Tag: ଗବେଷଣା କ୍ଷେତ୍ର
ଭୁବନେଶ୍ୱର: ଗବେଷଣା କ୍ଷେତ୍ରରେ ଏସିଆ ମହାଦେଶର ସବୁଠାରୁ ପ୍ରତିଶ୍ରୁତିପୂ୍ର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ ଏଜୁକେସନ୍ ପୋଷ୍ଟ ପତ୍ରିକା ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମନୋନୀତ କରାଯାଇଛି। ଶୁକ୍ରବାର ଗୋଆ ଠାରେ ଆୟୋଜିତ ଏସିଆ ପାସିଫିକ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜି ଆୱାର୍ଡ୍ସ ସମିଟ ୨୦୨୨ (ଏପିଇଟିଏ-୨୦୨୨)ର ଚତୁର୍ଥ ସଂସ୍କରଣରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହି ସମ୍ମାନକୁ ସୋଆ ପକ୍ଷରୁ ନିର୍ଦ୍ଦେଶକ ଡଃ ମହେନ୍ଦ୍ର ପ୍ରସାଦ ଗ୍ରହଣ କରିଥିଲେ।
ଆୟୋଜିତ କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା ନୂତନ ଶିକ୍ଷା ନୀତି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଭବିଷ୍ୟତ।
ଏହି କାର୍ଯ୍ୟକ୍ରମରେ ଗୋଆ ସରକାରଙ୍କର ଶିକ୍ଷା ବିଭାଗ ସଚିବ ସର୍ପ୍ରୀତ ସିଂ ଗିଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁନେ ସ୍ଥିତ ସୂର୍ଯ୍ୟଦତ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ର ପ୍ରତିଷ୍ଠାତା ସଭାପତି ଓ ଅଧ୍ୟକ୍ଷ ଡଃ ସଞ୍ଜୟ ବି. ଚୋର୍ଡିଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।
ଏଜୁକେସନ୍ ପୋଷ୍ଟ ପକ୍ଷରୁ କରାଯାଇଥିବା ମୂଲ୍ୟାୟନ ଅନୁଯାୟୀ ଶୈକ୍ଷିକ କ୍ଷେତ୍ରରେ ଅବଦାନ ନିମନ୍ତେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ଏହି ସମ୍ମିଳନୀରେ ସମ୍ମାନୀତ କରାଯାଇଥିଲା।
ସୋଆ ବିଶ୍ୱବିଦ୍ୟାଳୟ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ୨୦୨୨ ରେ ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ୧୬ ଜଣ ଗବେଷକ ସ୍ଥାନ ପାଇଥିଲେ।
ଏହି ଅବସରରେ ଏଜୁକେସନ୍ ପୋଷ୍ଟ ଏବଂ ଶିକ୍ଷା ସଭା ଟିଭିର ମୁଖ୍ୟ ସଂପାଦକ ଶିବ ଶଙ୍କର ଶର୍ମା ସମ୍ମିଳନୀରେ ସମ୍ମାନୀତ ହୋଇଥିବା ସମସ୍ତ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଥିଲେ। ଏଜୁକେସନ୍ ପୋଷ୍ଟ ହେଉଛି ଏକ ପତ୍ରିକା ଯାହାକି ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ର ଏବଂ ବର୍ତମାନର ପରିସ୍ଥିତିକୁ ନେଇ ସମୀକ୍ଷା କରିଥାଏ।
ଭୁବନେଶ୍ୱର: ଗବେଷଣା ଓ ନିମନ୍ତେ ଭୁବନେଶ୍ୱର ସ୍ଥିତ ଆଇସିଏଆର୍-ସେଂଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍
ଫର୍ ଉଇମେନ୍ ଇନ୍ ଏଗ୍ରିକଲ୍ଚର ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବି.ବି. ପ୍ରଧାନ ଓ ଆଇସିଏଆର୍-ସିଆଇଡବ୍ଲୁଏର ନିର୍ଦ୍ଦେଶକ ଡ. ଅନୀଲ୍ କୁମାର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।
ବୁଝାମଣା ଅନୁଯାୟୀ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଗବେଷକ ଓ ଛାତ୍ରଛାତ୍ରୀମାନେ ସିଆଇଡବ୍ଲୁଏରେ ଗବେଷଣା କାର୍ଯ୍ୟ କରିବେ। ଏହା ବ୍ୟତୀତ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ନିମନ୍ତେ ଦୁଇ ଅନୁଷ୍ଠାନ ମଧ୍ୟରେ ଛାତ୍ରଛାତ୍ରୀଙ୍କର ଆଦାନପ୍ରଦାନ ମଧ୍ୟ କରାଯିବ।
ଏହି ଅବସରରେ ଆଇଏଏସ୍ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଓ ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ) ତଥା ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଏଗ୍ରିକଲ୍ଚର) ଡଃ ପ୍ରିୟବ୍ରତ ପଟ୍ଟନାୟକ ଉପସ୍ଥିତ ଥିଲେ।