଙ୍କର ବାସ୍ତବିକ ସଂଖ୍ୟାର ‘ଉଲ୍ଲେଖନୀୟ କମ୍ ସଂଖ୍ୟା’ ଉପରେ ବର୍ତମାନର ଗଣମାଧ୍ୟମର ରିପୋର୍ଟ ଏକ ଅଧ୍ୟୟନ ଉପରେ ଆଧାରିତ ଅଟେ, ଯାହା ସ୍ୱଭାବରେ ପକ୍ଷପାତିତାପୂର୍ଣ୍ଣ ବୋଲି ମନେ ହୁଏ, କାରଣ କେବଳ କୋଭିଡ୍ – ୧୯ ଲକ୍ଷଣ ରହିଥିବା ବୟସ୍କ ବ୍ୟକ୍ତିମାନଙ୍କୁ ଏଥି ମଧ୍ୟରେ ନିଆ ଯାଇଥିଲା ଏବଂ ସେମାନେ ସାଧାରଣ ଜନତାଙ୍କର ପ୍ରତିନିଧି ହୋଇ ନପାରନ୍ତି ।

ଚୟନ ପୂର୍ବାଗ୍ରହ ମଧ୍ୟ ପ୍ରତୀତ ହୋଇଥାଏ, କାରଣ ସର୍ବେକ୍ଷଣ କେବଳ ଫୋନ୍ ରଖିଥିବା ଲୋକମାନଙ୍କ ପର୍ଯ୍ୟନ୍ତ ସୀମିତ ରହିଥିଲା, ଯେଉଁମାନେ ବ୍ୟାପକ ରୂପରେ ପ୍ରଶ୍ନ ଗୁଡିକର ଉତର ଦେବା ନିମନ୍ତେ ସମୟ ବାହାର କରିପାରିବେ । ନମୁନା ଗୁଡ଼ିକ ସେହି ଦୃଷ୍ଟିରୁ ସହରୀ କ୍ଷେତ୍ର ଆଡ଼କୁ ଢଳିଥାଇ ପାରେ, ଯେଉଁଠାରେ ଅଧିକ ମାମଲା ଦରଜ କରା ଯାଇଥିଲା ଏବଂ ଏହି ଭଳି ଭାବେ ଅଧିକ ରିପୋର୍ଟିଂ ହୋଇଥିବ । ସେମାନେ ମଧ୍ୟ ଏଭଳି ଲୋକ ହୋଇଥିବେ, ଯେଉଁମାନେ ଅଧିକ ସଚେତନ ହେବାର ସମ୍ଭାବନା ରହିଛି ଏବଂ ଅଧିକ ରିପୋର୍ଟିଂ ପାଇଁ ପୂର୍ବାଗ୍ରହ ରଖିଥିବେ ।

ଅଧ୍ୟୟନରୁ ଉଦ୍ଧାର କରି ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଲ୍ଲେଖ କରାଯାଇଛି ଯେ କିଭଳି ସବୁ ସପ୍ତାହରେ ପ୍ରାୟ ମନଇଚ୍ଛା ଭାବରେ ୨୧୦୦ ବଛା ଯାଇଥିବା ବୟସ୍କ ବ୍ୟକ୍ତିବିଶେଷଙ୍କର ସାକ୍ଷାତକାର ନିଆଯାଇଛି । ଏହିସବୁ ରିପୋର୍ଟ ସ୍ପଷ୍ଟ କରିନାହିଁ ଯେ ସମାନ ବୟସ୍କ ବ୍ୟକ୍ତିମାନଙ୍କୁ ବାରମ୍ବାର ପ୍ରଶ୍ନ ପଚରା ଯାଇଛି ନି ନାହିଁ କିମ୍ବା ସେମାନେ ଏକାଠି ମିଶି ୧.୩୭ ଲକ୍ଷ ପର୍ଯ୍ୟନ୍ତ ହୋଇଛନ୍ତି । ନିଶ୍ଚିତ ଭାବରେ ଏହି ଦୁଇଟି ମାମଲାରେ ପରିଣାମ ଅନେକ ଭିନ୍ନ ହେବ ।

ଗଣମାଧ୍ୟମ ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ପ୍ରତିକ୍ରିୟା ହାର ୫୫% ଥିଲା । ଏଥିରୁ ସ୍ପଷ୍ଟ ହେଉ ନାହିଁ ଯେ ଲୋକମାନେ ବଥାବାର୍ତା କରିବା ନିମନ୍ତେ ମନା କରି ଦେଇଥିଲେ କି ନାହିଁ ବା ସେମାନେ କହିଲେ ଯେ ସେମାନଙ୍କଠାରେ କୌଣସି ଲକ୍ଷଣ ନଥିଲ। ଦ୍ୱିତୀୟତଃ, ଯଦି କେବଳ କୋଭିଡ୍ ଲକ୍ଷଣ ଦେଖା ଦେଇଥିବା ବୟସ୍କମାନଙ୍କ ଉପରେ ତଥ୍ୟ ସଂଗ୍ରହ କରାଯାଇଛି, ତେବେ ଏହା ଅଧ୍ୟୟନରେ ଏକ ପୂର୍ବାଗ୍ରହର ପରିଚୟ ଦେଇଥାଏ ଏବଂ ଏହି ଭଳି ଏହା ସାଧାରଣ ଜନତାଙ୍କର ପ୍ରତିନିଧି ହୋଇ ନଥାଏ ।

ଏହା ମଧ୍ୟ ଲକ୍ଷ୍ୟ ରଖିବା ଉଚିତ୍ ଯେ, ଉଲ୍ଲିଖିତ ଅଧ୍ୟୟନର ସମସ୍ତ ଡିନୋମିନେଟର ୨୦୨୦ ନିମନ୍ତେ ୟୁଏନ୍‌ଡିପିର ଅନୁମାନ ଅଟେ । ଏହା ସ୍ୱୟଂ ସର୍ବେକ୍ଷଣ, ଜନଗଣନା ଏବଂ ମଡେଲ୍‌ର ଏକ ସଂଯୋଜନ ଅଟେ, ଏହି ଭଳି ଭାବରେ ଏକ ଅନୁମାନ ଅଟେ । ଏହାର ଆଧାରରେ ଏହି ଅନୁମାନ ଲଗାଯାଇଛି ଯେ ୩.୪% ପରିବାର ମୃତ୍ୟୁର ସୂଚନା ଦେବେ । ତାହାର ତୁଳନା ଭାରତର ମହା ପଞ୍ଜିକାର (ଆର୍‌ଜିଆଇ)ଙ୍କର ସଂଖ୍ୟା ସହିତ ତୁଳନା କରିବା ଜରୁରୀ ଅଟେ, ଯାହା ଏହି ଅଧ୍ୟୟନରେ କରାଯାଇ ନାହିଁ ।

ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ଜୁନ୍ ୨୦୨୦ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ, ଶୂନ୍ୟରୁ ୦.୭% ପରିବାର କୋଭିଡ୍ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି, ଯେତେବେଳେ କି ଏପ୍ରିଲ୍ ମଧ୍ୟଭାଗରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ମୃତ୍ୟୁର ରିପୋର୍ଟ ୬% ରେ ପହଂଚି ଯାଇଛି । ଜୁନ୍ ୨୦୨୦ରୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ସମସ୍ତ ମୃତ୍ୟୁକୁ ଗଣନା କରିବା ନିମନ୍ତେ ଏହି ଛୋଟ ଅବଧିର ବାଗ୍‌ବିସ୍ତାର (ଏକ୍ସଟ୍ରାପୋଲେଟେଡ଼୍‌) କରାଯାଇଛି । ଏହା ସ୍ୱଷ୍ଟ ରୂପରେ ଗଣନାର ଏକ ବୈଧ ପ୍ରଣାଳୀ ନୁହେଁ, କାରଣ ଏହା ମାସିକ ଏବଂ ଭୌଗୋଳିକ ବିବିଧତାକୁ ଧ୍ୟାନରେ ରଖିନାହିଁ ।

