Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ମାସ ପାଇଁ ନୂଆ କରୋନା ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା କରି ରାଜ୍ୟ ସରକାର ଏକ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଆଗକୁ ନୂଆ ବର୍ଷ ଆସୁଥିବାରୁ ପ୍ରବଳ ଭିଡକୁ ଏଡେଇବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଭିଡ ହେଲେ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା ଥିବାରୁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।

ତେଣୁ ଡିସେମ୍ବର ମାସରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ଡିସେମ୍ବର ୩୧ ତାରିଖ ଏବଂ ଜାନୁଆରୀ ୧ ତାରିଖରେ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ହେବା ପାଇଁ ବାରଣ କରାଯାଇଛି। ଜିରୋ ନାଇଟ ସେଲିବ୍ରେସନ, ପିକିନିକ, ବଣ ଭୋଜି ଉପରେ କଟକଣା ଲଗାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦିରେ ନୂଆ ବର୍ଷ ସମାରୋହ କରିବାକୁ ବାରଣ କରାଯାଇଛି।

ପୂର୍ବପରି ଡିସେମ୍ବର ମାସରେ ନାଇଟ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି। ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ ବୋଲି କୁହାଯାଉଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାର ନୂତନ ଭାରିଆଣ୍ଟକୁ ଏଡାଇବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ, ରାଜ୍ୟଗୁଡିକୁ ସହିତ ପ୍ରସ୍ତୁତ କଲା ମାଷ୍ଟରପ୍ଲାନ

ନୂଆଦିଲ୍ଲୀ: ଅନେକ ଦେଶରେ କରୋନା ଭାଇରସର ବିପଜ୍ଜନକ ଭାରିଆଣ୍ଟ ଓମିକ୍ରନ୍ ବିସ୍ତାର ହେତୁ ଭାରତରେ ଚିନ୍ତା ବଢିଛି। ବଢୁଥିବା ଚିନ୍ତା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଓମିକ୍ରନ୍ ମାମଲାର ଶୀଘ୍ର ଚିହ୍ନଟ ଏବଂ ଅନୁସନ୍ଧାନ ବୃଦ୍ଧି କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, RT- PCR ଏବଂ RAT ପରୀକ୍ଷା ଦ୍ୱାରା ନୂତନ ପ୍ରକାର ଚିହ୍ନଟ ହୋଇପାରିବ ନାହିଁ। ଘରୋଇ କ୍ଵାରେଣ୍ଟିନରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଏବଂ ତଦାରଖ ନିଶ୍ଚିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୁହାଯାଇଛି।

ସରକାରୀ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଭାଇରସ୍ ର ନୂଆ ଓମିକ୍ରନ୍ ଭେରିଏଣ୍ଟ୍ର କୌଣସି ମାମଲା ହୋଇନାହିଁ। ସମ୍ଭାବ୍ୟ ବିପଦକୁ ବିଚାରକୁ ନେଇ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସକ୍ରିୟ ନୀରିକ୍ଷଣ, ପରୀକ୍ଷଣ ବୃଦ୍ଧି, ଉଚ୍ଚ ସଂକ୍ରମିତ ଅଞ୍ଚଳ ଉପରେ ନଜର ରଖିବା, ଟୀକାକରଣ ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ଉପରେ ଧ୍ୟାନ ଦେବାକୁ କହିଛି।

ନଭେମ୍ବର ୨୮ ତାରିଖରେ ଭୂଷଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖିଥିବା ଏକ ପତ୍ରରେ ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ କଡା ନଜର ରଖିବାକୁ, ଜିନୋମ କ୍ରମରେ ନମୁନା ପଠାଇବାକୁ ସୁନିଶ୍ଚିତ କରିବାକୁ ଏବଂ କଠୋର COVID ଉପଯୁକ୍ତ ଅଭ୍ୟାସ ମାଧ୍ୟମରେ ଏହି VOC ଗୁଡ଼ିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବାକୁ ଆହ୍ଵାନ ଦିଆଯାଇଛି।

ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ବି ୧.୧.୧.୫୨୯ ଭାରିଆଣ୍ଟ ତଥା କୋଭିଡର ଓମିକ୍ରନ୍ ପ୍ରଥମେ ଚିହ୍ନଟ ହୋଇଥିଲା। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ‘ଚିନ୍ତାଜନକ ରୂପ’ ଘୋଷଣା କରିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଓମିକ୍ରନର କୌଣସି ମାମଲା ହୋଇନାହିଁ। ଏହା ସତ୍ତ୍ୱେ ଭାରତୀୟ SARS-CoV-2 ଜେନୋମିକ୍ କନ୍ସୋର୍ଟିଆ INSACOG (ଇଣ୍ଡିଆନ୍ SARS-CoV-2 କନ୍ସୋର୍ଟିୟମ୍ ଅନ୍ ଜେନୋମିକ୍ସ) ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପଜିଟିଭ ନମୁନାଗୁଡ଼ିକର ଜିନୋମ ବିଶ୍ଳେଷଣକୁ ତ୍ୱରାନ୍ୱିତ କରୁଛି।

ରବିବାର ଦିନ ‘ବିପଦପୂର୍ଣ୍ଣ’ ଦେଶକୁ ଯାତ୍ରା କରୁଥିବା କିମ୍ବା ଆସୁଥିବା ଲୋକଙ୍କ ପାଇଁ କେନ୍ଦ୍ର କଡା ନିର୍ଦ୍ଦେଶନାମା ଜାରି କରିଛି ଏବଂ ପରୀକ୍ଷା-ନୀରିକ୍ଷଣ ବ୍ୟବସ୍ଥା ତଥା ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି କରିବାକୁ ରାଜ୍ୟମାନଙ୍କୁ ଅନେକ ନିର୍ଦ୍ଦେଶନାମା ଜାରି କରିଛି। ଆନ୍ତର୍ଜାତୀୟ ବିମାନ ଉଡ଼ାଣର ପୁନଃ ସମୀକ୍ଷା ପାଇଁ ଏହା ମଧ୍ୟ ନିଷ୍ପତ୍ତି ନେଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସଚେତନତାର ଭିଡିଓ ବାର୍ତ୍ତା

