Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ଼ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ

ଭୁବନେଶ୍ଵର: ଛତିଶଗଡ଼ ଜଙ୍ଗଲରେ ମାଓ ଏନ୍‌କାଉଣ୍ଟର ପରେ ଆଜି କଳାହାଣ୍ଡି ଜିଲ୍ଲାରେ ପହଂଚିଛନ୍ତି ପୋଲିସ ଡିଜି ୟୋଗେସ ବାହାଦୁର ଖୁରାନିଆ। ପୋଲିସ ଡିଜି ଆଜି କଳାହାଣ୍ଡି ଜିଲ୍ଲା ପହଞ୍ଚିବା ପରେ ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ।

ଏହି ବୈଠକରେ ପୋଲିସ ବିଭାଗ ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପୋଲିସ ଡିଜି ଏସଓଜି ଯବାନଙ୍କୁ ମଧ୍ୟ ଭେଟି ବିଭିନ୍ନ ବିଷୟ ରେ ଆଲୋଚନା କରିଛନ୍ତି। ଗରିଆବନ୍ଧ ଅଞ୍ଚଳର ଏନ୍‌କାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଜଣା ପଡିଛି।

ଗୁଇନ୍ଦା ସୂଚନା ଆଧାରରେ ଗତ ୧୯ ତାରିଖରୁ ମିଳିତ ଓଡିଶା ପୋଲିସ ଓ ଛତିଶଗଡ଼ ପୁଲିସ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ଯାହା ଫଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସୀମାରେ ଓଡ଼ିଶା ଏସଓଜି ସମେତ ଛତିଶଗଡ଼ ସିଆରପିଏଫ୍, ଯବାନ ମାନେ ଅପରେସନ ଜାରି ରଖିଛନ୍ତି ବୋଲି ୟୋଗେସ ବାହାଦୁର ଖୁରାନିଆ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ଅଭିଯୋଗରେ ଥୁଆମୂଳ ରାମପୁର ବହୁମୁଖୀ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଗିରଫ

ଭୁବନେଶ୍ଵର: ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ୟୁପିଆଇ କାରବାର (ଫୋନପେ) ମାଧ୍ୟମରେ ୪,୦୦୦ ଟଙ୍କା ଲାଞ୍ଚନେବା ସମୟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ବହୁମୁଖୀ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଲକ୍ଷ୍ମୀ ନାରାୟଣ ମହାରଣାଙ୍କୁ ଗିରଫ କରାଯାଇଛି। ବହୁମୁଖୀ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ମହୁଲପାଟଣା ସେକ୍ଟର ଥୁଆମୂଳ ରାମପୁର ଅଭିଯୋଗକାରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଜନ୍ମ ପ୍ରମାଣପତ୍ର ପ୍ରକ୍ରିୟାକରଣ ଏବଂ ପ୍ରଦାନ ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ଫୋନପେ ମାଧ୍ୟମରେ ୪,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।

ଅଭିଯୋଗ ଆଧାରରେ, ୦୨.୦୧.୨୦୨୫ ରେ ଏକ ଜାଲ ବିଛାଯାଇଥିଲା, ଯେଉଁଥିରେ ଅଭିଯୁକ୍ତ ଲକ୍ଷ୍ମୀ ନାରାୟଣ ମହାରଣାଙ୍କୁ ଅଭିଯୋଗକାରୀଙ୍କଠାରୁ ଫୋନପେ ମାଧ୍ୟମରେ ୪,୦୦୦/- ଅନୁଚିତ ଲାଭ ଦାବି କରିବା ଏବଂ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଗିରଫ କରିଥିଲା। ଅଭିଯୁକ୍ତ ଶ୍ରୀ ମହାରଣାଙ୍କ ସ୍ମାର୍ଟ ଫୋନ୍ ଯେଉଁଥିରେ ସେ ଫୋନପେ ମାଧ୍ୟମରେ ଲାଞ୍ଚ ରାଶି ଗ୍ରହଣ କରିଥିଲେ ଏବଂ ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ଅଭିଯୋଗକାରୀ ଏବଂ ଅନ୍ୟମାନଙ୍କ ଆବେଦନପତ୍ର ଜବତ କରାଯାଇଛି।

ଜାଲ ପରେ, ଚିଲିଗୁଡ଼ାର ଇନ୍ଦ୍ରାବତୀ କଲୋନୀରେ ଶ୍ରୀ ମହାରଣାଙ୍କ ଆବାସିକ କ୍ୱାର୍ଟର, କଳାହାଣ୍ଡିର ଜୁନାଗଡ଼ରେ ଭଡା ଘର ଏବଂ ତାଙ୍କ ଅଫିସ ରୁମରେ ଏକକାଳୀନ ତଲାସ ଆରମ୍ଭ କରାଯାଇଛି। ଏହି ସମ୍ପର୍କରେ, କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନଂ.୦୧ ତାରିଖ ୦୧.୦୧.୨୦୨୫ ୭ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ପଞ୍ଜିକୃତ ହୋଇଛି ଏବଂ ତଦନ୍ତ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଉଦଯାପିତ

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜଗନ୍ନାଥ ପଡ଼ିଆ ଠାରେ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି। ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଉଦଯାପନି ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ଏହି ଉତ୍ସବ ସଂସ୍କୃତିର ମହାନ ମିଳନସ୍ଥଳୀ, ଏହା ଲୋପ ପାଇ ଯାଉଥିବା ଲୋକ କଳା ଓ ଲୋକ ସଂସ୍କୃତିକୁ ବଞ୍ଚାଇ ରହିବାରେ ଅନେକ ସହାୟକ ହୋଇପାରୁଛି ବୋଲି ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟା ମୟ ପାଢ଼ୀ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖ ଯୋଗ ଉଦବୋଧନ ଦେଇଥିଲେ। ଏହି ଅବସରରେ ଶିଶୁ ରୋଗ ବିଶେଷଜ୍ଞ ପଲଉ ପ୍ରଧାନ, ସମାଜ ସେବାରେ ରାମକୁମାର ଜୈନ, ସାମ୍ବାଦିକତା ପାଇଁ ଅଂଶୁମାନ ପାତ୍ର ଙ୍କୁ ସଂମାନିତ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା କଳାକାର ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ନାଟକ ମହୋତ୍ସବ- ୨୦୨୪ ଉଦଘାଟିତ

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଟାଉନ୍ ହଲ୍ ଠାରେ ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର, ସାରଳା ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସଂସ୍କୃତିବିତ୍ ଜୟନ୍ତ ବେହେରା, ଶିକ୍ଷାବିତ୍ ତଥା ବରିଷ୍ଠ ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ। ପ୍ରଥମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ପରିବେଷିତ ହୋଇଥିଲା ନାଟକ “ଅର୍ଦ୍ଧବାକ୍ୟ”। ଏହାକୁ ଅଭିନୟ, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ତଥାଗତ ମିଶ୍ର। ସେହିଭଳି ପ୍ରଥମ ସନ୍ଧ୍ୟାର ଦ୍ଵିତୀୟ ପର୍ଯ୍ୟାୟରେ ସ୍ମାରକୀ ନାଟ୍ୟ ସଂସ୍ଥା ଦ୍ଵାରା ପରିବେଷଣ ହୋଇଥିଲା ନାଟକ ‘ଜୟଯାତ୍ରା’।

ଏହି ନାଟକକୁ ବରିଷ୍ଠ ନାଟ୍ୟକାର ମନୋଜ ରଥ ରଚନା କରିଥିବା ବେଳେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ। ଉଭୟ ନାଟକଟି ବେଶ୍ ମନମୁଗ୍ଧକର ହେବାସହ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନହଲରେ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା।।