ଏଥି ସହିତ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, “ଆମେ ୧ ଜାନୁଆରୀ, ୨୦୧୯ ପର୍ଯ୍ୟନ୍ତ ୧୩,୫୦୦ ଘର ଗୁଡିକରେ ପ୍ରାୟ ୫୭,୦୦୦ ଲୋକ ମାନଙ୍କ ସମ୍ପର୍କରେ ଜାଣିଲୁ, ଯେଉଁମାନେ ସେତେବେଳେ ମୃତକର ନିକଟତମ ପଡୋଶୀ ଥିଲେ, କେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହେଲା ଏବଂ କେବେ ହେଲା ନଜାଣି, ଏହି ପ୍ରତିକ୍ରିୟା ପ୍ରଦାନକାରୀମାନେ ଏହା ଭାବିନେଲେ ଯେ ମୃତ୍ୟୁ କୋଭିଡ୍ କିମ୍ବା ଅନ୍ୟ କାରଣରୁ ହୋଇଛି ।” ଏହା ଦେଖାଯାଇଛି ଯେ, ସର୍ବପ୍ରଥମେ, ନମୁନାର ପରିମାଣ ଖୁବ୍ କମ୍ ଅଟେ ଏବଂ ଦ୍ୱିତୀୟ କଥା ହେଉଛି, ଘରର ସଦସ୍ୟମାନଙ୍କୁ କିଭଳି ଜଣାପଡ଼ିବ ଯେ, ମୃତ୍ୟୁ କୋଭିଡ୍ କାରଣରୁ ହୋଇଥିଲା । ଏଭଳି ପ୍ରଶ୍ନକୁ ଭୁଲ୍ ଉପାୟରେ ପ୍ରସ୍ତୁତ କରିବା ଯୋଗୁଁ, ଭୁଲ୍ ପ୍ରତିକ୍ରିୟା ମଧ୍ୟ ମିଳିପାରେ ।

ଯେତେବେଳେ କି ଲେଖକମାନେ ଏକ ତୁଳନୀୟ ଅନୁମାନ ଲଗାଇବା ନିମନ୍ତେ ତିନିଟି ଭିନ୍ନ ଭିନ୍ନ ଉତ୍ସର ଉପଯୋଗ କରିଛନ୍ତି, ଏହା ଲକ୍ଷ୍ୟ କରା ଯାଇଥାଏ ଯେ, ଉତ୍ସର ତଥ୍ୟକୁ ଉପଯୋଗ କରାଯାଇଛି, ଦଶଟି ରାଜ୍ୟରୁ ନିଜ ରିପୋର୍ଟିଂ ଏବଂ ଆନୁମାନିକ ତଥ୍ୟର ପ୍ରତିନିଧିତ୍ୱ କରିଛି, ଯାହା କେବଳ ଏକ ଅନୁମାନ ଆଡକୁ ନେଇଯିବ ଏବଂ ଯାହା ବାସ୍ତବିକ ସ୍ଥିତିର ପ୍ରତିନିଧିତ୍ୱ କରି ନଥାଏ । କୋଭିଡ୍ ଟ୍ରାକର ସର୍ବେକ୍ଷଣକୁ ଜାତୀୟ ସ୍ତରରେ ଅଧିକ ପ୍ରତିନିଧି ତଥ୍ୟ ଭାବରେ ନେଇ ଯେତେବେଳେ ଏହି ସ୍ୱ – ରିପୋର୍ଟ କରା ଯାଇଥାଏ, ତେବେ ଅତ୍ୟଧିକ ଭୁଲ୍ ହୋଇପାରେ ।

ପୁନଶ୍ଚ, ଦେଖା ଯାଇଛି ଯେ ରିପୋର୍ଟରେ ଏକ ବିରୋଧାଭାଷ ରହିଛି, ଯେଉଁଥିରେ ଲେଖକମାନେ ଅଣ – କୋଭିଡ୍ ମାମଲା ଗୁଡିକରେ ଭୁଲ୍ ବର୍ଗୀକରଣର ଉଲ୍ଲେଖ କରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ “୨୦୧୯ ତୁଳନାରେ, ୨୦୨୦ ସେପ୍ଟେମ୍ବର – ଅକ୍ଟୋବର ସମୟରେ  ଅଣ – କୋଭିଡ୍ ମୃତ୍ୟୁସଂଖ୍ୟା ବୃଦ୍ଧିର ରିପୋର୍ଟ କୋଭିଡ୍ ମୃତ୍ୟୁ ତୁଳନାରେ ଅଧିକ ହୋଇ ଯାଇଛି, କିନ୍ତୁ ୨୦୨୧ ଏପ୍ରିଲ୍ -ଜୁନ୍ ସମୟରେ ସତ୍ୟ ଥିଲା ଏହାର ବିପରୀତ । ଏହା ସ୍ପଷ୍ଟ ନୁହେଁ ଯେ, ଅଣ – କୋଭିଡ୍ ମୃତ୍ୟୁ କିପରି ହୋଇଛି, ଯାହାକି ସମସ୍ତ ମୃତ୍ୟୁର ଏକ ସବ୍‌ସେଟ୍ ବା ଉପସମାହାର ଅଟେ, ସମୁଦାୟ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ।

ଏହା ବ୍ୟତୀତ, ଏମିତି ମନେ ହୋଇଥାଏ ଯେ, ଉପରୋକ୍ତ ସଂଖ୍ୟା ଆମେରିକୀୟ ପରିସଂଖ୍ୟାନରୁ ଉଦ୍ଧାର  କରାଯାଇଛି ଏବଂ ଏହା ସ୍ପଷ୍ଟ ନୁହେଁ ଯେ ଏହାକୁ ଭାରତୀୟ ଦୃଶ୍ୟପଟ ସହିତ କିଭଳି ଯୋଡା ଯାଇଛି । ଚିକିତ୍ସା ବିନା ଗ୍ରାମୀଣ କ୍ଷେତ୍ର ଗୁଡିକରେ ମୃତ୍ୟୁର ସମ୍ଭାବନାକୁ ଦାୟୀ ବୋଲି ଧରିନେବା ଅତ୍ୟଧିକ ପରିମାଣରେ ଭୁଲ୍ ହୋଇପାରେ । ଅନେକ ରାଜ୍ୟରେ ନିରନ୍ତର ଅବଧି ନିମନ୍ତେ ବହୁତ କମ୍ ସଂକ୍ରମଣ ହାର ରହିଥିବା ଗ୍ରାମାଂଚଳ ଥିଲା । ଉକ୍ତ ଅଧ୍ୟୟନରେ ଏସବୁକୁ ଉପସ୍ଥାପନ କରିବା ବେଳେ ଏହାକୁ ଧ୍ୟାନରେ ରଖା ଯାଇନାହିଁ ।

ସର୍ବୋପରି, ରିପୋର୍ଟ ଅନୁସାରେ, ବୃଦ୍ଧି ପାଉଥିବା ମୃତ୍ୟୁହାର କେବଳ କୋଭିଡ୍ ଯେତେବେଳେ ଶିଖରରେ ଥିଲା, ସେହି ଅବଧି ନିମନ୍ତେ ନିଆଯାଇଛି, ଯାହା ତୁଳନୀୟ ସଂଖ୍ୟାକୁ ପ୍ରତିଫଳିତ କରି ନପାରେ, କାରଣ ମହାମାରୀ ଏବେ ମଧ୍ୟ ଜାରି ରହିଛି । ଥରେ ଉପଲବ୍ଧ ହୋଇଥିବା ସଂଖ୍ୟାର ଆଧାର ଉପରେ ତୁଳନା ଏବଂ ଅନୁମାନ ମାଧ୍ୟମରେ ଏଥିରେ ଆଉ କିଛି ଅଧିକ ରହିବା ଆବଶ୍ୟକ ହୋଇପାରେ, କାରଣ ଅନେକ କାରକ, ଯେମିତିକି ରୋଗର ପ୍ରସାର, ବିଗତ ସଂକ୍ରମଣ କିମ୍ବା ଦୁର୍ବଳ କରି ଦେଉଥିବା ରୋଗର କାରଣ ଡାକ୍ତରଖାନାରେ ଭର୍ତି, ସଂକ୍ରମଣକୁ ଜାଣିବାର ହାର, ସଂକ୍ରମଣ ମୃତ୍ୟୁହାର ସହିତ (କୋଭିଡ୍ ମୃତ୍ୟୁର ପରିଭାଷା), ଅଳ୍ପ ବୟସରେ ମୃତ୍ୟୁହାର ଇତ୍ୟାଦିକୁ କମ୍ କରିବା କିମ୍ବା ସଂଖ୍ୟା ଉପରେ ଅଧିକ ସ୍ପଷ୍ଟତା ହାସଲ କରିବା ନିମନ୍ତେ କାରକ କରିବାକୁ ପଡ଼ିପାରେ ।