ଭୁବନେଶ୍ୱର: କରୋନାର ନୂଆ ଭାରିଆଂଟର ଭୂତାଣୁ ଓମିକ୍ରନ ପାଇଁ ଭୟଭୀତ ନହୋଇ ଏହି ଭାଇରସକୁ ଧୈର୍ଯ୍ୟର ସହ ମୁକାବିଲା କରିବା ପାଇଁ ଓଡିଶା ସମେତ ଦେଶର ସମସ୍ତ ନାଗରିକଙ୍କୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତା ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବା ସହ ସମସ୍ତେ ମାସ୍କ ପିନ୍ଧିବା ଓ ସରକାରଙ୍କ କୋଭିଡ଼୍ ନିୟମକୁ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ଭାରତବର୍ଷର ନାଗରିକଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମାନବଜାତି କୋଭିଡ଼୍ ମହାମାରୀର ପ୍ରକୋପରୁ ନିଜକୁ ସମ୍ଭାଳିଆସିଛି। ଜୀବନଜୀବିକା ସ୍ୱାଭାବିକ ହୋଇଛି କିନ୍ତୁ ଦେଶର ନାଗରିକମାନେ ଏବେ ବି ମହାମାରୀ ସହ ସଂଘର୍ଷ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ବିଶ୍ୱକୁ ନୂଆ ଭାରିଆଂଟ ଓମିକ୍ରନ ଲୋକଙ୍କୁ ଚିନ୍ତାରେ ପକାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଭାରିଆଂଟ ଅଫ୍ କନସନ୍ ତଥା ଚିନ୍ତାଜନକ ଭାରିଆଂଟ ବୋଲି ବିବେଚନା କରିଛି। ତେବେ ଏଥିପାଇଁ ଚିନ୍ତା ଓ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଧିକାରୀଙ୍କ ସହ ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ନେଇ ସମୀକ୍ଷା କରିଛନ୍ତି। ନୂଆ ଭାରିଆଂଟ ନେଇ ଅଧିକ ସଜାଗ ରହିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଭାରତ ସରକାର ଏହି ସଂକ୍ରମଣ ଉପରେ ନଜର ରଖିବା ପାଇଁ ମନିଟରିଂ ବୃଦ୍ଧି ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନୂତନ ଭାରିଆଂଟ ଓମିକ୍ରନ ସମ୍ବନ୍ଧରେ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖି ବିଦେଶୀ ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ପରୀକ୍ଷଣ, ହଟସ୍ପଟ୍ ଉପରେ ନଜର, ସ୍ୱାସ୍ଥ୍ୟ ଭିତିଭୂମିରେ ଉନ୍ନତି ଏବଂ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୧୨୨ କୋଟି ୩୪ ଲକ୍ଷ ୮୧ ହଜାରରୁ ଉର୍ଦ୍ଧ୍ୱ ଲୋକ ନାଗରିକମାନେ ଟିକା ନେଇଥିବା ବେଳେ ଭାରତ ନୂଆ ମାଇଲଖୁଂଟ ଅତିକ୍ରମ କରିଛି। ସେଥିମଧ୍ୟରୁ ୭୮ କୋଟି ୩୩ ଲକ୍ଷ ୩୩ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍ ଓ ୪୪ କୋଟି ୧ ଲକ୍ଷ ୪୮ ହଜାରରୁ ଉର୍ଦ୍ଧ୍ଵ ଲୋକ ଦ୍ୱିତୀୟ ଡ଼ୋଜ୍‌ ନେଇସାରିଛନ୍ତି। ଓଡ଼ିଶାରେ ୪ କୋଟି ୩୦ ଲକ୍ଷ ୧୧ ହଜାରରୁ ଉର୍ଦ୍ଧ୍ୱ ଲୋକ ଟିକା ନେଇ ସାରିଛନ୍ତି। ୨ କୋଟି ୭୬ ଲକ୍ଷ ୮୩ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍ ଏବଂ ୧ କୋଟି ୫୩ ଲକ୍ଷ ୨୮ ହଜାରରୁ
ଉର୍ଦ୍ଧ୍ୱ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି।

ଓଡ଼ିଶାରେ ଏବେ ବି ଆମେ କୋଭିଡକୁ ହାଲୁକା ଭାବେ ନେଇପାରିବା ନାହିଁ। ୨ ହଜାରରୁ ଉର୍ଦ୍ଧ୍ୱ ଲୋକ କୋଭିଡ୍ ସଂକ୍ରମିତ ଅଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧ ହଜାର ୫୭ ଜଣ ସଂକ୍ରମିତ ଅଛନ୍ତି।

ମୋର ପ୍ରଥମ ଅନୁରୋଧ, ଟିକା ନେଇନଥିବା ଲୋକମାନେ ଶୀଘ୍ର ଟିକା ନିଅନ୍ତୁ। ଦେଶରେ ଟିକାର ଅଭାବ ନାହିଁ। ଭାରତ ସରକାର ରାଜ୍ୟ ମାନଙ୍କୁ ମାଗଣାରେ ପର୍ଯ୍ୟାପ୍ତ ଟିକା ଯୋଗାଇ ଦେଉଛନ୍ତି। ଏବେ ବି ଓଡ଼ିଶାରେ ୭୦ ଲକ୍ଷ ୫୯ ହଜାର ୨୧୫ ଟିକା ମହଜୁଦ୍ ଅଛି। ଜଣେ ଦାୟିତ୍ୱବାନ ନାଗରିକ ଭାବରେ ସମସ୍ତଙ୍କୁ ଟିକା ନେବା ପାଇଁ ପଡ଼ିବ। ଯେଉଁମାନେ ଏବେ ଯାଏଁ ଟିକା ନେଇନାହାନ୍ତି ସେମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ।

କେନ୍ଦ୍ର ସରକାରଙ୍କ ହର୍ ଘର ଦସ୍ତକ୍ ଅଭିଯାନ ଅର୍ଥାତ୍ ଘର ଘର ବୁଲି ଟିକା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ପଡ଼ିବ। ତୃତୀୟ ଲହରରୁ ରକ୍ଷା ପାଇବା ପାଇଁ ହେଲେ ରାଜ୍ୟ ସରକାର ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ତିନୋଟି ଟି- ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମଂଟକୁ ପୁଣି ଥରେ ଗୁରୁତ୍ୱ ଦେବା ପାଇଁ ହେବ।

