Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅରେଞ୍ଜ ଜୋନରେ ଗାଡି ଚଳାଚଳ ନେଇ କେନ୍ଦ୍ର ଗୃହ ବିଭାଗ ଜାରୀ କଲା ଗାଇଡ ଲାଇନ, ଜାଣନ୍ତୁ କଣ

ନୂଆଦିଲ୍ଲୀ, କୋଭିଡ-19 ସଂକ୍ରମଣର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିବା ପରେ 4 ମେ’ 2020ରୁ ଆଉ ଦୁଇ ସପ୍ତାହ ଲାଗି ଲକଡାଉନ ଅବଧିକୁ ବୃଦ୍ଧି କରିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅରେଞ୍ଜ ଜୋନରେ ଲୋକ ଏବଂ ଯାନବାହାନର ଚଳାଚଳ ନେଇ ସନ୍ଦେହକୁ ଦୂର କରିବା ଲାଗି ଗୃହ ବିଭାଗ ପୁଣି ଏକ ବିଜ୍ଞପ୍ତି ପ୍ରକାଶ କରିଛି। ତାହା ହେଲା

ଅରେଞ୍ଜ ଜୋନଗୁଡିକରେ ଦେଶସାରା ବନ୍ଦ ରହୁଥିବା କାର୍ଯ୍ୟକଳାପ ସହିତ ଜିଲ୍ଲା ମଧ୍ୟରେ ଏବଂ ଜିଲ୍ଲା-ଜିଲ୍ଲା ଭିତରେ ବସ ଚଳାଚଳ ବନ୍ଦ ରହିବ ।

ଏଥିସହିତ ଆଉ ଦୁଇଟି କାର୍ଯ୍ୟକୁ ମଧ୍ୟ କଟକଣା ସହିତ ଅନୁମତି ଦିଆଯାଇଛି । ସେଗୁଡିକ ହେଉଛି –

  • ଡ୍ରାଇଭର ଏବଂ ଦୁଇଜଣ ପାସେଞ୍ଜରଙ୍କୁ ନେଇ ଟାକସି ଓ କେବ ଚଳାଚଳକୁ ଅନୁମତି
  • ଅନୁମତି ମିଳିଥିବା କାର୍ଯ୍ୟ ପାଇଁ ଉଭୟ ବ୍ୟକ୍ତି ଓ ଯାନବାହନକୁ ଆନ୍ତଃଜିଲ୍ଲା ଚଳାଚଳ ପାଇଁ ଅନୁମତି ମିଳିବ । ଏହି କ୍ଷେତ୍ରରେ ଚାରିଚକିଆ ଯାନରେ ଡ୍ରାଇଭର ସହିତ ଅତି ବେଶୀରେ ଦୁଇଜଣ ଯାତ୍ରୀ ଯାତ୍ରା ଯାଇପାରିବେ ।

ଅରେଞ୍ଜ ଜୋନରେ ଅନ୍ୟ ସମସ୍ତ କାର୍ଯ୍ୟକଳାପକୁ ବିନା କଟକଣାରେ ଅନୁମତି ମିଳିବ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସ୍ଥାନୀୟ ସ୍ଥିତିର ସମୀକ୍ଷା ଅନୁସାରେ ଅନୁମତି ମିଳିଥିବା କାର୍ଯ୍ୟକଳାପ ସଂଖ୍ୟାକୁ କମ କରିପାରିବେ ।