ଏକ ନିଶ୍ଚିତ କାରଣରୁ ଅଧିକ ମୃତ୍ୟୁର ବିଷୟକୁ ମାନି ନିଆ ଯାଇପାରେ, ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ବହୁତ ମହତ୍ୱପୂର୍ଣ୍ଣ ଅଟେ ଏବଂ ଉନ୍ନତ ନୀତି କାର୍ଯ୍ୟକାରୀ କରିବା ଏବଂ ଦୁର୍ଜୟ, ସ୍ଥାୟୀ ସ୍ୱାସ୍ଥ୍ୟ ଉପାୟଗୁଡିକୁ ଆପଣେଇବା ନିମନ୍ତେ ସବୁଠାରୁ ସ୍ୱୀକାର୍ଯ୍ୟ ରୂପରେ ଆବଶ୍ୟକ ଅଟେ । ତେବେ, ବର୍ତମାନର ସ୍ଥିତି ସମୟରେ କୌଣସି ବି ସମୟରେ ଅଧିକ ମୃତ୍ୟୁର ଧାରଣା ବନେଇବା ନିମନ୍ତେ କୌଣସି ବି ତରବରିଆ ସାର୍ବଜନୀନ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ବୈଜ୍ଞାନିକ ମାନଙ୍କର ଜ୍ଞାନ ଦ୍ୱାରା ସଂଚାଳିତ ଏକ ଏକାଡେମିକ୍‌/ ଶୈକ୍ଷିକ ଅଭ୍ୟାସରୁ ମଧ୍ୟ ଅଧିକ ହୋଇ ପାରିବ । ଆସନ୍ତା ମାସ ଗୁଡିକରେ ଏସ୍‌ଆର୍‌ଏସ୍ କିମ୍ବା ଜନଗଣନାର ସଂଖ୍ୟାରୁ ପ୍ରଶାସନିକଏବଂ ନୀତି ପ୍ରସ୍ତୁତକାରୀ ତ୍ରୈମାସିକ ନିମନ୍ତେ ଅଧିକ ତାର୍କିକ ଏବଂ ସ୍ୱୀକାର୍ଯ୍ୟ ଉପାୟ ବିକଶିତ ହେବ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାରେ ଆକ୍ରାନ୍ତ ହେଲେ ବିଏମସିର ୨୨ କର୍ମଚାରୀ

ଭୁବନେଶ୍ବର: ଭୁବନେଶ୍ଵର ମହାନଗର ନିଗମର ୨୨ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତ ଚିହ୍ନଟ ପରେ ବିଏମସିର ସମସ୍ତ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ସୂଚନା ରହିଛି। ପଜିଟିଭ ଆକ୍ରାନ୍ତଙ୍କୁ ପୃଥକବାସ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ତେବେ ବିଏମସି ଅଫିସ ପାଇଁ ଏବେ କଟକଣା ଲାଗୁ କରାଯାଇଛି। ସର୍ବସାଧାରଣଙ୍କୁ ବିଏମସି ଅଫିସକୁ ପ୍ରବେଶ ଉପରେ ରୋକ ଲଗାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆପଣଙ୍କର ଏହି ୬ ଟି ତ୍ରୁଟି କରୋନାକୁ କରେ ନିମନ୍ତ୍ରଣ, ଜାଣନ୍ତୁ ଓମିକ୍ରୋନରୁ କିପରି ପାଇବେ ରକ୍ଷା

ନୂଆଦିଲ୍ଲୀ: କରୋନା ଭାଇରସର ଏକ ନୂତନ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସମଗ୍ର ବିଶ୍ୱରେ କରୋନାର ତୃତୀୟ ତରଙ୍ଗର ବିପଦ ଅଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ଲୋକଙ୍କ ଅସାବଧାନତା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ବାସ୍ତବରେ, ଓମିକ୍ରନ୍ ର ଅଧିକାଂଶ ଲକ୍ଷଣ ଅତ୍ୟନ୍ତ ହାଲକା ଅଟେ। ଯେଉଁଥିପାଇଁ ଲୋକମାନେ ପରୀକ୍ଷା କରୁନାହାଁନ୍ତି। ଏଥି ସହିତ, କିଛି ଲୋକ ସାଧାରଣ ଥଣ୍ଡା ଭାବରେ କରୋନାକୁ ଅଣଦେଖା କରନ୍ତି, ଯେଉଁ କାରଣରୁ ଏହି ସଂକ୍ରମଣ ଅନ୍ୟ ଲୋକଙ୍କ ନିକଟରେ ବ୍ୟାପିଥାଏ। କିନ୍ତୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଓମିକ୍ରନ୍କୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ବିଭିନ୍ନ ଲୋକଙ୍କଠାରେ କରୋନାର ଲକ୍ଷଣ ମଧ୍ୟ ଭୟଙ୍କର ହୋଇପାରେ। ଆପଣ ଏ ବିଷୟରେ ବହୁତ ସଚେତନ ହେବା ଆବଶ୍ୟକ। ଆପଣଙ୍କର ସାମାନ୍ୟ ଅସାବଧାନତା କରୋନା ସଂକ୍ରମଣର କାରଣ ହୋଇପାରେ। ଆସନ୍ତୁ ଜାଣିବା କେଉଁ ଅସାବଧାନତା ଯୋଗୁଁ କରୋନା ବ୍ୟାପିଥାଏ?

୧- ଅନେକ ଲୋକ ଭାବନ୍ତି ଯେ, ଥରେ କରୋନାରେ ସଂକ୍ରମିତ ହୋଇଗଲେ ଆଉ ତାହା ହେବ ନାହିଁ। ଏହା ସେପରି ନୁହେଁ। ହଁ, ଏହା ନିଶ୍ଚିତ ଯେ ଏକ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତିରୋଧକ ଶକ୍ତି ଅଧିକ ହୁଏ, କିନ୍ତୁ ଏହା ନୁହେଁ ଯେ ଆପଣ ପୁନର୍ବାର ସଂକ୍ରମଣ ପାଇପାରିବେ ନାହିଁ। ଯଦି WHO ଏବଂ ବୈଜ୍ଞାନିକମାନଙ୍କୁ ବିଶ୍ୱାସ କରାଯାଏ, ତେବେ ପ୍ରଥମେ କରୋନା ସଂକ୍ରମିତ ଲୋକମାନେ ପୁନର୍ବାର ସଂକ୍ରମିତ ହୋଇ ପାଇପାରନ୍ତି। ପ୍ରାକୃତିକ ପ୍ରତିରକ୍ଷା କେବଳ ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଯାହା ସଂକ୍ରମଣ ପରେ ମାତ୍ର ୩ ମାସ ପର୍ଯ୍ୟନ୍ତ ଉଚ୍ଚରେ ରହିଥାଏ।

୨- ଓମିକ୍ରନର ଲକ୍ଷଣଗୁଡ଼ିକ ସାମାନ୍ୟ ହାଲକା ଅଟେ। ଅଧିକାଂଶ ଲୋକ ଥଣ୍ଡା, ଜ୍ୱର ଏବଂ କାଶର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିପରି ଲୋକମାନେ ଘରେ ଔଷଧ ସେବନ କରି ଆରୋଗ୍ୟ ଲାଭ କରୁଛନ୍ତି। ତେବେ ଓମିକ୍ରୋନକୁ ହାଲୁକା ଭାବେ ନ ନେବାକୁ WHO ଚେତାବନୀ ଦେଇଛି। ଏହି କାରଣରୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନେକ ଲୋକ ଅସୁସ୍ଥ ହୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରୁଛନ୍ତି। ତେଣୁ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ।

୩- ଉଭୟ ଡୋଜ ଟୀକା ନେଇଥିବା ବ୍ୟକ୍ତି ଯଦି ଭାବୁଥାନ୍ତି ଯେ, ସେମାନେ ଆଉ ସଂକ୍ରମଣ ହୋଇପାରିବେ ନାହିଁ। ତେବେ ତାହା ବୁଲ ଧାରଣା। ଟିକା ପରେ ମଧ୍ୟ ଆପଣ କରୋନା ଶିକାର ହୋଇପାରନ୍ତି। ତଥାପି, ଏପରି ଲୋକମାନଙ୍କଠାରେ ଅତି ସାମାନ୍ୟ ଲକ୍ଷଣ ଦେଖାଯାଏ।