Categories
ଆଜିର ଖବର ରାଜ୍ୟ ଖବର

ପିଏମ ଶ୍ରୀ. କେ. ଭି. ଭବାନୀପାଟଣାରେ ସମ୍ବିଧାନ ଦିବସ ପାଳିତ 

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରିନ୍ସିପାଲ୍ ଭୀମସେନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ. କୈଳାଶ ଚନ୍ଦ୍ର ଦାସଙ୍କ ଗଣତନ୍ତ୍ର, ସମାନତା ଏବଂ ନ୍ୟାୟର ଆଧାରଶିଳା ଭାବେ ଭାରତୀୟ ସମ୍ବିଧାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

ଛାତ୍ରଛାତ୍ରୀଙ୍କୁ ଭାରତର ନାଗରିକ ଭାବରେ ସେମାନଙ୍କର ଅଧିକାର ଏବଂ ଦାଯ଼ିତ୍ୱ ବୁଝିବା ପାଇଁ ଉତ୍ସାହିତ କରିଥିଲେ। ଡ. ବି.ଆର.ଆମ୍ବେଦକରଙ୍କ ଭଳି ମହାନ ନେତାଙ୍କ ଆଦର୍ଶକୁ ଅନୁସରଣ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଏବଂ କର୍ମଚାରୀମାନେ ସାମୂହିକ ଭାବରେ ପ୍ରିମ୍ବଲ୍ ପାଠ କରି ସାମ୍ବିଧାନିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ଶିକ୍ଷାଗ୍ରହ ପ୍ରକଳ୍ପର ଆରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଜିଲ୍ଲା ଯୋଜନା ଓ ମନିଟରିଂ ବିଭାଗ ତରଫରୁ ଶିକ୍ଷା ସମ୍ବାଦ ଓ ସ୍ଟେମ୍ ଶିକ୍ଷାକୁ ଶକ୍ତିଶାଳୀ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ଯୋଜନା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।

ଓଡିଶା ରାଇଜିଂ ଫାଉଣ୍ଡେସନ ଏବଂ କଳାହାଣ୍ଡି ଜିଲ୍ଲା ଯୋଜନା ଓ ମନିଟରିଂ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼ା. କୁମୁଦିନୀ ମିଶ୍ର, ମନିଟରିଂ, ପ୍ଲାନିଙ୍ଗ ଏବଂ ଲର୍ଣ୍ଣିଂ ଏକ୍ସପର୍ଟ, ସ୍ୱାଗତ ଭାଷଣ ସହିତ, କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଷ୍ଟେମ ଶିକ୍ଷାର ଗୁରୁତ୍ୱକୁ ସମ୍ପର୍କରେ ଆଲୋଚନା କରିଥିଲେ।

ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ସାଗରିକା, ସିନିଅର ପ୍ରୋଗ୍ରାମ ମ୍ୟାନେଜର, କିନୋଟ ଭାଷଣ ଦେଇ ଶିକ୍ଷାର ଲାଭକୁ ଉପସ୍ଥାପନ କରିଥିଲେ ଏବଂ “ଶିକ୍ଷାଗୃହ” ପ୍ରକଳ୍ପର ମୂଲ ଉଦ୍ଦେଶ୍ୟ ଓ ଲକ୍ଷ୍ୟଗୁଡ଼ିକ ବିଷୟରେ ଅବଗତ କରାଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରି ଜିଲ୍ଲା ପ୍ରଶାସନ ର ସମର୍ଥନକୁ ଉପସ୍ଥାପନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ମହନ ସାହୁ, ଏଡିଏଓ, ଷ୍ଟେମ ଶିକ୍ଷାର ଅଭିନବ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ଦଳେଇ, ଡିପିଏମୟୁ ଉପନିର୍ଦ୍ଦେଶକ (ପ୍ଲାନିଂ ଏବଂ ଷ୍ଟାଟିସ୍ଟିକ୍ସ) ଏବଂ ଏଡିଓ ମିଶିତ ଶିକ୍ଷାରେ ସରକାରୀ ଭୂମିକା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଓଡିଶା ରାଇଜିଂର ଆଦିତ୍ୟ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତ୍ରି -ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦଯାପିତ

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଚାଲିଥିବା ତ୍ରି-ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ବୁଧବାର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତ୍ରିଲୋଚନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଚେତା ପାଣି,ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ ଓ ସମ୍ମାନିତ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ ଯୋଗ ଦେଇ ଯୁବ ରେଡକ୍ରସର ମହନୀୟ ନୀତି ଓ ଆଦର୍ଶ ମାନବ ଜୀବନର ବ୍ରତ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ,କଣ୍ଠ ସଂଗୀତ,ନୃତ୍ୟ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ତ୍ରି-ଦିବସୀୟ ଶିବିରରେ ରେଡକ୍ରସ୍ ର ଇତିହାସ, ବିକାଶ ଓ ମୌଳିକ ନୀତି, ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା ଓ ଅଗ୍ନି ନିରାପତ୍ତା, ସାଇବର ନିରାପତ୍ତା, ସଡ଼କ ସୁରକ୍ଷା ସଚେତନତା, ମହିଳା ସଶକ୍ତିକରଣ, ସମାଜର ପରିବର୍ତ୍ତନରେ ସ୍ବେଛାସେବୀମାନଙ୍କ ଭୂମିକା, ରକ୍ତଦାନର ଆବଶ୍ୟକତା ଓ ମହତ୍ତ୍ଵ, ଯୋଗ ଓ ପ୍ରାଣାୟାମ ବିଷୟରେ ଶିକ୍ଷା ତଥା ତାଲିମ ପ୍ରଦାନ କରାଯାଇଥିଲା। ଶିବିରର ଦ୍ବିତୀୟ ଦିବସରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୫୮ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

ଏହି ଶିବିରରେ ବିଭିନ୍ନ ମହାବିଦ୍ୟାଳୟରୁ ୧୩୦ଜଣ ସ୍ବେଚ୍ଛାସେବୀ ଓ ପରାମର୍ଶଦାତା ଅଂଶ ଗ୍ରହଣ କରିଥିଲେ। ଶିବିର ଆୟୋଜନରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥଲେ। .

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମାଞ୍ଚଳ ପରିବହନ ସେବା ଦେଖାଇଛି ଆର୍ଥିକ ବିକାଶର ପଥ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ପ୍ରଚଳନର ଏକ ବର୍ଷ ପୂର୍ତ୍ତି ହୋଇଯାଇଛି। ଏହି ବସ ସେବା ଦ୍ୱାରା ଗ୍ରାମାଞ୍ଚଳରେ ବେଶ ପ୍ରଭାବ ପକାଇଛି। ପ୍ରତିଦିନ ବସ ଯାତ୍ରା ପାଇଁ ଲୋକଙ୍କ ଅପେକ୍ଷା ରହୁଛି। ସୁଲଭ ମୂଲ୍ୟରେ ଯାତ୍ରା ମନରେ ଅଫୁରନ୍ତ ଆନନ୍ଦ ଦେଇପାରିଛି।

ନଭେମ୍ବର ୧ ରେ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ଯୋଜନାର ଶୁଭାରମ୍ଭ ହେବାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଜିପିଏସ୍ ବସ ଜିଲ୍ଲା ପରିଚାଳକ ସ୍ବଦେଶ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଜିପିଏସ୍ ସେବାର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସ୍ଵଳ୍ପ ସଞ୍ଚୟ ସହ ନିର୍ଦ୍ଦେଶକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ ଓ ଓଏସଆରଟିସି ସହକାରୀ ପରିଚାଳକ ଶାଶ୍ୱତ ପ୍ରଧାନ ଅତିଥି ରୂପେ ଯୋଗଦେଇଥିଲେ।

