Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତାରେ ଅତିରିକ୍ତ ତିନି ପ୍ରତିଶତ ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ କିସ୍ତି ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଦରଦାମ୍‌ ବୃଦ୍ଧିର ଭରଣା ପାଇଁ ମୂଳ ବେତନ/ପେନସନର ବର୍ତ୍ତମାନର ୫୦% ଉପରେ ଅତିରିକ୍ତ ତିନି ପ୍ରତିଶତ (୩%) ଡିଏ/ଡିଆର ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁର କରିଛି।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ଫର୍ମୁଲା ମୁତାବକ ଏହି ବୃଦ୍ଧି କରାଯାଇଛି । ଉଭୟ ଡିଏ ଓ ଡିଆର୍ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୯,୪୪୮.୩୫ କୋଟି ଟଙ୍କାର ମିଶ୍ରିତ ବୋଝ ପଡ଼ିବ।

ଏହାଦ୍ୱାରା ପ୍ରାୟ ୪୯.୧୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୪.୮୯ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାଗଣା ଚାଉଳ ଯୋଗାଣ ଯୋଜନା ଆଉ ଚାରି ବର୍ଷ ପାଇଁ ବୃଦ୍ଧି, କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ସମେତ ସମସ୍ତ ସରକାରୀ ଯୋଜନା ଅଧୀନରେ ଚାଉଳର ଯୋଗାଣ ଜାରି ରଖିବାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତି କ୍ରମେ ଜୁଲାଇ ୨୦୨୪ ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ ଆଉ ଚାରି ବର୍ଷ ପାଇଁ ଲୋକେ ମାଗଣା ଚାଉଳ ପାଇପାରିବେ।

ଏହି ଚାଉଳ ଯୋଗାଣ ପଦକ୍ଷେପ ଏକ କେନ୍ଦ୍ରୀୟ ଯୋଜନା ହୋଇ ରହିବ, ଯାହା PMGKAY ର ଖାଦ୍ୟ ସବସିଡି କାର‌୍ୟ୍ୟକ୍ରମ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଯୋଜନା। ଟାର୍ଗେଟେଡ୍ ପବ୍ଲିକ୍ ବିତରଣ ସିଷ୍ଟମ୍ (ଟିପିଡିଏସ୍) ଏବଂ ସମନ୍ବିତ ଶିଶୁ ବିକାଶ ସେବା (ICDS) ଏବଂ PM POSHAN (ପୂର୍ବରୁ ମଧ୍ୟ-ଦିନ ଭୋଜନ) ପରି ସମୃଦ୍ଧ ଚାଉଳ ଯୋଗାଣକୁ ସୁନିଶ୍ଚିତ କରି ପୁଷ୍ଟିହୀନତା ଏବଂ ରକ୍ତହୀନତାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ କରାଯାଇଛି।

ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁଷ୍ଟିକର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ୭୫ ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରାଯାଇଥିଲା। ଏହି ଯୋଜନାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ ଏପ୍ରିଲ୍ ୨୦୨୨ ରେ କ୍ୟାବିନେଟ୍ ଅର୍ଥନୈତିକ ବ୍ୟାପାର କମିଟି (CCEA) ର ନିଷ୍ପତ୍ତି ପରେ ଦେଶବ୍ୟାପୀ ଚାଉଳ ବଣ୍ଟନ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ସରକାରୀ ଯୋଜନା ମାଧ୍ୟମରେ ଚାଉଳ ଯୋଗାଣର ଲକ୍ଷ୍ୟ ସଫଳତାର ସହ ହାସଲ ହୋଇପାରିଛି।

ଭାରତ ଏକ ପୁଷ୍ଟିହୀନତା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ୨୦୧୯ ରୁ ୨୦୨୧ ପର‌୍ୟ୍ୟନ୍ତ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5) ଅନୁଯାୟୀ, ବିଭିନ୍ନ ବୟସ ବର୍ଗ ଏବଂ ଆୟ ସ୍ତରରେ ବିଶେଷ କରି ଶିଶୁ ଏବଂ ମହିଳାଙ୍କ ମଧ୍ୟରେ ରକ୍ତହୀନତା ପରିଲକ୍ଷିତ ହୋଇଛି।

ଲୌହ ଅଭାବ ସହିତ, ସର୍ବେକ୍ଷଣରେ ଭିଟାମିନ୍ ବି ୧୨ ଏବଂ ଫୋଲିକ୍ ଏସିଡ୍ ଭଳି ଅତ୍ୟାବଶ୍ୟକ ଭିଟାମିନର ଅଭାବ ଦର୍ଶାଯାଇଛି। ଏହା ଜନସଂଖ୍ୟାର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଉତ୍ପାଦକତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଏହି ଚାଉଳ ବଣ୍ଟନ ପକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଆଉ ଚାରି ବର୍ଷ ପାଇଁ ବୃଦ୍ଧି କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ପର୍ଯ୍ୟାୟ-୨ ପାଇଁ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ତିନୋଟି କରିଡର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଅନୁମୋଦିତ ଲାଇନର ସମୁଦାୟ ଦୈର୍ଘ୍ୟ ୧୨୮ ଷ୍ଟେସନ ସହିତ ୧୧୮.୯ କିଲୋମିଟର ହେବ।

ପ୍ରକଳ୍ପର ସମ୍ପୂର୍ଣ୍ଣ ମୂଲ୍ୟ ୬୩,୨୪୬ କୋଟି ଟଙ୍କା ଏବଂ ୨୦୨୭ ସୁଦ୍ଧା ଶେଷ ହେବାର ଯୋଜନା ରହିଛି। ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଚେନ୍ନାଇ ସହରରେ ମୋଟ ୧୭୩ କିଲୋମିଟର ମେଟ୍ରୋ ରେଳ ନେଟୱାର୍କ ରହିବ। ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପରେ ନିମ୍ନଲିଖିତ ତିନୋଟି କରିଡର ଅନ୍ତର୍ଭୁକ୍ତ:

କରିଡର-(କ): ମାଧବରାମରୁ ସିପକୋଟ୍ ପର୍ଯ୍ୟନ୍ତ ୫୦ଟି ଷ୍ଟେସନ ସହିତ ୪୫.୮ କିଲୋମିଟର ଲମ୍ବ।

କରିଡର-(ଖ): ଲାଇଟହାଉସରୁ ପୁନାମାଲେ ବାଇପାସ୍ ପର୍ଯ୍ୟନ୍ତ ୩୦ଟି ଷ୍ଟେସନ ସହିତ ୨୬.୧ କିଲୋମିଟର ଲମ୍ବ, ଏବଂ

କରିଡର-(ଗ): ମାଧବରାମରୁ ସୋଲିଙ୍ଗନାଲୁର ପର୍ଯ୍ୟନ୍ତ ୪୮ଟି ଷ୍ଟେସନ ସହିତ ୪୭ କିଲୋମିଟର ଲମ୍ବ।

ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଚେନ୍ନାଇ ସହରରେ ମୋଟ ୧୭୩ କିଲୋମିଟର ମେଟ୍ରୋ ରେଳ ନେଟୱାର୍କ ରହିବ।

ଏହା ବିକାଶ ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ:

ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରୋତ୍ସାହିତ କରିବ। ଦ୍ୱିତୀୟ ପର୍ଯ୍ୟାୟ ସହରରେ ମେଟ୍ରୋ ରେଳ ନେଟୱାର୍କର ଏକ ପ୍ରମୁଖ ସମ୍ପ୍ରସାରଣ ଭାବରେ କାର୍ଯ୍ୟ କରେ।

ଉନ୍ନତ ସଂଯୋଗ: ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୧୮.୯ କିଲୋମିଟର ନୂଆ ମେଟ୍ରୋ ଲାଇନ୍ ଯୋଡ଼ାଯିବ। ଦ୍ୱିତୀୟ ପର୍ଯ୍ୟାୟର କରିଡର ଚେନ୍ନାଇର ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବକୁ ପଶ୍ଚିମ ସହିତ ସଂଯୋଗ କରେ। ଏଥିରେ ରହିଥିବା ପ୍ରମୁଖ କ୍ଷେତ୍ର ଗୁଡ଼ିକ ହେଉଛି ମାଧବରାମ, ପେରାମ୍ବର, ଥିରୁମୟିଲାଇ, ଆଦ୍ୟାର, ସୋଲିଙ୍ଗାନାଲ୍ଲୁର, ସିପକୋଟ୍, କୋଡାମ୍ବକ୍କମ୍, ବଡ଼ପାଲାନି, ପୋରୁର, ଭିଲିଭାକ୍କମ, ଆନ୍ନା ନଗର ତଥା ସେଣ୍ଟ ଥୋମାସ ମାଉଣ୍ଟରେ ବହୁ ସଂଖ୍ୟକ ଶିଳ୍ପ, ବାଣିଜ୍ୟିକ, ଆବାସିକ ଏବଂ ସଂସ୍ଥାଗତ ପ୍ରତିଷ୍ଠାନକୁ ସଂଯୋଗ କରୁଥିବା ପ୍ରମୁଖ ଅଞ୍ଚଳ ଦେଇ ଗତି କରେ ଏବଂ ଏହି କ୍ଲଷ୍ଟର ଏବଂ ଏହି କ୍ଲଷ୍ଟରରେ ଥିବା ଲୋକମାନଙ୍କ ପାଇଁ ପ୍ରଭାବଶାଳୀ ସର୍ବସାଧାରଣ ପରିବହନ ସୁବିଧା ମଧ୍ୟ ପ୍ରଦାନ କରିବ। ଏହା ଦକ୍ଷିଣ ଚେନ୍ନାଇ ଆଇଟି କରିଡର ପାଇଁ ଏକ ହବ୍ ଭାବରେ କାର୍ଯ୍ୟ କରୁଥିବା ସୋଲିଙ୍ଗାନାଲୁର ପରି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅଞ୍ଚଳକୁ ସଂଯୋଗ ବିସ୍ତାର କରିବ। ଇଏଲସିଓଟି ଜରିଆରେ ସୋଲିଙ୍ଗାନାଲୁରକୁ ସଂଯୋଗ କରି ମେଟ୍ରୋ କରିଡର ବୃଦ୍ଧି ପାଉଥିବା ଆଇଟି କର୍ମଚାରୀଙ୍କ ଯାତାୟତ ଆବଶ୍ୟକତା ପୂରଣ କରିବ।

ଟ୍ରାଫିକ୍ ଭିଡ଼ ହ୍ରାସ: ମେଟ୍ରୋ ରେଳ ଏକ ଦକ୍ଷ ବିକଳ୍ପ ସଡ଼କ ପରିବହନ ଭାବରେ ଏବଂ ଚେନ୍ନାଇ ସହରରେ ମେଟ୍ରୋ ରେଳ ନେଟୱାର୍କର ସମ୍ପ୍ରସାରଣ ଭାବରେ ଦ୍ୱିତୀୟ ପର୍ଯ୍ୟାୟ ସହିତ ଟ୍ରାଫିକ୍ ଭିଡ଼ ହ୍ରାସ କରିବା ସହିତ ଏବଂ ସହରର ପ୍ରବଳ ଜନଗହଳିପୂର୍ଣ୍ଣ ମାର୍ଗରେ ବିଶେଷ ଭାବରେ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି। ସଡ଼କ ଯାତାୟାତ ହ୍ରାସ ଫଳରେ ଯାନବାହନ ଚଳାଚଳ ସହଜ ହୋଇପାରିବ, ଯାତ୍ରା ସମୟ ହ୍ରାସ ପାଇବ, ସାମଗ୍ରିକ ସଡ଼କ ନିରାପତ୍ତା ବୃଦ୍ଧି ପାଇବ ଇତ୍ୟାଦି।

ପରିବେଶ ଲାଭ: ଦ୍ୱିତୀୟ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପ ଏବଂ ଚେନ୍ନାଇ ସହରରେ ସାମଗ୍ରିକ ମେଟ୍ରୋ ରେଳ ନେଟୱାର୍କ ବୃଦ୍ଧି ଦ୍ୱାରା ପାରମ୍ପରିକ ଜୀବାଶ୍ମ ଇନ୍ଧନ ଆଧାରିତ ପରିବହନ ତୁଳନାରେ କାର୍ବନ ନିର୍ଗମନ ଯଥେଷ୍ଟ ହ୍ରାସ ହୋଇପାରିବ।

ଅର୍ଥନୈତିକ ଅଭିବୃଦ୍ଧି: ଯାତ୍ରା ସମୟ ହ୍ରାସ ଏବଂ ସହରର ବିଭିନ୍ନ ସ୍ଥାନରେ ଉନ୍ନତ ପ୍ରବେଶ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଅଧିକ ଦକ୍ଷତାର ସହ ପହଞ୍ଚିବା ଦ୍ୱାରା ଉତ୍ପାଦକତା ବୃଦ୍ଧି କରାଯାଇପାରିବ। ଦ୍ବିତୀୟ ପର୍ଯ୍ୟାୟ ନିର୍ମାଣ ଓ ପରିଚାଳନା ଦ୍ୱାରା ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ କର୍ମଚାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାବ୍ୟତୀତ, ବର୍ଦ୍ଧିତ ଯୋଗାଯୋଗ ସ୍ଥାନୀୟ ବ୍ୟବସାୟକୁ ଉତ୍ସାହିତ କରିବ, ବିଶେଷକରି ନୂତନ ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ପୁଞ୍ଜିନିବେଶ ଏବଂ ବିକାଶକୁ ଆକୃଷ୍ଟ କରିବ।

ସାମାଜିକ ପ୍ରଭାବ: ଚେନ୍ନାଇରେ ଦ୍ୱିତୀୟ ପର୍ଯ୍ୟାୟ ମେଟ୍ରୋ ରେଳ ନେଟୱାର୍କର ସମ୍ପ୍ରସାରଣ ସାର୍ବଜନୀନ ଯାତାୟତକୁ ଅଧିକ ସୁଗମ କରିବ, ବିଭିନ୍ନ ସାମାଜିକ-ଅର୍ଥନୈତିକ ଗୋଷ୍ଠୀକୁ ଉପକୃତ କରିବ ଏବଂ ପରିବହନ ଅସମାନତାକୁ ହ୍ରାସ କରିବ ଯାହା ଯାତାୟତ ସମୟ ହ୍ରାସ କରି ଏବଂ ଅତ୍ୟାବଶ୍ୟକ ସେବାଗୁଡିକର ଉପଲବ୍ଧତାରେ ଉନ୍ନତି ଆଣି ଉନ୍ନତ ମାନର ଜୀବନ ଧାରଣରେ ଯୋଗଦାନ କରିବ।

ଦ୍ୱିତୀୟ ପର୍ଯ୍ୟାୟ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ସହର ପାଇଁ ଅନେକ ପରିବର୍ତ୍ତନ ଆଣିବ। ଏହା ଯୋଗାଯୋଗ ବୃଦ୍ଧି, ଟ୍ରାଫିକ ଭିଡ଼ ହ୍ରାସ, ପରିବେଶ ଲାଭ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଉନ୍ନତ ଜୀବନଧାରଣର ମାନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ଦ୍ୱିତୀୟ ପର୍ଯ୍ୟାୟ ସହରାଞ୍ଚଳର ପ୍ରମୁଖ ଆହ୍ୱାନର ମୁକାବିଲା କରି ଏବଂ ଭବିଷ୍ୟତର ସମ୍ପ୍ରସାରଣ ପାଇଁ ଭିତ୍ତିଭୂମି ପ୍ରଦାନ କରିବା ସହିତ ସହରର ବିକାଶ ଧାରା ଏବଂ ସ୍ଥାୟୀତ୍ବକୁ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Categories
ଆଜିର ଖବର ଜାତୀୟ ଖବର

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ପିଏଲବିକୁ ମଞ୍ଜୁର ଓ ଘୋଷଣା କଲା କ୍ୟାବିନେଟ୍

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍‌ (ପିଏଲବି) ପ୍ରଦାନକୁ ଅନୁମୋଦନ ଓ ଘୋଷଣା କରିଛି।

ରେଳ ଧାରଣା ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରଣାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ୍ ଏକ୍ସସି କର୍ମଚାରୀଙ୍କ ଭଳି ରେଳ କର୍ମଚାରୀଙ୍କୁ ଏହି ରାଶି ପ୍ରଦାନ କରାଯିବ। ପିଏଲବିର ଦେୟ ରେଳବାଇର ପ୍ରଦର୍ଶନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ରେଳ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିଥାଏ।

ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ପ୍ରତିବର୍ଷ ଦୁର୍ଗାପୂଜା/ ଦଶହରା ଛୁଟି ପୂର୍ବରୁ ପିଏଲବି ପ୍ରଦାନ କରାଯାଏ। ଚଳିତ ବର୍ଷ ମଧ୍ୟ ପ୍ରାୟ ୧୧.୭୨ ଲକ୍ଷ ଅଣଗେଜେଟେଡ୍ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ସହ ସମାନ ପିଏଲବି ରାଶି ପ୍ରଦାନ କରାଯାଉଛି।

ପ୍ରତି ଯୋଗ୍ୟ ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧/- ଟଙ୍କା ପର୍ଯ୍ୟନ୍ତ ୭୮ ଦିନର ବେତନ ଦିଆଯିବ। ଉପରୋକ୍ତ ରାଶି ରେଳ କର୍ମଚାରୀ ଯଥା ରେଳ ଧାରଣା ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରଣାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ୍ ‘ସି’ କର୍ମଚାରୀଙ୍କୁ ପ୍ରଦାନ କରାଯିବ।

୨୦୨୩-୨୦୨୪ ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ଥିଲା। ରେଳବାଇ ୧୫୮୮ ନିୟୁତ ଟନ୍ ର ରେକର୍ଡ କାର୍ଗୋ ଲୋଡ୍ କରିଛି ଏବଂ ପାଖାପାଖି ୬.୭ ବିଲିୟନ ଯାତ୍ରୀ ପରିବହନ କରିଛି।

ଏହି ରେକର୍ଡ ପ୍ରଦର୍ଶନରେ ଅନେକ କାରଣ ଯୋଗଦାନ କରିଥିଲେ। ରେଳବାଇରେ ସରକାରଙ୍କ ଦ୍ୱାରା ରେକର୍ଡ କ୍ୟାପେକ୍ସ ପ୍ରୟୋଗ ଯୋଗୁଁ ଭିତ୍ତିଭୂମିରେ ଉନ୍ନତି, ପରିଚାଳନାରେ ଦକ୍ଷତା ଏବଂ ଉନ୍ନତ ଜ୍ଞାନକୌଶଳ ଇତ୍ୟାଦି ଅନ୍ତର୍ଭୁକ୍ତ।