୪- ଓମିକ୍ରନ୍ କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଆପଣ ଆଦୌ ବେପରୁଆ ହେବା ଉଚିତ୍ ନୁହେଁ। ଯଦି ଆପଣ ସାମାନ୍ୟ ଥଣ୍ଡା, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, କାଶ କିମ୍ବା ସାମାନ୍ୟ ଜ୍ୱର ଭଳି ଲକ୍ଷଣ ଦେଖନ୍ତି, ତେବେ ଆପଣ ଥଣ୍ଡା ଏବଂ ଫ୍ଲୁରେ ସଂକ୍ରମିତ ହୋଇପାରନ୍ତି। କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ କୋଭିଡ ପରୀକ୍ଷା ମଧ୍ୟ କରିବା ଉଚିତ୍।

୫- ନୂଆ ବର୍ଷରେ, ଲୋକମାନେ ପାର୍ଟି କରନ୍ତି ଏବଂ ବହୁତ ସପିଂ କରନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକ ସାମାଜିକ ଦୂରତାକୁ ଭୁଲିଯାଉଛନ୍ତି। ଯଦି ଆପଣ କରୋନା ବିପଦକୁ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣ ସର୍ବସାଧାରଣ ସ୍ଥାନକୁ ଯିବା ଠାରୁ ଦୂରେଇ ରହିବା ଉଚିତ୍। ଭିଡ଼ ଭିତରକୁ ଯିବାବେଳେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରନ୍ତୁ। ଏହି ସମୟରେ ଅବହେଳା ଆପଣଙ୍କୁ ବିପଦରେ ପକାଇପାରେ।

୬- କରୋନାର ଦ୍ୱିତୀୟ ତରଙ୍ଗରେ, ଲୋକମାନେ ସେମାନଙ୍କର ପ୍ରିୟଜନଙ୍କୁ ହରେଇଥିବା ଦେଖିଛନ୍ତି। ଏହା ସତ୍ତ୍ୱେ ଲୋକମାନେ ପୁନର୍ବାର ମାସ୍କ ପିନ୍ଧିବା ବନ୍ଦ କରି ଦେଇଛନ୍ତି। ଏପରି ପରିସ୍ଥିତିରେ, ଆପଣ କରୋନାକୁ ନିମନ୍ତ୍ରଣ କରୁଛନ୍ତି। ଆପଣ ସଠିକ୍ ମାସ୍କ ବ୍ୟବହାର କରିବା ଉଚିତ୍। ମନେରଖନ୍ତୁ, କଥାବାର୍ତ୍ତା, କାଶ କିମ୍ବା ଛିଙ୍କିବା ସମୟରେ କରୋନା ଜୀବାଣୁ ନିଶ୍ୱାସ ପ୍ରଶ୍ୱାସରେ ବିସ୍ତାର ହୁଏ। ଏପରି ପରିସ୍ଥିତିରେ, ସଠିକ୍ ମାସ୍କ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିପାରିବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସ୍ବାସ୍ଥ୍ୟ

କରୋନାରେ ସଂକ୍ରମିତ ହେଲେ ଲତା ମଙ୍ଗେଶକର: ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେଶକର କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାର ସଦସ୍ୟ କହିଛନ୍ତି ଯେ, ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି। ଲତା ଦିଦିଙ୍କ ବୟସ ଦେଖି ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।

କୋଭିଡ କାରଣରୁ ଲତା ମଙ୍ଗେଶକରଙ୍କୁ ନିମୋନିଆ ମିଳିଛି, ଯାହାକୁ କୋଭିଡ ନିମୋନିଆ କୁହାଯାଏ। ଲତା ମଙ୍ଗେଶକର ଶନିବାର ରାତିରୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଆଜିଠୁ ବୁଷ୍ଟର ଡୋଜ, ପ୍ରଥମ ଦୁଇ ଡୋଜର କେତେ ଦିନ ପରେ ଏବଂ କାହାକୁ ଏହା ଦିଆଯିବ

ଭୁବନେଶ୍ବର:  ଆଜିଠାରୁ ସାରା ଭାରତରେ ଆରମ୍ଭ ହେଉଛି ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ। ଓଡିଶାରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇଛି। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ ଲାଇନ ଅନୁସାରେ ଏହି ଡୋଜ ବର୍ତ୍ତମାନ ସମସ୍ତଙ୍କୁ ଦିଆଯିବ ନାହିଁ। ସେଥିପାଇଁ ବୟସ ସୀମା ଏବ ବର୍ଗୀକରଣ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗ ଅନୁସାରେ ବର୍ତ୍ତମାନ ଏହି ବୁଷ୍ଟର ଡୋଜ କେବଳ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଏବଂ ଯେଉଁମାନଙ୍କର ବହୁ ରୋଗରେ ପିଡିତ ସେମାନଙ୍କୁ ଦିଆଯିବ। ସେହିପରି ସ୍ବାସ୍ଥ୍ୟ କର୍ମି ଏବଂ ଏହା ସହିତ ଜଡିତ ବ୍ୟକ୍ତିମାନଙ୍କୁ ଏହି ବୁଷ୍ଟର ଡୋଜ ପ୍ରଦାନ କରାଯିବ।

ଓଡିଶାର ସ୍ବାସ୍ଥ୍ୟ ବିଭାଗ ଅନୁସାରେ ରାଜ୍ୟରେ ବର୍ତ୍ତମାନ 60 ବର୍ଷରୁ ଉର୍ଦ୍ଧ୍ବ ବୟସର ପ୍ରାୟ 60 ଲକ୍ଷ 37 ହଜାର ବ୍ୟକ୍ତି ଅଛନ୍ତି। ସେହିପରି ରାଜ୍ୟରେ ସ୍ବାସ୍ଥ୍ୟ କର୍ମିମାନଙ୍କ ସଂଖ୍ୟା ହେଲା 7 ଲକ୍ଷ 5 ହଦାର ଅଛନ୍ତି। ପ୍ରଥମେ ଏହିମାନଙ୍କୁ ଆଜିଠାରୁ ବୁଷ୍ଟର ଡୋଜ ଟିକା ପ୍ରଦାନ ଆରମ୍ଭ କରାଯାଇଛି।

ତେବେ ଏହି ଟିକା ନେବାର ସମୟ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ସେହି ଅନୁସାରେ ଯେଉଁମାନେ ପ୍ରଥମ ଦୁଇ ଡୋଜ ନେଇଥିବେ ସେମାନେ 2ୟ ଡୋଜର 39 ସପ୍ତାହ ମଧ୍ୟରେ ଏହି ବୁଷ୍ଟର ଡୋଜ ଗ୍ରହଣ କରିବେ। ପୂର୍ବରୁ ସେମାନେ ଯେଉଁ ଦୁଇ ଡୋଜ ନେଇଛନ୍ତି ସେହି ଅନୁସାରେ କୋୟୁନି ୱେବସାଇଟରେ ତଥ୍ୟ ରହିଛି। ତାହାକୁ ଆଧାର କରି ଏହି ବୟସର ବ୍ୟକ୍ତଙ୍କ ପାଖକୁ ମେସେଜ୍ ପଠାଇବାର ବ୍ୟବସ୍ଥା କରାଯାଇଛି।

ଯେଉଁମାନେ ଏହି ମେସଜ ପାଇବେ ସେମାନେ ସ୍ଲଟ ବୁକିଂ କରିପାରିବେ। ନଚେତ ଅନ୍ୟ କୌଣସି ବ୍ୟବସ୍ଥାରେ ବୁଷ୍ଟର ଡୋଜ ସ୍ଲଟ ବୁକିଂ କରିହେବ ନାହିଁ। ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଏହି ବୁଷ୍ଟର ଡୋଜ ପାଇଁ ପୂର୍ବପରି ଭିଡ ହେବ ନାହିଁ। ହେଲେ ପରବର୍ତ୍ତି ସମୟରେ ଭିଡକୁ ଦେଖି ଟିକା କେନ୍ଦ୍ର ବୃଦ୍ଧି କରାଯିବ ବୋଲି ନିଷ୍ପତି ହୋଇଛି।

Categories
ଆଜିର ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଓମିକ୍ରନ୍ ଠାରୁ ଦୂରେଇ ରହିବା ପାଇଁ କାଙ୍କଡ ଖାଆନ୍ତୁ, ବଢାଇଥାଏ ରୋଗ ପ୍ରତିରୋଧକ ଶକ୍ତି

