Categories
ଆଞ୍ଚଳିକ

“କ୍ରାନ୍ତି” ର ଶାଖା କାର୍ଯ୍ୟାଳୟ କୋମଳମତି ଶିଶୁଙ୍କ ଦ୍ଵାରା ଉଦଘାଟିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “କ୍ରାନ୍ତି” ର ଶାଖା କାର୍ଯ୍ୟାଳୟ ଶ୍ରୀରାମନଗର ସ୍ଥିତ ଦି ଗ୍ରେଟ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ତାହା ପୁଣି ଦୁଇଜଣ କୋମଳମତି ଶିଶୁ ଦ୍ଵାରା ଉଦଘାଟିତ ହୋଇଛି।

କ୍ରାନ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାସଙ୍କ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚେୟାରମେନ ନିରଞ୍ଜନ ଦାସ, ମହାସଂଘ ସଭାପତି ସୁଶାନ୍ତ କୁମାର ସାବତ, ପ୍ରଣବ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିବା ସହ ଏହି ଶାଖାରେ ସମସ୍ତ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଆବକସ, ତାଇକୋଣ୍ଡ, ସହ ଅନ୍ୟାନ୍ୟ ବିଷୟରେ ଶିଶୁମାନଙ୍କୁ ଶିକ୍ଷା ଦିଆଯିବା ସହ ଏହି ଅଞ୍ଚଳର ଜନସାଧାରଣଙ୍କ ପାଇଁ ବିଭିନ୍ନ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯିବ ବୋଲି ମତ ପ୍ରକାଶ କରିଥଲେ।।

ଏହି ଉଦଘାଟନୀ ଉତ୍ସବରେ ଗ୍ରେଟ୍ ଇଣ୍ଡିଆ ଇଣ୍ଟରନେସନାଲ ସ୍କୁଲର ଚେୟାରମ୍ୟାନ ଚିତ ଦାଶ, ମହାନ ସଂଘ ସଭାପତି ସୁଶାନ୍ତ ସାବତ, କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା,ବି ଏମ୍ ସି ର ପୂର୍ବତନ କର୍ପୋରେଟର ପି. ଆଶା ରାନୀ,ସମାଜସେବୀ ପ୍ରଣବ କୁମାର ପଣ୍ଡା, ଗ୍ରେଟ୍ ଇଣ୍ଡିଆ ଇଣ୍ଟରନେସନାଲ ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ଦାଶ, ସାବିତ୍ରୀ ପାତ୍ର ,ପି. ବଳରାମ, ପୁଷ୍ପଲତା ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ପାଢ଼ୀ ଓ ଇଂ ଶିବରାମ ଚୌଧୁରୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଫଳତା କାମନା କରିଥିଲେ।କ୍ରାନ୍ତି ଅନୁଷ୍ଠାନର ଶିଶୁ କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ହୃଦୟସ୍ୱର୍ଶି ହୋଇ ପାରିଥିଲା।କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ, ନିର୍ମଳା ଦାଶ, ମନୋଜ ସାହୁ, ଗୀତା ସାହୁ, ଅନିଲ କୁମାର ସେଠୀ, ଲାବନ୍ୟା, ପ୍ରୀୟଂଶା ନାୟକ, ଧନଞ୍ଜୟ ପାଣିଗ୍ରାହୀ ,ଅରୁଣ ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଗୁପ୍ତେଶ୍ୱରୀ ପାତ୍ର, ଦିପ୍ତିମୟୀ ପଣ୍ଡା,ଲିଙ୍ଗରାଜ ପଟ୍ଟନାୟକ, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୪’

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ଥାନୀୟ ବ୍ରହ୍ମା ନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ -୨୦୨୪’ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସମସ୍ତ ଅତିଥି ମାନେ ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମ ରେ ଲିଙ୍ଗରାଜ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନୃସିଂହ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଏସ.ଏମ.ଆ.ଟି ର ସଭାପତି ଡଃ ଭଗବାନ ଗନ୍ତାୟତ, ଗ୍ରେଟ୍ ଇଣ୍ଡିଆ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ, କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା, ଜ୍ଞାନ ବିକାଶ ଇଂଲିଶ ମିଡ଼ିଅମ୍ ସ୍କୁଲ୍ ର ନିର୍ଦ୍ଦେଶକ ଇଁ. ସିଦ୍ଧାର୍ଥ ଶଙ୍କର ବେହେରା,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଜିତ କୁମାର ମହାପାତ୍ର, ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ ପ୍ରମୁଖ ଯୋଗଦାନ ସ୍ଵରୁପ ଅତିଥି ମାନେ ସମବେତ ବିଦ୍ୟାର୍ଥୀ ସହ ଅବିଭାବକଙ୍କୁ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ।

ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ସନ୍ଦେଶ ଆତା ହେ ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକଙ୍କ ହୃଦୟସ୍ୱର୍ଶି ହୋଇ ପାରିଥିଲା। ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଓଁ ଶ୍ରୀ ଇଣ୍ଟରନେସନାଲ ସ୍କୁଲ୍, କିଡ ଜୀ, କିଡସ୍ ଗାର୍ଡେନ ପ୍ଲେ ସ୍କୁଲ୍ କୁ ପୁରସ୍କୃତ କରାଯାଇଥିଲା।

ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇଥିବା ୧୧୦୦ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ ଉଦଘୋଷକ ରୂପେ ଦାୟୀତ୍ଵ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନରେ ସଞ୍ଜୟ କୁମାର ରଥ, ନିର୍ମଳା ଦାଶ , ଅନିଲ କୁମାର ସେଠୀ, ଅରୁଣ ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଲିଙ୍ଗରାଜ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ଶିଶୁ ଦିବସ ଅବସରରେ ‘କ୍ରାନ୍ତି’ ଅନୁଷ୍ଠାନ ପକ୍ଷରୁ ଅଭିନବ ପ୍ରୟାସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କ୍ରାନ୍ତି’ ପକ୍ଷରୁ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଦେବାନନ୍ଦ ଦାସ ପୌରହିତ୍ୟ ରେ ଖଲିକୋଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ କୁନି କୁନି ପିଲାମାନଙ୍କୁ ଜଙ୍କ୍ ଫୁଡ୍ ରୁ ଦୁରେଇ ରୁହନ୍ତୁ ଓ ସୁସ୍ଥ ଶରୀର ଅତିବାହିତ କରିବା ପାଇଁ ଉପଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ରିସର୍ଚ୍ଚ ସେଣ୍ଟର ର ରେଡିଏସନ୍ ଆଙ୍କୋଲଜି ଡାକ୍ତର କାହ୍ନୁ ଚରଣ ପାତ୍ର, ଏମ୍ କେ ସି ଜି ଡାକ୍ତରଖାନାର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡଃ ରାଜେନ୍ଦ୍ର ପ୍ରସାଦ ବେହେରା,ଏସ୍ ଏମ୍ ଆଇ ଟି ସଭାପତି ଡ଼ଃ ଭଗବାନ ଗନ୍ତାୟତ ଓ ସି ଏମ୍ ଏ ଧର୍ମେନ୍ଦ୍ର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରାଇଥିଲେ। ଡଃ କାହ୍ନୁଚରଣ ପାତ୍ର କର୍କଟ ରୋଗର ଲକ୍ଷଣ,କାରଣ ଓ ନିରାକରଣ ବିଷୟରେ ବୀବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଦେବାନନ୍ଦ ଦାସ କର୍କଟ ମୁକ୍ତ ଭାରତ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଥିଲେ।

ଅନୁଷ୍ଠାନର କଳାକାର ଚିନ୍ମୟାନନ୍ଦଙ୍କର ଚଢ଼େଇଆ ନାଚ ବହୁତ ମନଛୁଆଁ ହୋଇଥିଲା। ଏତଦବ୍ୟତୀତ କିଡଜୀ,ସନରାଇଜ୍,କିଡ୍ସ ପ୍ଲେ ଓ ନବଜୀବନ ଆଶ୍ରମର ଶିଶୁ କଳାକାର ମାନଙ୍କର ମିଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କ୍ରୁତୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଛି। ଦେବରାଜ ରାଉତ ଓ ଶୁଭ୍ରାଂଙ୍ଗୀ ଉଦଘୋଷକ କାର୍ଯ୍ୟକ୍ରମ ତୁଲାଇଥିଲେ। ଅନୁଷ୍ଠାନର ନିର୍ମଳା ଦାସ, ଅନୀଲ କୁମାର ସେଠୀ, ସଞ୍ଜୟ ରଥ, ସରୋଜ କୁମାର ସାହୁ ଓ ରାଜାରାମ ପାଢ଼ୀ ଙ୍କ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।