Categories
ଆଜିର ଖବର ରାଜ୍ୟ ଖବର

ଏଭିଜିସି ପାଇଁ ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ଏଭିଜିସି (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ କମିକ୍ସ) ସେକ୍ଟର ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ଭବିଷ୍ୟତ ହେବାକୁ ଯାଉଛି। ବାହୁବଳୀ ଏବଂ ଆରଆରଆର ପରି ଚଳଚ୍ଚିତ୍ର ଭାରତରେ ଐତିହାସିକ ଏବଂ କାଳ୍ପନିକ ବିଷୟବସ୍ତୁକୁ ଚିତ୍ରଣ କରିବା ପାଇଁ ଏକ ନୂତନ ଦୃଷ୍ଟିକୋଣ ଆଣିଛି, ଯାହା ଦ୍ୱାରା ପ୍ରଭାବିତ ହୋଇ ପିଏସ୧ ଏବଂ କଲ୍କି ପରି ଚଳଚ୍ଚିତ୍ର ତିଆରି ହୋଇଛି। ଏଫଆଇସିସିଆଇ-ଇୱାଇ ୨୦୨୪ ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଦ୍ୱିତୀୟ ବୃହତ୍ତମ ଆନିମ୍ ଫ୍ୟାନ୍ ଆଧାରରେ ପରିଣତ ହୋଇଥିବା ଦାବି କରୁଛି ଏବଂ ଆଗାମୀ ବର୍ଷଗୁଡିକରେ ଆନିମ୍ ଆଗ୍ରହରେ ବିଶ୍ୱର ଅଭିବୃଦ୍ଧିରେ ୬୦ ପ୍ରତିଶତ ଯୋଗଦାନ ଦେବ ବୋଲି ଆକଳନ କରାଯାଇଛି। ଭାରତକୁ ଏଭିଜିସି ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର କ୍ୟାବିନେଟ୍ ନିକଟରେ ମୁମ୍ବାଇରେ ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍ ରିଅଲିଟି (ଏଭିଜିସି-ଏକ୍ସଆର୍) ପାଇଁ ଏକ ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ଏନସିଓଇ) ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛି।

ଏନସିଓଇ ପୃଷ୍ଠଭୂମି

ଏନସିଓଇକୁ ଭାରତରେ କମ୍ପାନୀ ଅଧିନିୟମ, ୨୦୧୩ ଅଧିନକରେ ଧାରା ୮ କମ୍ପାନୀ ଭାଭବରେ ପ୍ରତିଷ୍ଠା କରାଯିବ, ଯେଉଁଥିରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟି୍ର ଏବଂ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟି୍ର ଭାରତ ସରକାର ସହ ସହଭାଗିତାରେ ଉଦ୍ୟୋଗ ଜଗତର ପ୍ରତିନିଧିତ୍ୱ କରିବ। ଏନସିଓଇ ର ପ୍ରତିଷ୍ଠା କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ୨୦୨୨-୨୩ ବଜେଟ୍ ଘୋଷଣାକୁ ଅନୁସରଣ କରେ, ଯାହା ଦେଶରେ ଏକ ଏଜିଜିସି ଟାସ୍କଫୋର୍ସ ଗଠନ ପାଇଁ ପ୍ରସ୍ତାବ ଦେଇଥିଲା।

ଏନସିଓଇ ଏଭିଜିସି ଭାରତୀୟ ତଥା ବିଶ୍ୱ ମନୋରଞ୍ଜନ ଶିଳ୍ପକୁ ପୂରଣ କରିବା ପାଇଁ ଭାରତରେ ଏକ ବିଶ୍ୱସ୍ତରୀୟ ପ୍ରତିଭା ପୁଲ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଫର୍ ଇମର୍ସିଭ୍ କ୍ରିଏଟର୍ସ (ଆଇଆଇସି) ନାମରେ ନାମିତ, ଏହି କେନ୍ଦ୍ରଟି ଏଭିଜିସି ସେକ୍ଟରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଇମର୍ସିଭ୍ ଟେକ୍ନୋଲୋଜିରେ ନୂତନତ୍ୱ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଏହାକୁ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ (ଆଇଆଇଏମ୍) ପରି ପ୍ରସିଦ୍ଧ ଅନୁଷ୍ଠାନ ମଡେଲ୍ ଆଧାରରେ ତିଆରି କରାଯିବ।

ଏନସିଓଇ (ଆଇଆଇଆଇସି)ର ଉଦ୍ଦେଶ୍ୟ

ଚଳଚ୍ଚିତ୍ର, ଭିଜୁଆଲ୍ ଇଫେକ୍ଟସ୍ (ଭିଏଫ୍ଏକ୍ସ), ଗେମିଂ ଆନିମେସନ୍ ଏବଂ ମୋବାଇଲ୍ ବିଷୟବସ୍ତୁ ପାଇଁ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ଭାରତର ଆନିମେସନ୍ କ୍ଷେତ୍ର ଉଲ୍ଲେଖନୀୟ ଅଭିବୃଦ୍ଧି କରୁଛି। ଏହି ଅଭିବୃଦ୍ଧି କୁଶଳୀ ଏବଂ ଉତ୍ସାହୀ ଆନିମେଟରମାନଙ୍କ ପାଇଁ  ଉତ୍ସାହଜନକ ସୁଯୋଗ ସୃଷ୍ଟି କରୁଛି। ୨୦୨୩ ସୁଦ୍ଧା ଅଭିବୃଦ୍ଧି ହାର ୨୫ ପ୍ରତିଶତ ଏବଂ ଆନୁମାନିନକ ମୂଲ୍ୟ ୪୬ ବିଲିୟନ୍ ଡଲାରରକୁ ବଢ଼ାଇବା ଲକ୍ଷ୍ୟ ନେଇ (ଏଫ୍ଆଇସିସିଆଇ-ଇୱାଇ ରିପୋର୍ଟ ୨୦୨୩) ଭାରତରେ ଆନିମେସନ୍ ଉଦ୍ୟୋଗ ଆଗକୁ ବଢ଼ୁଛି ଏବଂ ଉତ୍ସାହୀ ଯୁବ ପ୍ରତିଭାଙ୍କ ପାଇଁ ଏକ ଆଶଜନକ ଭବିଷ୍ୟତ ପ୍ରଦାନ କରୁଛି।

ଦ୍ରୁତ ଗତିରେ ବିକଶିତ ହେଉଥିବା ବୈଷୟିକ ଜ୍ଞାନକୌଶଳ ଏବଂ ସମଗ୍ର ଦେଶରେ ଇଣ୍ଟର୍ନେଟ୍ ଅନୁପ୍ରବେଶ ବୃଦ୍ଧି ସହିତ, ସବୁଠାରୁ ଶସ୍ତା ଡାଟା ହାର ସହିତ, ସବର୍ଭାରତୀୟ ସ୍ତରରେ ଏଭିଜିସି-ଏକ୍ସଆର୍ର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ପ୍ରସ୍ତୁତ । ବିଶେଷକରି ନ୍ୟାଶନାଲ୍ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ଏନସିଓଇ) ମାଧ୍ୟମରେ ଏହା ପ୍ରଚୁର ସୁଯୋଗ ସୃଷ୍ଟି କରେ । ନିମ୍ନରେ ଏନସିଓଇ (ଆଇଆଇଆଇସି)ର କିଛି ମୁଖ୍ୟ ଉଦେ୍ଦଶ୍ୟ ଦିଆଯାଇଛି :

– ଭାରତୀୟ ଆଇପି ସୃଷ୍ଟି ଉପରେ ଧ୍ୟାନ ଦେବା

– ନୂଆ ଯୁଗରେ ଆମର ସାଂସ୍କୃତିକ ଐତିହ୍ୟକୁ ବ୍ୟବହାର କରିବା

–  ଶିଳ୍ପରେ ଏକ ଗୁଣକ ପ୍ରଭାବ ସୃଷ୍ଟି କରିବା

– ରାଜ୍ୟ ଏବଂ ଏକାଡେମୀ ସହଭାଗିତାରେ ଏକ ଶିଳ୍ପ ନେତୃତ୍ୱାଧିନ ପଦକ୍ଷେପ

– ଶିକ୍ଷା, ଦକ୍ଷତା ଶିଳ୍ପ, ବିକାଶ, ନବସୃଜନ ଉପରେ ଏକୀକୃତ ଧ୍ୟାନ

– ବିକାଶର ହବ୍ ଏବଂ ସ୍ପୋକ୍ ମଡେଲ୍ ଅନୁସରଣ କରାଯିବ

– ଆଇଆଇଆଇସି ହବ୍ ଭାବରେ ଏବଂ ଅନେକ କେନ୍ଦ୍ର ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍କୁ        ପ୍ରୋତ୍ସାହିତ କରିବା ପାଇଁ ଉଦ୍ଭାବନ ଓ ଅନୁସନ୍ଧାନ ପାଣ୍ଠି

ଏନସିଓଇ ବିଷୟରେ ଜାଣିବା ପାଇଁ ୬ଟି ମୁଖ୍ୟ ବିଷୟ

୧- ଆରଆରଆର, ବାହୁବଳୀ, ଦ ଲାୟନ୍ କିଙ୍ଗ୍ ଏବଂ ଅବତାର୍ ପରି ଚଳଚ୍ଚିତ୍ର ଆନିମେସନ୍ ଏବଂ ଇମର୍ସିଭ୍ ଟେକ୍ନୋଲୋଜିର ଅପାର ସମ୍ଭାବନା ପ୍ରଦର୍ଶନ କରିଛି! ରୋଜଗାର ଏବଂ ନବସୃଜନ ପାଇଁ ବିପୁଳ ସୁଯୋଗ ସହିତ ଭାରତର ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସ (ଏଭିଜିସି) କ୍ଷେତ୍ର ବିସ୍ଫୋରକ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ।

୨- ଇମର୍ସିଭ୍ ଟେକ୍ନୋଲୋଜି ଜୀବନବ୍ୟାପୀ, ଇଣ୍ଟରାକ୍ଟିଭ୍ ଅନୁଭୂତି ସୃଷ୍ଟି କରେ। ଏଥିରେ ଭର୍ଚୁଆଲ୍ ରିଅଲିଟି (ଭିଆର୍), ଅଗମେଣ୍ଟେଡ ରିଅଲିଟି (ଏଆର୍), ମିକ୍ସଡ୍ ରିଅଲିଟି (ଏମ୍ଆର୍) ଓ ଥ୍ରୀଡି ମଡେଲିଂ ଏବଂ ଆନିମେସନ୍ ଅନ୍ତର୍ଭୁକ୍ତ। ଆପଣ ଜଣେ ଥ୍ରୀଡି ଆନିମେଟର୍, ଭିଆର୍/ଏଆର୍ ନିର୍ମାତା, ଗେମ୍ ଡେଭଲପର୍ କିମ୍ବା ବ୍ୟଙ୍ଗ କଳାକାର ହୁଅନ୍ତୁ –  ଏହା ହେଉଛି ଆପଣଙ୍କର ଖେଳ ପଡିଆ।

୩- ଇମର୍ସିଭ୍ ଟେକ୍ ମାଷ୍ଟର କରିବା ପାଇଁ ଏନସିଓଇ ହେଉଛି ଆପଣଙ୍କର ପ୍ରବେଶ ଦ୍ୱାର। ନ୍ୟାସନାଲ୍ ସେଣ୍ଟର୍ ଅପ୍ ଏକ୍ସଲେନ୍ସ ଅତ୍ୟାଧୁନିକ ତାଲିମ ପ୍ରଦାନ କରିବ ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଆଧୁନିକ ଜ୍ଞାନକୌଶଳ ସହିତ ଏକୀକୃତ କରିବ, ସ୍ୱଦେଶୀ ବୈଦ୍ଧିକ ସମ୍ପତ୍ତି (ଆଇପି) ସୃଷ୍ଟି ଏବଂ ଭାରତର ଡିଜିଟାଲ୍ ସୃଜନଶୀଳ ଅର୍ଥନୀତିର ଭବିଷ୍ୟତ ଗଠନ କରିବ।

୪- ୫,୦୦,୦୦୦ ନିଯୁକ୍ତି ସୃଷ୍ଟି କରିବାର ଏକ ଆକଳନ ସହିତ, ଏନସିଓଇ କୁ ଆଇଆଇଟି ଏବଂ ଆଇଆଇଏମ୍ ପରି ପି୍ରମିୟର୍ ସଂସ୍ଥାଗୁଡିକର ମଡେଲ୍ ଆଧାରରେ ତିଆରି କରାଯାଇଛି। ଏକ ଶକ୍ତିଶାଳୀ ପ୍ରତିଭା ପୁଲ୍ ନିର୍ମାଣ ପାଇଁ କେନ୍ଦ୍ର ବିଶ୍ୱସ୍ତରୀୟ ଭିତ୍ତିଭୂମି, ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବିଶେଷ ଦକ୍ଷତା ପ୍ରଦାନ କରିବ।

୫- ହ୍ୟାଣ୍ଡସ୍-ଅନ୍ ଶିକ୍ଷା ଏବଂ କ୍ୟାରିଅର୍ ପଥ। ଛାତ୍ରମାନେ ଶିଳ୍ପ-ପରିଚାଳିତ ପାଠ୍ୟକ୍ରମ ମାଧ୍ୟମରେ ବ୍ୟବହାରିକ ଅଭିଜ୍ଞତା ହାସଲ କରିବେ, ଯେଉଁଥିରୁ ଏହା ନିଶ୍ଚିତ ହେବ ଯେ ସେମାନେ ସ୍ନାତକ ସ୍ତରରେ ଚାକିରି ପାଇଁ ପ୍ରସ୍ତୁତ। ଆପଣଙ୍କ ପାଖରେ ଇଣ୍ଟର୍ନସିପ୍, ମହତ୍ୱାକାଂକ୍ଷୀ ଷ୍ଟାର୍ଟଅପ୍ ପାଇଁ ମେଣ୍ଟର୍ସିପ୍ ଏବଂ ଭାରତ ତଥା ବିଶ୍ୱ ପାଇଁ ସାମଗ୍ରୀ ନିର୍ମାଣ ଉପରେ କେନ୍ଦ୍ରୀତ ପାଠ୍ୟକ୍ରମ ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ ଥିବ!

୬- ସହଯୋଗ ଏବଂ ନବସୃଜନ। କେନ୍ଦ୍ର ଏବଂ ରାଜ୍ୟ ସରକାର, ଏକାଡେମୀ ଏବଂ ଶିଳ୍ପ ମଧ୍ୟରେ ସହଯୋଗୀତ ବୃଦ୍ଧି କରି, ଏନସିଓଇ ଇମର୍ସିଭ୍ ଟେକ୍ନୋଲୋଜିରେ ଗବେଷଣା, ବିକାଶ ଏବଂ ନବସୃଜନ ପାଇଁ ଏକ ଗତିଶୀଳ ଇକୋସିଷ୍ଟମ୍ ସୃଷ୍ଟି କରିବ। ଏହିଠାରେ ଭାରତର ଆଗାମୀ ପିଢ଼ୀ ନିର୍ମାତାମାନେ ଉନ୍ନତି କରିବେ।

ଚୂଡାନ୍ତ

ଏଭିଜିସି ପାଇଁ ନ୍ୟାସାନଲ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ଏନସିଓଇ) କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଭାରତର ମିଡିଆ ଏବଂ ମନୋରଞ୍ଜନ ଶିଳ୍ପକୁ ମଜବୁତ କରିବାରେ ଏକ ପ୍ରମୁଖ ପଦକ୍ଷେପ। ଏହି ପଦକ୍ଷେପ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏଭିଜିସି କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଅର୍ଥନୀତିକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ, ଟେକ୍ନୋଲୋଜି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଅଗ୍ରଗତି ଉଚ୍ଚମାନର ବିଷୟବସ୍ତୁ ଉତ୍ପାଦନକୁ ସକ୍ଷମ କରିବା ସହ ଦେଶକୁ ବୈଷୟିକ ଉଦ୍ଭାବନ ଏବଂ ସୃଜନଶୀଳତା କ୍ଷେତ୍ରରେ ଅଗ୍ରଣୀ କରିବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଯୋଜନା ଜାରି ରଖିବାକୁ କ୍ୟାବିନେଟ୍ ର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ ଏବଂ ଉପଭୋକ୍ତାଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅସ୍ଥିରତା ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା)ର ଯୋଜନାକୁ ଜାରି ରଖିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗର ଅବଧିରେ ମୋଟ ୩୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

କୃଷକ ଏବଂ ଉପଭୋକ୍ତାଙ୍କୁ ଅଧିକ ଦକ୍ଷତାର ସହ ସେବା ପ୍ରଦାନ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆଶା ରେ ମୂଲ୍ୟ ସହାୟକ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଯୋଜନାକୁ ଏକତ୍ର ସାମିଲ କରିଛନ୍ତି । ପିଏମ-ଆଶାର ସମନ୍ୱିତ ଯୋଜନା କାର୍ଯ୍ୟକାରିତାକୁ ଅଧିକ ପ୍ରଭାବୀ କରିବ ଯାହା କେବଳ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଲାଭଦାୟକ ମୂଲ୍ୟ ପ୍ରଦାନ କରିବାରେ ସାହାଯ୍ୟ କରିବ ନାହିଁ ବରଂ ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ଉପଲବ୍ଧତା ସୁନିଶ୍ଚିତ କରି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଅସ୍ଥିରତାକୁ ମଧ୍ୟ ନିୟନ୍ତ୍ରଣ କରିବ । ପିଏମ-ଆଶାରେ ଏବେ ମୂଲ୍ୟ ସହାୟତା ଯୋଜନା (ପିଏସ୍ଏସ୍), ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସ୍ଏଫ୍), ମୂଲ୍ୟ ନିଅଣ୍ଟ ଦେୟ ଯୋଜନା (ପିଓପିଏସ୍) ଏବଂ ବଜାର ହସ୍ତକ୍ଷେପ ଯୋଜନା (ଏମ୍ଆଇଏସ୍)ର ଉପାଦାନ ରହିବ।

ମୂଲ୍ୟ ସହାୟକ ଯୋଜନା ଅଧୀନରେ ଏମଏସପି ଦରରେ ବିଜ୍ଞାପିତ ଡାଲି, ତୈଳବୀଜ ଏବଂ ନଡ଼ିଆ କ୍ରୟ ୨୦୨୪-୨୫ ଋତୁ ଠାରୁ ଏହି ବିଜ୍ଞାପିତ ଫସଲର ଜାତୀୟ ଉତ୍ପାଦନ ପରିମାଣର ୨୫% ଆଧାରରେ ହେବ ଯାହା ରାଜ୍ୟଗୁଡ଼ିକୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ। ଏହାସହିତ ଅଭାବୀ ବିକ୍ରିକୁ ରୋକିବା ପାଇଁ କୃଷକମାନଙ୍କଠାରୁ ଏମଏସପିରେ ଏହି ଫସଲଗୁଡ଼ିକୁ ଅଧିକ କିଣିବାରେ ସକ୍ଷମ କରିବ । ତେବେ ୨୦୨୪-୨୫ ଋତୁ ପାଇଁ ବିରି, ହରଡ଼ ଓ ମସୁର କ୍ଷେତ୍ରରେ ଏହି ସୀମା ଲାଗୁ ହେବ ନାହିଁ କାରଣ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୨୦୨୪-୨୫ ଋତୁରେ ବିରି, ହରଡ଼ ଓ ମସୁ ଶତ ପ୍ରତିଶତ କ୍ରୟ ହେବ।