ନୂଆଦିଲ୍ଲୀ: କରୋନା ଅବଧି ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଭିଟାମିନ୍ ଏବଂ ମିନେରାଲରେ ଭରପୂର ଖାଦ୍ୟ ଖାଆନ୍ତୁ। ଆପଣଙ୍କୁ କାଶ ଏବଂ ଥଣ୍ଡା ଠାରୁ ରକ୍ଷା କରିବା ପାଇଁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ ରଖିବା ଜରୁରୀ। ଏଥିପାଇଁ ପୁଷ୍ଟିକର ସମୃଦ୍ଧ ଫଳ ଏବଂ ପନିପରିବା ଆପଣଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ। ଆପଣ ଏପରି ପନିପରିବା ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍, ଯାହାଦ୍ୱାରା ଆପଣ ଆବଶ୍ୟକୀୟ ଭିଟାମିନ୍ ଏବଂ ମିନେରାଲ୍ସ ପାଇପାରିବେ। ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ୱତନ୍ତ୍ର ପନିପରିବା କାଙ୍କଡ ବିଷୟରେ କହୁଛୁ, ଯାହା ଆପଣଙ୍କ ଶରୀରକୁ ସମସ୍ତ ଜରୁରୀ ଭିଟାମିନ୍ ଦେଇଥାଏ। ଏହା ଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିଥାଏ। କାଙ୍କଡ କେବଳ ଏକ ପନିପରିବା ନୁହେଁ ବରଂ ଔଷଧ ଭଳି କାମ କରେ। ଏଥିରେ ଭିଟାମିନ୍ ବି ୧୨, ଭିଟାମିନ୍ ଡି, କ୍ୟାଲସିୟମ୍, ଜିଙ୍କ୍, କପର ଏବଂ ମ୍ୟାଗ୍ନେସିୟମ୍ ଭଳି ସମସ୍ତ ପୋଷକ ତତ୍ତ୍ୱ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ କରେ। ଉପକାରିତା ଜାଣନ୍ତୁ…

ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ସମସ୍ତ ପୋଷକ ତତ୍ତ୍ୱ କାଙ୍କଡରେ ମିଳିଥାଏ। କଙ୍କୁଡିରେ ପ୍ରୋଟିନ୍, ଫାଇବର, କାର୍ବୋହାଇଡ୍ରେଟ୍, ଭିଟାମିନ୍ ବି ୧, ବି ୨, ବି ୩, ବି ୫, ବି ୬, ବି ୯, ବି ୧୨, ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଡି ୨ ଏବଂ ୩, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, ଭିଟାମିନ୍ ଏଚ, ଭିଟାମିନ୍ କେ, କପର, ଜିଙ୍କ୍ ମିଳିଲା। ଏହା ଏକ ସାଧାରଣ ପନିପରିବା ନୁହେଁ। ଏହି ପନିପରିବାରେ ସମସ୍ତ ଭିଟାମିନ୍ ଥାଏ, ଯାହା ଶରୀରକୁ ଶକ୍ତିଶାଳୀ କରିଥାଏ। କାଙ୍କଡ ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ। ଏହାକୁ ଖାଇବା ଦ୍ୱାରା ବହୁତ ଶକ୍ତି ମିଳିଥାଏ।

ଏହି ରୋଗ ପାଇଁ କାଙ୍କଡ ଉପକାରୀ:

– କାଙ୍କଡ ମଧ୍ୟ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। ଆୟୁର୍ବେଦରେ କାଙ୍କଡ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

– କାଙ୍କଡ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହା କାଶ ଏବଂ ଥଣ୍ଡା ସମସ୍ୟାକୁ ମଧ୍ୟ ଦୂର କରିଥାଏ।

– କାଙ୍କଡ ଖାଇବା ଦ୍ୱାରା ମୁଣ୍ଡବିନ୍ଧା, କେଶ ଝଡିବା, କାନ ଯନ୍ତ୍ରଣା, କାଶ, ପେଟ ସଂକ୍ରମଣ ହୁଏ ନାହିଁ।

– କାଙ୍କଡ ଖାଇବା ଦ୍ୱାରା ପାଇଲସ୍ ଏବଂ ଜଣ୍ଡିସ୍ ଭଳି ରୋଗ ମଧ୍ୟ ଦୂର ହୋଇଥାଏ।

– ଏହାକୁ ଖାଇବା ଦ୍ୱାରା ମଧୁମେହ ମଧ୍ୟ ବହୁତ ଲାଭଦାୟକ ଅଟେ। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ।

– ପକ୍ଷାଘାତ, ଫୁଲା, ଚେତାଶୂନ୍ୟତା ଏବଂ ଆଖି ଜନିତ ସମସ୍ୟାରେ କାଙ୍କଡର ଲାଭ ମଧ୍ୟ ବ୍ୟବହୃତ ହୁଏ।

– ଜ୍ୱର ହେଲେ ମଧ୍ୟ ଆପଣ କାଙ୍କଡ ଖାଇପାରିବେ

– ଏହା ରକ୍ତଚାପ ଏବଂ କର୍କଟ ଭଳି ଗମ୍ଭୀର ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରେ।

ବିଦ୍ର: ଏହି ପ୍ରବନ୍ଧରେ ଉଲ୍ଲେଖ କରାଯାଇଥିବା ପଦ୍ଧତି, ପ୍ରକ୍ରିୟା ଏବଂ ଦାବିକୁ ନିଶ୍ଚିତ କରେ ନାହିଁ। ଏହାକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ। ଏହିପରି କୌଣସି ଚିକିତ୍ସା/ଔଷଧ/ ଡାଏଟ୍ ଅନୁସରଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରର ଏହି ବିଦ୍ୟାଳୟରେ ପହଞ୍ଚିଲା କରୋନା, ସଂକ୍ରମିତ ହେଲେ ୧୦ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ତୃତୀୟ ଲହର ସାରା ଦେଶକୁ କଲବଲ କରୁଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ଓଡ଼ିଶା। ଆଜି ଓଡ଼ିଶାରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯେଉଁଥିରେ କେବଳ ଖୋର୍ଦ୍ଧାରୁ ୬୬୯ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ତୃତୀୟ ଲହର ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି।

ସୂଚନା ମୁତାବକ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଆଶ୍ରମ ବିଦ୍ୟାଳୟରେ ଗତ ଦୁଇ ଦିନ ମଧ୍ୟରେ ୧୦ ଜଣ ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମଧ୍ୟରେ ୫ ଜଣ ଛାତ୍ର, ୪ ଜଣ ଛାତ୍ରୀ ଏବଂ ଜଣେ ବିଦ୍ୟାଳୟ କର୍ମଚାରୀ ପଜିଟିଭ ଥିବା ଜଣାପଡିଛି। ତେବେ ପ୍ରଶାସନିକ ପଦକ୍ଷେପ ସ୍ୱରୂପ ଆଜି ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଉକ୍ତ ବିଦ୍ୟାଳୟକୁ ପହଞ୍ଚି ସ୍ଥିତି ପରଖିବା ସହ ବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପଜିଟିଭମାନଙ୍କୁ ହୋମ ଆଇସୋଲେସନରେ ବର୍ତ୍ତମାନ ରଖାଯାଇଥିବାବେଳେ ମେଡିକାଲ ପକ୍ଷରୁ ଆରଆରଟି ଟିମ ପହଞ୍ଚି ସର୍ଭେ ଜାରି ରଖିଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣିର ୫୭ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ସମସ୍ତଙ୍କ ଆଣ୍ଟିଜେନ ଟେଷ୍ଟ ଜାରି ରହିଥିବାର ତହସିଲଦାର ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ବଡ ଲମ୍ଫ ଦେଲା କରୋନା, 24 ଘଣ୍ଟାରେ 90928 ଆକ୍ରାନ୍ତ ଚିହ୍ନଟ, ଓମିକ୍ରନର ସଂଖ୍ୟା 2630 କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଗତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏହା ସହିତ, ଓମିକ୍ରନ୍, କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାରେ 90 ହଜାର 928 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ସମୟରେ 325 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାର ଓମିକ୍ରନ୍ ର 2630 ମାମଲା ରିପୋର୍ଟ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷ 85 ହଜାର 401 କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 4 ଲକ୍ଷ 82 ହଜାର 876 କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି 19 ହଜାର 206 ଜଣ ଲୋକ ଆରୋଗ୍ୟ ଲାଭ କରିଥିଲେ, ଯାହା ପରେ ଏପର୍ଯ୍ୟନ୍ତ 3 କୋଟି 43 ଲକ୍ଷ 411 ହଜାର 9 ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ସେହିଭଳି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 2630 ଲୋକ ଓମିକ୍ରନ୍ ରେ ସଂକ୍ରମିତ ହୋଇଛନ୍ତି। ଏହି ଭାରିଆଣ୍ଟରେ ସଂକ୍ରମିତ ରାଜ୍ୟ ସଂଖ୍ୟା ଦେଶରେ 26 କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ମାମଲା ରହିଛି। ଏହା ପରେ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ 797, ଦିଲ୍ଲୀରେ 465 ଏବଂ ରାଜସ୍ଥାନରେ 236 ଜଣ ଲୋକ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜିର ରିପୋର୍ଟ କରିଛି ଚକିତ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮,୦୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ହାର୧୫.୫୪ ପ୍ରତିଶତ ବୃଦ୍ଧି ପାଇଛି। ତଥ୍ୟ ଅନୁସାରେ ବର୍ତ୍ତମାନ ଭାରତର ଆକ୍ଟିଭ୍ କେସ୍ ୨,୧୪,୦୦୪ କୁ ହ୍ରାସ ପାଇଛି।