ବର୍ତ୍ତମାନ ଜିପିଏସ୍ ର ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ୧୦ହଜାର ଏମିତିକି କେଉଁ କେଉଁ ଦିନ ୧୪ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରିଥିବା କୁହାଯାଇଛି। ଜିପିଏସ୍ ରେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସୁଲଭ ଦରରେ ସବୁ ବର୍ଗର ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ବଡ ସୁଯୋଗ ଦେଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଯାତ୍ରୀ ସଂଖ୍ୟା ବୃଦ୍ଧି କେମିତି ହେବ ସେଥିପ୍ରତି ସମସ୍ତେ ଗୁରୁରର ସହ ନିଜ ଦାୟିତ୍ୱ ସମ୍ପାଦନ କରିବା ଉଚିତ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ସୁପରଭାଇଜର ଅରବିନ୍ଦ ସାହା, ଗିରିଧାରୀ ବାଗ ଓ ପାର୍ବନ ମଶ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଡ୍ରାଇଭର ଓ ଶ୍ରେଷ୍ଠ କଣ୍ଡକ୍ଟର ଭାବେ ସତ୍ୟବାନ ତାଣ୍ଡି ଓ ମଦନପୁର ରାମପୁର ବ୍ଲକର ମିଶନ ଶକ୍ତି କଣ୍ଡକ୍ଟର ସସ୍ମିତା ନାୟକ ଏବଂ ଶ୍ରେଷ୍ଠ ଏନଫୋର୍ସମେଣ୍ଟ ଷ୍ଟାଫ ରୂପେ ଶୁଭେନ୍ଦୁ ପୁରୋହିତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ସମସ୍ତ ୧୩ଟି ବ୍ଲକର ସୁପରଭାଇଜର, ଜ୍ୟୋତି ଶଙ୍କର ନାୟକ,  ଶିଶିର ବାଗ ଦୀପକ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାର୍ଥକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ନିପୁଣ ଓଡ଼ିଶା ଲୋଗୋ ଉନ୍ମୋଚନ ସମାରୋହ ଆୟୋଜିତ

କଳାହାଣ୍ଡି: ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ କକ୍ଷରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ନିପୁଣ ଓଡ଼ିଶା ଲୋଗୋ ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା କଳାହାଣ୍ଡିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଶାନ୍ତ କୁମାର ଚୋପଦାର ସଭାପତିତ୍ବ କରିଥିବା ବେଳେ ଉଦଘାଟକ ଭାବେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ରୂପେ ଯୋଗଦେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ପ୍ରତିନିଧି ଅନୀଲ କୁମାର ନନ୍ଦ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡିର ଅଧ୍ୟକ୍ଷ ଡ. ଦେଶବନ୍ଧୁ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ସମଗ୍ର ଶିକ୍ଷା କଳାହାଣ୍ଡିର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ଓ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ପଲମ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡିଲେଶ୍ୱର ରଣା। ଏହି ଅବସରରେ ନିପୁଣ ଓଡ଼ିଶା ଲୋଗୋ ଉନ୍ମୋଚନ ଓ ସଂଗୀତ ପରିବେଷଣ କରାଯାଇଥିଲା।

ବରିଷ୍ଠ ଶିକ୍ଷୟତ୍ରୀ ମିନତି କୁମାରୀ ପ୍ରଧାନଙ୍କ ରଚନା ଓ ନିର୍ଦ୍ଦେଶନାରେ ଆରଇଓ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ଷୁଦ୍ର ନାଟିକା ‘ଛୁ ମନ୍ତର୍’ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିବା ବେଳେ ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ଓଡିଶାର ଦୁଇ ଶିକ୍ଷକ: ଆସନ୍ତା ୫ରେ ରାଷ୍ଟ୍ରପତି କରିବେ ପୁରଷ୍କୃତ

ଭୁବନେଶ୍ଵର: ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ। କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତି ଚନ୍ଦ୍ର ସାହୁଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି ସେପ୍ଟେମ୍ବର ୫, ୨୦୨୪ ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିବେ। ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯିବ।

Categories
ଆଜିର ଖବର

ଆଇପିଏଲ ସଟ୍ଟା ବେଟିଂରେ ଉବୁଡୁବୁ ଯୁବପୀଢ଼ି: ରାତାରାତି କୋଟିପତି ନିଶାରେ ସ୍ୱର୍ବସ୍ୱାନ୍ତ!

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଯୁବ ପିଢ଼ି ସଟ୍ଟା ବେଟିଂ ଜାଲରେ ଏବେ ଉବୁଡୁବୁ ହେଉଥିବା ଦେଖିବାକୁ ମିଳୁଛି। ରାତାରାତି କୋଟିପତି ହେବା ନିଶାରେ ଲୋକେ ସ୍ୱର୍ବଶାନ୍ତ ହେଉଥିବା ଜଣା ପଡ଼ିଛି। ଆଇପିଏଲ ଯୋଗୁଁ ଲୋକେ ଘର ଦ୍ୱାର ଜମିବାଡ଼ି ବିକ୍ରି କରିଦେଉଥିବା ଚର୍ଚ୍ଚା ହେଉଛି। ଏହି ରାକେଟର ଚେର କଳାହାଣ୍ଡି ଜିଲ୍ଲା ର ପ୍ରମୁଖ ସହର ଜୁନାଗଡ ରୁ ଟିଟିଲାଗଡ ଓ ରାୟପୁରକୁ ଲମ୍ବିଥିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା, କେସିଙ୍ଗା, କଲମପୁର,କୋକସରା, ସମେତ ବିଭିନ୍ନ ସହରରେ ପ୍ରତିଦିନ ଆଇପିଏଲ କ୍ରିକେଟ ବେଟିଂ ଦେଖିବାକୁ ମିଳୁଛି। ଆଇପିଏଲର ୨ ପ୍ରତିପକ୍ଷ ଟିମରେ କିଏ ଜିତିବ, କିଏ ହାରିବ ସେନେଇ ଟଙ୍କା ବୋଲି ଲଗାଯାଉ ଥିବା କୁହା ଯାଉଛି। ସେହିଭଳି ପ୍ରତି ଓଭର, ଛକା, ଉଇକେଟ, କ୍ୟାଚ, ଦଳଗତ ରନ ସ୍କୋର, ବ୍ୟାଟ୍ସମାନ ମାନଙ୍କ ବ୍ୟକ୍ତିଗତ ରନ ସ୍କୋରରେ ଲୋକେ ଟଙ୍କା ଲଗାଉଥିବା ଜଣା ପଡ଼ିଛି। ଯେଉଁ ଟିମ ରେ ଲୋକେ ଟଙ୍କା ଲଗାଉଛନ୍ତି ୨ ରୁ ୮୦ ଗୁଣ ଟଙ୍କା ମିଳୁ ଥିବାର କୁହା ଯାଉଛି। ଯଦି ସେହି ଟିମ ହାରିଯାଏ ତେବେ ଟଙ୍କା ଲଗାଇଥିବା ଲୋକ ସ୍ୱର୍ବସ୍ୱାନ୍ତ ହେଉଛନ୍ତି।

ବର୍ତ୍ତମାନ ଛୋଟ ଛୋଟ ବୁକିମାନେ ଲକ୍ଷ ଲକ୍ଷ ଟଙ୍କାର ଖେଳ କରୁଛନ୍ତି। ଏହି ବେଟିଂ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରୁ ଆରମ୍ଭ ହୋଇ ଟିଟିଲାଗଡ଼ ଓ ରାୟପୁରରୁ କଣ୍ଟ୍ରୋଲ ହେଉଥିବା ଶୁଣା ଯାଉଛି। ଫୋନ ମାଧ୍ୟମରେ ଏହି ଖେଳ ଚାଲୁଥିବା ବେଳେ ପୁଲିସ ଏହାର ସୁରାଗ ପାଇପାରୁ ନ ଥିବା ଜଣା ପଡ଼ିଛି କିମ୍ଵା ଜାଣି ଅଜଣା ରହୁଥିବା ଜଣା ପଡୁଛି।