କରୋନା ସହ ଆମର ଲଢ଼େଇ ସୀମିତ ନୁହେଁ। ଏଥିପାଇଁ ଆମକୁ ଲମ୍ବା ସମୟ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପଡ଼ିବ। ତେଣୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡ଼ିଶା ସରକାର ଓ ଜିଲ୍ଲା
ପ୍ରଶାସନକୁ ମଧ୍ୟ ପ୍ରସ୍ତୁତ ରହିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ଦେଶର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଶ୍ରମିକ, ଚାଷୀ ଭାଇ ତଥା ସମାଜର ସବୁ ବର୍ଗର ଭାଇ ଭଉଣୀ ମାନଙ୍କୁ ଅନୁରୋଧ- ସମସ୍ତେ ମାସ୍କ ପିନ୍ଧିବା, ସମସ୍ତେ କୋଭିଡ୍ ନିୟମକୁ କଡ଼ା କଡ଼ି ଭାବରେ ପାଳନ କରିବା। ସାମାନ୍ୟ ଲକ୍ଷଣ ଦେଖିଲେ କୋଭିଡ୍ ଟେଷ୍ଟ୍ କରିବା ସହ ଡ଼ାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

ବିଦେଶରୁ ଆସୁଥିଲେ ନିଜକୁ ପରୀକ୍ଷା କରିବା ସହ ଅତି କମରେ ୧୪ ଦିନ ନିଜକୁ ସଂଗରୋଧରେ ରଖନ୍ତୁ। ଡ଼ାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ।
ଓମିକ୍ରନ ଭାରିଆଂଟ୍ ପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ। ଆମକୁ ପୁଣି ଥରେ ଏହି ଭାଇରସକୁ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ହେବ।

ପୂର୍ବାପେକ୍ଷା ଅଧିକ ସଚେତନ ରହିଲେ ହିଁ ଆମେ ଲକଡାଉନ ଓ ଜୀବନଜୀବିକା ପ୍ରଭାବିତ ହେବାର ଆଶଙ୍କାକୁ ଦୂରେଇ ପାରିବା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ହିଁ ଆମେ ଏହି ସଂକଟରୁ ନିଶ୍ଚୟ ଉଦ୍ଧାର ହୋଇପାରିବା ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି
ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏହି ରାଜ୍ୟରେ ଚିନ୍ତାର କାରଣ ପାଲଟିଛି କରୋନା, ଦେଶର ସଂକ୍ରମଣ ହାର ଠାରୁ ପ୍ରାୟ ୧୫ ଗୁଣ ଅଧିକ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ କରୋନା ମାମଲା ଥମିବାରେ ନାଁ ନେଉନାହିଁ। ଗୋଟିଏ ଦିନରେ ରାଜ୍ୟରେ ୧୭୧ ଟି ନୂଆ ମାମଲା ଚିହ୍ନଟ ହେବା ପରେ କରୋନା ଜୀବାଣୁ ସଂକ୍ରମଣ ହାର ୧୫.୯୦ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହାର ୧.୧୨ ପ୍ରତିଶତ ରହିଛି। ଏହାର ଅର୍ଥ ହେଉଛି ମିଜୋରାମରେ ହାରାହାରି କରୋନା ସଂକ୍ରମଣ ଭାରତର ପ୍ରାୟ ୧୫ ଗୁଣ ଅଟେ। ସୋମବାର ଜଣେ ଅଧିକାରୀ କହିଛନ୍ତି ଯେ, ମିଜୋରାମରେ ଗତ ୨୪ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ୧ ହଜାର ୭୬ ନମୁନାରୁ ୧୭୧ ଜଣ ପଜିଟିଭ ହୋଇଛନ୍ତି। ରବିବାର ଦିନ ମୋଟ ୩୯୫ ଆକ୍ରାନ୍ତ ଏହି ରୋଗରୁ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି। ଯାହାଫଳରେ ମୃତ୍ୟୁ ସଂଖ୍ୟା ୪୬୨ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ରାଜ୍ୟରେ ୫ ହଜାର ୪୨୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି, ଯାହା ମୋଟ ରୋଗର ୪.୨୧ ପ୍ରତିଶତ ଅଟେ। ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୧,୨୨,୮୮୯ ଲୋକ କୋଭିଡ -୧୯ ରୁ ଉଦ୍ଧାର ହୋଇଛନ୍ତି ଏବଂ ପୁନରୁଦ୍ଧାର ହାର ୯୫.୪୨ ପ୍ରତିଶତ ଅଟେ।

Categories
ଆଜିର ଖବର ରାଜ୍ୟ ଖବର

ସାରା ରାଜ୍ୟରୁ ୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୧୨୯ ଜଣ

ଭୁବନେଶ୍ବର: ଆଜି ସାରା ରାଜ୍ୟରୁ ୨୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪ ଜଣ ଥିବା ବେଳେ କ୍ବାରଣ୍ଟାଇନରୁ ୧୫୩ ଜଣ ଅଛନ୍ତି। ସେହିପରି ସ୍ଥାନୀୟ ମାମଲା ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ତେବେ ସାରା ରାଜ୍ୟରୁ ଯେତେ ଆକ୍ରାନ୍ତ ବାହାରିଛନ୍ତି ସେମାନଙ୍କ ମଧ୍ୟରେ କେବଳ ଖୋର୍ଦ୍ଧାରୁ ୧୨୯ ଜଣ ଅଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧. ବାଲେଶ୍ବର: ୭
୨. ଭଦ୍ରକ: ୨
୩. ବଲାଙ୍ଗୀର: ୨
୪. କଟକ: ୨୧
୫. ଦେବଗଡ: ୭
୬. ଢେଙ୍କାନାଳ: ୫
୭. ଗଜପତି: ୯
୮. ଗଞ୍ଜାମ: ୩
୯. ଜଗତସିଂହପୁର: ୨
୧୦. ଯାଜପୁର: ୧୦
୧୧. ଝାରସଗୁଡା: ୧
୧୨. କେନ୍ଦ୍ରାପଡା: ୨
୧୩. କେଉଁଝର: ୨
୧୪. ଖୋର୍ଦ୍ଧା : ୧୨୯
୧୫. କୋରାପୁଟ: ୧
୧୬. ମୟୂରଭଞ୍ଜ: ୪
୧୭. ନବରଙ୍ଗପୁର: ୨
୧୮. ପୁରୀ: ୭
୧୯. ସମ୍ବଲପୁର: ୬
୨୦. ସୁନ୍ଦରଗଡ: ୯
୨୧. ରାଜ୍ୟ ପୁଲ୍: ୩୨

