Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗସ୍ତ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ସମୀକ୍ଷା
ଆଜିର ଖବର

କଳାହାଣ୍ଡି ଜିଲ୍ଲାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗସ୍ତ ଓ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ସମୀକ୍ଷା

April 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭବାନୀପାଟଣା (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ଗ୍ରହଣ ରେ କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର କାର୍ଯ୍ୟକୁ ସମୀକ୍ଷା କରାଯାଇଛି।କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୈବଭ ସିଂ ଚୌହାନ, ଲାଞ୍ଜିଗଡ, ନର୍ଲା ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ କେ ସୁରଜିତ ଏବଂ ଜୁନାଗଡ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସହ ନୂଆପଡ଼ା, ଖରିଆର ପାଇଁ ମନି ଶଙ୍କର ବରଦୋଲଈ ପ୍ରମୁଖ ପର୍ଯ୍ୟବେକ୍ଷକ ରୂପେ ନିର୍ବାଚନ କମିଶନ ଦ୍ୱାରା ନିଯୁକ୍ତି ପାଇଛନ୍ତି।

ବୈଠକ ରେ ୫ ଟି ନିର୍ବାଚନ ମଣ୍ଡଳୀ ଓ ୧ ଟି ଲୋକସଭା ଆସନ ପାଇଁ ୬ ଜଣ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସହ ଆୟକର ବିଭାଗ, ସି ଟି ଜି ଏସ ଟି ବିଭଗ, ଅବକାରୀ ବିଭାଗ, ବନ ବିଭାଗ,ପରିବହନ ବିଭାଗ ଅଧିକାରୀ ଙ୍କ ସହ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ,ତ୍ରିଲୋଚନ ପାତ୍ର, ସି ଡି ଓ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଉପ ଜିଲ୍ଲାପାଳ ,ଧର୍ମଗଡ ଧିମନ୍ ଚକମା,ଉପ ଜିଲ୍ଲାପାଳ ଭବାନୀପାଟଣା ବିଶ୍ୱଜିତ ଦାସ,ନିର୍ବାଚନ ସଂଯୁକ୍ତ ଅଧିକାରୀ, ଡି ଆଇ ପି ଆର୍ ଓ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଚୌହାନ ଏବଂ କେ ସୁରଜିତ ବିଭିନ୍ନ ଟିମ୍ ଭି ଏସ ଟି, ଏସ ଏସ ଟି, ଭି ଏସ ଟି, ଆକାଉଣ୍ଟ ଟିମ୍, ଫ୍ଲାଇଙ୍ଗ ସ୍କୁଆଡ,ଏମ ସି ଏମ ସି ଟିମ୍ ର ନୋଡାଲ ଅଧିକାରୀଙ୍କ କାର୍ଯ୍ୟ କୁ ସମୀକ୍ଷା କରିଥିଲେ ଏବଂ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅଧିକାରୀ ଗଣ ନିଜ ଦାୟିତ୍ଵକୁ ଠିକ ଭାବେ ନିର୍ବାହ ସହ ଜେ କୌଣସି ଆଚରଣ ବିଧି ଉଲଙ୍ଘନ କୁ ଧରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ଜନସାଧାରଣ ଖର୍ଚ୍ଚ ସମ୍ବର୍ଦ୍ଧିତ କିମ୍ବା ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ବିଷୟ ଉପରେ ଭୈବଭ ସିଂ ଚୌହାନ ଙ୍କୁ ୭୦୦୮୩ ୮୦୦୮୩, କେ ସୁରଜିତ ଙ୍କୁ ୬୩୭୦୪ ୪୯୬୪୫,ମନି ଶଙ୍କର ବର୍ଦୋଲଇଙ୍କୁ ୭୬୦୬୯୭୭୨୬୩ ନମ୍ବର ରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି ।

କଳାହାଣ୍ଡି ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା: ୪ ଜଣ ଗିରଫ

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026

ରାଜଧାନୀରେ ଲଜ୍ଜା : କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

June 23, 2026

ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ

June 23, 2026
Latest News

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା: ୪ ଜଣ ଗିରଫ

June 24, 2026

ଯୁବତୀକୁ ମାରି ଫିଙ୍ଗିଦେଲେ 

June 23, 2026

ରାଜଧାନୀରେ ଲଜ୍ଜା : କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

June 23, 2026

ତିନି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ

June 23, 2026

ଧନବାଦ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.