Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ
ଜାତୀୟ ଖବର

ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ

November 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ 10 ନଭେମ୍ବର 2025 ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଏକ ଆତଙ୍କବାଦୀ କାର ବିସ୍ଫୋରଣ ଘଟଣାରେ ପ୍ରାଣହାନି ପାଇଁ ଗଭୀର ଶୋକ ପ୍ରକାଶ କରିଛି। ଏଥିରେ ଜୀବନ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ସ୍ମୃତିଚାରଣ କରି କ୍ୟାବିନେଟ୍ ଦୁଇ ମିନିଟ୍ ନିରବତା ଅବଲମ୍ବନ କରିଛି।

କ୍ୟାବିନେଟ୍ ମଧ୍ୟ ନିମ୍ନଲିଖିତ ପ୍ରସ୍ତାବ ଗ୍ରହଣ କରିଛି:

10 ନଭେମ୍ବର 2025 ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ ମାଧ୍ୟମରେ ଦେଶ ବିରୋଧୀ ଶକ୍ତିମାନେ ଏକ ଜଘନ୍ୟ ଆତଙ୍କବାଦୀ ଘଟଣା ଘଟଣାଇଛନ୍ତି। ଏହି ବିସ୍ଫୋରଣରେ ବହୁ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।

ଏହି ହିଂସାରେ ପୀଡିତଙ୍କ ପ୍ରତି କ୍ୟାବିନେଟ୍ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛି। କ୍ୟାବିନେଟ୍ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି ଏବଂ ପୀଡିତଙ୍କୁ ସହାୟତା ଏବଂ ସେବା ପ୍ରଦାନ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମୀଙ୍କ ତ୍ୱରିତ ପ୍ରୟାସକୁ ପ୍ରଶଂସା କରୁଛି।

କ୍ୟାବିନେଟ୍ ନିର୍ଦ୍ଦୋଷ ଜୀବନ ହାନିର କାରଣ ହୋଇଥିବା ଏହି ଘୃଣ୍ୟ ଏବଂ କାପୁରୁଷତାପୂର୍ଣ୍ଣ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି। ସମସ୍ତ ପ୍ରକାର ଏବଂ ସ୍ୱରୂପରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ନୀତି ପ୍ରତି ଭାରତର ଅଟଳ ପ୍ରତିବଦ୍ଧତାକୁ କ୍ୟାବିନେଟ୍ ଦୋହରାଇଛି।

ବିଶ୍ୱର ଅନେକ ସରକାରଙ୍କ ଏକଜୁଟତା ଏବଂ ସମର୍ଥନପୂର୍ଣ୍ଣ ବିବୃତିକୁ କ୍ୟାବିନେଟ୍ ମଧ୍ୟ ପ୍ରଶଂସା କରିଛି। ପ୍ରତିକୂଳ ପରିସ୍ଥିତିରେ ସାହସ ଓ କରୁଣା ସହିତ କାର୍ଯ୍ୟ କରିଥିବା କର୍ତ୍ତୃପକ୍ଷ, ସୁରକ୍ଷା ସଂସ୍ଥା ଏବଂ ନାଗରିକଙ୍କ ସମୟୋଚିତ ଓ ସମନ୍ୱିତ ପ୍ରତିକ୍ରିୟାକୁ କ୍ୟାବିନେଟ୍ ପ୍ରଶଂସା କରୁଛି। ସେମାନଙ୍କର ସମର୍ପଣ ଏବଂ କର୍ତ୍ତବ୍ୟନିଷ୍ଠା ଗଭୀର ପ୍ରଶଂସନୀୟ।

କ୍ୟାବିନେଟ୍ ନିର୍ଦ୍ଦେଶ ଦେଇଛି ଯେ ଘଟଣାର ତଦନ୍ତ ଅତ୍ୟନ୍ତ ଜରୁରୀ ଏବଂ ପେସାଦାର ଆଭିମୁଖ୍ୟ ସହିତ ଏହା କରାଯିବା ଉଚିତ ଯାହା ଦ୍ୱାରା ଅପରାଧୀ, ସେମାନଙ୍କର ସହଯୋଗୀ ଏବଂ ସେମାନଙ୍କ ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ଅବିଳମ୍ବେ ଶାସ୍ତବିଧାନ କରାଯାଇପାରିବ। ସରକାରଙ୍କ ସର୍ବୋଚ୍ଚ ସ୍ତରରେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

କ୍ୟାବିନେଟ୍ ସମସ୍ତ ଭାରତୀୟଙ୍କ ଜୀବନ ଏବଂ କଲ୍ୟାଣକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ଦୃଢ଼ ସଂକଳ୍ପକୁ ଦୋହରାଉଛି। ଜାତୀୟ ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପ୍ରତି ସରକାର ଦୀର୍ଘସ୍ଥାୟୀ ରୂପେ ସଂକଳ୍ପବଦ୍ଧ ରହିଛନ୍ତି।

କେନ୍ଦ୍ର କ୍ୟାବିନେଟ ଦିଲ୍ଲୀ ଲାଲକିଲ୍ଲା ନରେନ୍ଦ୍ର ମୋଦୀ ପ୍ରସ୍ତାବ ଗୃହୀତ ବିସ୍ଫୋରଣ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.