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଚିହ୍ନଟ ହେଲେ ୨୬୩ ଜଣ ନୂଆ କରୋନା ପଜିଟିଭ୍, ତିନିଜଣଙ୍କର ମୃତ୍ୟୁ

ଭୁବନେଶ୍ୱର : ଧିରେଧିରେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଜଣ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିବାର ଜଣାପଡିଛି । ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୩ ବୃଦ୍ଧି ପାଇଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଜଣେ ରହିଛି। ଆଜିର ତଥ୍ୟକୁ ସାମିଲ କଲେ ବର୍ତ୍ତମାନ ରାଜ୍ୟରେ ବର୍ତ୍ତମାନ ମୋଟ୍ ୧୦ ଲକ୍ଷ ୪୪ ହଜାର ୯୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୮୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦ ଲକ୍ଷ ୩୩ ହଜାର ୬୫୨ଜଣ ସୁସ୍ଥ ହୋଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ଦୀପାବଳିରେ ଦେଶରେ ଚିହ୍ନଟ ହେଲେ ୧୨ ହଜାର ୭୨୯ ନୂତନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କେବଳ ଦୀପାବଳିରେ ଭାରତରେ ୧୨ ହଜାର ୭୨୯ ନୂତନ କରୋନା ଆକ୍ରାନ୍ତ। ଏହାକୁ ମିଶାଇଲେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୩ କୋଟି ୪୩ ଲକ୍ଷ ୩୩ ହଜାର ୭୫୪ କୁ ବୃଦ୍ଧି ପାଇଲା। ବର୍ତ୍ତମାନ ସକ୍ରିୟା ମାମଲା ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୨୨ କୁ ବୃଦ୍ଧି ପାଇଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ୮ ଟାରେ ପ୍ରକାଶିତ ଅପଡେଟ୍ ତଥ୍ୟ ଅନୁଯାୟୀ, ୨୨୧ ଜଣ ଲୋକ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୯ ହଜାର ୮୭୩ କୁ ବୃଦ୍ଧି ପାଇଛି। ଗତ ୨୮ ଦିନ ମଧ୍ୟରେ ଦେଶରେ କୋଭିଡ -୧୯ ର ଦୈନିକ ମାମଲା ୨୦ ହଜାରରୁ କମ୍ ଏବଂ ୧୩୧ ଦିନ ପାଇଁ ୫୦ ହଜାରରୁ କମ୍ ନୂତନ ଦୈନିକ ମାମଲା ରିପୋର୍ଟ କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୪୩ ବୃଦ୍ଧି ପାଇଛି। ଫଳରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୨୨ କୁ ବୃଦ୍ଧି ପାଇଛି। ଯାହାକି ମୋଟ ମାମଲାର ୦.୪୩ ପ୍ରତିଶତ। ମାର୍ଚ୍ଚ ୨୦୨୦ ଠାରୁ ଏହି ହାର ସର୍ବନିମ୍ନ। ଆକ୍ରାନ୍ତଙ୍କ ଜାତୀୟ ସୁସ୍ଥ ହାର ୯୮.୨୩ ପ୍ରତିଶତ, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବାଧିକ ଅଟେ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଗତ ବର୍ଷ ଅଗଷ୍ଟ ୭ ରେ ୨୦ ଲକ୍ଷ, ଅଗଷ୍ଟ ୨୩ ରେ ୩୦ ଲକ୍ଷ ଏବଂ ସେପ୍ଟେମ୍ବର ୫ ରେ ୪୦ ଲକ୍ଷରୁ ଅଧିକ ହୋଇଯାଇଥିଲା। ଏଥି ସହିତ, ସଂକ୍ରମଣର ମୋଟ ମାମଲା ୧୬ ସେପ୍ଟେମ୍ବରରେ ୫୦ ଲକ୍ଷ, ୨୮ ସେପ୍ଟେମ୍ବରରେ ୬୦ ଲକ୍ଷ, ୧୧ ଅକ୍ଟୋବରରେ ୭୦ ଲକ୍ଷ, ୨୯ ଅକ୍ଟୋବରରେ ୮୦ ଲକ୍ଷ ଏବଂ ୨୦ ନଭେମ୍ବରରେ ୯୦ ଲକ୍ଷ ଅତିକ୍ରମ କରିଛି।

ଦେଶରେ, ଏହି ମାମଲା ଡିସେମ୍ବର ୧୯ ରେ ଏକ କୋଟି ଅତିକ୍ରମ କରିଥିଲା, ଚଳିତ ବର୍ଷ ମେ ୪ ରେ ଦୁଇ କୋଟି ଅତିକ୍ରମ କରି ଜୁନ୍ ୨୩ ରେ ତିନି କୋଟି ଅତିକ୍ରମ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନିୟନ୍ତ୍ରଣକୁ ଆସିବାରେ ଲାଗିଛି କରୋନା ଆକ୍ରାନ୍ତ, ଆଜି ଦୁଇ ଶହ ତଳକୁ ଖସିଲା ଗ୍ରାଫ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୭୨ ଜଣ ଲୋକାଲ୍‌ କେସ୍‌ ରହିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୪ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୯୪୩ ରେ ପହଞ୍ଚିଛି ।

୨୪ ଘଣ୍ଟାରେ ବାହାରିଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୧୧ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ,ବରଗଡ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୧୯ ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୭ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୯ ଜଣ, ସୋନପୁର ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ, ଷ୍ଟେଟ ପୁଲ୍‌ରୁ ୧୪ ଜଣ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଆଜି ଦେଶରେ ୧୨ ହଜାର ୮୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ୪୬୧

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୮୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୨୧ ହଜାର ୨୫କୁ ବୃଦ୍ଧି ପାଇଛି ।