ଜିଲ୍ଲାର ମହିଳା ମାନେ ମଧ୍ୟ ଅଧିକ ଲାଭ ପାଇବା ନିଶାରେ ବେଟିଂ ଲଗାଉଥିବା ଅଭିଯୋଗ ହୋଇଛି। ଗତ କିଛିବର୍ଷ ତଳେ ଜୁନାଗଡ଼ ସହରର ଜଣେ ଯୁବକ ୫ କୋଟି ଟଙ୍କାର ବେଟିଂ ଲଗାଇଥିବା ର ଚର୍ଚ୍ଚା ହେଉଛି। ସେଥିରେ ସେ ହାରିଯିବା ପରେ ସେ ବାହାର ରାଜ୍ୟ କୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ପରିବାର ଲୋକେ କୋଲକୋତାରେ ଠାବ କରିଥିବା ପ୍ରକାଶ। ବର୍ତ୍ତମାନ ଜିଲ୍ଲାର ଜୁନାଗଡ଼ ଠାରୁ ହିଁ ଏହି ଆଇପିଏଲ ବେଟିଂ ସଟ୍ଟା କଣ୍ଟ୍ରୋଲ ହେଉଥିବା କୁହା ଯାଉଛି। ଜୁନାଗଡ ସହରର ଏକ ପ୍ରତିଷ୍ଠିତ ସମ୍ଭ୍ରାନ୍ତ ପରିବାରର ଜଣେ ଯୁବକ ଏହି ସଟ୍ଟା ବେଟିଂକୁ କଣ୍ଟ୍ରୋଲ କରୁଥିବା ଅଭିଯୋଗ ହେଉଛି। ଆଉ ଏହି ନେଟୱାର୍କ ଭବାନୀପାଟଣା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି ଦେଇ ରାୟପୁରକୁ ଲମ୍ବିଛି।

ଜୁନାଗଡ଼ ପୁଲିସ ମଧ୍ୟ ଏ ବାବଦରେ ଅଜ୍ଞ ଥିବା ଜଣାପଡିଛି। ମୋବାଇଲରେ ଏଭଳି ବ୍ୟାଟିଙ୍ଗ ଖେଳ ଯୋଗୁଁ ପୁଲିସର ହାତ ମଧ୍ୟ ପାଇପାରୁ ନ ଥିବା କୁହା ଯାଉଛି। ବର୍ତ୍ତମାନ ଏହି ବେଟିଂରେ ଧନୀ ଶ୍ରେଣୀର ଯୁବକମାନେ ଟଙ୍କା ଲଗାଉଥିବା ଦେଖା ଯାଉଛି। ଆଇପିଏଲ ବ୍ୟାଟିଂ ରେ ଅଧିକ ପାଇବା ନିଶା ରେ ବହୁ ଯୁବକ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି। ଏନେଇ କଳାହାଣ୍ଡି ପୁଲିସ ପ୍ରଶାସନ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଚଢ଼ାଉ କଲେ ଏହି ରାକେଟ ର ପର୍ଦ୍ଧାଫାସ ହୋଇପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗସ୍ତ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ସମୀକ୍ଷା

ଭବାନୀପାଟଣା (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ଗ୍ରହଣ ରେ କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର କାର୍ଯ୍ୟକୁ ସମୀକ୍ଷା କରାଯାଇଛି।କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୈବଭ ସିଂ ଚୌହାନ, ଲାଞ୍ଜିଗଡ, ନର୍ଲା ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ କେ ସୁରଜିତ ଏବଂ ଜୁନାଗଡ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସହ ନୂଆପଡ଼ା, ଖରିଆର ପାଇଁ ମନି ଶଙ୍କର ବରଦୋଲଈ ପ୍ରମୁଖ ପର୍ଯ୍ୟବେକ୍ଷକ ରୂପେ ନିର୍ବାଚନ କମିଶନ ଦ୍ୱାରା ନିଯୁକ୍ତି ପାଇଛନ୍ତି।

ବୈଠକ ରେ ୫ ଟି ନିର୍ବାଚନ ମଣ୍ଡଳୀ ଓ ୧ ଟି ଲୋକସଭା ଆସନ ପାଇଁ ୬ ଜଣ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସହ ଆୟକର ବିଭାଗ, ସି ଟି ଜି ଏସ ଟି ବିଭଗ, ଅବକାରୀ ବିଭାଗ, ବନ ବିଭାଗ,ପରିବହନ ବିଭାଗ ଅଧିକାରୀ ଙ୍କ ସହ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ,ତ୍ରିଲୋଚନ ପାତ୍ର, ସି ଡି ଓ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଉପ ଜିଲ୍ଲାପାଳ ,ଧର୍ମଗଡ ଧିମନ୍ ଚକମା,ଉପ ଜିଲ୍ଲାପାଳ ଭବାନୀପାଟଣା ବିଶ୍ୱଜିତ ଦାସ,ନିର୍ବାଚନ ସଂଯୁକ୍ତ ଅଧିକାରୀ, ଡି ଆଇ ପି ଆର୍ ଓ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଚୌହାନ ଏବଂ କେ ସୁରଜିତ ବିଭିନ୍ନ ଟିମ୍ ଭି ଏସ ଟି, ଏସ ଏସ ଟି, ଭି ଏସ ଟି, ଆକାଉଣ୍ଟ ଟିମ୍, ଫ୍ଲାଇଙ୍ଗ ସ୍କୁଆଡ,ଏମ ସି ଏମ ସି ଟିମ୍ ର ନୋଡାଲ ଅଧିକାରୀଙ୍କ କାର୍ଯ୍ୟ କୁ ସମୀକ୍ଷା କରିଥିଲେ ଏବଂ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅଧିକାରୀ ଗଣ ନିଜ ଦାୟିତ୍ଵକୁ ଠିକ ଭାବେ ନିର୍ବାହ ସହ ଜେ କୌଣସି ଆଚରଣ ବିଧି ଉଲଙ୍ଘନ କୁ ଧରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ଜନସାଧାରଣ ଖର୍ଚ୍ଚ ସମ୍ବର୍ଦ୍ଧିତ କିମ୍ବା ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ବିଷୟ ଉପରେ ଭୈବଭ ସିଂ ଚୌହାନ ଙ୍କୁ ୭୦୦୮୩ ୮୦୦୮୩, କେ ସୁରଜିତ ଙ୍କୁ ୬୩୭୦୪ ୪୯୬୪୫,ମନି ଶଙ୍କର ବର୍ଦୋଲଇଙ୍କୁ ୭୬୦୬୯୭୭୨୬୩ ନମ୍ବର ରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦ୍ଵାରା ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ: ବିଡିଓ ଙ୍କୁ ଓକିଲ ନୋଟିସ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲା ପରିଷଦ ଉପାଧ୍ୟକ୍ଷା ଙ୍କ ସ୍ବାମୀ ପରମେଶ୍ବର ମେହେର ଚିଚୈଗୁଡା ସରପଞ୍ଚ ଭାବେ ନାମାଙ୍କନ ଦାଖଲ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇ ସତ୍ୟ ପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ବାର ଏସୋସିଏସନ ଓକିଲ ସୁଶୀଲ କୁମାର ପଣ୍ଡା ଜୁନାଗଡ ବିଡିଓ ଙ୍କୁ ଲିଗାଲ ନୋଟିସ ଦେଇ ସେହି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ସୂଚନା ଅଧିକାର ଆଇନ ଅନୁସାରେ ଗତ ୧୭.୦୬.୨୦୨୩ ରେ ଜୁନାଗଡ ବ୍ଲକ ରୁ ମିଳିଥିବା ନୋମିନେସନ ପତ୍ର ର ଫଟୋ କପି ଅନୁସାରେ ଶ୍ରୀ ମେହେର ଙ୍କ କୌଣସି ଶିକ୍ଷା ଗତ ଯୋଗ୍ୟତା ଉଲ୍ଲେଖ କରାଯାଇ ନ ଥିବା ବିଷୟ ଓକିଲ ଶ୍ରୀପଣ୍ଡା ଉଲ୍ଲେଖ କରିଛନ୍ତି।