ସେହିପରି ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୧ ପ୍ରତିଶତ ଅଟେ। ସମଗ୍ର ଦେଶରେ ସମୁଦାୟ ୩,୪୩,୨୧,୮୦୩ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୫,୩୮୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୦୧ ପ୍ରତିଶତ କୁ ହ୍ରାସ ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୦,୧୮,୩୫୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪୨୧୭୪ ଜଣ।  ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୩୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୨,୫୫୧ କୁ ବୃଦ୍ଧି ପାଇଛି। ସକ୍ରୀୟ ଆକ୍ରାନ୍ତ ୦.୬୧ ପ୍ରତିଶତ, ଆରୋଗ୍ୟ ହୋଇଛନ୍ତି ୯୮.୦୧ ପ୍ରତିଶତ ଏବଂ ମୃତ୍ୟୁ ସଂଖ୍ୟା ୧.୩୮ ପ୍ରତିଶତ ଅଛି।

ସେହିପରି ଟିକାକରଣରେ ଦେଶରେ ମୋଟ ଟିକାକରଣ ୧, ୪୭ କୋଟି  ୭୨ ଲକ୍ଷ ୦୮ ହଜାର ୮୪୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୯୬ ଲକ୍ଷ ୪୩ ହାଜର ୨୩୮।

Categories
ବିଶେଷ ଖବର ରାଜ୍ୟ ଖବର

ବାଜିଲା ତୃତୀୟ ଲହରର ଘଣ୍ଟି, ଆଜି ଓଡିଶାର ଆକ୍ରାନ୍ତ ସଂଖ୍ୟା ହଜାରେ ଡେଇଁଲା, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର: ବର୍ତ୍ତମାନ ଓଡିଶା କରୋନାର ତୃତୀୟ ଲହର ଆଡକୁ ମୁହାଁଇବାରେ ଲାଗିଛି। ସେ ନେଇ ଆଜି ବାଜିଛି ସତର୍କ ଘଣ୍ଟି। କାରଣ ଆଜି ରାଜ୍ୟରେ ଯେତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ପ୍ରଶାସକଙ୍କର ଚିନ୍ତା ବଢାଇଛି। କାରଣ ଆଜି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହଜାରେ ଟପିଲା। ଅର୍ଥାତ ଆଜି ମୋଟ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୮୭ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୭୧୦ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ପୂର୍ବପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏହି ଜିଲ୍ଲାରୁ ୪୫୬ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ସଂଖ୍ୟା ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୨
୩- ବରଗଡ଼ ଜିଲ୍ଲାରୁ – ୨୧
୪- ଭଦ୍ରକ ଜିଲ୍ଲାରୁ – ୬
୫- ବଲାଙ୍ଗୀର ଜିଲ୍ଲାରୁ – ୧୪
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୮୦
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୪
୧୦- ଗଜପତି ଜିଲ୍ଲାରୁ – ୧
୧୧- ଗଞ୍ଜାମ ଜିଲ୍ଲାରୁ – ୯
୧୨- ଜଗତସିଂହପୁର ଜିଲ୍ଲାରୁ – ୧୩
୧୩- ଯାଜପୁର ଜିଲ୍ଲାରୁ – ୪୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୩
୧୫- କଳାହାଣ୍ଡି ଜିଲ୍ଲାରୁ – ୪
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୯
୧୭- କେନ୍ଦୁଝର ଜିଲ୍ଲାରୁ – ୨୫
୧୮- ଖୋର୍ଦ୍ଧାରୁ-୪୫୬
୧୯- କୋରାପୁଟ ଜିଲ୍ଲାରୁ – ୩
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୪୦
୨୧- ନବରଙ୍ଗପୁର ଜିଲ୍ଲାରୁ- ୧୩
୨୨- ନୟାଗଡ଼ ଜିଲ୍ଲାରୁ – ୩
୨୩- ନୂଆପଡ଼ା ଜିଲ୍ଲାରୁ – ୨
୨୪- ପୁରୀ ଜିଲ୍ଲାରୁ – ୩୦
୨୫- ରାୟଗଡ଼ା ଜିଲ୍ଲାରୁ – ୮
୨୬- ସମ୍ବଲପୁର ଜିଲ୍ଲାରୁ – ୯୯
୨୭- ସୋନପୁର ଜିଲ୍ଲାରୁ – ୩
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬୬
୨୯- ଷ୍ଟେଟ ପୁଲ- ୧୧୦

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଦ୍ରୁତଗତିରେ ବଢୁଛି କରୋନା, କେବଳ ଖୋର୍ଦ୍ଧରେ ୨୬୩: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୬୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୮୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୩୪

ବରଗଡ ଜିଲ୍ଲାରୁ- ୧୪

ବଲାଙ୍ଗୀରି ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ – ୫୯

ଦେବଗଡ ଜିଲ୍ଲାରୁ- ୯

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୪

ଗଞ୍ଜାମ ଜିଲ୍ଲାରୁ- ୧୨

ଜଗତସିଂହପୁର ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୭

ଝାରସୁଗୁଡା ଜିଲ୍ଲାରୁ- ୨୫

କେନ୍ଦ୍ରାପଡା ଜିଲ୍ଲାରୁ- ୩

କେନ୍ଦୁଝର ଜିଲ୍ଲାରୁ- ୮

ଖୋର୍ଦ୍ଧା ଜିଲ୍ଲାରୁ- ୨୬୩

କୋରାପୁଟ ଜିଲ୍ଲାରୁ- ୯

ମୟୂରଭଞ୍ଜ ଜିଲ୍ଲାରୁ- ୮

ନବରଙ୍ଗପୁର ଜିଲ୍ଲାରୁ- ୧୩

ନୟାଗଡ ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୧୫

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୪୨

ସୋନପୁର ଜିଲ୍ଲାରୁ- ୬

ସୁନ୍ଦରଗଡ ଜିଲ୍ଲାରୁ- ୬୯

ଷ୍ଟେଟ ପୁଲରୁ- ୬୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୨୫୫ ଏବଂ ବର୍ତ୍ତମାନ ୨୮୮୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ପହଞ୍ଚିଲା କରୋନା: ପରିବାରରୁ ଦୁଇ ସଂକ୍ରମିତ

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରାଙ୍କ ଘରେ କରୋନା ଭାଇରସର ବିପଦ ପହଞ୍ଚିଛି। ଟ୍ୱିଟରରେ ସୂଚନା ଦେଇ ପ୍ରିୟଙ୍କା ଲେଖିଛନ୍ତି, ମୋର ପରିବାରର ଜଣେ ସଦସ୍ୟ ଏବଂ ମୋର ଜଣେ କର୍ମଚାରୀ ଗତକାଲି କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ମୋର ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ମୁଁ ଅଲଗା ରହିବା ଏବଂ କିଛି ଦିନ ପରେ ପୁନର୍ବାର ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଦିଲ୍ଲୀରେ କରୋନା ମାମଲାରେ ଏକ ବଡ଼ ଲମ୍ଫ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪ ହଜାର ୯୯ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଜଣେ ବ୍ୟକ୍ତି ମଧ୍ୟ ଏହି କାରଣରୁ ମୃତ୍ୟୁବରଣ କରିଛନ୍ତି। ଏଥି ସହିତ, ଦିଲ୍ଲୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ ହଜାର ୯୮୬କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ବୃଦ୍ଧି ପାଇବାରେ ଲାଗିଛି ଦେଶରେ କରୋନା ସଂକ୍ରାମଣ, ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩,୭୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମଧ୍ୟ ଦିନକୁ ଦିନ ନୂଆନୂଆ ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି।