ଆଜି ଦେଶରେ ୪୬୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୯ ହଜାର ୬୫୨କୁ ବୃଦ୍ଧି ପାଇଛି । ଏହା ସହିତ ଦେଶରେ କରୋନାର ସକ୍ରିୟ ମାମଲା ରହିଛି ୧ ଲକ୍ଷ ୪୮ ହଜାର ୫୭୯ ଓ କରୋନାରୁ ସୁସ୍ଥ ହେଲେଣି ୩ କୋଟି ୩୭ ଲକ୍ଷ ୧୨ ହଜାର ୭୪୯ ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୫୧,୨୦୯ କୁ ହ୍ରାସ ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୪% ଅଟେ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୬ ଲକ୍ଷ ୯୭ ହଜାର ୭୪୦ ଜଣ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୪୧୫୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୨୨% କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୮ ହଜାର ୧୪୦ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୫୬୭ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୯,୧୯୧ କୁ ବୃଦ୍ଧି ପାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ନିୟନ୍ତ୍ରଣକୁ ଆସୁଛି ଖୋର୍ଦ୍ଧା ଜିଲ୍ଲାର କରୋନା ପରିସ୍ଥିତି

ଭୁବନେଶ୍ବର: ଧିରେ ଧି୍ରେ ଖୋର୍ଦ୍ଧା ଜିଲ୍ଲାର କରୋନା ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ବିଗତ ଦିନରେ ଏହି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲାରେ ସର୍ବାଧିର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ତାଜା ସୂଚନା ଅନୁସାରେ ଏହି ଜିଲ୍ଲାରୁ ୧୬୯ ଜଣ ଚିହ୍ନଟ ହୋଇଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ସ୍ଥିତି ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୬
୩- ବରଗଡ଼ ଜିଲ୍ଲାରୁ – ୧
୪- ଭଦ୍ରକ ଜିଲ୍ଲାରୁ – ୭
୫- ବୌଦ୍ଦ ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୧୯
୭- ଢେଙ୍କାନାଳ ଜିଲ୍ଲାରୁ – ୩
୮- ଗଜପତି ଜିଲ୍ଲାରୁ – ୨
୯- ଗଞ୍ଜାମ ଜିଲ୍ଲାରୁ – ୩
୧୦- ଜଗତସିଂହପୁର ଜିଲ୍ଲାରୁ – ୯
୧୧- ଯାଜପୁର ଜିଲ୍ଲାରୁ – ୧୩
୧୨- କଳାହାଣ୍ଡି ଜିଲ୍ଲାରୁ – ୨
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୮
୧୪- କେନ୍ଦୁଝର ଜିଲ୍ଲାରୁ – ୧
୧୫- ଖୋର୍ଦ୍ଧାରୁ – ୧୬୯
୧୬- ମାଲକାନଗିରି -୧
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୩
୧୮- ନବରଙ୍ଗପୁର ଜିଲ୍ଲାରେ: ୧
୧୯- ନୟାଗଡ଼ ଜିଲ୍ଲାରୁ – ୪
୨୦- ନୂଆପଡ଼ା ଜିଲ୍ଲାରୁ – ୩
୨୧- ପୁରୀ ଜିଲ୍ଲାରୁ – ୫
୨୨- ରାୟଗଡ଼ା ଜିଲ୍ଲାରୁ – ୧
୨୩- ସମ୍ବଲପୁର ଜିଲ୍ଲାରୁ – ୧୦
୨୪- ସୋନପୁର ଜିଲ୍ଲାରୁ – ୧
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୮
୨୬- State Pool- ୩୯

Categories
ଆଜିର ଖବର ରାଜ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ମୋଟ ୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୨ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୮୭ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୫ ଜଣ ଚିହ୍ନଟ ହୋଇଛନ୍ତି।

ଗତକାଲି  ୩୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ଥିଲେ। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏବେ ବି ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ସର୍ବାଧିକ ରହିଛି

ଭୁବନେଶ୍ବର: ଏବେ ବି ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ସର୍ବାଧିକ ରହିଛି। ଗତ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତ ସଂଖ୍ୟା ଦେଖିଲେ ଖୋର୍ଦ୍ଧାରେ ୧୭୭ ଜଣ ରହିଛନ୍ତି। ସେହିପରି ଅନ୍ୟ ଜିଲ୍ଲାର ସ୍ଥିତି ହେଲା..

୧- ଭଦ୍ରକ ଜିଲ୍ଲାରୁ – ୮
୨- ବଲାଙ୍ଗୀର ଜିଲ୍ଲାରୁ – ୫
୩- ବୌଦ୍ଦ ଜିଲ୍ଲାରୁ – ୧
୪- କଟକ ଜିଲ୍ଲାରୁ – ୨୯
୫- ଢେଙ୍କାନାଳ ଜିଲ୍ଲାରୁ – ୧
୬- ଗଞ୍ଜାମ ଜିଲ୍ଲାରୁ – ୪
୭- ଜଗତସିଂହପୁର ଜିଲ୍ଲାରୁ – ୭
୮- ଯାଜପୁର ଜିଲ୍ଲାରୁ – ୯
୯- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୦- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୧
୧୧- ଖୋର୍ଦ୍ଧାରୁ – ୧୭୭
୧୨- କୋରାପୁଟ ଜିଲ୍ଲାରୁ – ୩
୧୩- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୧୪- ନୟାଗଡ଼ ଜିଲ୍ଲାରୁ – ୩
୧୫- ନୂଆପଡ଼ା ଜିଲ୍ଲାରୁ – ୨
୧୬- ପୁରୀ ଜିଲ୍ଲାରୁ – ୬
୧୭- ସମ୍ବଲପୁର ଜିଲ୍ଲାରୁ – ୧୦
୧୮- ସୁନ୍ଦରଗଡ଼ ଜିଲ୍ଲାରୁ – ୪
୧୯- ଷ୍ଟେଟ ପୁଲ- ୪୨

Categories
ଆଜିର ଖବର ରାଜ୍ୟ ଖବର

ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ!