କୃଷକମାନଙ୍କଠାରୁ ଏମଏସପିରେ ବିଜ୍ଞାପିତ ଡାଲି, ତୈଳବୀଜ ଏବଂ ନଡ଼ିଆ କ୍ରୟ ପାଇଁ ସରକାର ବର୍ତ୍ତମାନର ସରକାରୀ ଗ୍ୟାରେଣ୍ଟିକୁ ନବୀକରଣ କରି ୪୫,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ଦ୍ବାରା ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)ର ଇ-ସମ୍ରିଦ୍ଧି ପୋର୍ଟାଲ ଏବଂ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ ସିସିଏଫ୍)ର ଇ-ସମ୍ୟୁକ୍ତି ପୋର୍ଟାଲରେ ପୂର୍ବ ପଞ୍ଜୀକୃତ ଚାଷୀଙ୍କ ସମେତ ଅନ୍ୟ ଚାଷୀଙ୍କ ଠାରୁ କୃଷି ଓ କୃଷକ କଲ୍ୟାଣ ବିଭାଗ (ଡିଏଆଣ୍ଡଏଫ୍ଡବ୍ଲ୍ୟୁ) ପକ୍ଷରୁ ଅଧିକ ଡାଲି, ତୈଳବୀଜ ଓ କୋପ୍ରା କ୍ରୟ କରାଯାଇପାରିବ। ଏହା ଦ୍ୱାରା କୃଷକମାନେ ଦେଶରେ ଅଧିକରୁ ଅଧିକ ଫସଲ ଚାଷ କରିବା ସହ ଏହି ଫସଲଗୁଡ଼ିକରେ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବେ ଏବଂ ଘରୋଇ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।

ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଯୋଜନାର ସମ୍ପ୍ରସାରଣ ଗ୍ରାହକମାନଙ୍କୁ ଡାଲି ଏବଂ ପିଆଜର ରଣନୀତିକ ବଫର ଷ୍ଟକ୍ ବଜାୟ ରଖି କୃଷି-ଉଦ୍ୟାନ କୃଷି ଜାତ ଦ୍ରବ୍ୟର ମୂଲ୍ୟରେ ଅତ୍ୟଧିକ ଅସ୍ଥିରତାରୁ ରକ୍ଷା କରିବାରେ ସହାୟକ ହେବ। ଏହାଦ୍ୱାରା ମହଜୁଦକାରୀ, ଅସାଧୁ କାଳ୍ପନିକ ଦରବୃଦ୍ଧି, ନିରୁତ୍ସାହିତ କରିବା ପାଇଁ ଏବଂ ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ଯୋଗାଣ ପାଇଁ ମଧ୍ୟ ସହାୟତା ମିଳିପାରିବ । ବଜାରରେ ଏମଏସପି ଠାରୁ ଅଧିକ ଦର ଲାଗୁ ହେଲେ ନାଫେଡର ଇ-ସମ୍ରିଦ୍ଧି ପୋର୍ଟାଲ ଏବଂ ଏନସିସିଏଫର ଇ-ସଂଯୁକ୍ତି ପୋର୍ଟାଲରେ ପୂର୍ବ ପଞ୍ଜୀକୃତ ଚାଷୀଙ୍କୁ ମିଶାଇ ଅନ୍ୟ ଚାଷୀଙ୍କ ଠାରୁ ଖାଉଟି ବ୍ୟାପାର ବିଭାଗ (ଡିଓସିଏ) ବଜାର ମୂଲ୍ୟରେ ଡାଲି କ୍ରୟ କରିବ। ପିଏସଏଫ ଯୋଜନା ଅଧୀନରେ ବଫର ରକ୍ଷଣାବେକ୍ଷଣ ବ୍ୟତୀତ ଅନ୍ୟ ଫସଲ ଯଥା ଟମାଟୋ ଏବଂ ଭାରତ ଡାଲି, ଭାରତ ଅଟା ଏବଂ ଭାରତ ଚାଉଳର ରିହାତି ଖୁଚୁରା ବିକ୍ରୟରେ ହସ୍ତକ୍ଷେପ କରାଯାଇଛି ।

ବିଜ୍ଞାପିତ ତୈଳବୀଜ ପାଇଁ ଏକ ବିକଳ୍ପ ଭାବରେ ମୂଲ୍ୟ ନିଅଣ୍ଟ ପୈଠ ଯୋଜନା (ପିଡିପିଏସ୍) କାର୍ଯ୍ୟକାରୀ କରିବାକୁ ରାଜ୍ୟମାନଙ୍କୁ ଆଗେଇ ଆସିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ତୈଳବୀଜର ରାଜ୍ୟ ଉତ୍ପାଦନର ୨୫% ରୁ ୪୦% କୁ ବୃଦ୍ଧି କରାଯାଇଛି ଏବଂ କୃଷକମାନଙ୍କ ସୁବିଧା ପାଇଁ କାର୍ଯ୍ୟକାରୀ ଅବଧିକୁ ୩ ମାସରୁ ୪ ମାସକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ବହନ କରୁଥିବା ଏମଏସପି ଏବଂ ବିକ୍ରୟ/ମୋଡାଲ ମୂଲ୍ୟ ମଧ୍ୟରେ ପାର୍ଥକ୍ୟର କ୍ଷତିପୂରଣ ଏମଏସପିର ୧୫% ମଧ୍ୟରେ ସୀମିତ ।

ବଜାର ହସ୍ତକ୍ଷେପ ଯୋଜନା (ଏମଆଇଏସ)ର କାର୍ଯ୍ୟକାରିତା ସମ୍ପ୍ରସାରଣ ଦ୍ୱାରା ନଷ୍ଟ ହେଉଥିବା ଉଦ୍ୟାନ କୃଷି ଫସଲ ଚାଷୀମାନଙ୍କୁ ଲାଭଜନକ ମୂଲ୍ୟ ମିଳିବ । କେନ୍ଦ୍ର ସରକାର ଉତ୍ପାଦନର ୨୦%ରୁ ୨୫%କୁ ବୃଦ୍ଧି କରିଛନ୍ତି ଏବଂ ଏମଆଇଏସ ଅଧୀନରେ ଭୌତିକ କ୍ରୟ ପରିବର୍ତ୍ତେ ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଭିନ୍ନ ଦେୟ ଦେବାର ଏକ ନୂତନ ବିକଳ୍ପ ଯୋଡିଛନ୍ତି । ଏହାବ୍ୟତୀତ ଟପ୍ (ଟମାଟୋ, ପିଆଜ ଓ ଆଳୁ) ଫସଲ କ୍ଷେତ୍ରରେ ଉତ୍ପାଦନକାରୀ ରାଜ୍ୟ ଏବଂ ଉପଭୋକ୍ତା ରାଜ୍ୟମାନଙ୍କ ମଧ୍ୟରେ ଟପ୍ ଫସଲର ମୂଲ୍ୟ ବ୍ୟବଧାନକୁ ପୂରଣ କରିବା ପାଇଁ ସରକାର ନାଫେଡ୍ ଓ ଏନସିସିଏଫ ଭଳି କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଦ୍ୱାରା କରାଯାଇଥିବା କାର୍ଯ୍ୟ ନିମନ୍ତେ ପରିବହନ ଏବଂ ସଂରକ୍ଷଣ ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା କେବଳ କୃଷକମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ ନାହିଁ ବରଂ ବଜାରରେ ଉପଭୋକ୍ତାଙ୍କ ପାଇଁ ଟପ୍ ଫସଲର ମୂଲ୍ୟ ମଧ୍ୟ ହ୍ରାସ କରିବ ।

********

P.S.

 

Categories
ଆଜିର ଖବର ଜାତୀୟ ଖବର

ଚନ୍ଦ୍ର ଓ ମଙ୍ଗଳ ପରେ ଶୁକ୍ର ଗ୍ରହକୁ ନେଇ ବିଜ୍ଞାନ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶୁକ୍ର ବା ଭିନସ୍‌ ଅର୍ବିଟର ମିଶନ (ଭିଓଏମ)ର ବିକାଶକୁ ଅନୁମୋଦନ ମିଳିଛି, ଯାହା ଚନ୍ଦ୍ର ଓ ମଙ୍ଗଳ ଗ୍ରହ ବ୍ୟତୀତ ଶୁକ୍ର ଗ୍ରହର ଅନୁସନ୍ଧାନ ଏବଂ ଅଧ୍ୟୟନ କରିବା ଲାଗି ସରକାରଙ୍କ ଦୃଷ୍ଟିକୋଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ପୃଥିବୀର ସବୁଠାରୁ ନିକଟତମ ଗ୍ରହ ତଥା ପୃଥିବୀ ଭଳି ପରିସ୍ଥିତିରେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଉଥିବା ଶୁକ୍ର ଗ୍ରହ ପରିବେଶ କିପରି ଭିନ୍ନ ଭାବରେ ବିକଶିତ ହୋଇପାରିବ ତାହା ବୁଝିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ଶୁକ୍ରର ପୃଷ୍ଠ ଏବଂ ଉପପୃଷ୍ଠ, ବାୟୁମଣ୍ଡଳୀୟ ପ୍ରକ୍ରିୟା ଏବଂ ଶୁକ୍ରର ବାୟୁମଣ୍ଡଳ ଉପରେ ସୂର୍ଯ୍ୟଙ୍କ ପ୍ରଭାବକୁ ଭଲ ଭାବରେ ବୁଝିବା ପାଇଁ ମହାକାଶ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ହେବାକୁ ଥିବା ଶୁକ୍ର ଅର୍ବିଟର ମିଶନ ଶୁକ୍ର ଗ୍ରହର କକ୍ଷପଥରେ ଏକ ବୈଜ୍ଞାନିକ ମହାକାଶଯାନ ପରିକ୍ରମା କରିବାକୁ ପରିକଳ୍ପନା କରାଯାଇଛି। ଶୁକ୍ର, ଯାହା ଏକଦା ବାସଯୋଗ୍ୟ ଥିଲା ଏବଂ ମୁଖ୍ୟତଃ ପୃଥିବୀ ସହିତ ସମାନ ଥିଲା ବୋଲି ବିଶ୍ୱାସ କରାଯାଏ। ଶୁକ୍ରର ପରିବର୍ତ୍ତନର ଅନ୍ତର୍ନିହିତ କାରଣଗୁଡ଼ିକର ଅଧ୍ୟୟନ ଉଭୟ ଶୁକ୍ର ଏବଂ ପୃଥିବୀର ସାଥୀ ଗ୍ରହଗୁଡ଼ିକର ବିବର୍ତ୍ତନକୁ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବରେ ସହାୟକ ହେବ। ଏହି ମହାକାଶଯାନର ବିକାଶ ଏବଂ ଉତକ୍ଷେପଣ ପାଇଁ ଇସ୍ରୋର ଦାୟିତ୍ୱ ରହିବ। ଇସ୍ରୋର ପ୍ରଚଳିତ ପଦ୍ଧତି ମାଧ୍ୟମରେ ଏହି ପ୍ରକଳ୍ପକୁ ପ୍ରଭାବୀ ଢଙ୍ଗରେ ପରିଚାଳନା ଏବଂ ତଦାରଖ କରାଯିବ। ଏହି ମିଶନରୁ ଉତ୍ପନ୍ନ ତଥ୍ୟକୁ ବର୍ତ୍ତମାନର ବ୍ୟବସ୍ଥା ମାଧ୍ୟମରେ ବୈଜ୍ଞାନିକ ସମୁଦାୟ ମଧ୍ୟରେ ପ୍ରସାରିତ କରାଯିବ।

ଏହି ମିଶନ ଯଥାଶୀଘ୍ର ଉପଲବ୍ଧ ସୁଯୋଗ ଅନୁସାରେ ୨୦୨୮ ମସିହା ମାର୍ଚ୍ଚ ମାସରେ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଭାରତୀୟ ଶୁକ୍ର ଅଭିଯାନ କେତେକ ଲୁକ୍କାୟିତ ବୈଜ୍ଞାନିକ ପ୍ରଶ୍ନର ଉତ୍ତର ଦେବାର ସମ୍ଭାବନା ରହିଛି, ଯାହାଦ୍ୱାରା ବିଭିନ୍ନ ବୈଜ୍ଞାନିକ ପରିଣାମ ମିଳିପାରିବ।

ବିଭିନ୍ନ ଶିଳ୍ପ ମାଧ୍ୟମରେ ମହାକାଶଯାନ ଏବଂ ଉତକ୍ଷେପଣ ଯାନ ନିର୍ମାଣ କରାଯାଉଛି ଏବଂ ଏହା ପରିକଳ୍ପନା କରାଯାଇଛି ଯେ ଏହା ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଅର୍ଥବ୍ୟବସ୍ଥାର ଅନ୍ୟ କ୍ଷେତ୍ରକୁ ଜ୍ଞାନକୌଶଳର ପ୍ରସାର କରିବ।

ଶୁକ୍ର ଅର୍ବିଟର ମିଶନ (ଭିଓଏମ) ପାଇଁ ମଞ୍ଜୁର ହୋଇଥିବା ମୋଟ ୧୨୩୬ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରାଯାଇଥିବା ବେଳେ ସେଥିରୁ ୧.୨୧ କୋଟି ଟଙ୍କା ମହାକାଶଯାନରେ ଖର୍ଚ୍ଚ କରାଯିବ। ଏଥିରେ ମହାକାଶଯାନର ନିର୍ଦ୍ଦିଷ୍ଟ ପେଲୋଡ୍ ଏବଂ ଜ୍ଞାନକୌଶଳ ଉପାଦାନ ସମେତ ଏହାର ବିକାଶ ଏବଂ ଉପଲବ୍ଧି, ନେଭିଗେସନ୍ ଏବଂ ନେଟୱାର୍କ ପାଇଁ ଗ୍ଲୋବାଲ ଗ୍ରାଉଣ୍ଡ ଷ୍ଟେସନ ସମର୍ଥନ ଖର୍ଚ୍ଚ ଏବଂ ଉତକ୍ଷେପଣ ଯାନର ଖର୍ଚ୍ଚ ଅନ୍ତର୍ଭୁକ୍ତ ।

ଶୁକ୍ର ଗ୍ରହ ଅଭିମୁଖେ ଯାତ୍ରା

ଏହି ଅଭିଯାନ ଭାରତକୁ ଭବିଷ୍ୟତରେ ବୃହତ ପେଲୋଡ୍, ସର୍ବୋତ୍ତମ କକ୍ଷପଥ ପ୍ରବେଶ ପଦ୍ଧତି ସହିତ ଗ୍ରହ ଅଭିଯାନ ପାଇଁ ସକ୍ଷମ କରିବ । ମହାକାଶଯାନ ଏବଂ ଉତକ୍ଷେପଣ ଯାନର ବିକାଶ ସମୟରେ ଭାରତୀୟ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ସମ୍ପୃକ୍ତି ରହିବ । ଡିଜାଇନ୍, ବିକାଶ, ପରୀକ୍ଷଣ, ପରୀକ୍ଷା ଡାଟା ରିଡକ୍ସନ, କ୍ୟାଲିବ୍ରେସନ୍ ଇତ୍ୟାଦି ପ୍ରାକ୍‌ ଉତକ୍ଷେପଣ ପର୍ଯ୍ୟାୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ସମ୍ପୃକ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବାର ପରିକଳ୍ପନା କରାଯାଇଛି। ଏହି ଅଭିଯାନ ଏହାର ଅନନ୍ୟ ଉପକରଣ ମାଧ୍ୟମରେ ଭାରତୀୟ ବିଜ୍ଞାନ ସମୁଦାୟକୁ ନୂତନ ଏବଂ ମୂଲ୍ୟବାନ ବିଜ୍ଞାନ ଡାଟା ପ୍ରଦାନ କରିଥାଏ ଏବଂ ଏହା ଦ୍ୱାରା ଉଦୀୟମାନ ଏବଂ ଅଭିନବ ସୁଯୋଗ ପ୍ରଦାନ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୨୪୬୧ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମୋଟ ୧୨୪୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ଜଳ ବିଦ୍ୟୁତ ପ୍ରକଳ୍ପ (ଏଚଇପି) ପାଇଁ ସକ୍ଷମ ଭିତ୍ତିଭୂମି (ଏଚଇପି)ର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ଯୋଜନାରେ ସଂଶୋଧନ ପାଇଁ ଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଜଳ ବିଦ୍ୟୁତ୍ ବିକାଶରେ ବାଧା ସୃଷ୍ଟି କରୁଥିବା ସମସ୍ୟା ଯଥା ଦୁର୍ଗମ ସ୍ଥାନ, ପାହାଡ଼ିଆ ଅଞ୍ଚଳ, ଭିତ୍ତିଭୂମିର ଅଭାବ ଇତ୍ୟାଦିର ସମାଧାନ ପାଇଁ ଭାରତ ସରକାର ଅନେକ ନୀତିଗତ ପଦକ୍ଷେପ ନେଉଛନ୍ତି। ଜଳ ବିଦ୍ୟୁତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ କ୍ୟାବିନେଟ୍ ମାର୍ଚ୍ଚ, ୨୦୧୯ରେ ବୃହତ୍ ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ଅକ୍ଷୟ ଶକ୍ତି ଉତ୍ସ ଭାବରେ ଘୋଷଣା କରିବା, ଜଳ ବିଦ୍ୟୁତ କ୍ରୟ ବାଧ୍ୟତାମୂଳକତା (ଏଚପିଓ), ଶୁଳ୍କ ବୃଦ୍ଧି ମାଧ୍ୟମରେ ଶୁଳ୍କ ଯୁକ୍ତିଯୁକ୍ତ ପଦକ୍ଷେପ, ଷ୍ଟୋରେଜ୍ ଏଚ୍ଇପିରେ ବନ୍ୟା ପରିଚାଳନା ପାଇଁ ବଜେଟ୍ ସହାୟତା ଏବଂ ରାସ୍ତା ଓ ପୋଲ ନିର୍ମାଣ ଭଳି ସକ୍ଷମ ଭିତ୍ତିଭୂମି ର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ଆଦି ପଦକ୍ଷେପଗୁଡ଼ିକୁ ଅନୁମୋଦନ କରିଥିଲା।

ଜଳ ବିଦ୍ୟୁତ ପ୍ରକଳ୍ପର ଦ୍ରୁତ ବିକାଶ ଏବଂ ଦୁର୍ଗମ ପ୍ରକଳ୍ପ ସ୍ଥାନରେ ଭିତ୍ତିଭୂମିର ଉନ୍ନତି ପାଇଁ, ପୂର୍ବ ଯୋଜନାରେ ନିମ୍ନଲିଖିତ ସଂଶୋଧନ କରାଯାଇଛି:

ସଡ଼କ ଓ ସେତୁ ନିର୍ମାଣ ବ୍ୟତୀତ ଆଉ ୪ଟି ଜିନିଷକୁ ଅନ୍ତର୍ଭୁକ୍ତ କରି ଭିତ୍ତିଭୂମିର ବ୍ୟୟ ବରାଦ ନିମନ୍ତେ ବଜେଟ୍ ସହାୟତାର ପରିସରକୁ ବ୍ୟାପକ କରିବା ଅର୍ଥାତ୍ ନିର୍ମାଣ ପାଇଁ ବ୍ୟୟ ବରାଦ: (୧) ରାଜ୍ୟ/କେନ୍ଦ୍ରୀୟ ଟ୍ରାନ୍ସମିସନ ୟୁଟିଲିଟିର ପୁଲିଂ ସବଷ୍ଟେସନର ଉନ୍ନତିକରଣ ସମେତ ପାୱାର ହାଉସରୁ ନିକଟସ୍ଥ ପୁଲିଂ ପଏଣ୍ଟକୁ ଟ୍ରାନ୍ସମିସନ ଲାଇନ (୨) ରୋପ୍ ୱେ (୩) ରେଳ ସାଇଡିଂ, ଏବଂ (୪) ଯୋଗାଯୋଗ ଭିତ୍ତିଭୂମି। ଏହି ପ୍ରକଳ୍ପକୁ ଆଗେଇ ନେଉଥିବା ବର୍ତ୍ତମାନର ରାସ୍ତା/ପୋଲଗୁଡ଼ିକର ସୁଦୃଢ଼ୀକରଣ ମଧ୍ୟ ଏହି ଯୋଜନା ଅଧୀନରେ କେନ୍ଦ୍ରୀୟ ସହାୟତା ପାଇବାକୁ ଯୋଗ୍ୟ ହେବ।

୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ପ୍ରାୟ ୩୧୩୫୦ ମେଗାଓ୍ଵାଟ୍ ର ସମୁଦାୟ ଉତ୍ପାଦନ କ୍ଷମତା ପାଇଁ ଏହି ଯୋଜନାରେ ମୋଟ ୧୨,୪୬୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସ୍ୱଚ୍ଛ ଭିତ୍ତିରେ ଆବଣ୍ଟନ କରାଯାଇଥିବା ଘରୋଇ କ୍ଷେତ୍ର ପ୍ରକଳ୍ପ ସମେତ ୨୫ ମେଗାୱାଟରୁ ଅଧିକ କ୍ଷମତା ବିଶିଷ୍ଟ ସମସ୍ତ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଏହି ଯୋଜନା ଲାଗୁ ହେବ। ଏହି ଯୋଜନା କ୍ୟାପ୍ଟିଭ୍ /ମର୍ଚେଣ୍ଟ ପିଏସପି ସମେତ ସମସ୍ତ ପମ୍ପେଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (ପିଏସପି) ପାଇଁ ମଧ୍ୟ ଲାଗୁ ହେବ, ଯଦି ପ୍ରକଳ୍ପକୁ ସ୍ୱଚ୍ଛ ଭିତ୍ତିରେ ଆବଣ୍ଟନ କରାଯାଇଥିବ। ଏହି ଯୋଜନା ଅଧୀନରେ ପ୍ରାୟ ୧୫,୦୦୦ ମେଗାୱାଟ୍ ର ସମୁଦାୟ ପିଏସପି କ୍ଷମତାକୁ ସହାୟତା ଯୋଗାଇ ଦିଆଯିବ।

ଯେଉଁ ପ୍ରକଳ୍ପଗୁଡ଼ିକର ପ୍ରଥମ ବୃହତ୍ ପ୍ୟାକେଜ୍ ଲେଟର ଅଫ୍ ଆୱାର୍ଡ ୩୦.୦୬.୨୦୨୮ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବ, ସେମାନଙ୍କୁ ଏହି ଯୋଜନା ଅଧୀନରେ ବିବେଚନା କରାଯିବ।

୨୦୦ ମେଗାୱାଟ ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ମେଗାଓ୍ବାଟ ପିଛା ୧.୦ କୋଟି ଟଙ୍କା ଏବଂ ୨୦୦ ମେଗାୱାଟରୁ ଅଧିକ ପ୍ରକଳ୍ପ ପାଇଁ ବଜେଟ୍ ସହାୟତାର ସୀମାକୁ ୨୦୦ କୋଟି ଟଙ୍କା ସହିତ ମେଗାଓ୍ବାଟ ପିଛା ୦.୭୫ କୋଟି ଟଙ୍କାକୁ ଯୁକ୍ତିଯୁକ୍ତ କରାଯାଇଛି। ଯଦି ଯଥେଷ୍ଟ ଯଥାର୍ଥତା ରହିଥାଏ ତେବେ କ୍ଷେତ୍ର ବିଶେଷରେ ବଜେଟ୍ ସହାୟତାର ସୀମା ୧.୫ କୋଟି ଟଙ୍କା/ମେଗାୱାଟ୍ ପର୍ଯ୍ୟନ୍ତ ଯାଇପାରେ।

ଡିଆଇବି/ପିଆଇବି ଦ୍ୱାରା ସକ୍ଷମ ଭିତ୍ତିଭୂମିର ମୂଲ୍ୟର ମୂଲ୍ୟାଙ୍କନ ଏବଂ ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁଯାୟୀ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ସକ୍ଷମ ଭିତ୍ତିଭୂମିର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ପ୍ରଦାନ କରାଯିବ।

ଲାଭ:

ଏହି ସଂଶୋଧିତ ଯୋଜନା ଜଳ ବିଦ୍ୟୁତ ପ୍ରକଳ୍ପର ଦ୍ରୁତ ବିକାଶ, ଦୁର୍ଗମ ଏବଂ ପାହାଡ଼ିଆ ପ୍ରକଳ୍ପ ସ୍ଥାନରେ ଭିତ୍ତିଭୂମିରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ପରିବହନ, ପର୍ଯ୍ୟଟନ, କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ପରୋକ୍ଷ ନିଯୁକ୍ତି/ ଉଦ୍ୟୋଗୀ ସୁଯୋଗ ସହିତ ସ୍ଥାନୀୟ ଲୋକଙ୍କୁ ବିପୁଳ ସଂଖ୍ୟାରେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବ। ଏହା ଜଳ ବିଦ୍ୟୁତ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶକୁ ଉତ୍ସାହିତ କରିବ ଏବଂ ନୂତନ ପ୍ରକଳ୍ପଗୁଡିକୁ ଠିକ୍ ସମୟରେ ଶେଷ କରିବାକୁ ପ୍ରୋତ୍ସାହିତ କରିବ।

Categories
ଆଜିର ଖବର ଜାତୀୟ ଖବର

ପିଏମ-ଇବସ୍ ସେବା-ପେମେଣ୍ଟ ସିକ୍ୟୁରିଟି ମେକାନିଜିମ୍ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩,୪୩୫.୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ) ଦ୍ୱାରା ଇ-ବସ୍ କ୍ରୟ ଏବଂ ପରିଚାଳନା ପାଇଁ “ପିଏମ-ଇବସ୍ ସେବା-ପେମେଣ୍ଟ ସିକ୍ୟୁରିଟି ମେକାନିଜମ୍ (ପିଏସଏମ) ଯୋଜନା”କୁ ମଞ୍ଜୁରୀ ମିଳିଛି।

ଏହି ଯୋଜନା୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୩୮,୦୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ପରିଚାଳନା କରିବାରେ ସହାୟକ ହେବ। ଏହି ଯୋଜନାରେ ନିୟୋଜିତ ହେବା ଦିନଠାରୁ ୧୨ ବର୍ଷ ପର୍ଯ୍ୟନ୍ତ ଇ-ବସ୍ ଚଳାଚଳ ରେ ସହାୟତା ମିଳିବ।

ବର୍ତ୍ତମାନ ପବ୍ଲିକ୍ ଟ୍ରାନ୍ସପୋର୍ଟ ଅଥୋରିଟି (ପିଟିଏ) ଦ୍ୱାରା ପରିଚାଳିତ ଅଧିକାଂଶ ବସ୍ ଡିଜେଲ/ସିଏନଜିରେ ଚଳାଚଳ କରୁଥିବାରୁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ଅପରପକ୍ଷରେ ଇ-ବସ୍ ପରିବେଶ ଅନୁକୂଳ ଏବଂ ଏହାର ପରିଚାଳନା ଖର୍ଚ୍ଚ କମ୍ ରହିଛି। ତେବେ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ)ର ଆଗୁଆ ଅଧିକ ଖର୍ଚ୍ଚ ଏବଂ ଚଳାଚଳରୁ ରାଜସ୍ୱ ଆଦାୟ କମ୍ ହେଉଥିବାରୁ ସେମାନଙ୍କ ପାଇଁ ଇ-ବସ୍ କ୍ରୟ ଓ ଚଳାଚଳ କରିବା ଆହ୍ବାନ ହେବ ବୋଲି ଅନୁମାନ କରାଯାଉଥିଲା।

ଇ-ବସ୍ ର ଉଚ୍ଚ ପୁଞ୍ଜି ଖର୍ଚ୍ଚକୁ ଦୃଷ୍ଟିରେ ରଖି ପବ୍ଲିକ୍ ଟ୍ରାନ୍ସପୋର୍ଟ ଅଥରିଟି (ପିଟିଏ) ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମାଧ୍ୟମରେ ଗ୍ରସ୍ କଷ୍ଟ କଣ୍ଟ୍ରାକ୍ଟ (ଜିସିସି) ମଡେଲ୍ ଜରିଆରେ ଏହି ବସ୍ ଗୁଡ଼ିକୁ ସାମିଲ୍ କରିଛି। ଜିସିସି ମଡେଲ ଅଧୀନରେ ପିଟିଏମାନଙ୍କୁ ବସ୍ ର ଆଗୁଆ ମୂଲ୍ୟ ଦେବାକୁ ପଡିବ ନାହିଁ, ବରଂ ଓଇଏମ୍ / ଅପରେଟରମାନେ ମାସିକ ଦେୟ ସହିତ ପିଟିଏ ପାଇଁ ଇ-ବସ୍ କ୍ରୟ ଏବଂ ପରିଚାଳନା କରନ୍ତି । ଅନ୍ୟପକ୍ଷରେ, ସମ୍ଭାବ୍ୟ ଦେୟ ଖିଲାପ ବିଷୟରେ ଚିନ୍ତା କାରଣରୁ ଓଇଏମ୍ / ଅପରେଟରମାନେ ଏହି ମଡେଲରେ ନିୟୋଜିତ ହେବାକୁ କୁଣ୍ଠାବୋଧ କରୁଛନ୍ତି।

ଏକ ଉତ୍ସର୍ଗୀକୃତ ପାଣ୍ଠି ମାଧ୍ୟମରେ ଓଇଏମ୍ / ଅପରେଟରମାନଙ୍କୁ ଠିକ୍ ସମୟରେ ଦେୟ ସୁନିଶ୍ଚିତ କରି ଏହି ଯୋଜନା ସମ୍ପର୍କିତ ସମସ୍ୟାର ସମାଧାନ କରାଯାଇଛି । ଯଦି ପିଟିଏମାନଙ୍କ ଦ୍ୱାରା ଦେୟ ପ୍ରଦାନ ରେ ଅବହେଳା ହୁଏ, କାର୍ଯ୍ୟକାରୀ ସଂସ୍ଥା ସିଇଏସ୍ଏଲ୍ ଯୋଜନା ପାଣ୍ଠିରୁ ଆବଶ୍ୟକ ଦେୟ ପ୍ରଦାନ କରିବ ଯାହା ପରେ ପିଟିଏ / ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପରିଶୋଧ କରାଯିବ ।

ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରି ଇ-ବସ୍ ଗ୍ରହଣକୁ ସୁଗମ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଯୋଜନା ଦ୍ୱାରା ଗ୍ରୀନହାଉସ ଗ୍ୟାସ ନିର୍ଗମନରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିବ ଏବଂ ଜୀବାଶ୍ମ ଇନ୍ଧନ ବ୍ୟବହାର ମଧ୍ୟ ହ୍ରାସ ପାଇବ । ଏହି ଯୋଜନାକୁ ଚୟନ କରିଥିବା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ)ଙ୍କୁ ଲାଭ ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଉଦ୍ୟାନ କୃଷିର ସମନ୍ୱିତ ବିକାଶ ମିଶନ ଅଧୀନରେ ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବିତ ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ (ସିପିପି) କୁ ଅନୁମୋଦନ ମିଳିଛି।

୧,୭୬୫.୬୭ କୋଟି ଟଙ୍କାର ଯଥେଷ୍ଟ ପୁଞ୍ଜିନିବେଶ ସହିତ ଏହି ଅଗ୍ରଣୀ ପଦକ୍ଷେପ ଭାରତରେ ଉଦ୍ୟାନ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ଉତ୍କର୍ଷତା ଏବଂ ସ୍ଥାୟୀତା ପାଇଁ ନୂତନ ମାନଦଣ୍ଡ ସ୍ଥାପିତ କରିବ ବୋଲି ଆଶା କରାଯାଉଛି। ଫେବୃଆରୀ ୨୦୨୩ରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣରେ ଘୋଷଣା କରାଯାଇଥିବା ସିପିପି ସମଗ୍ର ଦେଶରେ ଫଳ ଜାତୀୟ ଫସଲର ଗୁଣବତ୍ତା ଏବଂ ଉତ୍ପାଦକତା ବୃଦ୍ଧି ଦିଗରେ ଏକ ବଡ଼ ପଦକ୍ଷେପ।

ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ (ସିପିପି) ର ପ୍ରମୁଖ ଲାଭ:

କୃଷକ: ସିପିପି ଭୂତାଣୁ ମୁକ୍ତ, ଉନ୍ନତ ମାନର ବୃକ୍ଷରୋପଣ ନିମନ୍ତେ ସାମଗ୍ରୀ ଉପଲବ୍ଧ କରାଇବ, ଯାହା ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଆୟ ସୁଯୋଗରେ ଉନ୍ନତି ହେବ।

ନର୍ସରୀ: ସୁବ୍ୟବସ୍ଥିତ ପ୍ରମାଣୀକରଣ ପ୍ରକ୍ରିୟା ଏବଂ ଭିତ୍ତିଭୂମି ସହାୟତା ନର୍ସରୀଗୁଡ଼ିକୁ ସ୍ୱଚ୍ଛ ବୃକ୍ଷରୋପଣ ସାମଗ୍ରୀର ଦକ୍ଷତାର ସହ ପ୍ରଚାର କରିବାରେ ସକ୍ଷମ କରିବ, ଅଭିବୃଦ୍ଧି ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବ।

ଉପଭୋକ୍ତା: ଏହି ପଦକ୍ଷେପ ଯେପରି ଗ୍ରାହକମାନେ ଭୂତାଣୁ ମୁକ୍ତ ଉତ୍ତମ ଉତ୍ପାଦ, ଯାହା ଫଳର ସ୍ୱାଦ, ରୂପ ଏବଂ ପୁଷ୍ଟିକର ଗୁଣ ବୃଦ୍ଧି କରିବ, ସେଥିରୁ ଉପକୃତ ହେବେ ତାହା ସୁନିଶ୍ଚିତ କରିବ।

ରପ୍ତାନି: ଉନ୍ନତ ମାନର, ରୋଗମୁକ୍ତ ଫଳ ଉତ୍ପାଦନ କରି ଭାରତ ଏକ ଅଗ୍ରଣୀ ବିଶ୍ୱ ରପ୍ତାନିକାରୀ ଭାବରେ ନିଜର ସ୍ଥିତି ସୁଦୃଢ଼ କରିବ, ବଜାର ସୁଯୋଗ ବୃଦ୍ଧି କରିବ ଏବଂ ଅନ୍ତର୍ଜାତୀୟ ଫଳ ବ୍ୟବସାୟରେ ଏହାର ଭାଗୀଦାରୀ ବୃଦ୍ଧି କରିବ।

ଏହି କାର୍ଯ୍ୟକ୍ରମ ସମସ୍ତ କୃଷକମାନଙ୍କ ପାଇଁ ସେମାନଙ୍କର ଜମି ଧାରଣ ଆକାର କିମ୍ବା ସାମାଜିକ – ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସ୍ୱଚ୍ଛ ଉଦ୍ଭିଦ ସାମଗ୍ରୀର ସୁଲଭ ଉପଲବ୍ଧତାକୁ ପ୍ରାଥମିକତା ଦେବ।

ଏହି କାର୍ଯ୍ୟକ୍ରମ ମହିଳା କୃଷକମାନଙ୍କୁ ଏହାର ଯୋଜନା ଏବଂ କାର୍ଯ୍ୟକାରିତାରେ ସକ୍ରିୟ ଭାବରେ ନିୟୋଜିତ କରିବ, ସମ୍ବଳ, ପ୍ରଶିକ୍ଷଣ ଏବଂ ନିଷ୍ପତ୍ତି ନେବାର ସୁଯୋଗ ସୁନିଶ୍ଚିତ କରିବ।

ଏହି କାର୍ଯ୍ୟକ୍ରମ ଅଞ୍ଚଳ ଭିତ୍ତିକ ସ୍ୱଚ୍ଛ ଉଦ୍ଭିଦ ପ୍ରଜାତି ଏବଂ ଜ୍ଞାନକୌଶଳର ବିକାଶ କରି ସମଗ୍ର ଭାରତରେ ବିଭିନ୍ନ କୃଷି ଜଳବାୟୁ ପରିସ୍ଥିତିର ସମାଧାନ କରିବ।

ସିପିପିର ମୁଖ୍ୟ ଉପାଦାନ:

ସ୍ୱଚ୍ଛ ଉଦ୍ଭିଦ କେନ୍ଦ୍ର (ସିପିସି): ଉନ୍ନତ ନୈଦାନିକ ଚିକିତ୍ସା ବିଜ୍ଞାନ ଏବଂ ଟିସୁ କଲଚର ଲ୍ୟାବ୍ ସହିତ ସଜ୍ଜିତ ୯ଟି ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସିପିସି ସମଗ୍ର ଭାରତରେ ପ୍ରତିଷ୍ଠା କରାଯିବ। ସେଗୁଡ଼ିକ ମଧ୍ୟରେ ଅଙ୍ଗୁର (ଏନଆରସି, ପୁଣେ), ସମଶୀତୋଷ୍ଣ ଫଳ – ସେଓ, ବାଦାମ, ଅଖରୋଟ ଇତ୍ୟାଦି (ସିଆଇଟିଏଚ, ଶ୍ରୀନଗର ଏବଂ ମୁକ୍ତେଶ୍ୱର), ଖଟା ଜାତୀୟ ଫଳ (ସିସିଆରଆଇ, ନାଗପୁର ଏବଂ ସିଆଇଏଏଏଚ, ବିକାନେର), ଆମ୍ବ / ପିଜୁଳି / ଆଭାକାଡୋ (ଆଇଆଇଏଚଆର, ବେଙ୍ଗାଲୁରୁ), ଆମ୍ବ / ପିଜୁଳି / ଲିଚୁ (ସିଆଇଏସଏଚ, ଲକ୍ଷ୍ନୌ), ଡାଳିମ୍ବ (ଏନଆରସି, ସୋଲାପୁର) ଏବଂ ପୂର୍ବ ଭାରତର ଟ୍ରପିକାଲ / ସବ୍‌- ଟ୍ରପିକାଲ ଫଳ ଗୁଡିକ ଅନ୍ତର୍ଭୁକ୍ତ। ଏହି କେନ୍ଦ୍ରଗୁଡ଼ିକ ବୃହତ ପ୍ରସାର ପାଇଁ ଉଦ୍ଦିଷ୍ଟ ଭୂତାଣୁ ମୁକ୍ତ ରୋପଣ ସାମଗ୍ରୀ ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପ୍ରମାଣନ ଏବଂ ଆଇନଗତ ଢାଂଚା : ବିହନ ଅଧିନିୟମ ୧୯୬୬ ଅଧୀନରେ ଏକ ନିୟାମକ ଢାଞ୍ଚା ଦ୍ୱାରା ସମର୍ôଥତ ଏକ ସୁଦୃଢ଼ ପ୍ରମାଣୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ, ଯାହା ଦ୍ରବ୍ୟ ଉତ୍ପାଦନ ଏବଂ ବିକ୍ରୟରେ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱକୁ ଏବଂ ଏହା ସମ୍ପର୍କରେ ଜାଣିବାର କ୍ଷମତାକୁ ସୁନିଶ୍ଚିତ କରିବ।

ଉନ୍ନତ ଭିତ୍ତିଭୂମି : ଭିତ୍ତିଭୂମି ସଂରଚନାର ବିକାଶ ପାଇଁ ବୃହତ ସ୍ତରର ନର୍ସରୀଗୁଡ଼ିକୁ ସହାୟତା ପ୍ରଦାନ କରାଯିବ, ସ୍ୱଚ୍ଛ ବୃକ୍ଷରୋପଣ ସାମଗ୍ରୀର କୁଶଳୀ ଗୁଣୀକରଣକୁ ସୁଗମ କରାଯିବ।

ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ ମିଶନ ଏଲଆଇଏଫଇ ଏବଂ ୱାନ ହେଲ୍‌ଥ ଇନିସିଏଟିଭ୍ (ଏକ ସ୍ୱାସ୍ଥ୍ୟ ପଦକ୍ଷେପ) ସହିତ ଯୋଡ଼ି ହୋଇ ଭାରତର ଉଦ୍ୟାନ କୃଷି କ୍ଷେତ୍ରକୁ ଉଲ୍ଲେଖନୀୟ ଭାବରେ ପ୍ରୋତ୍ସାହିତ କରିବ। ଏହା ସ୍ଥାୟୀ ଏବଂ ପରିବେଶ ଅନୁକୂଳ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବ ଏବଂ ଆମଦାନୀ ହୋଇଥିବା ରୋପଣ ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ କରିବ। ଭାରତକୁ ଫଳର ଏକ ଅଗ୍ରଣୀ ବିଶ୍ୱ ରପ୍ତାନୀକାରୀ ଭାବରେ ପ୍ରତିଷ୍ଠିତ କରିବା ଏବଂ ସମଗ୍ର କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଜାତୀୟ ଉଦ୍ୟାନ କୃଷି ବୋର୍ଡ ଏବଂ ଇଣ୍ଡିକାନ୍ କାଉନସିଲ୍ ଅଫ୍ ଏଗ୍ରିକଲଚରାଲ୍ ରିସର୍ଚ୍ଚ (ଆଇସିଏଆର) ସହଯୋଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଷୋଡ଼ଶ ଅର୍ଥ ଆୟୋଗ ପାଇଁ ପଦବୀ ସୃଷ୍ଟି କୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିସେମ୍ବର ୩୧, ୨୦୨୩ ତାରିଖର ବିଜ୍ଞପ୍ତି ଜରିଆରେ ସମ୍ବିଧାନର ଧାରା ୨୮୦ ଅନୁଯାୟୀ ଗଠିତ ୧୬ତମ ଅର୍ଥ ଆୟୋଗ ପାଇଁ ଯୁଗ୍ମ ସଚିବ ସ୍ତରରେ ୩ ଟି ପଦବୀ ଅର୍ଥାତ୍ ଯୁଗ୍ମ ସଚିବ ଙ୍କ ୨ଟି ପଦବୀ ଏବଂ ଅର୍ଥନୈତିକ ପରାମର୍ଶଦାତା ପଦବୀ ସୃଷ୍ଟି କୁ ଅନୁମୋଦନ ମିଳିଛି ।

ନୂତନ ଭାବେ ସୃଷ୍ଟି ହୋଇଥିବା ପଦବୀଗୁଡ଼ିକ ଆୟୋଗର କାର୍ଯ୍ୟ ସମ୍ପାଦନରେ ସାହାଯ୍ୟ କରିବା ଆବଶ୍ୟକ । ଆୟୋଗର ଅନ୍ୟ ସମସ୍ତ ପଦବୀ ନିର୍ଦ୍ଧାରିତ କ୍ଷମତା ଅନୁଯାୟୀ ସୃଷ୍ଟି ହୋଇସାରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଚିକିତ୍ସା ଉତ୍ପାଦ ନିୟାମକ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଇକ୍ୱେଡର ମଧ୍ୟରେ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ଇକ୍ୱେଡର ଗଣତନ୍ତ୍ରର ଏଜେନ୍ସିଆ ନାସିଓନାଲ ଡି ରେଗୁଲେକ୍ସନ, କଣ୍ଟ୍ରୋଲ ୱାଇ ଭିଜିଲାଣ୍ଟିଆ ସାନିଟ୍ରିଆ – ଏଆରସିଏସ୍‌ଏ, ଡକ୍ଟର  ଲିଓପୋଲଡୋ ଇଜକ୍ୟୁଟା ପେରେଜ ମଧ୍ୟରେ ଚିକିତ୍ସା ଉତ୍ପାଦ ନିୟାମକ କ୍ଷେତ୍ରରେ ସହଯୋଗ  ପାଇଁ  ୨୦୨୩ ନଭେମ୍ବର ୦୭ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା ଓ  ବୁଝାମଣାପତ୍ର (ଏମଓୟୁ) କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଲାଭ:

ଏହି ବୁଝାମଣାପତ୍ର ଉଭୟ ପକ୍ଷ ମଧ୍ୟରେ ନିୟାମକ ଦିଗ ଗୁଡ଼ିକୁ ଭଲ ଭାବରେ ବୁଝିବାରେ ସହାୟକ ହେବ ଏବଂ ଚିକିତ୍ସା ଉତ୍ପାଦ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ଏବଂ ଆନ୍ତର୍ଜାତିକ ସ୍ତରରେ ଉନ୍ନତ ସମନ୍ୱୟ କ୍ଷେତ୍ରରେ ସହାୟକ ହେବ ।

ରୋଜଗାର ସୃଷ୍ଟି ସମ୍ଭାବନା:

ବୁଝାମଣାପତ୍ର ଯୋଗୁଁ ନିୟାମକ ଅଭ୍ୟାସରେ ସମନ୍ୱୟ ଭାରତରୁ ଔଷଧର ରପ୍ତାନୀ ବୃଦ୍ଧି କରିବାରେ ସହାୟକ ହୋଇ ପାରିବ ଏବଂ ଫଳସ୍ୱରୂପ ଔଷଧ କ୍ଷେତ୍ରରେ ଶିକ୍ଷିତ ବୃତ୍ତିଜୀବୀ ମାନଙ୍କ ପାଇଁ ଉନ୍ନତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇ ପାରିବ ।

ଆତ୍ମନିର୍ଭର ଭାରତ:

ଏହି ବୁଝାମଣାପତ୍ର ଦ୍ୱାରା ଚିକିତ୍ସା ସାମଗ୍ରୀର ରପ୍ତାନି ସହଜ ହେବ ଯାହା ଦ୍ୱାରା ବୈଦେଶିକ ମୁଦ୍ରା ରୋଜଗାର ହେବ । ଏହା ଆତ୍ମନିର୍ଭର ଭାରତ ଦିଗରେ ଏକ ବିଶେଷ ପଦକ୍ଷେପ ହେବ ।

ପୃଷ୍ଠଭୂମି:

ସିଡିଏସ୍‌ସିଓ ହେଉଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଏକ ଅଧସ୍ତନ କାର୍ଯ୍ୟାଳୟ, ଯାହା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଏକ ଅନୁବନ୍ଧିତ କାର୍ଯ୍ୟାଳୟ । ସିଡିଏସସିଓ ହେଉଛି ଭାରତରେ ଔଷଧ, ଚିକିତ୍ସା ଉପକରଣ ଏବଂ ପ୍ରସାଧନ ସାମଗ୍ରୀ ପାଇଁ ଜାତୀୟ ନିୟାମକ କର୍ତ୍ତୃପକ୍ଷ । ଏଜେନ୍ସିଆ ନାସିଓନାଲ ଡି ରେଗୁଲେକ୍ସନ, କଣ୍ଟ୍ରୋଲ ୱାଇ ଭିଜିଲାଣ୍ଟିଆ ସାନିଟ୍ରିଆ – ଏଆରସିଏସ୍‌ଏ, ଡକ୍ଟର  ଲିଓପୋଲଡୋ ଇଜକ୍ୟୁଟା ପେରେଜ୍ ହେଉଛି ଇକ୍ୱେଡର ଗଣତନ୍ତ୍ରରେ ଏହି ଉତ୍ପାଦ ଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ନିୟାମକ ଏଜେନ୍ସି ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଏବଂ ତାଞ୍ଜାନିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ କ୍ୟାବିନେଟ୍ ର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ରୂପାନ୍ତରଣ ପାଇଁ ଜନସଂଖ୍ୟା ଆଧାରରେ କାର୍ଯ୍ୟକାରୀ ସଫଳ ଡିଜିଟାଲ ସମାଧାନ ର ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ତାଞ୍ଜାନିଆର ସୂଚନା, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ଅକ୍ଟୋବର ୦୯, ୨୦୨୩ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା।

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଡିଜିଟାଲ ରୂପାନ୍ତରଣମୂଳକ ପଦକ୍ଷେପର କାର୍ଯ୍ୟକାରିତାରେ ଘନିଷ୍ଠ ସହଯୋଗ ଏବଂ ଅଭିଜ୍ଞତା, ଡିଜିଟାଲ ପ୍ରଯୁକ୍ତି ଭିତ୍ତିକ ସମାଧାନ ର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା।

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) କ୍ଷେତ୍ରରେ ଉଭୟ ଜି୨ଜି ଏବଂ ବି୨ବି ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରାଯିବ। ଏହି ବୁଝାମଣାପତ୍ରରେ ବିଚାର କରାଯାଇଥିବା କାର୍ଯ୍ୟକଳାପଗୁଡ଼ିକୁ ସେମାନଙ୍କ ପ୍ରଶାସନର ନିୟମିତ ପରିଚାଳନା ଆବଣ୍ଟନ ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ।

ଏହି ବୁଝାମଣାପତ୍ରରେ ଆଇଟି କ୍ଷେତ୍ରରେ ଉନ୍ନତ ସହଯୋଗ ର ପରିକଳ୍ପନା କରାଯାଇଛି ଯାହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ପୃଷ୍ଠଭୂମି:

ଆଇସିଟି କ୍ଷେତ୍ରରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏମଇଆଇଟିୱାଇ ଅନେକ ଦେଶ ଏବଂ ବହୁପକ୍ଷୀୟ ଏଜେନ୍ସି ସହିତ ସହଯୋଗ କରୁଛି। ଏହି ସମୟ ମଧ୍ୟରେ, ଏମଇଆଇଟିୱାଇ ଆଇସିଟି କ୍ଷେତ୍ରରେ ସହଯୋଗ ଏବଂ ସୂଚନା ର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଦେଶର ଏହାର ସମକକ୍ଷ ସଂଗଠନ / ଏଜେନ୍ସିସହିତ ବୁଝାମଣାପତ୍ର /ବୁଝାମଣା ସ୍ୱାକ୍ଷର କରିଛି। ଦେଶକୁ ଡିଜିଟାଲ ସଶକ୍ତିକରଣ କରିବା ସହିତ ଦୃଢ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯଥା ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ ଇତ୍ୟାଦି ସହିତ ଏହା ସମାନ। ଏହି ପରିବର୍ତ୍ତିତ ପରିପ୍ରେକ୍ଷୀରେ ପାରସ୍ପରିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ବ୍ୟବସାୟିକ ସୁଯୋଗ ଖୋଜିବା, ସର୍ବୋତ୍ତମ ଅଭ୍ୟାସ ସେୟାର କରିବା ଏବଂ ଡିଜିଟାଲ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବାର ଆବଶ୍ୟକତା ରହିଛି।

ଗତ କିଛି ବର୍ଷ ମଧ୍ୟରେ ଭାରତ ସାର୍ବଜନିନ ଡିଜିଟାଲ ଭିତ୍ତିଭୂମି (ଡିପିଆଇ)ର କାର୍ଯ୍ୟକାରିତାରେ ନିଜର ନେତୃତ୍ୱ ପ୍ରଦର୍ଶନ କରିଛି ଏବଂ କୋଭିଡ ମହାମାରୀ ସମୟରେ ମଧ୍ୟ ଜନସାଧାରଣଙ୍କୁ ସଫଳତାର ସହ ସେବା ପ୍ରଦାନ କରିଛି। ଫଳରେ ଅନେକ ଦେଶ ଭାରତର ଅନୁଭୂତିରୁ ଶିକ୍ଷା ଗ୍ରହଣ କରିବା ପାଇଁ ଭାରତ ସହ ବୁଝାମଣାପତ୍ର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଇଣ୍ଡିଆ ଷ୍ଟେକ୍ ସଲ୍ୟୁସନ୍ ହେଉଛି ଜନସଂଖ୍ୟା ସ୍ତରରେ ଭାରତ ଦ୍ୱାରା ବିକଶିତ ଏବଂ କାର୍ଯ୍ୟକାରୀ ହେଉଥିବା ଡିପିଏଲ୍ ଯାହା ସର୍ବସାଧାରଣ ସେବାଗୁଡ଼ିକର କାର୍ଯ୍ୟକାରି ଏବଂ ବିତରଣ ପ୍ରଦାନ କରିଥାଏ । ଅର୍ଥପୂର୍ଣ୍ଣ ଯୋଗାଯୋଗ ପ୍ରଦାନ, ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ। ଏଗୁଡ଼ିକ ମୁକ୍ତ ଜ୍ଞାନକୌଶଳ ଉପରେ ପର୍ଯ୍ୟେବସିତ, ପରସ୍ପର ସହ ଜଡ଼ିତ ଏବଂ ଉଦ୍ୟୋଗ ଏବଂ ଗୋଷ୍ଠୀ ର ଅଂଶଗ୍ରହଣକୁ ଉପଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି ଯାହା ଉଦ୍ଭାବନକୁ ପ୍ରୋତ୍ସାହିତ କରେ। ତେବେ ଡିପିଆଇ ନିର୍ମାଣରେ ପ୍ରତ୍ୟେକ ଦେଶର ସ୍ୱତନ୍ତ୍ର ଆବଶ୍ୟକତା ଏବଂ ଆହ୍ୱାନ ରହିଛି, ଯଦିଓ ମୌଳିକ କାର୍ଯ୍ୟକାରିତା ସମାନ, ଯାହା ବିଶ୍ୱସ୍ତରୀୟ ସହଯୋଗକୁ ଅନୁମତି ଦେଇଥାଏ।

Categories
ଆଜିର ଖବର ଜାତୀୟ ଖବର

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ଏକ ଅଭିନବ ବନ୍ଧୁତ୍ବ ମାଧ୍ୟମରେ ନବସୃଜନ ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ବୁଝାମଣାପତ୍ର (ଏମଓୟୁ)ର ଡ୍ରାଫ୍ଟକୁ ଅନୁମୋଦନ ମିଳିଛି।

ପଞ୍ଚମ ଭାରତ-ଆମେରିକା ବାଣିଜ୍ୟିକ ଆଲୋଜନା ମାର୍ଚ୍ଚ ୮ରୁ ୧୦ ମଧ୍ୟରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋଙ୍କ ଗସ୍ତ ସମୟରେ ୨୦୨୩ ମାର୍ଚ୍ଚ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯୋଗାଣ ଶୃଙ୍ଖଳା, ଜଳବାୟୁ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା ସହଯୋଗ, ଅନ୍ତର୍ଭୁକ୍ତ ଡିଜିଟାଲ ଅର୍ଥନୀତିକୁ ଆଗେଇ ନେବା ଏବଂ ବିଶେଷକରି ଏସଏମଇ ଏବଂ ଷ୍ଟାର୍ଟଅପ୍ ପାଇଁ ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର କୁ ସୁଗମ କରିବା ଉପରେ ରଣନୈତିକ ଧ୍ୟାନ ଦେଇ ବାଣିଜ୍ୟିକ ଆଲୋଚନାପୁନଃ ଆରମ୍ଭ କରାଯାଇଥିଲା । ଏଥିରେ ବାଣିଜ୍ୟିକ ଆଲୋଚନା ଅଧୀନରେ ପ୍ରତିଭା, ଉଦ୍ଭାବନ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଉପରେ ଏକ ନୂତନ କାର୍ଯ୍ୟକାରୀ ଗୋଷ୍ଠୀ (ଟିଆଇଆଇଜି) ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକାରୀ ଗୋଷ୍ଠୀ ଆଇସିଇଟିର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଗୁଡ଼ିକର ପ୍ରୟାସକୁ ମଧ୍ୟ ସମର୍ଥନ କରିବ, ବିଶେଷକରି ସହଯୋଗ ପାଇଁ ନିର୍ଦ୍ଦିଷ୍ଟ ନିୟାମକ ପ୍ରତିବନ୍ଧକ ଚିହ୍ନଟ କରିବା ଏବଂ ମିଳିତ କାର୍ଯ୍ୟକଳାପ ପାଇଁ ନିର୍ଦ୍ଦିଷ୍ଟ ଚିନ୍ତାଧାରା ମାଧ୍ୟମରେ ଷ୍ଟାର୍ଟଅପ୍ ଉପରେ ଧ୍ୟାନ ଦେବା ସହିତ ଆମର ଉଦ୍ଭାବନ ଇକୋସିଷ୍ଟମ୍ ମଧ୍ୟରେ ଅଧିକ ସଂଯୋଗକୁ ପ୍ରୋତ୍ସାହିତ କରିବ।

ଜୁନ୍ ୨୦୨୩ରେ ରାଷ୍ଟ୍ରପତି ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଦ୍ୱାରା ପ୍ରକାଶିତ ମିଳିତ ବିବୃତିରେଏକ “ଇନୋଭେସନ ହ୍ୟାଣ୍ଡସେକ୍” ପ୍ରତିଷ୍ଠା ପାଇଁ କେନ୍ଦ୍ରିତ ପ୍ରୟାସକୁ ସ୍ୱାଗତ କରାଯାଇଛି ଯାହା ଦୁଇ ପକ୍ଷର ଗତିଶୀଳ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସଂଯୋଗ କରିବ, ସହଯୋଗର ନିର୍ଦ୍ଦିଷ୍ଟ ନିୟାମକ ପ୍ରତିବନ୍ଧକଗୁଡ଼ିକର ସମାଧାନ କରିବ ଏବଂ ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି (ସିଇଟି)ରେ ଉଦ୍ଭାବନ ଏବଂ ନିଯୁକ୍ତି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ଇନୋଭେସନ୍ ହ୍ୟାଣ୍ଡସେକ୍ ଅଧୀନରେ ସହଯୋଗକୁ ଆନୁଷ୍ଠାନିକ ରୂପ ଦେବା ଏବଂ ଏହି ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବା ପାଇଁ ନଭେମ୍ବର ୧୪, ୨୦୨୩ରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋଠାରେ ଇନୋଭେସନ ହ୍ୟାଣ୍ଡସେକ୍ ଉପରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଜି୨ଜି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ସହଯୋଗର ପରିସରରେ ଭାରତ-ଆମେରିକା ଇନୋଭେସନ ହ୍ୟାଣ୍ଡସେକ୍ କାର୍ଯ୍ୟକ୍ରମ, ଘରୋଇ କ୍ଷେତ୍ର ସହିତ ରାଉଣ୍ଡ ଟେବୁଲ, ହାକାଥନ୍ ଏବଂ “ଓପନ୍ ଇନୋଭେସନ୍” କାର୍ଯ୍ୟକ୍ରମ, ସୂଚନା ଆଦାନପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହେବ । ଏହି ବୁଝାମଣାପତ୍ର ରେ ୨୦୨୪ ପ୍ରାରମ୍ଭରେ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ହେବାକୁ ଥିବା ଦୁଇଟି ଭବିଷ୍ୟତର ଇନୋଭେସନ ହ୍ୟାଣ୍ଡସେକ୍ ଇଭେଣ୍ଟ ପାଇଁ ଭିତ୍ତିଭୂମି ସ୍ଥାପନ କରାଯାଇଥିଲା, ଯେଉଁଥିରେ ଆମେରିକା ଏବଂ ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକୁ ସେମାନଙ୍କର ଅଭିନବ ଚିନ୍ତାଧାରା ଏବଂ ଉତ୍ପାଦଗୁଡ଼ିକୁ ବଜାରକୁ ନେବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ନିବେଶ ମଞ୍ଚ ଏବଂ ସିଲିକନ୍ ଭ୍ୟାଲିରେ ଏକ “ହ୍ୟାକାଥନ୍” ଅନ୍ତର୍ଭୁକ୍ତ ଅଛି ଯେଉଁଠାରେ ଆମେରିକା ଏବଂ ଭାରତୀୟ ଷ୍ଟାର୍ଟଅପଗୁଡିକ ବିଶ୍ୱ ଅର୍ଥନୈତିକ ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ଧାରଣା ଏବଂ ପ୍ରଯୁକ୍ତିବିଦ୍ୟା ଉପସ୍ଥାପନ କରିବେ ।

ଏହି ବୁଝାମଣାପତ୍ର ଉଚ୍ଚ ଜ୍ଞାନକୌଶଳ କ୍ଷେତ୍ରରେ ବାଣିଜ୍ୟିକ ସୁଯୋଗକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Categories
ଆଜିର ଖବର ଜାତୀୟ ଖବର

ରେଳ କର୍ମଚାରୀଙ୍କ ପାଇଁ ୧୯୬୮.୮୭ କୋଟି ଟଙ୍କାର ଉତ୍ପାଦକତା ଭିତ୍ତିକ ବୋନସକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ୍ ରେଳ କର୍ମଚାରୀ ଯଥା ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, ପଏଣ୍ଟମ୍ୟାନ, ମନ୍ତ୍ରୀସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ସି କର୍ମଚାରୀ (ଆରପିଏଫ/ଆରପିଏସଏଫ କର୍ମଚାରୀଙ୍କୁ ବାଦ୍‌ ଦେଇ)ଙ୍କ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୭୮ ଦିନର ଦରମା ସହ ସମାନ ଉତ୍ପାଦକତା ଭିତ୍ତିକ ବୋନସ (ପିଏଲବି)କୁ ଅନୁମୋଦନ କରାଯାଇଛି।

ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ର ସରକାର ୧୧,୦୭,୩୪୬ ରେଳ କର୍ମଚାରୀଙ୍କୁ ୧୯୬୮ କୋଟି ୮୭ ଲକ୍ଷ ଟଙ୍କାର ପିଏଲବି ପ୍ରଦାନକୁ ମଞ୍ଜୁରି ଦେଇଛନ୍ତି। ୨୦୨୨-୨୦୨୩ ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ରହିଥିଲା। ରେଳବାଇ ୧୫୦୯ ନିୟୁତ ଟନର ରେକର୍ଡ ମାଲ୍‌ ପରିବହନ କରିଛି ଏବଂ ପ୍ରାୟ ୬୫୦ କୋଟି ଯାତ୍ରୀ ପରିବହନ କରିଛି।

ଏହି ରେକର୍ଡ ପ୍ରଦର୍ଶନ ପଛରେ ଅନେକ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ରେଳବାଇରେ ସରକାରଙ୍କ ରେକର୍ଡ ପୁଞ୍ଜି ବ୍ୟୟ ଯୋଗୁଁ ଭିତ୍ତିଭୂମିରେ ଉନ୍ନତି, ପରିଚାଳନାଗତ ଦକ୍ଷତା ଏବଂ ଉନ୍ନତ ଜ୍ଞାନକୌଶଳ ଇତ୍ୟାଦି ଅନ୍ତର୍ଭୁକ୍ତ।

ପିଏଲବି ପ୍ରଦାନ ଦ୍ୱାରା ରେଳ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଏହି ୩କେନ୍ଦ୍ର ଶାସିତ ଅଞ୍ଚଳର ଭଡା ଅଧିନିୟମ, ୨୦୨୩ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ସମ୍ବିଧାନର ଧାରା ୨୪୦ ଅଧୀନରେ (୧) ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଡା ଅଧିନିୟମ, ୨୦୨୩ (୨) ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଭଡା ଅଧିନିୟମ, ୨୦୨୩ (୩) ଲାକ୍ଷାଦ୍ୱୀପ ଭଡା ଅଧିନିୟମ, ୨୦୨୩ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଡା ଅଧିନିୟମ, ୨୦୨୩; ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ  ଡିଉ  ଭଡା ଅଧିନିୟମ, ୨୦୨୩; ଏବଂ ଲାକ୍ଷାଦ୍ୱୀପ ଭଡା ଅଧିନିୟମ, ୨୦୨୩ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ; ଏବଂ ଲାକ୍ଷାଦ୍ୱୀପ ଭଳି କେନ୍ଦ୍ର ଶାସିତ ଅଞ୍ଚଳର ପରିସରରେ  ଭଡ଼ା ପାଇଁ ଉଭୟ ଘର ମାଲିକ ଏବଂ ଭଡ଼ାଟିଆଙ୍କ ସ୍ୱାର୍ଥ ଏବଂ ଅଧିକାରର ସନ୍ତୁଳନ କରି ଏକ ଉତ୍ତରଦାୟୀ ଏବଂ ସ୍ୱଚ୍ଛ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବା ନିମନ୍ତେ ଏକ ଆଇନଗତ ଢାଞ୍ଚା ପ୍ରଦାନ କରିବ ।

ଏହି ନିୟମ ଭଡ଼ା ବଜାରରେ ଘରୋଇ ନିବେଶ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ, ପ୍ରବାସୀ, ଆନୁଷ୍ଠାନିକ ଏବଂ ଅନୌପଚାରିକ କ୍ଷେତ୍ରର କର୍ମଚାରୀ, ପେଶାଦାର, ଛାତ୍ର ଇତ୍ୟାଦିଙ୍କ ସମେତ ସମାଜର ବିଭିନ୍ନ ଆୟବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ଭଡ଼ା ଆବାସ ଭଣ୍ଡାର ସୃଷ୍ଟି କରିବ; ଏହା ଗୁଣାତ୍ମକ ଭଡ଼ା ଆବାସର ଉପଲବ୍ଧତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ; ଏବଂ ଭଡ଼ା ଗୃହ ବଜାରର ଧୀରେ ଧୀରେ ଆନୁଷ୍ଠାନିକୀକରଣ ହେବ ଯାହା କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଏବଂ ଲାକ୍ଷାଦ୍ୱୀପରେ ଏକ ସ୍ଫୁର୍ତ୍ତିଶୀଳ, ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଭଡ଼ା ଗୃହ ବଜାର ସୃଷ୍ଟି କରିବ।

Categories
ବିଶେଷ ଖବର

ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟରେ ସଂକଳ୍ପ ଗୃହିତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଓ ୧୦ ତାରିଖ ୨୦୨୩ରେ ଅନୁଷ୍ଠିତ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏକ ସଂକଳ୍ପ ଗୃହିତ ହୋଇଛି।

‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ କ୍ୟାବିନେଟ୍ ପ୍ରଶଂସା କରିଛି। ପ୍ରଧାନମନ୍ତ୍ରୀଙ୍କ ଜନଭାଗିଦାରୀ ଆଭିମୁଖ୍ୟ ଜି-୨୦ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପରେ ଆମ ସମାଜର ବିଭିନ୍ନ ବର୍ଗକୁ ସାମିଲ କରିଥିଲା। ୬୦ଟି ସହରରେ ଆୟୋଜିତ ୨୦୦ରୁ ଅଧିକ ଜି-୨୦ ବୈଠକ କାର୍ଯ୍ୟକ୍ରମର ଏକ ଅଭୂତପୂର୍ବ ଛାପ ସୃଷ୍ଟି କରିଛି। ଫଳସ୍ୱରୂପ, ଭାରତର ଜି-୨୦ ଅଧ୍ୟକ୍ଷତା ପ୍ରକୃତରେ ଜନକୈନ୍ଦ୍ରିକ ଥିଲା ଏବଂ ଏକ ଜାତୀୟ ପ୍ରୟାସ ଭାବରେ ଉଭା ହୋଇଥିଲା।

କ୍ୟାବିନେଟ୍ ଅନୁଭବ କରିଛି ଯେ ଶିଖର ସମ୍ମିଳନୀର ଫଳାଫଳ ପରିବର୍ତ୍ତନ ଆଣିବା ସହିତ ଆଗାମୀ ଦଶନ୍ଧିରେ ବିଶ୍ୱ ବ୍ୟବସ୍ଥାର ପୁନର୍ଗଠନରେ ସହାୟକ ହେବ। ବିଶେଷ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ, ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବା, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପ୍ରତିଷ୍ଠା, ସବୁଜ ବିକାଶ ଚୁକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଏଥିରେ ଗୁରୁତ୍ବ ଦିଆଯାଇଥିଲା।

କ୍ୟାବିନେଟ୍ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ପୂର୍ବ-ପଶ୍ଚିମ ଧ୍ରୁବୀକରଣ ଦୃଢ଼ ଥିବା ସମୟରେ ଏବଂ ଉତ୍ତର-ଦକ୍ଷିଣ ବିଭାଜନ ଗଭୀର ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ସାମ୍ପ୍ରତିକ ସମୟର ସବୁଠାରୁ ପ୍ରମୁଖ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ସହମତି ସୃଷ୍ଟି କରିଛି।

‘ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍’ ଶିଖର ସମ୍ମିଳନୀ ଆୟୋଜନ ଭାରତର ଅଧ୍ୟକ୍ଷତାର ଏକ ଅନନ୍ୟ ଦିଗ ଥିଲା। ଭାରତର ପ୍ରୟାସ ଯୋଗୁଁ ଆଫ୍ରିକୀୟ ସଂଘ ଜି-୨୦ର ସ୍ଥାୟୀ ସଦସ୍ୟ ଭାବରେ ସାମିଲ ହେବା ସନ୍ତୋଷର ବିଷୟ।

ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଭାରତର ସମସାମୟିକ ବୈଷୟିକ ଜ୍ଞାନକୌଶଳର ପ୍ରଗତି ତଥା ଆମ ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିଥିଲା। ଏହାକୁ ଜି-୨୦ ସଦସ୍ୟ ରାଷ୍ଟ୍ରର ନେତା ଓ ପ୍ରତିନିଧିମାନେ ପ୍ରଶଂସା କରିଥିଲେ।

ଅନ୍ତର୍ଜାତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା, ବିକାଶ ପାଇଁ ଅଧିକ ସମ୍ବଳର ଉପଲବ୍ଧତା, ପର୍ଯ୍ୟଟନର ସମ୍ପ୍ରସାରଣ, ବିଶ୍ୱ କର୍ମକ୍ଷେତ୍ରର ସୁଯୋଗ, ମିଲେଟ୍ସ ଉତ୍ପାଦନ ଓ ଉପଯୋଗ ମାଧ୍ୟମରେ ଖାଦ୍ୟ ନିରାପତ୍ତା ସୁଦୃଢ଼ କରିବା ଏବଂ ଜୈବ ଇନ୍ଧନ ପ୍ରତି ଗଭୀର ପ୍ରତିବଦ୍ଧତା ଏହି ଜି-୨୦ ଶିଖର ସମ୍ମିଳନୀର ପ୍ରମୁଖ ପରିଣାମ ଯାହା ସମଗ୍ର ଦେଶ ପାଇଁ ଲାଭଦାୟକ ହେବ।

ଶିଖର ସମ୍ମିଳନୀରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର ଚୁକ୍ତି ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ସମ୍ପାଦନ ହେବା ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଥିଲା।

ଜି-୨୦ ଶିଖର ସମ୍ମିଳନୀର ସଫଳତାରେ ସମ୍ପୃକ୍ତ ସମସ୍ତ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ଅବଦାନକୁ କେନ୍ଦ୍ର କ୍ୟାବିନେଟ୍ ପ୍ରଶଂସା କରିଛି। ଏହାର ବିଭିନ୍ନ କାର୍ଯ୍ୟକଳାପରେ ଭାରତର ଜନସାଧାରଣ, ବିଶେଷ କରି ଯୁବପିଢ଼ି ଯେଭଳି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ତାହାକୁ କେନ୍ଦ୍ର କ୍ୟାବିନେଟ ସ୍ୱୀକାର କରିଛି। ବିଶ୍ୱରେ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତର ଜି-୨୦ ଅଧ୍ୟକ୍ଷତାକୁ ଏକ ଦୃଢ଼ ମାର୍ଗଦର୍ଶନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ କ୍ୟାବିନେଟ ସ୍ୱୀକୃତି ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଉଜ୍ଜ୍ୱଳା ଯୋଜନାର ସମ୍ପ୍ରସାରଣକୁ କ୍ୟାବିନେଟ୍ ଅନୁମୋଦନ: ୩ ବର୍ଷରେ ମିଳିବ ୭୫ ଲକ୍ଷ ଅତିରିକ୍ତ ଏଲପିଜି ସଂଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ତିନି ବର୍ଷ ମଧ୍ୟରେ ୭୫ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ର ସମ୍ପ୍ରସାରଣ କରିବାକୁ ଅନୁମୋଦନ ମିଳିଛି। ଅତିରିକ୍ତ ୭୫ ଲକ୍ଷ  ଉଜ୍ଜ୍ୱଳା ସଂଯୋଗ ସହିତ ପିଏମୟୁୱାଇ ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ।

ଉଜ୍ଜ୍ୱଳା ୨.୦ର ପ୍ରଚଳିତ ପଦ୍ଧତି ଅନୁଯାୟୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ପ୍ରଥମ ରିଫିଲ୍ ବା ଟାଙ୍କିରେ ଗ୍ୟାସ ଭର୍ତ୍ତି ଏବଂ ଚୁଲା ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ।

ପିଏମୟୁୱାଇ ଉପଭୋକ୍ତାଙ୍କୁ ବାର୍ଷିକ ୧୨ଟି ରିଫିଲ୍ ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ପ୍ରଦାନ କରାଯାଉଛି । ପିଏମ୍ୟୁୱାଇ ଜାରି ନ ରଖିଲେ ଯୋଗ୍ୟ ଗରିବ ପରିବାର ଏହି ଯୋଜନା ଅଧୀନରେ ସେମାନଙ୍କର ଉପଯୁକ୍ତ ଲାଭ ପାଇପାରିବେ ନାହିଁ।

ଧୂଆଁମୁକ୍ତ ରୋଷେଇ ମାଧ୍ୟମରେ ମହିଳାଙ୍କ ଜୀବନଧାରଣ ହେଉଛି ସହଜ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ସାରା ବିଶ୍ୱରେ ପ୍ରାୟ ୨୪୦ କୋଟି ଲୋକ (ଯାହା କି ବିଶ୍ୱଜନସଂଖ୍ୟାର ଏକ ତୃତୀୟାଂଶ) ରୋଷେଇ ପାଇଁ କିରୋସିନ, ଜୈବଜାଳେଣି (ଯଥା କାଠ, ପଶୁ ଗୋବର ଏବଂ ଫସଲ ବର୍ଜ୍ୟବସ୍ତୁ) ଏବଂ କୋଇଲା ଦ୍ୱାରା ଇନ୍ଧନ ଯୋଗାଉଥିବା ଖୋଲା ଚୁଲି କିମ୍ବା ଅକ୍ଷମ ଚୁଲା ଉପରେ ନିର୍ଭର କରନ୍ତି । ଏହା ଦ୍ୱାରା କ୍ଷତିକାରକ ଘରୋଇ ବାୟୁ ପ୍ରଦୂଷଣ ହୋଇଥାଏ। ଏହି ପ୍ରଦୂଷଣ ୨୦୨୦ରେ ବାର୍ଷିକ ୩.୨ ନିୟୁତ ମୃତ୍ୟୁର କାରଣ ହୋଇଥିଲା ଏବଂ ୨,୩୭,୦୦୦ରୁ ଅଧିକ ମୃତକ ୫ ବର୍ଷରୁ କମ୍ ବୟସର ଶିଶୁ ଥିଲେ । ଏକ ସ୍ଥାୟୀ ଏବଂ ପ୍ରଦୂଷଣମୁକ୍ତ ଭବିଷ୍ୟତ ହାସଲ କରିବା, ବିଶେଷକରି ମହିଳା ଏବଂ ଶିଶୁମାନଙ୍କ ଯନ୍ତ୍ରଣାକୁ ରୋକିବା ପାଇଁ ଘରୋଇ ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ଆବଶ୍ୟକ।

ଅତୀତରେ ଭାରତରେ, ବିଶେଷକରି ଗ୍ରାମାଞ୍ଚଳରେ ଗରିବ ସମୁଦାୟମାନେ ସେମାନଙ୍କ ଦ୍ୱାରା ହେଉଥିବା ପ୍ରତିକୂଳ ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ସଚେତନ ନ ହୋଇ ପାରମ୍ପରିକ ଇନ୍ଧନ ଯଥା ଜାଳେଣି କାଠ, କୋଇଲା ଏବଂ ଗୋବର ଘସି ବ୍ୟବହାର କରୁଥିଲେ । ଫଳରେ ସେମାନେ ଅନ୍ତର୍ନିହିତ କାରଣ ଜାଣି ନପାରି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନିମୋନିଆ, ଫୁସଫୁସ କର୍କଟ, ଇସ୍କେମିକ୍ ହୃତପିଣ୍ଡ ଏବଂ ଗମ୍ଭୀର ଶ୍ୱାସ ରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁ ଆଶଙ୍କା ଅଧିକ ରହୁଥିଲା । ଅନ୍ୟପଟେ ରୋଷେଇ ପାଇଁ ଅଣ-ନବୀକରଣଯୋଗ୍ୟ କାଠ ଇନ୍ଧନ ଦ୍ୱାରା ଏକ ଗିଗାଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ ଏବଂ ଘରୋଇ କଠିନ ଜାଳେଣି ଜଳିବା ଦ୍ୱାରା କଳା ୫୮ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। କଠିନ ଜୈବ ଜାଳେଣିର ଅସମ୍ପୂର୍ଣ୍ଣ ଦହନ ହେତୁ ଘରୋଇ ବାୟୁ ପ୍ରଦୂଷଣ ମଧ୍ୟ ବହୁ ମାତ୍ରାରେ ବଢ଼ିଥାଏ।

ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ ଏହା ଏକ ଲିଙ୍ଗଗତ ସମସ୍ୟା: ଝିଅ ଏବଂ ମହିଳାମାନେ କଠିନ ଇନ୍ଧନ ସଂସ୍ପର୍ଶରେ ଆସିବା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି । କଠିନ ଇନ୍ଧନରେ ରୋଷେଇ କରିବା ଦ୍ୱାରା ମିଳିତ ଜାତିସଂଘର ପାଞ୍ଚଟି ଦୀର୍ଘସ୍ଥାୟୀ ପ୍ରଗତି ମଧ୍ୟ ବିଳମ୍ବିତ ହୋଇଥାଏ।

ପିଏମୟୁୱାଇ ଯୋଜନା ମହିଳାମାନଙ୍କୁ ଆର୍ଥିକ ଏବଂ ସାମାଜିକ ସ୍ତରରେ ସଶକ୍ତ କରିଛି । ଏଲପିଜି ସହଜରେ ଉପଲବ୍ଧ ହେବା ଫଳରେ, ମହିଳାମାନେ ଆଉ ଜାଳେଣି କାଠ କିମ୍ବା ଅନ୍ୟ ପାରମ୍ପରିକ ଇନ୍ଧନ ସଂଗ୍ରହ କରିବାର ଦାୟିତ୍ୱରେ ବୋଝରେ ପଡ଼ୁନାହାନ୍ତି ଯେଉଁଥିପାଇଁ ପ୍ରାୟତଃ ଲମ୍ବା ଏବଂ କଠିନ ଯାତ୍ରା ଆବଶ୍ୟକ ହୁଏ । ଏହି ନୂତନ ସୁବିଧା ସେମାନଙ୍କୁ ସାମାଜିକ ଜୀବନରେ ଅଧିକ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଅନ୍ୟାନ୍ୟ ଆୟ ସୃଷ୍ଟିକାରୀ ସୁଯୋଗ ଗ୍ରହଣ କରିବାକୁ ଅନୁମତି ଦିଏ।

ଏହାବ୍ୟତୀତ ଉଜ୍ଜ୍ୱଳା ଯୋଜନା ମହିଳାମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ବୃଦ୍ଧି କରିବାରେ ସହାୟକ ହୋଇଛି, କାରଣ ସେମାନଙ୍କୁ ଜାଳେଣି କାଠ କିମ୍ବା ଇନ୍ଧନ ସଂଗ୍ରହ କରିବା ପାଇଁ ଆଉ ନିଛାଟିଆ ଏବଂ ସମ୍ଭାବ୍ୟ ଅସୁରକ୍ଷିତ ଅଞ୍ଚଳକୁ ଯିବାର ଆବଶ୍ୟକତା ନାହିଁ ।

ଏଲପିଜି କଭରେଜ କୁ ବିସ୍ତାର କରିବା ପାଇଁ ପଦକ୍ଷେପ

  1. ପହଲ (ପ୍ରତ୍ୟକ୍ଷ ହସ୍ତନ୍ତରିତ ଲାଭ): ରିହାତି ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇବା ପରିବର୍ତ୍ତେ ବଜାର ମୂଲ୍ୟରେ ବିକ୍ରି କରାଯାଇଛି ଏବଂ ପ୍ରଯୁଜ୍ୟ ସବସିଡି ସିଧାସଳଖ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଇଲେକ୍ଟ୍ରୋନିକ ମାଧ୍ୟମରେ ଟ୍ରାନ୍ସଫର କରାଯାଇଛି । ଏହା ଦ୍ୱାରା “ନକଲି” ଆକାଉଣ୍ଟ ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ଘରୋଇ ସିଲିଣ୍ଡରର ବେଆଇନ ବ୍ୟବହାର ହ୍ରାସ ପାଇଛି, ଯାହା ଦ୍ୱାରା କେବଳ ଉଦ୍ଦିଷ୍ଟ ହିତାଧିକାରୀମାନେ ଏହାର ଲାଭ ପାଇପାରିବେ ।
  2. ସବସିଡି ତ୍ୟାଗ : ସବସିଡିକୁ ଜୋରଜବରଦସ୍ତ ହଟାଇବା ପରିବର୍ତ୍ତେ ଲୋକଙ୍କୁ ସ୍ୱେଚ୍ଛାକୃତ ଭାବେ ସବସିଡି ସମର୍ପଣ କରିବାକୁ ପ୍ରୋତ୍ସାହିତ କରାଯାଇଥିଲା। ବ୍ୟାପକ ପ୍ରୋତ୍ସାହନ ମାଧ୍ୟମରେ, ଲକ୍ଷ ଲକ୍ଷ ଲୋକ ସ୍ୱେଚ୍ଛାକୃତ ଭାବରେ ସବସିଡି ଛାଡିଥିଲେ, ଯାହା ଏଲପିଜି ସିଲିଣ୍ଡର କିଣିବାରେ ପ୍ରକୃତରେ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସବସିଡି ପାଇବାରେ ସାହାଯ୍ୟ କରିଥିଲା ।
  3. ୨୦୨୦ରେ କୋଭିଡ୍-୧୯ ମହାମାରୀ ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମାଗଣା ସିଲିଣ୍ଡର ଭରିବା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ ପିଏମୟୁୱାଇ ହିତାଧିକାରୀଙ୍କୁ ୧୪.୧୭ କୋଟି ଏଲପିଜି ରିଫିଲ୍ ନିମନ୍ତେ ୯୬୭୦.୪୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।
  4. ପିଏମୟୁୱାଇ ହିତାଧିକାରୀଙ୍କ ମୁଣ୍ଡପିଛା ବ୍ୟବହାର ୨୦୧୮-୧୯ରେ ୩.୦୧ ଥିବା ବେଳେ ୨୦୨୨-୨୩ରେ ଏହା ୩.୭୧କୁ ବୃଦ୍ଧି ପାଇଛି। ପିଏମୟୁୱାଇ ହିତାଧିକାରୀମାନେ ବର୍ତ୍ତମାନ (୨୦୨୨-୨୩) ବର୍ଷକୁ ୩୫ କୋଟିରୁ ଅଧିକ ଏଲପିଜି ରିଫିଲ୍ ନେଇଛନ୍ତି।
Categories
ବିଶେଷ ଖବର

୪ ବର୍ଷ ପାଇଁ ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭୨୧୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ଅଟକଳ ସହିତ ଚାରି ବର୍ଷ (୨୦୨୩ ପରଠାରୁ) ବ୍ୟାପୀ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ତୃତୀୟ ପର୍ଯ୍ୟାୟକୁ ଇ-କୋର୍ଟ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ”ର ପରିକଳ୍ପନା ଅନୁରୂପ, ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବା ପାଇଁ ‘ଇ-କୋର୍ଟ ମିଶନ ମୋଡ୍ ପ୍ରକଳ୍ପ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତୀୟ ନ୍ୟାୟପାଳିକାର ଆଇସିଟି ସକ୍ଷମତା ନିମନ୍ତେ ଜାତୀୟ ଇ-ଗଭର୍ଣ୍ଣାନ୍ସ ଯୋଜନାର ଏକ ଅଂଶବିଶେଷ ଭାବରେ, ଇ-କୋର୍ଟ ପ୍ରକଳ୍ପ ୨୦୦୭ ମସିହାରୁ କାର୍ଯ୍ୟକାରୀ ହେଉଛି, ଯାହାର ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ରେ ଶେଷ ହୋଇଛି। ଭାରତରେ ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ‘‘ପ୍ରାପ୍ତି ଏବଂ ଅନ୍ତର୍ଭୁକ୍ତୀକରଣ’’ର ଦର୍ଶନ ଉପରେ ଆଧାରିତ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ଲାଭକୁ ଇ-କୋର୍ଟ ଫେଜ୍-୩ ପରବର୍ତ୍ତୀ ସ୍ତରକୁ ନେଇଯିବ । ଏହାର ଲକ୍ଷ୍ୟ ହେଉଛି ଇ-ସେବା କେନ୍ଦ୍ର ସମେତ ସମଗ୍ର ଅଦାଲତ ରେକର୍ଡର ଡିଜିଟାଲକରଣ କରିବା ଏବଂ ଡିଜିଟାଲ, ଅନଲାଇନ୍ ଓ କାଗଜବିହୀନ ଅଦାଲତ ଆଡକୁ ଅଗ୍ରସର ହେବା। ଇ-ସେବା କେନ୍ଦ୍ର ସହିତ ସମସ୍ତ ଅଦାଲତ ପରିସରର ସାର୍ବଜନୀନକରଣ ମାଧ୍ୟମରେ ଇ-ଫାଇଲିଂ/ଇ-ପେମେଣ୍ଟର ସାର୍ବଜନୀନକରଣ କରି ସର୍ବାଧିକ ସହଜ ନ୍ୟାୟ ବ୍ୟବସ୍ଥା ଆରମ୍ଭ କରିବା। ଏଥିରେ ଅତ୍ୟାଧୁନିକ ସ୍ମାର୍ଟ ସିଷ୍ଟମ ସ୍ଥାପନ କରାଯିବ, ଯେଉଁଥିରେ ବିଚାରପତି ଏବଂ ରେଜିଷ୍ଟ୍ରିମାନଙ୍କ ପାଇଁ ମାମଲାଗୁଡ଼ିକର ସମୟ ନିର୍ଦ୍ଧାରଣ କିମ୍ବା ପ୍ରାଥମିକତା ସମୟରେ ତଥ୍ୟ ଭିତ୍ତିକ ନିଷ୍ପତ୍ତି ନେବାକୁ ସକ୍ଷମ କରାଯିବ। ତୃତୀୟ ପର୍ଯ୍ୟାୟ ଇ-କୋର୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନ୍ୟାୟପାଳିକା ପାଇଁ ଏକ ସମନ୍ୱିତ ପ୍ରଯୁକ୍ତିଭିତ୍ତିକ ପ୍ଲାଟଫର୍ମ ସୃଷ୍ଟି କରିବା, ଯାହା ଅଦାଲତ, ଆବେଦନକାରୀ ଏବଂ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ଏକ ନିରବଚ୍ଛିନ୍ନ ଏବଂ କାଗଜବିହୀନ ଇଣ୍ଟରଫେସ୍ ପ୍ରଦାନ କରିବ ।

କେନ୍ଦ୍ର ପ୍ରାୟୋଜିତ ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ଯୋଜନା ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅଧୀନ ନ୍ୟାୟ ବିଭାଗ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଇ-କମିଟିର ମିଳିତ ଭାଗିଦାରୀରେ କାର୍ଯ୍ୟକାରୀ କରାଯାଉଛି । ସବୁ ଅଂଶୀଦାରଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଲଭ, ଭରସାଯୋଗ୍ୟ, ଆକଳନଯୋଗ୍ୟ ଓ ପାରଦର୍ଶୀ କରିବା ଜରିଆରେ ସହଜ ନ୍ୟାୟ ପ୍ରଦାନକୁ ପ୍ରୋତ୍ସାହିତ କରୁଥିବା ଏକ ନ୍ୟାୟପାଳିକା ପ୍ରଣାଳୀ ବିକଶିତ କରିବା ଲାଗି ସମ୍ପୃକ୍ତ ହାଇକୋର୍ଟମାନେ ଏହାକୁ ବିକେନ୍ଦ୍ରିକୃତ ଢଙ୍ଗରେ କାର୍ଯ୍ୟକାରୀ କରୁଛନ୍ତି।

ଏହି ଯୋଜନାର ଆଶାନୁରୂପ ଫଳାଫଳ ନିମ୍ନରେ ଦିଆଗଲା:

ଯେଉଁ ନାଗରିକଙ୍କ ପାଖରେ ପ୍ରଯୁକ୍ତି ସୁବିଧା ନାହିଁ ସେମାନେ ଇ-ସେବା କେନ୍ଦ୍ରରୁ ନ୍ୟାୟିକ ସେବା ପାଇପାରିବେ, ଯାହାକି ଡିଜିଟାଲ ବିଭାଜନକୁ ଦୂର କରିପାରିବ।

ଅଦାଲତ ରେକର୍ଡର ଡିଜିଟାଲକରଣ ପ୍ରକଳ୍ପର ଅନ୍ୟ ସମସ୍ତ ଡିଜିଟାଲ ସେବାର ମୂଳଦୁଆ ପକାଇବ । ଏହା କାଗଜ ଭିତ୍ତିକ ମାମଲା ଦାଖଲକୁ କମ୍ କରିବା ସହିତ କାଗଜପତ୍ରର ଭୌତିକ ଗତିବିଧିକୁ ହ୍ରାସ କରି ପ୍ରକ୍ରିୟାଗୁଡ଼ିକୁ ଅଧିକ ପରିବେଶ ଅନୁକୂଳ କରିବାରେ ସକ୍ଷମ କରିବ ।

ଅଦାଲତ ପ୍ରକ୍ରିୟାରେ ଭର୍ଚୁଆଲ ଅଂଶଗ୍ରହଣ ଫଳରେ ସାକ୍ଷୀ, ବିଚାରପତି ଏବଂ ଅନ୍ୟ ଅଂଶୀଦାରଙ୍କ ପାଇଁ ଯାତ୍ରା ଖର୍ଚ୍ଚ ଭଳି ନ୍ୟାୟିକ ପ୍ରକ୍ରିୟା ସହିତ ଜଡିତ ଖର୍ଚ୍ଚ ହ୍ରାସ ପାଇବ ।

ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ କୋର୍ଟ ଫି, ଜରିମାନା ଓ ଜରିମାନା ପୈଠ କରାଯିବା ସମ୍ଭବ ହୋଇପାରିବ ।

କାଗଜପତ୍ର ଦାଖଲ କରିବା ପାଇଁ ଆବଶ୍ୟକ ସମୟ ଏବଂ ପ୍ରୟାସକୁ ହ୍ରାସ କରିବା ପାଇଁ ଇ-ଫାଇଲିଂର ସମ୍ପ୍ରସାରଣ ଦ୍ୱାରା କାଗଜପତ୍ରଗୁଡିକ ସ୍ୱତଃସ୍ପୃତ ଭାବରେ ଯାଞ୍ଚ କରାଯାଏ ଏବଂ କାଗଜ ଭିତ୍ତିକ ରେକର୍ଡ ସୃଷ୍ଟିକୁ ମଧ୍ୟ ରୋକାଯାଇପାରିବ ।

“ସ୍ମାର୍ଟ” ଇକୋସିଷ୍ଟମ ନିର୍ମାଣ କରି ଏକ ସହଜ ଉପଭୋକ୍ତା ଅନୁଭୂତି ପ୍ରଦାନ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଏହାର ସବ୍ ସେଟ୍ ମେସିନ୍ ଲର୍ଣ୍ଣିଂ (ଏମଏଲ୍), ଅପ୍ଟିକାଲ୍ ଚରିତ୍ର ଚିହ୍ନଟ (ଓସିଆର), ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ (ଏନଏଲପି) ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାରକୁ ସମ୍ଭବ କରିବ । ପଞ୍ଜୀକରଣଗୁଡ଼ିକରେ କମ୍ ଡାଟା ଏଣ୍ଟ୍ରି ଏବଂ ସର୍ବନିମ୍ନ ଫାଇଲ୍ ଯାଞ୍ଚ ରହିବ ଯାହା ଉତ୍ତମ ନିଷ୍ପତ୍ତି ନେବା ଏବଂ ନୀତି ଯୋଜନାକୁ ସହଜ କରିବ । ଏଥିରେ ସ୍ମାର୍ଟ ସିଡ୍ୟୁଲିଂ, ବୁଦ୍ଧିମାନ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି ଯାହା ବିଚାରପତି ଏବଂ ପଞ୍ଜୀକରଣ ପାଇଁ ଡାଟା ଭିତ୍ତିକ ନିଷ୍ପତ୍ତି ନେବାକୁ ସକ୍ଷମ କରିବ। ବିଚାରପତି ଏବଂ ଓକିଲଙ୍କ କ୍ଷମତାର ଅଧିକ ପୂର୍ବାନୁମାନ ଏବଂ ଅପ୍ଟିମାଇଜେସନ୍ ପାଇଁ ଅନୁମତି ଦେବ ।

ଟ୍ରାଫିକ୍ ଉଲ୍ଲଂଘନ ମାମଲାର ବିଚାର ବ୍ୟତୀତ ଭର୍ଚୁଆଲ ଅଦାଲତର ସମ୍ପ୍ରସାରଣ, ଯାହା ଦ୍ୱାରା ଅଦାଲତରେ ଆବେଦନକାରୀ କିମ୍ବା ଓକିଲଙ୍କ ଉପସ୍ଥିତି ଦୂର ହେବ ।

ଅଦାଲତ କାର୍ଯ୍ୟରେ ସଠିକତା ଏବଂ ସ୍ୱଚ୍ଛତା ବୃଦ୍ଧି ହେବ ।

ଏନଏସଟିଇପି (ନେସନାଲ ସର୍ଭିଂ ଆଣ୍ଡ ଟ୍ରାକିଂ ଅଫ୍ ଇଲେକ୍ଟ୍ରୋନିକ୍ ପ୍ରୋସେସ୍)କୁ ଆହୁରି ବିସ୍ତାର କରି ଅଦାଲତ ସମନ୍‌ର ସ୍ୱୟଂଚାଳିତ ବିତରଣ ଉପରେ ଗୁରୁତ୍ୱାରୋପ କରାଯାଇଛି, ତେଣୁ ଶୁଣାଣିରେ ବିଳମ୍ବକୁ ଯଥେଷ୍ଟ ହ୍ରାସ ପାଇବ ।