ବର୍ତ୍ତମାନ ଭାରତର ଆକ୍ଟିଭ୍ କେସ୍ ୧,୪୫,୫୮୨ କୁ ବୃଦ୍ଧି ହୋଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୨% ଅଟେ। ସମଗ୍ର ଦେଶରେ ସମୁଦାୟ ୩,୪୨,୯୫,୪୦୭ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୮୪୬ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୨୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୨୨,୮୮୨ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୨୭୮୧ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୨୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୧,୮୯୩ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆସିଲା କି ତୃତୀୟ ଲହର? କରୋନାରେ ୩୩,୭୫୦ ସଂକ୍ରମିତ, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦ କୁ ବୃଦ୍ଧି

ନୂଆଦିଲ୍ଲୀ: ଓମିକ୍ରନ୍ ର ବିପଦ ମଧ୍ୟରେ କରୋନା ଭାଇରସ୍ ସଂକ୍ରମଣ ପୁଣି ଥରେ ସାରା ଦେଶରେ ବ୍ୟାପିବାରେ ଲାଗିଛି। ରାଜଧାନୀ ଦିଲ୍ଲୀ-ମୁମ୍ବାଇ ସହିତ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାର ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୭୫୦ ନୂତନ ମାମଲା ହୋଇଥିବାବେଳେ ଏହି ସମୟ ମଧ୍ୟରେ ୧୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୪୫ ହଜାର ୫୮୨ କୁ ବୃଦ୍ଧି ପାଇଛି।

ତେବେ ଏହି ସମୟ ମଧ୍ୟରେ କରୋନାରୁ ୧୦ ହଜାର ୮୪୬ ଜଣ ଲୋକ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ, ଦେଶରେ କରୋନାରୁ ଆରୋଗ୍ୟ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୯୫ ହଜାର ୪୦୭ କୁ ବୃଦ୍ଧି ପାଇଛି। ଏହି ମହାମାରୀ ହେତୁ ଏପର୍ଯ୍ୟନ୍ତ ୪ ଲକ୍ଷ ୮୧ ହଜାର ୮୯୩ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ, ଏପର୍ଯ୍ୟନ୍ତ ରେକର୍ଡ ୧୪୫ କୋଟିରୁ ଅଧିକ ଟୀକାକରଣ କରାଯାଇଛି। କରୋନାଙ୍କ ନୂତନ ପ୍ରକାର ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୧୭୦୦ କୁ ବୃଦ୍ଧି ପାଇଛି। ଭଲ କଥା ହେଉଛି ଏହି ଲୋକମାନଙ୍କ ମଧ୍ୟରୁ ୬୩୯ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

‘ଟପ୍ ଗିଅର୍’ରେ କରୋନା!, ପ୍ରତିଦିନ ମୁମ୍ବାଇରେ ସଂକ୍ରମଣ ହୋଇପାରନ୍ତି ୫୦ ହଜାରରୁ ୧ ଲକ୍ଷ ଲୋକ

ମୁମ୍ବାଇ: ଓମିକ୍ରନ୍ ଏବଂ କରୋନାର ନୂଆ ଭାରିଆଣ୍ଟ ସମ୍ବନ୍ଧୀୟ ବିପଦ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁମ୍ବାଇ ସହରରେ ଭିଡ଼ ନହେବା ପାଇଁ ସରକାର ପ୍ରତି ୨୪ ଘଣ୍ଟାରେ ଟାସ୍କ ଫୋର୍ସ ସହିତ ଏକ ବୈଠକ କରୁଛନ୍ତି। ମୁମ୍ବାଇରେ ଦୈନିକ ୫୦ ହଜାରରୁ ୧ ଲକ୍ଷ ଲୋକ ସଂକ୍ରମଣ ହେବେ ବୋଲି ଆଶା କରାଯାଉଛି।

ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଅସଲାମ ଶେଖ କହିଛନ୍ତି ଯେ, ସମଗ୍ର ଦେଶରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ବ୍ୟତୀତ ବିଦେଶରେ ମଧ୍ୟ କରୋନା ଭାଇରସ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି। ୟୁରୋପରେ ପ୍ରତିଦିନ ୧.୫ ଲକ୍ଷରୁ ଅଧିକ କରୋନା ରୋଗୀ ମିଳୁଛନ୍ତି। ଯଦି ଏହା ଜାରି ରହେ, ତେବେ ମୁମ୍ବାଇରେ ଦୈନିକ ୫୦ ହଜାରରୁ ୧ ଲକ୍ଷ କରୋନାରେ ଆକ୍ରାନ୍ତ ହୋଇପାରନ୍ତି। ଏହାକୁ ରୋକିବା ପାଇଁ ସରକାର ପ୍ରତି ୨୪ ଘଣ୍ଟାରେ ଟାସ୍କଫୋର୍ସ ସହିତ ଏକ ବୈଠକ କରୁଛନ୍ତି।

ନୂଆ ବର୍ଷ ଉତ୍ସବ ସଂପର୍କରେ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ପ୍ରତିବନ୍ଧକ ଲଗାଯାଇଛି। ଅନେକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କରୋନା ପ୍ରତିବନ୍ଧକ ସତ୍ତ୍ୱେ ଯଦି କେହି ଆଇନ ଉଲଂଘନ କରନ୍ତି, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପୋଲିସକୁ ଏନେଇ ସତର୍କ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ବଢୁଛି ଓମିକ୍ରନ୍ ର ବିପଦ: ୨୭ ଦିନରେ ୨୧ ଟି ରାଜ୍ୟରୁ ଚିହ୍ନଟ ହେଲେ ୭୮୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଓମିକ୍ରୋନର ବିପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। କରୋନାର ଏହି ନୂତନ ଭାରିଆଣ୍ଟ ଦେଶର ୨୧ ଟି ରାଜ୍ୟରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ ର ୧୨୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଦେଶରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୭୮୧ କୁ ବୃଦ୍ଧି ପାଇଛି। ତେବେ ଓମିକ୍ରନର ୨୪୧ ରୋଗୀ ମଧ୍ୟ ଚିକିତ୍ସା ପରେ ସୁସ୍ଥ ହୋଇଯାଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ମାମଲା ସର୍ବାଧିକ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି।

ଓମିକ୍ରନ୍ ମାମଲା ଦିଲ୍ଲୀରେ ୨୩୮, ମହାରାଷ୍ଟ୍ରରେ ୧୬୭, ଗୁଜୁରାଟରେ ୭୩ ଏବଂ କେରଳରେ ୬୫ କୁ ବୃଦ୍ଧି ପାଇଛି। ଏହି ସମୟରେ, କରୋନା ଦେଶବ୍ୟାପୀ ଟୀକାକରଣ ଅଧୀନରେ ଏପର୍ଯ୍ୟନ୍ତ ୧୪୩.୧୫ କୋଟି ଲୋକଙ୍କୁ ଟିକା ଦିଆଯାଉଛି। ଦେଶରେ କରୋନା ର ସକ୍ରିୟ ମାମଲା ବର୍ତ୍ତମାନ ୭୭ ହଜାର ୨ ରହିଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୧୯୫ ଟି ନୂଆ ମାମଲା ରୁଜୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୩୪୭ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ପରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୫୧ ହଜାର ୨୯୨ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ପୁଣି ଲାଗୁ ହେଲା ନାଇଟ କର୍ଫ୍ୟୁ, ଆସନ୍ତାକାଲିଠାରୁ ଦୋକାନବଜାର ବନ୍ଦ କରିବାକୁ ଘୋଷଣା

ନୂଆଦିଲ୍ଲୀ: ପୁଣି ଥରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଛି। ବର୍ତ୍ତମାନ ଓମିକ୍ରମ ଭାରିଆଣ୍ଟର ସଂକ୍ରାମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା ଦିଲ୍ଲୀ ସରକାର କରିଛନ୍ତି। ସେହି ଅନୁସାରେ ଆସନ୍ତାକାଲିଠାରୁ ରାତି 11 ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ ହେବ। ଫଳରେ ଏହି ସମୟରେ ଦୋକାନବଜାର ସବୁ ବନ୍ଦ ରହିବ। କେବଳ ଜରୁରୀ କାଳୀନ ସେବା ଜାରୀ ରହିବ।

ବର୍ତ୍ତମାନ ଦିଲ୍ଲୀରେ ଓମିକ୍ରମ ସଂକ୍ରାମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ଗୋଟିଏ ଦିନରେ ଦିଲ୍ଲୀରେ 290ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ସର୍ବାଧିକ ଆକ୍ରାନ୍ତ ଦିଲ୍ଲୀରେ ଅଛନ୍ତି। ଫଳରେ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଡରାଇଲାଣି ଓମିକ୍ରନ: ୱାର ରୁମ ସହ କଣ୍ଟେନମେଣ୍ଟ ଜୋନ ପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଧିରେ ଧିରେ ଦେଶକୁ କରୋନାର ନୂଆ ଓମିକ୍ରନ ଭାରିଆଣ୍ଟ ପ୍ରସାର ଲାଭ କରିବାରେ ଲାଗିଛି। ଏହା ଏତେ ଦ୍ରୁତ ଗତିରେ ମାଡି ଚାଲିଛି ଯେ, ତାହାକୁ ନିୟନ୍ତ୍ରଣ କରିବା କାଠିକର ପାଠ। ସେଥିପାଇଁ ସମସ୍ତ ରାଜ୍ୟ ସରକାର ୱାର ରୁମ ପ୍ରସ୍ତୁତ କରି ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ସଚିବ ଏ ନେଇ ରାଜ୍ୟଗୁଡିକୁ ଚିଠି ଲେଖି ଅବଗତ କରାଇଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ପୁଣି ଥରେ ଡାକ୍ତରଖାନା ପ୍ରସ୍ତୁତ କରି ରଖିବାକୁ ପଡିବ। ଏଥିସହିତ ଯଦି କୌଣସି ସ୍ଥାନରୁ ଅଧିକ ସଂଖ୍ୟକ ପଜେଟିଭ ଚିହ୍ନଟ ହେଲେ ତେବେ ସେ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କର। ସେହିପରି ପ୍ରଥମ ଲହର ବେଳେ ଯେପରି ବେଡ, ଅକ୍ସିଜେନ, ମେଡିକାଲ କର୍ମଚାରୀଙ୍କୁ ସଜାଗ ରଖାଯାଇଥିଲା ତାହା ମଧ୍ୟ କର। ଏହି ଚିଠି ପାଇବା ପରେ ବିଭିନ୍ନ ରାଜ୍ୟ ତରଫରୁ ବର୍ତ୍ତମାନ ତତ୍ପରତା ପ୍ରକାଶ ପାଇଛି।

କେନ୍ଦ୍ର ସରକାର କହିଛନ୍ତି ଯେ, ଅତି କମରେ ଯେଉଁଠି 10 ପ୍ରତିଶତ କରୋନା ପଜେଟିଭ ବାହାରିଲେ ତାହାକୁ ତୀକ୍ଷ୍ଣ ନଜରରେ ରଖ। ପୂର୍ବରୁ ନାଇଟ କର୍ଫ୍ୟୁକୁ ମଧ୍ୟ ଲାଗୁ କରାଯାଇପାରେ ବୋଲି କୁହାଯାଇଛି। ସେହିପରି ବିଭିନ୍ନ ଉତ୍ସବ, ବିବାହ, ବ୍ରତ, ମୃତ କାର୍ଯ୍ୟରେ ଯେପରି ଅଧିକ ଭିଡ ନ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି।

ଅନ୍ୟପକ୍ଷରେ କରୋନା ଟେଷ୍ଟିଂ ଏବଂ ଟିକାକରଣ ପାଇଁ ଗୁରୁତ୍ବ ଦେବାକୁ ମଧ୍ୟ କେନ୍ଦ୍ର ଗୃହ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଅନେକ ରାଜ୍ୟରେ ଟିକାକରଣ ଯେପରି ସଫଳତା ହାସଲ କରିବା କଥା ତାହା ହୋଇ ନାହିଁ। ସେଥିପାଇଁ ଟିକାକରଣକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ, ଦେଶରେ ଓମିକ୍ରନ ଫେବୃୟାରୀ ମାସରେ ଶୀର୍ଷକୁ ଛୁଇଁବ। ଏପରିକି ଦୈନିକ ସଂକ୍ରାମଣ ଦେଢ ଲକ୍ଷ ଟପିବ ବୋଲି ଅନୁମାନ କରାଯାଇଛି। ଏହି ଭାରିଏଣ୍ଟ ପୂର୍ବ ଅପେକ୍ଷା ତିନିଗୁଣା ସଂକ୍ରମଣ ଲକ୍ଷଣ ରହିଥିବାରୁ ଏହି ଆଶଙ୍କା ପ୍ରକାଶ ପାଇଛି। ସେଥିପାଇଁ ଏବେଠାରୁ ଏହା ବିରୋଧରେ ପ୍ରସ୍ତୁତି ନ କଲେ ପରବର୍ତ୍ତି ସମୟରେ ସ୍ଥିତି ଅସମ୍ଭାଳ ହେବ ବୋଲି ଚେତାବନୀ ଦିଆଯାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର 213 ଟି ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମଙ୍ଗଳବାର ଦିନ ଓମିକ୍ରନ୍ ଭାରିଆଣ୍ଟର 11 ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି। ଫଳରେ ସେହି ରାଜ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ 54 କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ଓମିକ୍ରନ୍ ମାମଲା 57 କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ କରୋନା ଟୀକାକରଣ ଅଭିଯାନ: ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଲୋକ ନେଇଛନ୍ତି ଟୀକା

ନୂଆଦିଲ୍ଲୀ: ବୁଧବାର ଦିନ ଦେଶରେ ଲୋକଙ୍କୁ ଦିଆଯାଇଥିବା ଆଣ୍ଟି-କୋଭିଡ ଟିକା ସଂଖ୍ୟା ୧୩୫ କୋଟି ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବୁଧବାର ଦିନ ୬୦ ଲକ୍ଷରୁ ୧୨ ହଜାରରୁ ଅଧିକ ଡୋଜ ଦିଆଯାଇଥିଲା, ଯେଉଁଥିରେ ୧୫ ଲକ୍ଷ ପ୍ରଥମ ଡୋଜ ଏବଂ ୪୫ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଥିଲା। ଏପର୍ଯ୍ୟନ୍ତ ସମୁଦାୟ ୧୩୫ କୋଟି ୨୫ ଲକ୍ଷ ୩୬ ହଜାର ୯୮୬ ଡୋଜ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟୀକାକରଣ କରାଯିବା ସହିତ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ, ଫେବୃଆରୀ ୨ ତାରିଖରୁ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟୀକାକରଣ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ୧ ତାରିଖରୁ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆରମ୍ଭ ହୋଇଥିଲା। ଦେଶରେ ଏପ୍ରିଲ ୧ ତାରିଖରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଥିଲା। ଏହା ପରେ ସରକାର ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଟୀକାକରଣକୁ ଅନୁମତି ଦେଇ ଟୀକାକରଣ ଅଭିଯାନକୁ ବିସ୍ତାର କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୁଣିଥରେ ବନ୍ଦ ହୋଇପାରେ ଅନ୍ତର୍ଜାତୀୟ ବିମାନ ସେବା, ଅନୁଧ୍ୟାନ କରୁଛି ଡିଜିସିଏ

ନୂଆଦିଲ୍ଲୀ: ପୁଣିଥରେ ବିମାନ ସେବା ବାଧା ପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହେଲାଣି। କାରଣ ବିଦେଶରେ ନୂଆ କରୋନା ଭାରିୟାଣ୍ଟ ଗୁରୁତର ଅବସ୍ଥା ସୃଷ୍ଟି କରିବାରେ ଲାଗିଛି। ଫଳରେ ସେହି ଭାରିୟାଣ୍ଟ ବିଦେଶରୁ ପୁଣି ଯାତ୍ରୀମାନଙ୍କ ଦ୍ବାରା ଆସିବାର ସମ୍ଭାବନା ରହିଛି। ସେଥିପାଇଁ ଅନ୍ତର୍ଜାତୀୟ ବିମାନ ସେବା ପୁଣିଥରେ ବନ୍ଦ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଆଜି ଏ ନେଇ ଡିଜିସିଏ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ନିର୍ଦ୍ଦେଶାଳୟ ବିଦେଶର ନୂଆ ଭାରିୟାଣ୍ଟର ପରିସ୍ଥିତିକୁ ଅନୁଧ୍ୟାନ କରୁଛି। ଏ ନେଇ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ଚାଲିଛି। ଖୁବ ଶିଘ୍ର ଏ କ୍ଷେତ୍ରରେ ନିଷ୍ପତି ନିଆଯିବ ବୋଲି ଡିଜିସିଏ କହିଛି।