ଭୁବନେଶ୍ବର: ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦୀପାବଳି ଛୁଟି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। କରୋନାର ତୃତୀୟ ତରଙ୍ଗର ସମ୍ଭାବନା କମ ଥିବାରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି। ବିଦ୍ୟାଳୟଗୁଡିକ ପର୍ଯ୍ୟାୟକ୍ରମେ ଖୋଲାଯାଇପାରେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଖୋଲାଯିବା ନିଷ୍ପତ୍ତି ହେବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୪୨୫ ଜଣ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୧୧ ଜଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୪୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସ ମଧ୍ୟରେ ୭୧ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସ୍ଥାନୀୟ ଅଞ୍ଚଳରୁ ୧୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଜଣପଡିଛି। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା…

୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୧୫
୩- ଭଦ୍ରକ ଜିଲ୍ଲାରୁ – ୧୧
୪- କଟକ ଜିଲ୍ଲାରୁ – ୪୦
୫- ଦେବଗଡ଼ ଜିଲ୍ଲାରୁ – ୬
୬- ଢେଙ୍କାନାଳ ଜିଲ୍ଲାରୁ – ୩
୭- ଗଜପତି ଜିଲ୍ଲାରୁ – ୪
୮- ଜଗତସିଂହପୁର ଜିଲ୍ଲାରୁ – ୧୦
୯- ଯାଜପୁର ଜିଲ୍ଲାରୁ – ୧୧
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୩
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧାରୁ : ୨୧୧
୧୪- କୋରାପୁଟ ଜିଲ୍ଲାରୁ – ୧
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୨୦
୧୬- ନବରଙ୍ଗପୁର ଜିଲ୍ଲାରେ- ୧
୧୭- ନୟାଗଡ଼ ଜିଲ୍ଲାରୁ – ୬
୧୮- ନୂଆପଡ଼ା ଜିଲ୍ଲାରୁ – ୩
୧୯- ପୁରୀ ଜିଲ୍ଲାରୁ – ୮
୨୦- ରାୟଗଡ଼ା ଜିଲ୍ଲାରୁ – ୪
୨୧- ସମ୍ବଲପୁର ଜିଲ୍ଲାରୁ – ୧୪
୨୨- ସୋନପୁର ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୩
୨୪- ଷ୍ଟେଟ ପୁଲ – ୪୫

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏହି ତାରିଖରେ ଖେଳାଯିବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ, କରୋନା କାରଣରୁ ହୋଇଥିଲା ବାତିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସହାୟକ କର୍ମଚାରୀଙ୍କ କିଛି ସଦସ୍ୟ କରୋନା ଚିହ୍ନଟ ହେବା ପରେ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ୍ ବାତିଲ କରାଯାଇଥିଲା। କିନ୍ତୁ ସିରିଜର ଶେଷ ମ୍ୟାଚ୍ କେବେ ଖେଳାଯିବ ତାହା ଏବେ ସ୍ପଷ୍ଟ ହୋଇଛି। ଇଂଲଣ୍ଡ କ୍ରିକେଟ୍ କହିଛି ଯେ, ଦୁଇ ଦଳ ମଧ୍ୟରେ ସିରିଜର ପଞ୍ଚମ ଟେଷ୍ଟ ଆସନ୍ତା ବର୍ଷ ଜୁଲାଇରେ ଅନୁଷ୍ଠିତ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତୀୟ ଶିବିରରେ କରୋନା ମାମଲା ସାମ୍ନାକୁ ଆସିବା ପରେ ନିର୍ଦ୍ଧାରିତ ସମୟ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ପଞ୍ଚମ ଟେଷ୍ଟ ମ୍ୟାଚ୍ ବାତିଲ କରାଯାଇଥିଲା। ମ୍ୟାଚ୍ ବାତିଲ ହେବା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ସିରିଜରେ ୨-୧ ରେ ଆଗୁଆ ଥିଲା। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏବଂ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ମଧ୍ୟରେ ହୋଇଥିବା ଚୁକ୍ତି ପରେ ପଞ୍ଚମ ମ୍ୟାଚ୍ ବର୍ତ୍ତମାନ ଜୁଲାଇ ୧ ତାରିଖ ୨୦୨୨ରୁ ଏଜବେଷ୍ଟନ୍ ଠାରେ ଅନୁଷ୍ଠିତ ହେବ।

ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ ହାରିସନ୍ କହିଛନ୍ତି ଯେ, ଏହି ସିରିଜ ଶେଷ ହେବା ପାଇଁ ବିସିସିଆଇ ସହିତ ଏକ ଚୁକ୍ତି କରିଥିବାରୁ ଆମେ ଆନନ୍ଦିତ। ଏହି ମ୍ୟାଚ୍ ର ପୁନଃ ନିର୍ଦ୍ଧାରଣ କରିବାକୁ ଅନୁମତି ଦେବାରେ ସହଯୋଗ କରିଥିବା ସମସ୍ତଙ୍କ ପାଇଁ ଆମେ ଅତ୍ୟଧିକ କୃତଜ୍ଞ। ସେପ୍ଟେମ୍ବର ଘଟଣାରେ ବ୍ୟାଘାତ ଏବଂ ନିରାଶା ପାଇଁ ଆମେ ପୁଣି ଥରେ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛୁ।

ଏଥି ସହ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜର ଫଳାଫଳ ବାହାରକୁ ଆସିଥିବାରୁ ମୁଁ ଖୁସି। ଚାରୋଟି ଟେଷ୍ଟ ମ୍ୟାଚ୍ ଆକର୍ଷଣୀୟ ଥିଲା, ଏବଂ ଆମକୁ ଏକ ଉପଯୁକ୍ତ ଫଳାଫଳ ଆବଶ୍ୟକ। ସେ କହିଛନ୍ତି ଯେ, କ୍ରିକେଟର ପାରମ୍ପାରିକ ରୂପକୁ ବିସିସିଆଇ ସ୍ୱୀକୃତି ଦେଇଥାଏ ଏବଂ ସମ୍ମାନ କରେ। ଗତ ଦୁଇ ମାସ ମଧ୍ୟରେ, ଉଭୟ ବିସିସିଆଇ ଏବଂ ଇସିବି ଆଲୋଚନାରେ ନିୟୋଜିତ ହୋଇଥିଲେ ଏବଂ ଆମେ ଏକ ଉପଯୁକ୍ତ ଉପାୟ ଖୋଜୁଥିଲୁ।

ଅନ୍ତିମ ଟେଷ୍ଟ ମ୍ୟାଚ:

ସଂଶୋଧିତ ତାରିଖ ଏବଂ ସ୍ଥାନ- ଜୁଲାଇ ୧ ତାରିଖରୁ ୫ ତାରିଖ- ଏଜବେଷ୍ଟନ୍

ତିନୋଟି ମ୍ୟାଚ୍ ଟି-୨୦ ସିରିଜ୍:

ଜୁଲାଇ ୭ ତାରିଖରେ ଓଭାଲରେ ପ୍ରଥମ ମ୍ୟାଚ୍।
ଜୁଲାଇ ୯ ତାରିଖରେ ଏଜବେଷ୍ଟନ୍ ଠାରେ ଦ୍ୱିତୀୟ ମ୍ୟାଚ୍
ଜୁଲାଇ ୧୦ ତାରିଖରେ ଟ୍ରେଣ୍ଟ ବ୍ରିଜରେ ତୃତୀୟ ମ୍ୟାଚ୍

ଦିନିକିଆ ସିରିଜର କାର୍ଯ୍ୟସୂଚୀ:

ଜୁଲାଇ ୧୨ ତାରିଖ- ଓଭାଲ- ପ୍ରଥମ ମ୍ୟାଚ୍
ଜୁଲାଇ ୧୪ ତାରିଖରେ- ଲର୍ଡସ- ଦ୍ୱିତୀୟ ମ୍ୟାଚ୍
ଜୁଲାଇ ୧୭ ତାରିଖରେ- ଓଲ୍ଡ ଟ୍ରାଫର୍ଡ- ତୃତୀୟ ମ୍ୟାଚ୍

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରାମଣ ନିୟନ୍ତ୍ରଣ ହେଉଛି, ତଥାପି ରାଜ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଗୋଟିଏ ଗୋଟିଏ ଦିନରେ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲା ନିୟନ୍ତ୍ରଣକୁ ଆସୁଛି। ହେଲେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଚିହ୍ନଟରେ ଏହି ଜିଲ୍ଲା ପ୍ରଥମ ହୋଇ ରହିଛି। ସେହିପରି ପୂର୍ବରୁ କଟକ ଜିଲ୍ଲାରେ ମଧ୍ୟ ସର୍ବାଧିକ ଆକ୍ରାନ୍ତ ପରିଲକ୍ଷିତ ହେଉଥିଲେ। ତେବେ ବର୍ତ୍ତମାନ ଏହି ଜିଲ୍ଲାର ସଂଖ୍ୟା ଶହେ ତଳକୁ ଖସି ୬୬ରେ ପହଁଚିଛି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ଖୋର୍ଦ୍ଧାରୁ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାର ସଂଖ୍ୟା ହେଲା

୧- ଅନୁଗୁଳ ଜିଲ୍ଲାରୁ – ୧୭
୨- ବାଲେଶ୍ୱର ଜିଲ୍ଲାରୁ – ୩୩
୩- ବରଗଡ଼ ଜିଲ୍ଲାରୁ – ୭
୪- ଭଦ୍ରକ ଜିଲ୍ଲାରୁ – ୧୪
୫- ବଲାଙ୍ଗୀର ଜିଲ୍ଲାରୁ – ୨
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୬୬
୮- ଦେବଗଡ଼ ଜିଲ୍ଲାରୁ – ୩
୯- ଢେଙ୍କାନାଳ ଜିଲ୍ଲାରୁ – ୯
୧୦- ଗଜପତି ଜିଲ୍ଲାରୁ – ୯
୧୧- ଗଞ୍ଜାମ ଜିଲ୍ଲାରୁ – ୪
୧୨- ଜଗତସିଂହପୁର ଜିଲ୍ଲାରୁ – ୨୨
୧୩- ଯାଜପୁର ଜିଲ୍ଲାରୁ – ୩୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୫- କଳାହାଣ୍ଡି ଜିଲ୍ଲାରୁ – ୨
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୫
୧୭- କେନ୍ଦୁଝର ଜିଲ୍ଲାରୁ – ୧୪
୧୮- ଖୋର୍ଦ୍ଧାରୁ : ୨୪୫
୧୯- କୋରାପୁଟ ଜିଲ୍ଲାରୁ – ୩
୨୦- ମାଲକାନଗିରି : ୫
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୨୨- ନବରଙ୍ଗପୁର ଜିଲ୍ଲାରେ: ୪
୨୩- ନୟାଗଡ଼ ଜିଲ୍ଲାରୁ – ୨
୨୪- ପୁରୀ ଜିଲ୍ଲାରୁ – ୧୮
୨୫- ରାୟଗଡ଼ା ଜିଲ୍ଲାରୁ – ୪
୨୬- ସମ୍ବଲପୁର ଜିଲ୍ଲାରୁ – ୧୪
୨୭- ସୋନପୁର ଜିଲ୍ଲାରୁ – ୨
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫
୨୯- State Pool: ୫୨

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରାମଣ, ଆଜି ସଂଖ୍ୟା ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରାମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୬୦୯। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷ ବୟସ ମଧ୍ୟରେ ୯୩ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ୧୮ ବର୍ଷରୁ କମ ବର୍ଗର ୧୨୨ ଜଣ ଚିହ୍ନଟ ହୋଇଥିଲେ। ସଦ୍ୟ ସଂକ୍ରାମଣ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୭୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ପରେ କେରଳରେ ନିପା ଭାଇରସ୍ ଆତଙ୍କ: ୨୦ ଜଣ ଡାକ୍ତରଖାନାରେ ଭର୍ତ୍ତି, ପୃଥକବାସରେ ରହିଲେ ୧୬୮