ଓଡ଼ିଶା ଗ୍ରାମ ପଂଚାୟତ ଆଇନ ୧୯୬୪ ଓ ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଆଇନ ୧୯୯୧ ର ସଂଶୋଧନ ସେକ୍ସନ ୪୫ ଅନୁସାରେ ନୋମିନେସନ ସମୟରେ ଯେଉ ପ୍ରାର୍ଥୀ ଫୌଜଦାରୀ କେଶ, ସମ୍ପତ୍ତି ଓ ଋଣ ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଠିକ ତଥ୍ୟ ସହିତ ସତ୍ୟପାଠ ଦାଖଲ କରିବ ନାହି ତେବେ ସେହି ପ୍ରାର୍ଥୀ ଙ୍କର ନାମାଙ୍କନ ପତ୍ର ଗ୍ରହଣୀୟ ହେବ ନାହି ବୋଲି ଆଇନ ରେ ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ଶ୍ରୀ ମେହେର ଙ୍କ ସରପଞ୍ଚ ଭାବେ ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ତଥା ଜୁନାଗଡ ବିଡିଓଙ୍କ ତରଫରୁ ଦାୟିତ୍ବରେ ଥିବା ସମ୍ପୃକ୍ତ ପଂଚାୟତ ନିର୍ବାଚନ ଅଧିକାରୀ ଅଣଦେଖା କରି ନିଜ ଦାୟିତ୍ବ ସମ୍ପନ୍ନ କର୍ତ୍ତବ୍ୟ ର ଅବହେଳା କରିଥିବା ଓକିଲ ଶ୍ରୀ ପଣ୍ଡା ଉକ୍ତ ପତ୍ର ରେ ଉଲ୍ଲେଖ କରିଛନ୍ତି।

ସେହି କ୍ରମରେ ଜୁନାଗଡ ବିଡିଓ ଆଇନ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜିଲ୍ଲାପାଳଙ୍କୁ ସେହି କ୍ରମରେ ସୁପାରିଶ କରିବାକୁ ଓକିଲ ଶ୍ରୀ ପଣ୍ଡା ଅନୁରୋଧ କରିଥିବା ଜଣାପଡିଛି। ଅନ୍ୟଥା ଉଚ୍ଚ ନ୍ୟାୟାଳୟ ର ଦ୍ଵାରସ୍ଥ ହେବାକୁ ଚେତାବନୀ ଦେଇଥିବା ଜଣାପଡିଛି। ଜୁନାଗଡ ବିଡିଓ ଶ୍ରୀ ମେହେରଙ୍କ ସତ୍ୟପାଠ କୁ ନାକଚ କରିବା ବଦଳରେ ଅଣଦେଖା କରି ସରପଞ୍ଚ ନାମାଙ୍କନ ପତ୍ରକୁ ଗ୍ରହଣ କରିଦେଇଥିବା ପ୍ରକାଶ।

ସୂଚନା ଯୋଗ୍ୟ ଯେ, ପରମେଶ୍ବର ମେହେର ଚିଚୈଗୁଡା ଗ୍ରାମ ପଂଚାୟତ ର ସରପଞ୍ଚ ଭାବେ ନିର୍ଦ୍ଵନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଶ୍ରୀ ମେହେର ଙ୍କ ପତ୍ନୀ ଶ୍ରୀମତୀ ଶୁଦ୍ଧିର ମେହେର ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ପରିଚଡ ଉପାଧ୍ୟକ୍ଷ୍ୟା ଅଛନ୍ତି। ଏସମ୍ପର୍କରେ ଜୁନାଗଡ ବିଡିଓ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରିନାହିଁ। ସାଧାରଣ ଭାବରେ ମିଥ୍ୟା ସତ୍ୟ ପାଠ ର ଭିନ୍ନ ଅର୍ଥ ବାହାର କରି ସମ୍ପୃକ୍ତ ପଦଧିକାରୀ ମାନେ ସରକାରଙ୍କ ନୀତି ନିୟମ କୁ ଅଣଦେଖା କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆଇନରେ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ନିର୍ବାଚନ ଅଧିକାରୀ ମାନେ କିପରି ଓ କାହିଁକି ସେଭଳି ଅନଦେଖା କରୁଛନ୍ତି ସେସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଜୁନାଗଡ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଞ୍ଚ ନିଜ ନିଜ ନାମାଙ୍କନ ପତ୍ର ଦାଖଲ ସମୟରେ ଏଭଳି ଭୁଲ ସତ୍ୟ ପାଠ ଦାଖଲ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା: କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ ହେଲେ ପ୍ରଥମ

ଭୁବନେଶ୍ବର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଓଡ଼ିଶା ଜୋନ୍ ସ୍ଥିତ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଫେବୃଆରୀ ୧୯, ୨୦୨୪ରେ ମୋ ଭାରତ ବିକଶିତ ଭାରତ@୨୦୨୪ ଶୀର୍ଷକ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସାଂସଦ (ରାଜ୍ୟସଭା) ମୁଜିବୁଲ୍ଲା ଖାନ୍‍ ଯୋଗ ଦେଇଥିଲେ। ଜିଲ୍ଲାସ୍ତରରେ ଆୟୋଜିତ ସମସ୍ତ ୩୦ ଟି ଜିଲ୍ଲା ପ୍ରତିଯୋଗିତାରେ ଏହି ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାର ଜୁରି ସଦସ୍ୟ ଥିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ସ୍ନାତକୋତ୍ତର ବିଭାଗର ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ହିନ୍ଦୀ ବିଭାଗର ମୁଖ୍ୟ ଡ. ସ୍ନେହଲତା ଦାସ, ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଡ. ସ୍ମୃତି ରଞ୍ଜନ ଦାଶ ଏବଂ କିଟ୍ ଏନ୍ଏସ୍ଏସ୍ ବ୍ୟୁରୋର ସିଇସି ଓ ପିସିର ଉପନିର୍ଦେଶକ ଡ. କାଜଲ ପରାଶର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାଂସଦ ମୁଜିବୁଲ୍ଲା ଖାନ୍ ଙ୍କ ଠାରୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥ ପୁରସ୍କାର ପାଇଥିବା ପ୍ରଥମ ସ୍ଥାନରେ ଥିଲେ କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ। ୫୦ ହଜାର ଟଙ୍କା ନଗଦ ପୁରସ୍କାର ପାଇ ଦ୍ବିତୀୟ ସ୍ଥାନରେ ଥିଲେ ବାଲେଶ୍ୱରର  ଇଶାବୈଶାଖୀ ଗିରି। ଖୋର୍ଦ୍ଧା ଜିଲ୍ଲାର ଦେବାଶିଷ ପଣ୍ଡା ୨୫ ହଜାର ଟଙ୍କା ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଆଲିଶା ପ୍ରିୟଦର୍ଶିନୀ ଖଣ୍ଡୁଆଳ ମଧ୍ୟ ୨୫ ହଜାର ଟଙ୍କା ନଗଦ ଅର୍ଥ ରାଶି ପାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ: ପୁରସ୍କୃତ ହେଲେ ୨୨୦୧ ଛାତ୍ରଛାତ୍ରୀ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ତରଫରୁ ଅନେକ ସମୟରେ ଅଭିନବ ଯୋଜନା ସବୁ ପ୍ରଣୟନ ହେଉଛି। ସେହି କ୍ରମରେ ଶିକ୍ଷାୟତନର ବିବିଧ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାସହ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତମାନଙ୍କୁ ଶିକ୍ଷାର ବିକାଶ ଦିଗରେ ଉତ୍ସାହିତ କରିବା ପାଇଁ ପ୍ରଚଳିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏକ ଅଭିନବ ପ୍ରୟାସ ବୋଲି କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଡିଆଇଇଟି ପଡ଼ିଆରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଡିଆଇଇଟି ଅଧ୍ୟକ୍ଷା ଡ.ସ୍ନେହପ୍ରଭା ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା ଓ ଅନୁଷ୍ଠାନମାନଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ୧୧୭ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ଏକାଡେମିକ ପୁରସ୍କାର (₹୧୧,୭୦,୦୦୦), ୧୩୩୪ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ଏକାଡେମିକ ପୁରସ୍କାର (₹୬୬,୭୦,୦୦୦), ୬୧୪ ଜଣଙ୍କୁ ଛାତ୍ର ଲିଡରସିପ ପୁରସ୍କାର (₹୧୮,୪୨,୦୦୦), ୧୨ଟି ବ୍ଲକ ଆଲୁମିନି କମିଟି ପୁରସ୍କାର (₹୩,୬୦,୦୦୦), ୭ଟି ମାଧ୍ୟମିକ ପ୍ରଧାନଶିକ୍ଷକ ପୁରସ୍କାର (୨,୧୦,୦୦୦), ୩୯ଟି ଲେଖାଏଁ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର (₹୧,୧୭,୦୦,୦୦୦ ଓ (୩୯,୦୦,୦୦୦), ୧୩ଟି ଲେଖାଏଁ ବ୍ଲକ ସ୍ତରୀୟ ଗ୍ରାମପଞ୍ଚାୟତ ପୁରସ୍କାର (₹୧୩,୦୦,୦୦୦), ଏସଏମସି ପୁରସ୍କାର (₹୩,୯୦,୦୦୦) ଓ ପ୍ରାଥମିକ ଶିକ୍ଷକ ପୁରସ୍କାର ପ୍ରଦାନ (₹୩,୨୫,୦୦୦) ପ୍ରଦାନ କରାଯାଇଥିଲା। ଜିଲ୍ଲାର ୧୩ଟି ବ୍ଲକରୁ ସମୁଦାୟ ୨୨୦୧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବେଶ୍ୱର ଭୋଇ, ଜଗନ୍ନାଥ ତ୍ରିପାଠୀ, ସଂଗୀତା ରାଉତ ଓ ଯଦୁ ନାଏକ ସଂଗୀତ ପରିବେଷଣ କରିଥିବା ବେଳେ ଡିଆଇଇଟିର ଗୁରୁଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ବର ରଣା, ଶ୍ରୁତି ସିଲଭା ପଣ୍ଡା ଓ ବିରଞ୍ଚି ନାରାୟଣ ମୁଣ୍ଡ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ ଓ ଶଗଡ଼ା ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ସାହୁ। ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଡିଆଇଇଟି ଓ ଆୟୋଜକ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ନୂଆ (ନୂତନ ଉନ୍ନତ ଅଭିଳାଷ) ଓଡ଼ିଶା ଯୋଜନା ର ଶୁଭାରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟର ଅଶ୍ଵାନ ସଭାଗୃହରେ ନୂଆ (ନୂତନ ଉନ୍ନତ ଅଭିଳାଷା) ଓଡିଶା ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାର ଶୁଭାରମ୍ଭ ଭୁବନେଶ୍ୱରରୁ ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ଦ୍ୱାରା ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ କରାଯାଇ ଥିଲା। ଏଥିରେ ଦକ୍ଷତା ବିକାଶ ବିଭାଗ ର ପ୍ରମୁଖ ସଚିବ ଉଷା ପାଢ଼ୀ, ନିର୍ଦେଶକ ରେଘୁ ଜି ଏବଂ ଦକ୍ଷତା ବିକାଶ ବିଭାଗ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ଏହି ଯୋଜନା ମାଧ୍ୟମରେ ୧ ଲକ୍ଷ ଯୁବକ ଯୁବତୀ ମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ନିଯୁକ୍ତିକ୍ଷମ କରାଇବାର ଲକ୍ଷ ରଖାଯାଇଛି। ଏହା ବ୍ୟତୀତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକର ରୂପରେଖ ପ୍ରସ୍ତୁତି ପାଇଁ ଜିଲ୍ଲା ମାନଙ୍କୁ ନୂଆ ଓଡିଶାରେ କ୍ଷମତା ପ୍ରଦାନ କରାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ ଆଲୁମିନା ସହଭାଗିତା ରେ ଚଳିତ ଆର୍ଥିକ ବର୍ଷରେ ୧୫୦ ଜଣ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ,କଳାହାଣ୍ଡି ଜିଲ୍ଲା ର ଆଗାମୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଦିଶାନିର୍ଦେଶ ବିଷୟରେ ଉଦ୍ବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ, ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା, ସୁଯୋଗ୍ୟ ମିଶ୍ର, ବେଦାନ୍ତ ତରଫରୁ ଶିଶିର ତରଫଦର, ଅଭିନୟ ପ୍ରତାପ ଓ ୫୦ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ନିଖିଳ ଭାରତ ସମବାୟ ସପ୍ତାହ- ୨୦୨୩ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ଟାଉନ ହଲ ଠାରେ ଗିରିଶ ଚନ୍ଦ୍ର ବେହେରା, ସଭାପତି, ଭବାନିପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ପୌରହିତରେ ମହାସମାରୋହରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ, ଅଧ୍ୟକ୍ଷ୍ୟ ଜିଲ୍ଲା ପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ, ବିଧାୟକ ଧର୍ମଗଡ଼ ମୌସଧି ବାଗ, ଅଧ୍ୟକ୍ଷ୍ୟା ଭବାନୀପାଟଣା ପୌର ପାଳିକା ସଂଯୁକ୍ତା ବେହେରା ସମ୍ମାନିତ ଅତିଥିରୂପେ ଯୋଗଦାନ କରି ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ କରିବା ସହ ଚାଷୀ ମାନଙ୍କୁ ଋଣ ଓ ଅନ୍ୟ ସହାୟତା,ସମୃଦ୍ଧି ପାଇଁ ମତ ରଖିଥିଲେ।

ଏହି ସଭାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଉପନିବନ୍ଧକ ସମବାୟ ସମିତି କଳାହାଣ୍ଡି ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଧେଶକ ବୃନ୍ଧ ତଥା ପାକ୍ସ ଓ ଲାମ୍ପ୍ପ ର ସଭାପତି ଓ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କଳାହାଣ୍ଡି/ ଗଣମାଧ୍ୟମ ପ୍ରତିନିଧି / ସମବାୟ ବିଭାଗର ଅବସରପ୍ରାପ୍ତ  କର୍ମଚାରୀ ଓ  ବୁଦ୍ଧିଜୀବୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ରୂପ କେଶରୀ ଦଳାଇ ମଞ୍ଚ ପରିଚାଳନା କରିଥିବାବେଳେ ଭବନାଥ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର, ସମବାୟ ବ୍ୟାଙ୍କ ଓ ନିୟନ୍ତ୍ରିତ ବଜାର କମିଟି ଭବାନୀପାଟଣା ଓ କେସିଙ୍ଗାର କର୍ମଚାରୀ ମାନେ ସହଯୋଗ କରିଥିଲେ। ସଭା ପରିଚାଳନା ସହଯୋଗରେ ସମବାୟ ବ୍ୟାଙ୍କର ସୁରେଶ ଶତପଥି ଓ ଚକ୍ରଧର ଦାଶ ଓ ଆର ଏମ ସି ର    କୁନୁ ପାଢୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାରରେ ବିଭାଗୀୟ ତଦନ୍ତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଗୁରୁତର ଅଭିଯୋଗ ହୋଇଥିଲା। ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଉଥିବା ବେଳେ ଏହାର ସୁଯୋଗ ନେଇ ଅସାଧୁ ଡିଲର ମାନେ ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ କୃଷିବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ସେ ସମୟରେ ଭେଲି ଘଟଣାରେ ସମଗ୍ର ଓଡିଶାରେ ତୁମ୍ଭି ତୋଫାନ ଚାଲିଥିବା ବେଳେ କେତେ ଜଣ ଅସାଧୁ ଡିଲରଙ୍କୁ ଗିରଫ କରାଯାଇଥିବାର ଜଣାପଡିଥିଲା। କଳାହାଣ୍ଡି ଜିଲ୍ଲାରେ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହେଉଥିଲା। ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇବାର ଉଦ୍ୟମ କରାଯିବା ସହିତ ଜିଲ୍ଲା କୃଷି ବିଭାଗ ଦପ୍ତର ମାନଙ୍କରେ ଡିଲର ମାନଙ୍କ ସପକ୍ଷରେ ଲବି ଆରମ୍ଭ କରାଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ମଧ୍ୟ ବିଭିନ୍ନ ପ୍ରକାର ଚାପ ପକାଇବାର ଯୋଜନା ଜଣାପଡିବା ପରେ ସେସଂପର୍କରେ ରାଜ୍ୟ ଭିଜିଲାନ୍ସ ବିଭାଗ ଉକ୍ତ ଘଟଣାର ତଦନ୍ତ କରିଥିବା ଜଣାପଡିଛି। ହେଲେ ଅସାଧୁ ଡିଲର ମାନେ ବିଭିନ୍ନ ଉପାୟରେ ସରକାରୀ ନୀତି ନିୟମ ଆଖିରେ ଧୁଳି ପକାଇ ସଫଲ ହୋଇଯାଇଥିବା ଦେଖାଯାଉଛି। ଯାହାଫଳରେ ମାତ୍ର ଅଳ୍ପ କିଛି ପ୍ରଲୋଭନରେ ପଡି ସରକାରୀ ସବସିଡି ୬ଲକ୍ଷ ଟଙ୍କାକୁ ଅନ୍ୟ ହାତରେ ଟେକିଦେଇଥିବା ନୀରିହ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତି ର ହିଁ କ୍ଷତିହେବ ଏଥିରେ କୌଣସି ଦ୍ୱିମତ ହିଁ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ସରକାର ସେଭଲି ବ୍ୟକ୍ତି ବିଶେଷଙ୍କୁ ସବସିଡି ଯୋଗାଇ ଦେବାର କୌଣସି ମୂଲ୍ୟ ହିଁ ରହୁ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି।

କ୍ଲାସ, ୟନମାର ଭଲି ନାମୀ କାମ୍ପାନିର ହାରଭେଷ୍ଟର ସୋରୁମ ରେ ଏଭଲି ଅସାଧୁ କାରବାର ହୋଇଥିବା ଜନସାଧାରଣରେ ଅଭିଯୋଗ ହେବା ସହିତ ଜୟପାଟଣା ଅଂଚଳରେ ଥିବା ଜନୈକ ଅସା ଭୟବସାୟୀ ଙ୍କ ନାମରେ ଥିଭା କୃଷି ଯନ୍ତପାତି ନିର୍ମାଣ କାରଖାନା ମାଧ୍ୟମରେ ଏଭଲି ଅନେକ ହେରାଫେରି ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ବ୍ୟବସାୟୀ ପୁର୍ବରୁ ରାସତା କଢରେ ପେଟ୍ରୋଲ, ମୋବିଲ ବିକ୍ରି କରୁଥିବା ବେଳେ କୃଷି ଯନ୍ତ୍ରପାତି ନିର୍ମାଣ ଓ ଯୋଗାଣ ଫେକ୍ଟ୍ରି କରି କୃଷି ବିଭାଗରୁ ଚାଷିଙ୍କୁ ସବସିଡିରେ ଯୋଗାଣ କରିଥିବା କାଗଜାତ ପ୍ରସ୍ତୃତ କରିଦେଇ ବିଲ ଉଠାଣ କରି ହେରାଫେରି କରୁଥିବା ଅଭିଯୋଗ ହେଉଛି। ଏହି ବ୍ୟବସାୟିଙ୍କ ଲମ୍ବାହାତ ଥିବା ଏବଂ ସେଥିପାଇଁ କୌଣସି ତଦନ୍ତ କାରୀ ସଂସ୍ଥା ପହଂଚି ପାରୁନଥିବା ଜନସାଧାରଣରେ ଆଲୋଚନା ହେଉଛି।

ଏସଂପର୍କରେ ଜୁନାଗଡ ଠାରେ କୃଷି ଜିଲ୍ଲା ଅଧିକାରୀ ରଂଜନ ପଟେଲଙ୍କୁ ପଚାରିବାରୁ ଏବେ ଆଉ ସେଭଲି ଭାବେ ସବସିଡି ଦିଆଯାଉନାହିଁ ଆପଣ ପରେ ଆସନ୍ତୁ ଏବେ କିଛି କହିହେବ ନାହିଁ ବୋଲି ବେଶ ହାଲୁକା ଭାବେ ଜବାବ ଦେଇଥିଲେ। ହେଲେ ଏଭଲି ଅସାଧୁ ବ୍ୟବସାୟୀ ମାନେ ବିଭିନ୍ନ ଚାଷୀ ମାନଙ୍କ ନାମରେ ଆସୁଥିବା ସବସିଡି ଟଙ୍କା ବାଟମାରଣା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ସେହି ସବସିଡି ଟଙ୍କା ପାଇ ପାରୁନଥିବା ହେତୁ ସରକାରୀ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସ-ଷ୍ଟି ହେଉଛି। ଏସଂପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନିୟ ତଥ୍ୟ ପଦାକୁ ଆସି ପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

Categories
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା।

ବୈଠକରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଉପ ଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ, ବି ସି ସି ବି ବ୍ୟାଙ୍କ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା, ଲୋକସଭା ସାଂସଦ, କଳାହାଣ୍ଡି, ଭବାନୀପାଟଣା, ଧର୍ମଗଡ ଓ ଜୁନାଗଡ ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ସମସ୍ତଙ୍କୁ ସ୍ଵାଗତ କରି ଏଜେଣ୍ଡା ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ। ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ଉପରେ ମତ ଦେଇଥିଲେ। ନର୍ଲା ବିଧାୟକ ଭୁପିନ୍ଦର ସିଂହ ଗତ ଖରିଫ ରେ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ମିଲର ମାନେ ନିଜର କର୍ମଚାରୀ ନ ପଠାଇ ଦଲାଲ ମାଧ୍ୟମରେ ଧାନ ଉଠାଉ ଥିବାରୁ ଚାଷୀମାନେ କଟଣି ଛଟଣୀର ଶିକାର ହେଉଛନ୍ତି ପ୍ରକାଶ କରି ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ସଭାରେ ଗନି ବ୍ୟାଗ୍ ର ଅସୁବିଧା, ମଣ୍ଡି ରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ , ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା ହୋଇଥିଲା। ସଭାରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ସର୍ବସମ୍ମତି ପ୍ରକାଶ ପାଇଲା।

ସୁଚନା ଅନୁସାରେ କୋକସରା, ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା ବ୍ଲକରେ ନଭେମ୍ବର ୨୯ ତାରିଖ, ଭବାନୀପାଟଣା,କେସିଙ୍ଗା, ଧର୍ମଗଡ଼, ଜୁନାଗଡ,ଗୋଲାମୁଣ୍ଡା, ଜୟପାଟଣା, କଲମପୁର ବ୍ଲକରେ ଡିସେମ୍ବର ୧ ତାରିଖ ଏବଂ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୧୮୩/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୨୦୩/- ଟଙ୍କା ରଖାଯାଇଛି। ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧,୧୨,୨୮୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚଳିତ ଖରିଫ ଋତୁରେ ୧୮୨୭୭୭ ହେକ୍ଟର ଧାନ ହୋଇଥିବା ଜମିରୁ ୭,୮୨,୯୫୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୩-୨୪ ରେ ଭବାନୀପାଟଣା ଓ ଧର୍ମଗଡ ସବ-ଡିଭିଜନ ରେ ୭୪ ଟି ପାକ୍ସ, ୨୧୩ ଟି ଧାନ ସଂଗ୍ରହ କେନ୍ଦ୍ର, ୩୨ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ। ସଭାରେ ବିଭାଗୀୟ ଅଧିକାରୀ, ଜିଲ୍ଲା ଚାଷୀ ପ୍ରତିନିଧ , ମିଲର ସଭାପତି,ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି, ପାକ୍ସ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ  ଭବାନୀପାଟଣା ସହର ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ 2023 ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡଃ ସଞ୍ଜୟ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡା ଅଜୟ କୁମାର ମିଶ୍ର, ପୁର୍ବତନ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଏବଂ ବର୍ତ୍ତମାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରୂପେଶ କୁମାର ହୋତା, ସଦସ୍ୟ ଭାରତ କୁମାର ପଣ୍ଡା, ସଦସ୍ୟ ସଞ୍ଜୟ କୁମାର ଏବଂ ସଦସ୍ୟ ଅଶୋକ କୁମାର ଚୌଧୁରୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ ଏବଂ ସ୍ଵର୍ଣ୍ଣଲତା ମହାନ୍ତି ଏବଂ ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସାହ କାର୍ଯ୍ୟକ୍ରମରେ ଜିଲର 13 ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର 180 ଜଣ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀଙ୍କ ମଧ୍ୟରେ 100 ମିଟର ଦୌଡ ପ୍ରତିଯୋଗୀତା ଏବଂ 200 ମିଟର  ଦୌଡ, ଲମ୍ବଡିଆ, ଉଚ୍ଚଡିଆଁ, ଚେସ, କେରମ ଓ ଫୁଟବଲ ପ୍ରତୋଯୋଗିତାରେ ଅଂଶଗ୍ରହଣ କରି କୃତି ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ। 100 ମିଟର ଦୌଡ ରେ ବାଳକ ବିଭାଗର ଶୁଭମ ମାଝୀ (NSM), 200 ମିଟର ଦଉଡାରେ ବାଳକ ବିଭାଗର ମାଣିକ ନାୟକ (BSS), ଉଚ୍ଚଡିଆଁରେ ମାଣିକ ନାୟକ ( BSS ), ଲମ୍ବଡିଆଁରେ ସୁରେନ୍ଦ୍ର ସୁନାନୀ (NSS), ଚେସ ରେ ସୁଶାନ୍ତ ରାଉତ (BGSN), କେରମରେ ମାଣ୍ଟୁ ମାଝୀ (BSS) ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି।

ବାଳିକା ବିଭାଗରେ 100 ମିଟର ଦୌଡ ରେ ରାଇମତି ମାଝୀ (NSS), 200 ମିଟର ଦୌଡରେ ରାଇମତି ମାଝୀ (NSS), ଉଚ୍ଚ ଡିଆଁ ରେ ପୂଜା ମାଝୀ (NSM), ଲମ୍ବ ଡିଆଁ ରେ ବେଲମତି ମାଝୀ (NSS), କ୍ୟାରମରେ ଗୌରୀ ଜାଲ ( jashoda ), ଚେସରେ ଲୋପମୁଦ୍ରା ବିହାରୀ ( EMI ) ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଫୁଟବଲ ପ୍ରତିଯୋଗିତାରେ ବାଳକ ବିଭାଗର ( NSM ) ଏବଂ ବାଳିକା ବିଭାଗରେ (NSS) ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଛନ୍ତି।

ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ଦୁଲାଳ ସେନାପତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବର୍ତ୍ତମାନର ଅଧ୍ୟକ୍ଷ ରୁପେଶ ହୋତା, ପୂର୍ବତନ ଅଧ୍ୟକ୍ଷ ଡା: ଅଜୟ ମିଶ୍ର ଏବଂ ରାଜେଶ ନାୟକ ତଥା ସମସ୍ତ ସଦସ୍ୟ ଗଣ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟଗଣ, ବିଭିନ୍ନ ଖେଳକୁଦ କୁ ପରିଚାଳନା କରୁଥିବା PET ଓ ବିଚାରକ ବୃନ୍ଦ ତଥା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମକର୍ତ୍ତା ମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଶେଷରେ ଉତ୍ସାହ 2023 ର ଧ୍ଵଜା ଅବତରଣ କରାଯାଇ କାର୍ଯ୍ୟକ୍ରମ କୁ ସମାପ୍ତ ଘୋଷଣା କରଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମିଶନ ଶକ୍ତି ବିଭାଗ, ଓଡିଶା ସରକାରଙ୍କ ଆନୁକୁଲ୍ୟ ରେ ଆୟୋଜିତ ସଭାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି।
ଗତିଶୀଳତା ହିଁ ସଶକ୍ତିକରଣ ଆଭିମୁଖ୍ୟରେ ମିଶନ ଶକ୍ତି ମା ହିତାଧିକାରୀମାନଙ୍କୁ ସ୍କୁଟର ଯୋଜନାରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ସହାୟତା ଏସ ଏଚ ଜି ମାନଙ୍କୁ ସୁଧ ଫେରସ୍ତ, ବି.ଏଲ.ଏଫ. ଓ ଡି.ଏଲ.ଏଫ. ନିମନ୍ତେ ଗାଡି ବ୍ୟବସ୍ଥା, ଜି.ପି.ଏଲ.ଏଫ ଅଫିସ ଗୃହର ସୁବ୍ୟବସ୍ଥା କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଓସୱାନ ହଲରେ ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରକାଶ, ବି ସି ସି ବ୍ୟାଙ୍କ୍ ସଭାପତି ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ଭର୍ଚୁଆଲ ମୋଡ୍ ରେ ଯୋଡି ହୋଇଥିଲେ।

ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଅନ୍ତର୍ଗତ ୧୩ ଟି ବ୍ଲକରୁ ୨୩୨୭ ଟି ଆବେଦନ ଗ୍ରହଣ କରାଯାଇ ୨୨୩୦ ଟି ଆବେଦନକୁ ବ୍ୟାଙ୍କ ଋଣ ପାଇଁ ସୁପାରିଶ କରଯାଇଥିଲା ଏବଂ ବର୍ତ୍ତମାନ ୭୪୬ ଟି ବ୍ୟାଙ୍କ ଦ୍ଵାରା ଅନୁମୋଦିତ ହୋଇଅଛି।

ଆଜି ଏହି ଅବସରରେ ୧୩ ଟି ବ୍ଲକରେ ୩୬୪ ଜଣ ହିତାଧିକାରୀଙ୍କୁ ନୂତନ ସ୍କୁଟର ହସ୍ତାନ୍ତର କରଯାଇଥିଲା। ଓସୱାନ ହଲ ପ୍ରାଙ୍ଗଣରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ପତାକା ଦେଖାଇ ସ୍କୁଟର ଆରୋହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭବାନୀପାଟଣା ଗ୍ରାମାଞ୍ଚଳରୁ ୧୧୦ ଜଣଙ୍କୁ ସ୍କୁଟର ହସ୍ତାନ୍ତର କରାଗଲା। ଏହି ସ୍କୁଟର ଦ୍ଵାରା ହିତାଧିକାରୀ ନିଜର ବ୍ୟବସାୟିକ ଦିଗକୁ ଆହୁରି ସମୃଦ୍ଧ କରିବା ସହ ମହିଳା ସଶକ୍ତିକରଣ ଦିଗରେ ସହାୟକ ହେବେ।

ଓସୱାନ ହଲରେ ଅନ୍ୟମାନଙ୍କ ମଧ୍ୟରେ, ଡି.ଆଇ.ପି.ଆର.ଓ ମନୋଜ ବେହେରା, ଏଲ.ଡି.ଏମ ଧ୍ରୁବ ପ୍ରସାଦ ସିଂହ, ଡି.ଏସ.ଡବ୍ଲୁ ଓ ପ୍ରଭାତିରାଣୀ ତ୍ରିପାଠୀ, ଡି.ପି.ସି ମିଶନ ଶକ୍ତି ଅମୃତ ପାଢୀ, ମିଶନ ଶକ୍ତି ଏମ.ବି.କେ, ସି.ଆର.ପି, ଜି.ପି.ଏଲ.ଏଫ, ଡି.ଏଲ.ଏଫ , ବି. ଏଲ.ଏଫ. ସଭ୍ୟ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସ୍କୁଟର ହସ୍ତାନ୍ତର କାର୍ଯ୍ୟକ୍ରମରେ ଭବାନୀପାଟଣା ଗ୍ରାମାଞ୍ଚଳର 100 ରୁ ଊର୍ଦ୍ଧ୍ବ ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।