Categories
ଆଜିର ଖବର ରାଜ୍ୟ ଖବର

ଦକ୍ଷିଣ ମୁଖ୍ୟ କେନାଲର ଗୁଣାତ୍ମକ କାର୍ଯ୍ୟ ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଦାବି କଲେ ଚାଷୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ରହିଛି ବହୁମୁଖୀ ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ। ଏହାର ମଙ୍ଗଳପୁର ବ୍ୟାରେଜ ଦ୍ଵାରା ବାମ, ଦକ୍ଷିଣ ମୁଖ୍ୟ କେନାଲ ସହ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାର ଅନେକ ବ୍ଲକର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହେଉଛି।

ତେବେ ବହୁ ଦିନ ଧରି ଶୋଚନୀୟ ହୋଇ ପଡ଼ିଥିବା ଦକ୍ଷିଣ ମୁଖ୍ୟ କେନାଲର ପ୍ରଥମ ପର୍ଯ୍ୟାୟରେ ୦-୪୧ କିମି ପର୍ଯ୍ୟନ୍ତ ପୁନଃଉଦ୍ଧାର ଓ ପୁନଃପ୍ରତିଷ୍ଠା ପାଇଁ ଗତ ବର୍ଷ ରାଜ୍ୟ ସରକାର ୧୪୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସରକାର ମୁଖ୍ୟ ଡାହାଣ କେନାଲର ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ (ଖର୍ଚ୍ଚ) କରିଆସୁଥିବା ବେଲେ ଉକ୍ତ କେନାଲ ମରାମତି କାର୍ଯ୍ୟରେ ଠିକାଦାର ମନଇଛା ନିମ୍ନ ମାନର କାର୍ଯ୍ୟ କରିଆସୁଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କଙ୍କ ମନମୁଖୀ ଶାସନ ପାଇଁ କେନାଲ ନିର୍ମାଣ କାର୍ଯ୍ୟର ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇ ଫାଟ ସୃଷ୍ଟି ହେଉଛି।

ମୁଖ୍ୟ ଡାହାଣ କେନାଲ ମୁଖିଗୁଡ଼ା ଠାରୁ ଦେପୁର ଗେଟ୍ ପର୍ଯ୍ୟନ୍ତ ମରାମତି କର୍ଯ୍ୟ ଟେଣ୍ଡର ହୋଇ ଗତ ବର୍ଷ ଠାରୁ କାମ ଆରମ୍ଭ ହୋଇଛି। ଯାହା ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଚାଷୀ ମାନେ ତିନି ବର୍ଷ ରବି ଚାଷ ନକରି କ୍ଷତି ସହି ମଧ୍ୟ କେନାଲର ମରାମତି ହେଲେ ତାଙ୍କର ଯେଉଁ ଭବିଷ୍ୟତ ଆଶା ଥିଲା ତାହା ମଉଳି ଯାଉଛି। ହେଲେ ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଉଥିବା ନୂତନ ଭାବରେ କରାଯାଉ ଏବଂ ବର୍ତ୍ତମାନ ଚାଲିଥିବା କାର୍ଯ୍ୟ ବିଭାଗ ପକ୍ଷରୁ ଯେଉଁ ଏଷ୍ଟିମେଣ୍ଟ ଦେଇଛି ସେହି ହିସାବ ଅନୁଯାୟୀ କାମ କରାଯାଉ ବୋଲି ଚାଷୀ ମତ ରଖିଛନ୍ତି।

ଡିଡି ବିଲ୍ଡର ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଏଵଂ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଚାଷୀ ମହଲରେ ଅଭିଯୋଗ ହୋଇଛି। ତେବେ ଅଞ୍ଚଳର ଚାଷୀ ମାନେ କେନାଲ ନିମ୍ନ ମାନର ନିର୍ମାଣ ହେଉଛି ବୋଲି ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟରେ ପହଂଚି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ବିଭାଗୀୟ ପକ୍ଷରୁ ଏହାକୁ ନିରକ୍ଷଣ କରି ତୁରନ୍ତ ଏ ଦିଗରେ ସମାଧାନ ନ କଲେ ଆଗାମୀ ୧୫ ଦିନ ଭିତରେ ଅଫିସ୍ ଘେରାଉ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।