ଅଦାଲତ ପ୍ରକ୍ରିୟାରେ ଉଦୀୟମାନ ଜ୍ଞାନକୌଶଳର ବ୍ୟବହାର ସେମାନଙ୍କୁ ଅଧିକ ଦକ୍ଷ ଏବଂ ପ୍ରଭାବଶାଳୀ କରିବ, ତେଣୁ ବିଚାରାଧୀନ ମାମଲା ହ୍ରାସ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ସଂପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥି ପାଇଁ ମୋଟ ୧୪.୯୦୩ କୋଟି ଟଙ୍କା ଖର୍ଚ୍ଚ ହେବ।

୨୦୧୫ ଜୁଲାଇ ପହିଲାରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦେଶର ନାଗରିକମାନଙ୍କୁ ଡିଜିଟାଲ ମାଧ୍ୟମରେ ଯୋଗାଇବା ସେବା ଏହାର ଉଦ୍ଦେଶ୍ୟ। ଏହି ଯୋଜନାଟି ବେଶ ସଫଳ ପ୍ରମାଣିତ ହୋଇଛି। ଏହି ଯୋଜନାର ସମ୍ପ୍ରସାରଣ ଫଳରେ ଅନେକ ଲକ୍ଷ୍ୟ ସାଧିତ ହୋଇପାରିବ। ଏହା ଦ୍ୱାରା ଯେଉଁ ସବୁ କାର୍ଯ୍ୟ କରାଯିବ ସେଗୁଡିକ ନିମ୍ନରେ ପ୍ରଦାନ କରାଗଲା।

ଦେଶର ୬.୨୫ଲକ୍ଷ ଆଇଟି ବୃତ୍ଥିଧାରୀଙ୍କୁ ପୁନଃଦକ୍ଷ (ରି-ସ୍କିଲଡ୍‌) ଓ ସେମାନଙ୍କ ଦକ୍ଷତା ବୃଦ୍ଧି (ଅପ୍ -ସ୍କିଲ୍‌ଡ) କରାଯିବ । କମ୍ପ୍ୟୁଟର ସ୍କିଲ୍ ପ୍ରାଇମ ପ୍ରୋଗ୍ରାମରେ ସେମାନଙ୍କୁ ଏହି ଦକ୍ଷତା ବିକାଶର  ସୁଯୋଗ ମିଳିବ ।

୨.୬୫ଲକ୍ଷ ଲୋକଙ୍କୁ ସୂଚନା ନିରାପତ୍ତା ସମ୍ପର୍କରେ ତାଲିମ ଦିଆଯିବ । ସେମାନେ ଏହି ତାଲିମ ସୂଚନା ନିରାପତ୍ତା ଓ ଶିକ୍ଷା ସଚେତନତା ପର୍ଯ୍ୟାୟ ଆଇଏସ୍‌ଇଏ କାର୍ଯ୍ୟକ୍ରମ ଅଧୀନରେ ପାଇବେ ।

ଉମଙ୍ଗ ବ୍ୟବସ୍ଥାରେ ୫୪୯ ଅତିରିକ୍ତ ସେବା ଉପଲବ୍ଧ ହେବ ଏବଂ ଏସବୁ ଉମଙ୍ଗ ଆପ୍ /ପ୍ଳାଟଫର୍ମରେ ମିଳିବ । ଏବେ ଉମଙ୍ଗରେ ୧୭୦୦ରୁ ଅଧିକ ସେବା ଉପଲବ୍ଧ ।

ଜାତୀୟ ସୁପର କମ୍ପ୍ୟୁଟର ମିଶନରେ ଆଉ ୯ଟି ସୁପର କମ୍ପ୍ୟୁଟରକୁ  ସାମିଲ କରାଯିବ । ଏବେ ଦେଶର ୧୮ଟି ସୁପର କମ୍ପ୍ୟୁଟର କାର୍ଯ୍ୟ କରୁଛି ।

ଉମଙ୍ଗ ବ୍ୟବସ୍ଥାରେ ୫୪୯ ଅତିରିକ୍ତ ସେବା ଉପଲବ୍ଧ ହେବ ଏବଂ ଏସବୁ ଉମଙ୍ଗ ଆପ୍ ପ୍ଲାଟଫର୍ମରେ ମିଳିବ । ଏବେ ଉମଙ୍ଗରେ ୧୭୦୦ରୁ ଅଧିକ ସେବା ଉପଲବ୍ଧ ହେଉଛି ।

ଜାତୀୟ ସୁପର କମ୍ପ୍ୟୁଟର ମିଶନରେ ଆଉ ୯ଟି ସୁପର କମ୍ପ୍ୟୁଟରକୁ  ସାମିଲ କରାଯିବ । ଏବେ ଦେଶର ୧୮ଟି ସୁପର କମ୍ପ୍ୟୁଟର କାର୍ଯ୍ୟ କରୁଛି ।

ଭାଷିନୀ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ପରିଚାଳିତ ବହୁଭାଷୀ ଅନୁବାଦ ଯନ୍ତ୍ର (ଟୁଲ) ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ ସମସ୍ତ ୨୨ଟି ଭାଷା ଉପଲବ୍ଧ ହେବ । ଏବେ ଏହାର ସୁବିଧା ୧୦ଟି ଭାଷାରେ ମିଳୁଛି ।

ଜାତୀୟ ନଲେଜ ନେଟ ୱାର୍କର ଆଧୁନିକୀକରଣ କରାଯିବ । ଏହି ଜ୍ଞାନ ସଂଯୋଗ ବ୍ୟବସ୍ଥାରେ ଦେଶର ୧୭୮୭ ଶିକ୍ଷାନୁଷ୍ଠାନ ପରସ୍ପର ସହିତ ସମ୍ପୃକ୍ତ ।

ଡିଜିଟାଲ ଡକ୍ୟୁମେଣ୍ଟ ଭେରିଫିକେସନ ସୁବିଧା ଯାହା ଏବେ ଡିଜିି ଲକର ମାଧ୍ୟମରେ ମିଳୁଛି,ସେ ସୁବିଧା ଏମ୍‌ଏସ୍‌ଏମ୍‌ଇ ଓ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ଯୋଗାଇ ଦିଆଯିବ ।

ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ୧୨୦୦ଷ୍ଟାର୍ଟଅପ ସୁବିଧା ଉପଲବ୍ଧ ହେବ ।

ଆଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ୩ଟି ଉତ୍କର୍ଷ କେନ୍ଦ୍ର ସ୍ୱାସ୍ଥ୍ୟ, କୃଷି ଏବଂ ନିରନ୍ତର ବିକାଶ କରୁଥିବା ସହରମାନଙ୍କ ପାଇଁ ପ୍ରତିଷ୍ଠା କରାଯିବ ।

ଦେଶର ୧୨କୋଟି କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସଚେତନତା ପାଠ୍ୟକ୍ରମ ପ୍ରବର୍ତ୍ତନ କରାଯିବ।

ସାଇବର ନିରାପତ୍ତାର ନୂଆ ନୂଆ କ୍ଷେତ୍ର ଯଥା ଟୁଲସର ବିକାଶ ଓ ଜାତୀୟ ସାଇବର କୋ-ଅର୍ଡିନେସନ କେନ୍ଦ୍ରର ସହିତ ୨୦୦ରୁ ଅଧିକ ସାଇଟ୍ସକୁ ସମ୍ପୃକ୍ତ କରାଯିବ । ଏହା ସହିତ ଏ କ୍ଷେତ୍ରରେ ଆହୁରି ଅଧିକ ନୂଆ ନୂଆ ପ୍ରୟାସମାନ ଆରମ୍ଭ ହେବ ।

ଆଜିର ଘୋଷଣା ଦେଶର ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହନ ଯୋଗାଇବ । ଏହା ସେବା ଯୋଗାଣରେ ଡିଜିଟାଲ ମାଧ୍ୟମର ଉପଯୋଗ ଓ ପହଂଚକୁ ବଢାଇବା ସହିତ ଭାରତର ଆଇଟି ଏବଂ ଇଲେକ୍‌ଟ୍ରୋନିକ ପରିତନ୍ତ୍ରକୁ ସହାୟତା ପ୍ରଦାନ କରିବ ।

Categories
ଆଜିର ଖବର ଜାତୀୟ ଖବର

ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମତ ବିନିମୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି ବୈଠକ ବସି ଚାଷୀମାନଙ୍କ ନିମନ୍ତେ ଅଭିନବ ଯୋଜନା ଅନ୍ତର୍ଗତ ୩, ୬୮, ୬୭୬.୭କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦିତ ହୋଇଛି। ସ୍ଥାୟୀ ଓ ନିରନ୍ତର କୃଷି ପ୍ରବର୍ତ୍ତନ କରି ଚାଷୀମାନଙ୍କ ଆର୍ଥିକ ଉନ୍ନତି ଓ ସାମଗ୍ରିକ କଲ୍ୟାଣ ନେଇ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି। ଏହି ସବୁ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ବୃଦ୍ଧିି, ପ୍ରାକୃତିକ କୃଷି ସଶକ୍ତ ହେବା ସହ ମୃତ୍ତିକା ଉତ୍ପାଦକତାର ପୁନରୁଦ୍ଦାର ହେବ ଓ ଏଥିସହ ଏକ ଖାଦ୍ୟ ନିରାପତ୍ତା ମଧ୍ୟ ସୁରକ୍ଷିତ ହେବ” ବୋଲି କେନ୍ଦ୍ର ସାର, ରସାୟନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷିମନ୍ତ୍ରୀମାନଙ୍କ ସହ ଆଭାସୀ ମତବିନିମୟ କାଳରେ ପ୍ରକାଶ କରିଛନ୍ତି।

ଡକ୍ଟର ମାଣ୍ଡଭ୍ୟ କହିଛନ୍ତି ଯେ ସିସିଇଏ ୟୁରିଆ ରିହାତି ଯୋଜନା ଜାରି ରଖିବାକୁ ଅନୁମୋଦନ କରିଛନ୍ତି। କମିଟି ଚାଷୀମାନଙ୍କୁ ୪୫କେଜି ବ୍ୟାଗ ପିଛା ୨୬୬.୭୦ଟଙ୍କାରେ ବିନା ଟିକସ ଓ ନିମପ୍ରଲେପ ବାବଦ ଦେୟ ସହ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ପ୍ୟାକେଜରେ ୩, ୬୮, ୬୭୬. ୭କୋଟି ଟଙ୍କା ୟୁରିଆ ସବ୍ସିଡି ବାବଦ ତିନିବର୍ଷ (୨୦୨୨-୨୩ରୁ ୨୦୨୪-୨୫) ପର୍ଯ୍ୟନ୍ତ ଆବଣ୍ଟନ କରାଯାଇଛି। ଏହି ସବ୍ସିଡି ନିକଟରେ ପୌଷ୍ଟିକତା ବାବଦ ରିହାତି (ଏନବିଏସ୍) ୩୮ହଜାର କୋଟିଟଙ୍କା ୨୦୨୩-୨୪ ଖରିଫ ଋତୁ ପାଇଁ ମଧ୍ୟ ଘୋଷିତ ପ୍ୟାକେଜ ସହ ବଳବତ୍ତର ରହିବ। ଚାଷୀମାନେ ୟୁରିଆ ଆହରଣ ନିମନ୍ତେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ ଓ ଏହା ସେମାନଙ୍କ ନିବେଶଜନିତ ଖର୍ଚ୍ଚ ମଧ୍ୟ ହ୍ରାସ କରିବ।

ବର୍ତ୍ତମାନ ୟୁରିଆର ସର୍ବାଧିକ ପାଇକାରୀ ମୂଲ୍ୟ ୪୫ କିଲୋଗ୍ରାମ ବସ୍ତା ପିଛା ୨୬୬. ୭୦ଟଙ୍କା (ଟିକସ ଓ ନିମ ପ୍ରଲେପ ମୂଲ୍ୟ ଛାଡି) ରହିଥିବାବେଳେ, ବ୍ୟାଗ ପିଛା ପ୍ରକୃତ ମୂଲ୍ୟ ହେଉଛି ପ୍ରାୟ ୨୨ଶହ ଟଙ୍କା। ବଜେଟ୍ ବ୍ୟୟବରାଦ ଅନୁସାରେ ଯୋଜନା ବାବଦ ଖର୍ଚ୍ଚ ଭାରତ ସରକାର ପ୍ରଦାନ କରୁଛନ୍ତି। ୟୁରିଆ ରିହାତି ଯୋଜନା ଲାଗୁ ରହିବା ଯୋଗୁଁ ଭାରତରେ ୟୁରିଆ ଉତ୍ପାଦନ ମଧ୍ୟ ସର୍ବାଧିକ ହେବ।

ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆହୁରି କହିଛନ୍ତି ଯେ ଧରିତ୍ରୀ ମାତା ମାନବ ଜାତି ତିଷ୍ଠି ରହିବା ନିମନ୍ତେ ସବୁବେଳେ ଅବଦାନ ଦେଇ ଆସୁଛନ୍ତି।

“ବର୍ତ୍ତମାନର ଆବଶ୍ୟକତା ହେଉଛି ଅଧିକ ପ୍ରାକୃତିକ କୃଷି ପଦ୍ଧତି ପ୍ରୟୋଗ ଓ ନିରନ୍ତର ସନ୍ତୁଳିତ ଉପାୟରେ ରାସାୟନିକ ସାରର ବ୍ୟବହାର ବୋଲି ସେ ମନେ କରନ୍ତି। ପ୍ରାକୃତିକ ଓ ଜୈବିକ କୃଷି, ବିକଳ୍ପ ସାର, ଜୈବିିକ ଓ ନାନୋ ସାର ଆମ ଧରିତ୍ରୀ ମାତାର ଉର୍ବରତାର ପୁନରୁଦ୍ଧାର ଦିଗରେ ସହାୟକ ହେବ ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ “ପ୍ରଧାନମନ୍ତ୍ରୀଙ୍କ ପୁନରୁଦ୍ଧାର, ସଚେତନତା, ଲାଳନପାଳନ ଓ ଧରିତ୍ରୀ ମାତାଙ୍କ ଉର୍ବରତାର ଉନ୍ନତି (ପିଏମ୍-ପ୍ରଣାମ୍) କାର୍ଯ୍ୟକ୍ରମ ବିକଳ୍ପ ସାର ଓ ରାସାୟନିକ ସାରର ସନ୍ତୁଳିତ ପ୍ରୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରାଯାଇଛି। ମୃତ୍ତିକା ସ୍ୱାସ୍ଥ୍ୟ ଅତୁଟ ରଖିବା ନିମନ୍ତେ ଜୈବିକ କୃଷିକୁ ବ୍ୟାପକ କରିବା ପାଇଁ ସେ ରାଜ୍ୟଗୁଡିକୁ ନିବେଦନ କରିଥିଲେ।

ଗୋବର୍ଦ୍ଧନ ପ୍ଲାଣ୍ଟଗୁଡିକରୁ ଜୈବିକ ସାର ପ୍ରୟୋଗ ନିମନ୍ତେ ବଜାର ବିକାଶ ସହାୟତା (ଏମ୍ଡିଏ)ନିମନ୍ତେ ୧୪୫୧.୮୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ପ୍ରକାଶ କରିଥିଲେ। ଜୈବିକ ସାର ବିପ୍ପଣନକୁ ପ୍ରୋତ୍ସାହିତ କରିବା ଯଥା (ଏଫଓଏମ୍) ଜୈବିକ ଖତ /ତରଳ ଖତ / ଫସ୍ଫେଟ ଭରପୁର ସମୃଦ୍ଧ ଜୈବିକ ଖତ (ପିଆରଓଏମ୍) ବାୟୋଗ୍ୟାସ ପ୍ଲାଣ୍ଟର ଅବଶେଷରୁ ପ୍ରସ୍ତୁତ ହେବ। କଂପ୍ରେସଡ ବାୟୋଗ୍ୟାସ (ସିବିଜି) ଗୋବର୍ଦ୍ଧନ ପଦକ୍ଷେପରୁ ୧୫ଶହ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଏମ୍ଡିଏ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି।

ଏହି ଜୈବିକ ସାର ଗୁଡିକ ଭାରତୀୟ ଛାପା ଏଫଓଏମ୍, ଏଲ୍ ଏଫଓଏମ୍ ଓ ପିଆରଓଏମ୍ ନାମରେ ନାମିତ ହେବ। ଗୋଟିଏ ପଟରେ ଏହା ଅମଳ ପର ଅବଶେଷ ପରିଚାଳନାରେ ସହାୟକ ହେଉଥିବା ବେଳେ, ନଡା ପୋଡା ସମସ୍ୟାରେ ମଧ୍ୟ ସମାଧାନ କରିବ। ଏହାବ୍ୟତୀତ ଏହା ପରିବେଶକୁ ମଧ୍ୟ ନିର୍ମଳ ଓ ନିରାପଦ ରଖିବ। ଅନ୍ୟପକ୍ଷରେ ଏହା ଚାଷୀମାନଙ୍କୁ ଅତିରିକ୍ତ ଆୟ ମଧ୍ୟ ପ୍ରଦାନ କରିବ। ଏହି ଜୈବିକ ସାର କମ୍ ମୂଲ୍ୟରେ ଚାଷୀମାନଙ୍କୁ ମିଳିପାରିବ।

ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ (ୟୁରିଆ ଗୋଲ୍ଡ) ମୃତ୍ତିକାରୁ ଗନ୍ଧକ ଅଭାବ ଦୂର କରିବା ପାଇଁ ପ୍ରବର୍ତ୍ତିତ ହେବା ସହ ଚାଷୀମାନଙ୍କ ନିବେଶ ଖର୍ଚ୍ଚ ମଧ୍ୟ ହ୍ରାସ କରିବ। ଦେଶରେ ପ୍ରଥମ ଥର ପାଇଁ ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ ପ୍ରବର୍ତ୍ତିତ ହୋଇଛି। ଏହା ନିମ ପ୍ରଲେପଯୁକ୍ତ ୟୁରିଆ ତୁଳନାରେ କମ୍ ବ୍ୟୟ ସାପେକ୍ଷ ଓ ଦେଶରେ ମୃତ୍ତିକାର ଗନ୍ଧକ ଅଭାବ ଦୂର ମଧ୍ୟ କରିବ। ଏହା ଚାଷୀଙ୍କ ନିବେଶ ଖର୍ଚ୍ଚ ହ୍ରାସ କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ବ୍ୟତୀତ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ମଧ୍ୟ ସହାୟକ ହେବ।

କୃଷି ଓ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁରିଆକୁ ଅନ୍ୟ କୌଣସି ଦିଗରେ ବ୍ୟବହାର ରୋକିବାକୁ ପଦକ୍ଷେପ ନେବା ପାଇଁ ଡକ୍ଟର ମାଣ୍ଡଭ୍ୟ ରାଜ୍ୟଗୁଡିକୁ ନିବେଦନ କରିଥିଲେ।” କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୟୁରିଆ ଅନ୍ୟ ଶିଳ୍ପ କାର୍ଯ୍ୟ ପାଇଁ ନ ଲଗାଇବା ଉଚିତ ବୋଲି ସେ ଗୁରୁତର ସହ କହିଥିଲେ।