ନୂଆ ଦିଲ୍ଲୀ: ଏଣିକି ସିଏପିଏଫ୍ କ୍ୟାଣ୍ଟିନ୍ରେ କେବଳ ସ୍ବଦେଶୀ ସାମଗ୍ରୀ ମିଳିବ । ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଉଦ୍ବୋଧନ ଦେଇଥିଲେ । ଆସନ୍ତା ଜୁନ୍ 1 ପରଠାରୁ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାଣ୍ଟିନ୍ରେ କେବଳ ସ୍ବଦେଶୀ ସାମଗ୍ରୀ ବିକ୍ରୟ ହେବ । ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ଭାରତ ସ୍ବଦେଶୀ ବ୍ୟବସ୍ଥାକୁ ଆପଣେଇଲେ 5 ବର୍ଷ ମଧ୍ୟରେ ଭାରତ ଆତ୍ମନିର୍ଭରଶୀଳ ହୋଇ ପାରିବ ବୋଲି ଶାହା ପ୍ରକାଶ କରିଛନ୍ତି ।
![](https://thesamikhsya.com/odia/wp-content/uploads/2020/05/capf.jpg)