ଥିରୁୱନନ୍ତପୁରମ୍: କରୋନା ପରେ କେରଳରେ ଏବେ ନିପା ଭାଇରସର ବିପଦ ଦେଖାଯାଇଛି। କୋଝିକୋଡ ଠାରୁ କିଛି ଦୂରରେ ମାଭୂରରେ ୧୨ ବର୍ଷର ଶିଶୁର ନିପା ଭାଇରସ ମୃତ୍ୟୁ ପରେ ପ୍ରଶାସନକୁ ସତର୍କ କରାଯାଇଛି। ଏଥିପାଇଁ ସହର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଏହାର ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଭାଇରସ ସଂକ୍ରମଣ ହେବାର କୌଣସି ସମ୍ଭାବନାକୁ ଦୃଷ୍ଟିରେ ରଖି କୋଝିକୋଡରେ ଏକ ସ୍ୱତନ୍ତ୍ର ନିପା ୱାର୍ଡ ଆରମ୍ଭ କରାଯାଇଛି। ମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରସ୍ତାବିତ ବୈଠକ ପରେ ପରବର୍ତ୍ତୀ ଯୋଜନା ଉପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ଏଥି ସହିତ, ମୃତ ଶିଶୁଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୧୮୮ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୨୦ଜଣଙ୍କୁ ଅଧିକ ବିପଦ ବୋଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ପାଖରେ ନିପା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି। ଏଥି ସହିତ, ୧୬୮ ଜଣ ଘରେ ପୃଥକବାସରେ ରହିଛନ୍ତି।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ନିପା ଲକ୍ଷଣ ଥିବା ଦୁଇଜଣ ସ୍ୱାସ୍ଥ୍ୟ କର୍ମୀ ଅଟନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଘରୋଇ ଡାକ୍ତରଖାନାରେ କାମ କରୁଥିବାବେଳେ ଅନ୍ୟଟି କୋଝିକୋଡ ମେଡିକାଲ କଲେଜ କମ ହସ୍ପିଟାଲର କର୍ମଚାରୀ।

ଉଲ୍ଲେଖ ଯୋଗ୍ୟ ଯେ, କୋଝିକୋଡ ଜିଲ୍ଲାର ଜଣେ ୧୨ ବର୍ଷର ଶିଶୁ ଆଜି ସକାଳେ ନିପା ଭାଇରସ ସଂକ୍ରମଣ ହେତୁ ମୃତ୍ୟୁ ବରଣ କରିଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପଠାଯାଇଥିବା ନମୁନାରେ ସେ ଏହି ଜୀବାଣୁ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ଯେ, ଶିଶୁଙ୍କ ଘରର ତିନି କିଲୋମିଟର ବ୍ୟାସାର୍ଦ୍ଧକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏଥି ସହିତ ଏହାର ସଂଲଗ୍ନ ଅଞ୍ଚଳ ମଧ୍ୟ କଡା ନଜରରେ ରହିଛି।

ଜର୍ଜ କହିଛନ୍ତି ଯେ ପୁଣେ ଏନଆଇଭି ଅଧିକାରୀମାନେ କୋଝିକୋଡ ଡାକ୍ତରଖାନାରେ ପରୀକ୍ଷା ସୁବିଧା ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି। ଏନଆଇଭି ର ଦଳ ଏଠାକୁ ଆସି ଆବଶ୍ୟକ କାର୍ଯ୍ୟ କରିବେ। ଯଦି ପ୍ରାରମ୍ଭିକ ପରୀକ୍ଷଣରେ ରୋଗୀରେ ସଂକ୍ରମଣ ନିଶ୍ଚିତ ହୁଏ, ତେବେ ନମୁନାକୁ ଏନଆଇଭି କୁ ପୁନଃ ନିଶ୍ଚିତକରଣ ପାଇଁ ପଠାଯିବ ଏବଂ ସେହି ଫଳାଫଳ ୧୨ ଘଣ୍ଟା ମଧ୍ୟରେ ଆସିଯିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୨୪ ଘଣ୍ଟାରେ ୪୫ ହଜାର ୩୫୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୯ ଲକ୍ଷ ୩ ହଜାର ୨୮୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୯ ହଜାର ୮୯୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୦ ଲକ୍ଷ ୬୩ ହଜାର ୬୧୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୯୯ ହଜାର ୭୭୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଫାଇଜର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦାବି: ଖୁବ ଶୀଘ୍ର ଆସିବ ୫ ରୁ ୧୧ ବର୍ଷ ପିଲାଙ୍କ ପାଇଁ ଟିକା

ୱାସିଂଟନ: ଆମେରିକାରେ ଡେଲଟା ଭାରିଆଣ୍ଟ କାରଣରୁ କରୋନା କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟୁଛି। ଏଭଳି ପରିସ୍ଥିତିରେ ଫାଇଜର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ୧୨ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଏହି ଟିକାକୁ ଶୀଘ୍ର ମଞ୍ଜୁରୀ ମିଳିବ। ପୂର୍ବତନ ଖାଦ୍ୟ ଏବଂ ଡ୍ରଗ୍ସ ପ୍ରଶାସନ କମିଶନର ସ୍କାଟ ଗୋଟଲିବ ଆଶା ପ୍ରକାଶ କରିଛନ୍ତି ଯେ, ଖୁବ ଶୀଘ୍ର ଆମେରିକାର ସ୍ୱାସ୍ଥ୍ୟ ବିଭାଗ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଟୀକା ଅନୁମୋଦନ କରିବ।

ଏହା ସହିତ ସେ କହିଛନ୍ତି ଯେ, ଫାଇଜର ଏଥିପାଇଁ ପ୍ରସ୍ତୁତ ହେଉଛି ଏବଂ ଖୁବ୍ ଶୀଘ୍ର ଏହି ଟିକା ମଧ୍ୟ ଅନୁମୋଦନ ହେବ। ଫାଇଜର ବୋର୍ଡ ସଦସ୍ୟମାନଙ୍କ ମଧ୍ୟରୁ ଗୋଟଲିବ ଅନ୍ୟତମ। ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଟିକା ଅନୁମୋଦନ କରାଯାଇଛି। ଦୁନିଆର ତିନୋଟି ବୃହତ୍ତମ ଟିକା କମ୍ପାନୀ ଫାଇଜର, ମୋଡର୍ନା ଏବଂ ଜନସନ ଆଣ୍ଡ ଜନସନ ପିଲାମାନଙ୍କ ପାଇଁ ଟିକା ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି।

ଆମେରିକାର ଅନେକ ରାଜ୍ୟରେ ବିଦ୍ୟାଳୟ ଖୋଲାଯାଇଥିବାବେଳେ ସେଠାରେ ପିଲାମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଗତ କିଛି ଦିନ ହେବ ଆମେରିକାରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ଯେଉଁଥିପାଇଁ ଅନେକ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ଆମେରିକାର ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ ଦେଶର ଉତ୍ତର ଭାଗରେ କରୋନା ରୋଗ ଦ୍ରୁତ ଗତିରେ ବଢୁଥିବାବେଳେ ଗତ ବର୍ଷ ଦକ୍ଷିଣ ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିଲା।