ନୂଆଦିଲ୍ଲୀ: ଖଦି ସହ ଦେଶବାସୀଙ୍କ ମିଳିତ ସହଯୋଗ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ସହ ପ୍ରତିଦିନ ନୂଆ ରେକର୍ଡ କରୁଛି।
ଏମଏସଏମଇ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଏକ ଟୁଇଟରେ ସୂଚନା ଦେଇଛନ୍ତି, ଯେ, ଖଦି ଗ୍ରାମୋଦ୍ୟୋଗ କାରିଗରଙ୍କ କୌଶଳ ବଢ଼ାଇବା ସହ ସେମାନଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।
ସେ ଆହୁରି କହିଛନ୍ତି, ୨୦୨୨ ଏପ୍ରିଲ ୧ରୁ ୨୦୨୩ ଜାନୁଆରୀ ୩୧ ପର୍ଯ୍ୟନ୍ତ କେଭିଆଇସି ମୋଟ ୭୭୮୮୭.୯୭ କୋଟିର ଉତ୍ପାଦନ କରିଛି, ୧୦୮୫୭୧.୮୪ କୋଟିର ବିକ୍ରି କରିଛି ଏବଂ ୧.୭୨ କୋଟିର ନିଯୁକ୍ତି ସୃଷ୍ଟି କରିଛି।
ଏମଏସଏମଇ ମନ୍ତ୍ରୀଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
खादी ग्रामोद्योग कारीगरों के कौशल को निखार कर उनकी आय बढ़ाने में अहम भूमिका निभा रहा है.
01/4/22 से 31/1/23 तक KVIC ने कुल 77887.97 Cr का उत्पादन कर 108571.84 Cr की बिक्री की और 1.72 Cr रोजगार का सृजन किया. @kvicindia प्रधानमंत्री जी के #localforvocal के आह्वान को सच कर रहा है pic.twitter.com/K34ropAU9G
— Narayan Rane (@MeNarayanRane) May 9, 2023
‘ଏହି ଉପଲବ୍ଧି ଉତ୍ସାହିତ କରିଥାଏ! ଖଦି ସହ ଦେଶବାସୀଙ୍କ ସହଯୋଗ ରୋଜଗାରକୁ ପ୍ରୋତ୍ସାହିତ କରିବା ସହ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି’।